Posted inଜାତୀୟ

ଦାରିଦ୍ର୍ୟତା ସବୁଠାରୁ ବୃହତ ଜାତି, ଏମପିଙ୍କୁ ମୋଦିଙ୍କ ୫ ମନ୍ତ୍ର..

ନୂଆଦିଲ୍ଲୀ,୫।୮ : ଲୋକସଭା ନିର୍ବାଚନ ୨୦୨୪ ପାଖେଇ ଆସୁଛି। ବିରୋଧୀ ଦଳ ଏକ ମହାମେଣ୍ଟ ଇଣ୍ଡିଆ ଗଠନ କରିଛନ୍ତି। ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଜୟ ରଥକୁ ଅଟକାଇବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି। ଭାଜପା ନେତୃତ୍ୱାଧୀନ ଏନଡିଏ ମଧ୍ୟ ନୀରବ ଭାବରେ ବସିନାହିଁ। ପ୍ରଧାନମନ୍ତ୍ରୀ ମୋଦି ଏନଡିଏ ସହ ଜଡିତ ୩୮ ଟି ରାଜନୈତିକ ଦଳର ନେତାଙ୍କୁ ସମ୍ବୋଧିତ କରିସାରିଛନ୍ତି। ଯେଉଁଥିରେ ଆସନ୍ତା ବର୍ଷ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ଏକ ବଡ଼ ବିଜୟ ପାଇଁ ନିବେଦନ କରିଛନ୍ତି।

ଏହା ସହିତ ଏନଡିଏ ଏମପିଙ୍କୁ ମୋଦି ୫ଟି ମନ୍ତ୍ର ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି କେବଳ ରାମ ମନ୍ଦିର ଯୋଗୁ ଆପଣଙ୍କୁ ଭୋଟ ମିଳିବ ନାହିଁ। ତେଣୁ ଏହା ସହିତ ଧାରା ୩୭୦ ଉଚ୍ଛେଦ ସମ୍ପର୍କରେ ମଧ୍ୟ ଭୋଟରଙ୍କୁ ଅବଗତ କରାଇବା ଜରୁରୀ। ପ୍ରଧାନମନ୍ତ୍ରୀ ମୋଦି ଏମପିମାନଙ୍କୁ ଗରିବଙ୍କ ପାଇଁ କାମ କରିବାକୁ ଏବଂ କେନ୍ଦ୍ର ଆଣିଥିବା ଗରିବ-ପ୍ରୋତ୍ସାହନ ଯୋଜନା ବିଷୟରେ କହିଥିଲେ।

ସେ ସାଂସଦମାନଙ୍କୁ କହିଛନ୍ତି ଦାରିଦ୍ର୍ୟତା ହେଉଛି ସବୁଠାରୁ ବଡ ଜାତି। ଉତ୍ତରପ୍ରଦେଶ ଏବଂ ବିହାରରେ ଜାତି ସମ୍ବେଦନଶୀଳତା ବିଷୟରେ ପ୍ରଧାନମନ୍ତ୍ରୀ ଅବଗତ କରାଇଛନ୍ତି। ୟୁପିରେ ପ୍ରଧାନମନ୍ତ୍ରୀ ମୋଦି ସାଂସଦମାନଙ୍କୁ ଜାତି ଭେଦଭାବରୁ ଉପରକୁ ଉଠିବାକୁ କହିଥିଲେ।
ବିରୋଧୀ ଦଳର ଫାଇଦା ପାଇଁ ଇଣ୍ଡିଆ ଶବ୍ଦର ବ୍ୟବହାର କରିବା ଆବଶ୍ୟକତା ନାହିଁ। ଏହି ଶବ୍ଦକୁ ଆଇଏନଢିଆଇଏ ଭାବେ କହିବାକୁ ସେ କହିଛନ୍ତି।

ନିଜ ଶବ୍ଦ ଉପରେ ନିୟନ୍ତ୍ରଣ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ମାଇକ ସମ୍ମୁଖରେ ବିବାଦୀୟ ପ୍ରସଙ୍ଗରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି।
ଏହା ସହିତ କଲ ସେଣ୍ଟର ଏବଂ ସୋସିଆଲ ମିଡିଆ ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ହେବାକୁ ଏମପିମାନଙ୍କୁ କହିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ବିଜୁଙ୍କୁ ମିଳିଲା ଆଜୀବନ କାରାଦଣ୍ଡ: ଅଢେଇ ବର୍ଷ ତଳେ…

ବ୍ରହ୍ମପୁର, ୨୩/୧୨(ସୁବାସ ଚନ୍ଦ୍ର ପାଢ଼ୀ): ଜିଲା ଜଜ ଅଶାନ୍ତ କୁମାର ଦାସ ମଙ୍ଗଳବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ଦୋଷୀ...

ଓଡ଼ିଶାରେ ବଢୁଛି ଶୀତର ପ୍ରକୋପ: ୩ ଦିନରେ ଏସବୁ ଜିଲାରେ ହ୍ରାସ ପାଇବ ପାରଦ

ଭୁବନେଶ୍ୱର,୨୩।୧୨: ରାଜ୍ୟରେ ଶୀତର ଲହରି ଜାରି ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସହରର ତାପମାତ୍ରା ଗତ ୩ ଦିନ ମଧ୍ୟରେ ଗୁରୁତର ଭାବେ...

ଚାଷୀଙ୍କୁ ଶୋଷଣ ଚଳିବ ନାହିଁ, ନଚେତ୍‌ ନିଆଁ ଜଳିବ: ପ୍ରଦୀପ ମାଝୀ

ଝରିଗାଁ, ୨୩।୧୨ (କିଶୋର ଚନ୍ଦ୍ର ମଣ୍ଡଳ):ନବରଙ୍ଗପୁର ଜିଲାର ଝରିଗାଁ, ଉମରକୋଟ ଓ ରାଇଘର, ଚନ୍ଦାହାଣ୍ଡି ବ୍ଲକ ଠାରେ ଚାଷୀ ମହାସଂଘ ପକ୍ଷରୁ ବ୍ଳକ ବନ୍ଦ କରାଯାଇଛି।...

କେନ୍ଦ୍ରାପଡ଼ାରେ ନାବାଳିକାଙ୍କ ସହ ଘଟିଗଲା ଏପରି ଅଘଟଣ: କଡା ଚେତାବନୀ ଦେଲେ ଉପମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡା,୨୩।୧୨: କେନ୍ଦ୍ରାପଡ଼ା ଜିଲା ସାତଭାୟା ଗ୍ରାମରେ ଘଟିଥିବା କଥିତ ନାବାଳିକା ବିବାହ ଘଟଣାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଏହି...

ଦାରିଙ୍ଗବାଡି ଶୀତ ମହୋତ୍ସବ: ରାଜ୍ୟର ୪ ମୁଖିଆଙ୍କୁ ନିମନ୍ତ୍ରଣ

ଦାରିଙ୍ଗବାଡି, ୨୩।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଜାନୁଆରୀରେ ହେବାକୁ ରହିଥିବା ଶୀତ ମହୋତ୍ସବରେ ଅନ୍ୟ ଅତିଥିଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ ଗୃହ ଏବଂ ନଗର...

ମେସିଙ୍କ ଉପରେ ଖସିଲା ଦୁଃଖର ପାହାଡ଼: ଘଟିଗଲା ଏମିତି କିଛି…

ନୂଆଦିଲ୍ଲୀ,୨୩।୧୨: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କ ଭଉଣୀ ମାରିଆ ସୋଲ ମିଆମିରେ ତାଙ୍କ ଏସ୍ୟୁଭି ଚଲାଉଥିବା ସମୟରେ ଏକ ଦୁର୍ଘଟଣାର ଶିକାର ହୋଇଛ୍‌ତି। ତାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri