ବନ୍ୟା ଆସିଲେ ମନେପଡ଼େ ଦୁର୍ଗତଙ୍କ ଦୁଃଖ

ଯାଜପୁର,୮।୮(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ ବନ୍ୟା ଆସିଲେ ଦୁର୍ଗତଙ୍କ ଦୁଃଖ ମନେପଡ଼େ ବୋଲି ଏବେ ସବୁଠି ଚର୍ଚ୍ଚା। ବୈତରଣୀ ଓ ବ୍ରାହ୍ମଣୀ ନଦୀରେ ନିୟମିତ ବ୍ୟବଧାନରେ ବଡ଼ବଡ଼ ବନ୍ୟା ଲୋକଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଥିବାରୁ ଏଭଳି ମତପ୍ରକାଶ ପାଉଛି। ବନ୍ୟା ପୂର୍ବରୁ ତାହାର ପ୍ରତିକାର କରିବା ପରିବର୍ତ୍ତେ ପରବର୍ତ୍ତୀ ସମୀକ୍ଷା କରିବା ସାଧାରଣ କଥା ହୋଇଛି। ଫଳରେ ପ୍ରତିବର୍ଷ ବନ୍ୟାରେ ଲୋକେ ନାହିଁ ନ ଥିବାର ସମସ୍ୟା ଭୋଗୁଛନ୍ତି। ଆବଶ୍ୟକ ବନ୍ୟା ଆଶ୍ରୟସ୍ଥଳୀ ନ ଥିବାରୁ ଦୁର୍ଗତମାନେ ନଦୀବନ୍ଧ ରାସ୍ତାରେ ଜୀବନ କାଟିଥାନ୍ତି। ବନ୍ୟା ଆଶ୍ରୟସ୍ଥଳୀ ପାଇଁ ବହୁ କୋଟି ଟଙ୍କା ମଞ୍ଜୁର ହୋଇଥିଲେ ହେଁ ତାହାର ନିର୍ମାଣ ନିର୍ଦ୍ଧାରିତ ସମୟରେ ସରୁନାହିଁ। ଏହିକ୍ରମରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଳ୍‌ିକ ସୋମବାର ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଯାଜପୁର ଜିଲାର ବନ୍ୟା ପରବର୍ତ୍ତୀ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିଲେ।
ଜଳସେଚନ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, କୃଷି ଓ ଉଦ୍ୟାନ କୃଷି, ଉଠା ଜଳସେଚନ, ମତ୍ସ୍ୟ ଚାଷ ଆଦି ବନ୍ୟା ଯୋଗୁ ପ୍ରଭାବିତ ହୋଇଛି। ଏଗୁଡ଼ିକର କ୍ଷୟକ୍ଷତି ସମ୍ପର୍କରେ ତଦନ୍ତ କରି ତୁରନ୍ତ ଭରଣା କରିବାକୁ ବୈଠକରେ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜଳସେଚନ ଅଧୀନ ଯେଉଁ ଯେଉଁ ବନ୍ଧ ଜାଗାରେ ଅତଡ଼ା ଖସିଛି ସେଗୁଡ଼ିକୁ ମଜଭୁୁତ ଭାବେ ମରାମତି କରିବାକୁ କୁହାଯାଇଛି। ଆହୁରି ୩ ମାସ ପର୍ଯ୍ୟନ୍ତ ବନ୍ୟା ଆଶଙ୍କା ରହୁଥିବାରୁ ଚଳିତ ବନ୍ୟାରେ ଯେଉଁ କ୍ଷୟକ୍ଷତି ହୋଇଛି, ତାହାର ତୁରନ୍ତ ଭରଣା ପାଇଁ ପରାମର୍ଶ ଦିଆଯାଇଛି। ପନିପରିବା ଚାଷ, ରୁଆ ଧାନ, କଚ୍ଚା ଘର, ନଳକୂପ, ରାସ୍ତା ଓ କଲଭର୍ଟ, ବିଞ୍ଝାରପୁର ବ୍ଳକରେ ବନ୍ୟା ପ୍ଳାବିତ ଅଞ୍ଚଳରେ ଉଠାଜଳସେଚନ ପଏଣ୍ଟର କ୍ଷୟକ୍ଷତି ଆଦି ଠିକ୍‌ ଭାବେ ରିପୋର୍ଟ ଦେବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଯେଉଁ ଡ୍ରେନେଜ ସ୍ଥାନରେ ଦଳ ବୋଝେଇ ହୋଇ ଚାଷ ଜମି କ୍ଷୟକ୍ଷତି ହୋଇଛି ସେଠି ସଫେଇ ପାଇଁ ପ୍ରସ୍ତାବ ଦେବାକୁ ଜିଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର ବିଡିଓ, ଅଧୀକ୍ଷଣ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ବିଧାୟକମାନଙ୍କ ସୁପାରିସ କ୍ରମେ ବନ୍ୟା କ୍ଷୟକ୍ଷତିର ତଦନ୍ତ କରି ତଦନ୍ତ ରିପୋର୍ଟ ଦାଖଲ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ବରୀ ବିଧାୟିକା ସୁନନ୍ଦା ଦାସ ବ୍ରାହ୍ମଣୀର ଦକ୍ଷିଣରେ ଥିବା ବନ୍ଧ ଓ ରାସ୍ତାକୁ ଉଚ୍ଚା କରିବା, ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ କୃଷ୍ଣଦାସପୁର ଅଞ୍ଚଳରେ ପନିପରିବା ଚାଷର ସୁରକ୍ଷା ଉପରେ ତଥା ବିରୂପା, ଗୋବରୀ ସଂଲଗ୍ନ ନାଳକୁ ନଦୀର ମାନ୍ୟତା, ଆଂଶିକ ବନ୍ୟା ଅଞ୍ଚଳରେ ଉନ୍ନୟନ ମୂଳକ କାର୍ଯ୍ୟ ଚାଲୁ ରଖିବାକୁ ପ୍ରସ୍ତାବ ଦେଇଥିଲେ। କୋରେଇ ବିଧାୟକ ଅଶୋକ ବଳ ଓସମା ପାଟରେ ଜଳ ନିଷ୍କାସନ, ବୈତରଣୀ ଦକ୍ଷିଣରେ ଡ୍ରେନେଜ ବ୍ୟବସ୍ଥା, ଓସ୍ତପୁର ଚାଷ ଜମିରେ ଦଳ ସଫା, ବାହଦଲପୁର, ଗୋରଖପୁର, ରାଉତରାପୁର, ଜୋକଡିଆ, ପହଙ୍ଗା, ବନ୍ଦାଳିଆ ପଞ୍ଚାୟତରେ ପାଣି ସମସ୍ୟା ସମାଧାନ ଦିଗରେ ପ୍ରସ୍ତାବ ଦେଇଥିଲେ। ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଜେନାପୁରରୁ ରମାପୁର ପନିପରିବା ଚାଷ କ୍ଷୟକ୍ଷତିର ଆକଳନ, ପ୍ରଭାବିତ ସ୍କୁଲ ଓ ଅଙ୍ଗନୱାଡି, ରାସ୍ତାର ପୁନଃମରାମତି ଉପରେ ପ୍ରସ୍ତାବ ଦେଇଥିଲେ। ପରିଶେଷରେ ଜିଲା ପରିଷଦ ଅଧ୍ୟକ୍ଷା ନଳିନୀ ପ୍ରଭା ଜେନା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡାଇ, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତିନିଧି କର୍ଣ୍ଣାଟ କେଶରୀ ଦାସ, ଜିଲା ପରିଷଦ ଉପସଭାପତି ଗଣେଶ୍ୱର ବରାଳ, ଅତିରିକ୍ତ ଜିଲାପାଳ ଦୁଃଖବନ୍ଧୁ ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେଉରିଆ, ଜିଲା ଜରୁରୀ ଅଧିକାରୀ ଉମେଶ ଚନ୍ଦ୍ର ଲେଙ୍କା, ଡିପିଓ ନିମାଇଁ ଚରଣ ଦାସ, ସମସ୍ତ ବ୍ଳ୍‌କର ବିଡିଓ ଏବଂ ତହସିଲଦାର, ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଅଧୀକ୍ଷଣ ଯନ୍ତ୍ରୀ, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ପ୍ରାଣୀ ଚିକିତ୍ସା ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।
ଯାଜପୁର ଜିଲା ଦେଇ ପ୍ରବାହିତ ବ୍ରାହ୍ମଣୀ, ବୈତରଣୀ, ବୁଢ଼ା, ଖରସ୍ରୋତା, ବିରୂପା, କାଣୀ ଆଦି ନଦୀର ବନ୍ୟାଜଳ ତଟାଞ୍ଚଳବାସୀଙ୍କ ପାଇଁ କାଳ ହୋଇଛି। ଜିଲାରେ ଗତ ୧୭ ବର୍ଷରେ ନିୟମିତ ବ୍ୟବଧାନରେ ୬ଟି ବଡ଼ ବନ୍ୟା ଲୋକଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଇତିମଧ୍ୟରେ ବନ୍ୟା ନିୟନ୍ତ୍ରଣ ପାଇଁ ଷ୍ଟେଟ୍‌ ପାଇପ୍‌ଲାଇନ ପ୍ରୋଜେକ୍ଟ ଜରିଆରେ ବିଭିନ୍ନ ନଦୀବନ୍ଧ ପୁନରୁଦ୍ଧାର କରିବାକୁ ଅର୍ଥ ମଞ୍ଜୁର ହୋଇଛି। ଏହିସବୁ ଠିକ୍‌ ଭାବେ କାର୍ଯ୍ୟକାରୀ ହେଲେ ବନ୍ୟା ନିୟନ୍ତ୍ରଣ ହୋଇପାରିବ ବୋଲି ବିଭାଗ ପକ୍ଷରୁ ଆଶା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri