ମହାନଦୀରେ ବୁଡ଼ି ୨ ଛାତ୍ର ନିଖୋଜ

ବାରଙ୍ଗ,୯।୮(ଲିଙ୍ଗରାଜ ରାଉତ): ନରାଜ ପାଖ ମହାନଦୀରେ ମଙ୍ଗଳବାର ବୁଡ଼ିଯାଇ ୨ଜଣ ଛାତ୍ର ନିଖୋଜ ହୋଇଛନ୍ତି। ସେମାନେ ହେଲେ କଟକସ୍ଥିତ ମଙ୍ଗଳାବାଗ ଅଞ୍ଚଳର ଆଦିତ୍ୟ ଅଭିଷେକ ମଲ୍ଲିକ ଓ ଦେଉଳ ସାହିର ଦେବପ୍ରିୟ ଚୌଧୁରୀ। ଏମାନେ କଟକ ଷ୍ଟୁଆଟର୍‌ସ ସ୍କୁଲରେ ପଢୁଥିବା ଯୁକ୍ତଦୁଇ ପ୍ରଥମବର୍ଷର ଛାତ୍ର। ଖବରପାଇ ବାରଙ୍ଗରୁ ଏକ ଅଗ୍ନିଶମ ବାହିନୀ ଓ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଆସି ବୋଟ ଦ୍ୱାରା ଖୋଜାଖୋଜି ଜାରି ରଖିଛନ୍ତି। ପରେ ଗୋଡ଼ିସାହି ଫାଣ୍ଡି ଓ ବାରଙ୍ଗ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଚଳାଇଛି। ସୂଚନା ଅନୁଯାୟୀ, ମଙ୍ଗଳବାର ସ୍କୁଲରେ ଏକ କାର୍ଯ୍ୟକ୍ରମ ଥିଲା। କିନ୍ତୁ ସ୍କୁଲର ୮ଜଣ ଛାତ୍ର ସାଙ୍ଗ ହୋଇ ସ୍କୁଲକୁ ନଯାଇ ମହାନଦୀରେ ଗାଧୋଇବାର ଯୋଜନାକରି ୪ଟି ସ୍କୁଟିରେ ନରାଜ ଆସିଥିଲେ। ସେଠାରୁ ସେମାନେ ସିଦ୍ଧେଶ୍ୱର ମନ୍ଦିର ମୁଣ୍ଡିଆତଳ ମହାନଦୀରେ ଗାଧୋଇବା ପାଇଁ ଯାଇଥିଲେ। ୮ଜଣ ସାଙ୍ଗ ଗାଧୋଇବା ପୂର୍ବରୁ ଫଟୋ ଉଠାଇ ହସମଜା କରିଥିଲେ। ପ୍ରାୟ ସାଢେ ୩ଟା ପାଖାପାଖି ୩ଜଣ ସାଙ୍ଗ ଜଳଖିଆ ଆଣିବାକୁ ଯାଇଥିବା ବେଳେ ଅନ୍ୟ ୫ଜଣ ଆଣିଥିବା ବ୍ୟାଗକୁ ନେଇ ଲୁଚାଲୁଚି ଖେଳିଥିଲେ। ଏହି ସମୟରେ ଆଦିତ୍ୟ ଓ ଦେବପ୍ରିୟ ପ୍ରଥମେ ଗାଧୋଇବାକୁ ଯାଇଥିଲେ। ହେଲେ ଅସାବଧାନତାବଶତଃ ଦୁହେଁ ମହାନଦୀରେ ବୁଡ଼ିଯାଇଥିଲେ। ଉପରେ ଖେଳରେ ବ୍ୟସ୍ତ ଥିବା ଅନ୍ୟ ୩ଜଣ ସାଙ୍ଗ ଏହାଦେଖି ପାଟି କରିବା ସହ ଅଗ୍ନିଶମ ବିଭାଗକୁ ଫୋନ କରିଥିଲେ। ପାଖରେ ଥିବା ସ୍ଥାନୀୟ ଗ୍ରାମର କେତେଜଣ ଯୁବକ ପାଟିଶୁଣି ପାଖକୁ ଆସିବାବେଳକୁ ବୁଡିଯାଇଥିବା ଦୁଇଜଣ ଛାତ୍ରଙ୍କୁ ଦେଖିପାରି ନ ଥିଲେ। ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଆସି ଦୀର୍ଘ ସମୟ ପର୍ଯ୍ୟନ୍ତ ଖୋଜୁଥିବା ବେଳେ ପରେ ଏକ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ମଧ୍ୟ ପହଞ୍ଚତ୍ ସନ୍ଧାନ ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri