ମାଗଣା ଫସଲ ବୀମା ପଞ୍ଜୀକରଣ ଫାର୍ସ

ନୟାଗଡ଼,୪।୮(ଲୋକନାଥ ମିଶ୍ର): ପ୍ରଧାନମନ୍ତ୍ରୀ ଫସଲ ବୀମା ପଞ୍ଜୀକରଣ ଅବଧି ଅଗଷ୍ଟ ୫ ରହିଥିବାବେଳେ ଅଗଷ୍ଟ ୪ ସୁଦ୍ଧା ଚାଷୀ ପଞ୍ଜୀକରଣ ନେଇ ଅବଗତ ନ ଥିବା ଅଭିଯୋଗ ହୋଇ ଆସୁଛି। ବିଶେଷ କରି ଅଣଋଣୀ ଚାଷୀ ପାଇଁ ବୀମା ଅପହଞ୍ଚ ହୋଇ ରହିଛି। ବୀମା କମ୍ପାନୀ ଓ ସରକାର ୨ ହେକ୍ଟର ପର୍ଯ୍ୟନ୍ତ ପଞ୍ଜୀକରଣକୁ ମାଗଣା ବୋଲି ଡିଣ୍ଡିମ ପିଟୁଛନ୍ତି। ତେବେ ଚାଷୀ ପଞ୍ଜୀକରଣ କଲେ ୧୦୦ରୁ ୨୫୦ ଟଙ୍କା ଖର୍ଚ୍ଚ ଦେବାକୁ ପଡୁଛି। ବୀମା ମାଗଣା ଓ ସୁବିଧା ଯୁକ୍ତ ଶୁଣିବାକୁ କେହିି ନାହାନ୍ତି। ବରଂ ଉତ୍ତର ମିଳୁଛି ସରକାରଙ୍କ ପାଖକୁ ଗଲେ ମାଗଣା ହୋଇ ଯିବ। ଗ୍ରାଉଣ୍ଡ ଜିରୋ ସ୍ଥିତିକୁ କେହି ପରଖୁ ନ ଥିବାରୁ ଚାଷୀ ଭାଗ୍ୟକୁ ଆଦରି ପଡି ରହିଛି। ଅନ୍ୟପକ୍ଷେ ଚାଷୀ ପଞ୍ଜୀକରଣ ପାଇଁ ଜିଲାରେ ୬୮୬ କମନ ସର୍ଭିସ ସେଣ୍ଟର ଅଛି । ତେବେ ଏଥିରୁ ୩୭୨ ସେଣ୍ଟର କାମ କରୁନି। ଅନ୍ୟ ପକ୍ଷେ ଋଣୀ ଚାଷୀଙ୍କ ପଞ୍ଜୀକରଣ ବଢ଼ୁ ନ ଥିଲେହେଁ କେତେକ ବ୍ୟାଙ୍କର ଆଗ୍ରହ ଯୋଗୁ ଏକ ପ୍ରକାରର ଭଲ ସ୍ଥିତି ରହିଛି। ସେହିଭଳି ଜିଲାର କିଛି ସ୍ଥାନରେ ସଚେତନତା ରଥ ବୁଲାଇ ବୀମା କମ୍ପାନୀ ଯେଉଁ ମାଇଲେଜ ନେବାକୁ ଚେଷ୍ଟା କରୁଛି ରଥର ପରିକ୍ରମାକୁ ଅନୁଧ୍ୟାନ କଲେ ଏହାର ସୁଫଳ କିପରି ଚାଷୀ ପାଉଛନ୍ତି ଜଣାପଡିବ। ଏଣୁ ସରକାରଙ୍କ ମାଗଣା ବୀମାକୁ ମଧ୍ୟ ଚାଷୀ ଫାଇଦା ଉଠାଇ ପାରନି ବୋଲି ଅଭିଯୋଗ ହୋଇଛି।
ଜିଲାରେ ବ୍ୟାଙ୍କରୁ ଋଣ କରିଥିବା ଚାଷୀ ୪୪ହଜାର ୨୯୭ ପଞ୍ଜୀକରଣ କରିଛନ୍ତି। ସେହିପରି ଅଣଋଣୀ ଚାଷୀ ୨୩ ହଜାର ୯୯୨ ଜଣ ପଞ୍ଜୀକରଣ କରିଛନ୍ତି। ଋଣି ଚାଷୀ ଅଧିକ ସଂଖ୍ୟାରେ ପଞ୍ଜୀକରଣ କରୁଥିବାବେଳେ କାହିଁକି ଅଣଋଣୀ ଚାଷୀଙ୍କ ପଞ୍ଜୀକରଣ ହ୍ରାସ ପାଉଛି ସେନେଇ କାରଣ ଖୋଜା ଯାଉ ନ ଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ବାଲୁଗଁାର ଚାଷୀ ରଣଜିତ୍‌ ଦଳବେହେରା କୁହନ୍ତି, ଫସଲ ବୀମା ପଞ୍ଜୀକରଣ ବ୍ୟବସ୍ଥା ମାଗଣା କରାଯିବା ସ୍ବାଗତଯୋଗ୍ୟ ପଦକ୍ଷେପ। ହେଲେ ସରକାର ଚାଷୀଙ୍କ ଜାଣିବା ପାଇଁ କିଛି ବ୍ୟବସ୍ଥା କଲେ ନାହିଁ। ଜୁଲାଇ ୩୧ ଯାଇ ଅଗଷ୍ଟ ୫ ଚାଲିଯିବ ଅଥଚ ଚାଷୀ ନିଜର ବୀମା ପଞ୍ଜୀକରଣ କରି ପାରିବ ନାହିଁ। ସରକାର ଚାଷୀକୁ ସଚେତନତା ନ କରି ଯେତେ ବ୍ୟବସ୍ଥା କଲେ କିଛି ସୁଫଳ ମିଳିବ ନାହିଁ। ଏଣୁ ପଞ୍ଜୀକରଣ ବ୍ୟବସ୍ଥାର ଅବଧି ବଢ଼ୁ। ଏନେଇ ସଚେନତା କରାଯାଉ ବୋଲି ସେ କହିଛନ୍ତି। ଖଣ୍ଡପଡ଼ାର ଚାଷୀ ଭାସ୍କର ଚନ୍ଦ୍ର ଜେନା କୁହନ୍ତି, ମାଗଣାରେ ପଞ୍ଜୀକରଣ କୁହା ଯାଉଥିଲେହେଁ ଚାଷୀକୁ ୧୦୦ରୁ ୨୫୦ ଟଙ୍କା ପଞ୍ଜୀକରଣ ପାଇଁ ଖର୍ଚ୍ଚ କରିବାକୁ ପଡୁଛି। ଚାଷୀ ଟଙ୍କା ଦେଇ ପଞ୍ଜୀକରଣ କରୁଛି। ଅଥଚ ସରକାର ମାଗଣାରେ ପଞ୍ଜୀକରଣ କରୁଛନ୍ତି ବୋଲି ଡିଣ୍ଡିମ ପଟୁଛନ୍ତି। ଭାପୁରର ଅଭିମନ୍ୟୁ ଗୁମାନସିଂ କୁହନ୍ତି, ଗଁାରେ ମାଗଣା ପଞ୍ଜୀକରଣ ନେଇ ଚାଷୀ ଅବଗତ ନାହିଁ। ଏପରି କି ଲୋକ ପ୍ରତିନିଧି ମଧ୍ୟ ମାଗଣା ପଞ୍ଜୀକରଣ ନେଇ ଜାଣି ନାହାନ୍ତି। କୃଷି ବିଭାଗର କର୍ମଚାରୀଙ୍କ ପାଦ ମଧ୍ୟ ଗଁାରେ ପଡୁନି। ଏଣୁ ଚାଷୀଙ୍କ ପଞ୍ଜୀକରଣ ବଢ଼ିବା ଆଶା ସଫଳ ହେବ ନାହିଁ। ଓଡ଼ଗଁାର ଚାଷୀ ଭାଗବତ ପରିଡ଼ା କୁହନ୍ତି, ଏକ ପଞ୍ଜୀକରଣ ରଥ ରୋଡରେ ବୁଲି ପଳାଉଛି। ଚାଷୀ ଜାଣିବା ପୂର୍ବରୁ ରଥ ଗାଏବ ହୋଇ ଯାଉଛି। ସରକାର ମଧ୍ୟ ଚାଷୀ ସଚେତନତା ନେଇ ପଦକ୍ଷେପ ନେଉ ନାହାନ୍ତି। ଏଣୁ ମାଗଣା ବୀମା ପଞ୍ଜୀକରଣର ଫାଇଦା ଚାଷୀ ନେଇ ପାରୁ ନାହିଁ।
ଏ ସଂକ୍ରାନ୍ତରେ ଜିଲା ମୁଖ୍ୟ କୃଷି ଅଧିକାରୀ ବିଷ୍ଣୁ ପ୍ରସାଦ ସାହୁ କୁହନ୍ତି, ଚଳିତ ବର୍ଷ କୃଷି ବିଭାଗ ପକ୍ଷରୁ ୬୮ ହଜାର ହେକ୍ଟର ଜମିରେ ଧାନ ଫସଲ କରାଯିବାକୁ ଲକ୍ଷ୍ୟ ରହିଛି। ୬ ହଜାର ୨୩୦ ହେକ୍ଟର ଜମିର ବୀମା ହୋଇଛି। ୪ଟି ଗାଡି ବୁଲି ଫସଲ ବୀମା ଉପରେ ସଚେତନତା କରୁଛି। ତେବେ ଜିଲାରେ ୬୮୬ କମନ ସର୍ଭିସ ସେଣ୍ଟର ମଧ୍ୟରୁ ୩୭୨ ସେଣ୍ଟର କାମ କରୁ ନାହିଁ। ୨ ହେକ୍ଟର (୫ ଏକର) ଜମିର ବୀମା ମାଗଣା ରହିଛି। ହେଲେ ପଞ୍ଜୀକରଣ ବଢ଼ୁ ନାହିଁ। ଆମେ ପଞ୍ଜୀକରଣ ବଢ଼ିବାକୁ ଗୁରୁତ୍ୱ ଦେଉଛୁ ବୋଲି ସେ କହିଛନ୍ତି। ଜିଲାରେ ମକା ଓ ଧାନ ପାଇଁ ଫସଲ ବୀମା ମାଗଣା ରହିଛି ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା

ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

ନୂଆ ବର୍ଷରେ ନୂଆ ପଦକ୍ଷେପ

ଯାଜପୁର,୩୧ା୧୨: : କର୍କଟ ପୀଡିତଙ୍କ ପାଇଁ 14 ଇଞ୍ଚ କେଶଦାନ କଲେ ଜୟ ମହାକାଳ ଫାଉଣ୍ଡେସନର ସଦସ୍ୟା ପୂଜାରାଣୀ ବେହେରା । ଇଂରାଜୀ ନୂଆବର୍ଷ ଆରମ୍ଭକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri