ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ କଲ୍ୟାଣ ଯୋଜନାରେ ସାମିଲ ହେବେ ୫୦ ବର୍ଗ, ଜାଣନ୍ତୁ କେଉଁ ବର୍ଗ ହୋଇଛନ୍ତି ସାମିଲ…

ଭୁବନେଶ୍ୱର,୨ା୮(ଅସମାପିକା ସାହୁ): ଶ୍ରମିକ ତଥା ଗରିବ ବର୍ଗର କଲ୍ୟାଣ ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ସାମାଜିକ ନିରାପତ୍ତା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଜରିଆରେ ହିତାଧିକାରୀମାନଙ୍କୁ ବିଭିନ୍ନ ସହାୟତା ଯୋଗାଇ ଦିଆଯାଉଛି। ବର୍ତ୍ତମାନ ବୁଲାବିକାଳି, ଛୋଟ ଦୋକାନୀ, ଘରୋଇ ସହାୟକ, ରିକ୍ସାବାଲା, ଅଟୋ ଡ୍ରାଇଭର, ମୋଚି, କୃଷି ଶ୍ରମିକ, ଜଙ୍ଗଲ ଶ୍ରମିକ, ସମ୍ବାଦପତ୍ର ହକର ଏବଂ ସଫେଇ କର୍ମଚାରୀଙ୍କ ପରି ୧୦ଟି ବର୍ଗର ଲୋକ ବୋର୍ଡର କଲ୍ୟାଣ ଯୋଜନାରେ ସୁବିଧା ପାଉଛନ୍ତି।

ଏବେ ଆଉ ୫୦ ବର୍ଗର ଅଣସଂଗଠିତ କର୍ମଚାରୀଙ୍କୁ ଏହି ବୋର୍ଡର କଲ୍ୟାଣ ଯୋଜନାରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ସେମାନେ ହେଲେ (୧) ଦରଜି, ଏମ୍ବ୍ରୋଡୋରି କାରିଗର, (୨) ବାରିକ, ସ୍ପା, ସେଲୁନ ଓ ବିଉଟି ପାର୍ଲରରେ କାମ କରୁଥିବା କର୍ମଚାରୀ, (୩) ମହାରଣା, (୪) ମତ୍ସ୍ୟଜୀବୀ, (୫) କମାର, (୬) ରେଳବାଇ କୁଲି, (୭) ମାଲ୍‌ ଲୋଡିଂ ଏବଂ ଅନ୍‌ଲୋଡିଂରେ ନିୟୋଜିତ ଶ୍ରମିକ ତଥା ମୁଣ୍ଡରେ ବୋଝ ବୋହୁଥିବା ଶ୍ରମିକ, (୮) କୁମ୍ଭାର, (୯) ପଥର ଶିଳ୍ପୀ ଏବଂ ସହାୟକ, (୧୦) ଜରି ଗୋଟାଳି, (୧୧) ପରିମଳ କର୍ମଚାରୀ, (୧୨) ରଜକ/ ଲଣ୍ଡ୍ରି ଓ ଡ୍ରାଏ କ୍ଲିନର କର୍ମଚାରୀ, (୧୩) ବୁଣାକାର, ହସ୍ତଶିଳ୍ପ ଓ ହସ୍ତତନ୍ତ କାରିଗର, (୧୪) କତା ଶିଳ୍ପ ଶ୍ରମିକ, (୧୫) ଲୋକକଳା କଳାକାର, (୧୬) ଚିତ୍ରଶିଳ୍ପୀ/ପଟ୍ଟଚିତ୍ର ଶିଳ୍ପୀ, (୧୭) ମାଂସ କଟାଳି, (୧୮) ରତ୍ନ ପଥର ତଥା ସୁନାରୂପା କାରିଗର, (୧୯) ହୋଟେଲ, ରେଷ୍ଟୁରାଣ୍ଟ ଓ ଢାବାରେ କାର୍ଯ୍ୟରତ ଶ୍ରମିକ, (୨୦) ଫଟୋଗ୍ରାଫର ଓ ଭିଡିଓଗ୍ରାଫର, (୨୧) ଓ୍ବେଲ୍ଡିଂ କାରିଗର, ଓ୍ବେଲ୍ଡିଂ ସହାୟକ, (୨୨) ଇଲେକ୍ଟ୍ରିସିଆନ, (୨୩) ପାଣି ପାଇପ ମିସ୍ତ୍ରୀ, (୨୪) ଟୁଲ୍‌ ମେକର,ଡାଏ ମେକର, ରଙ୍ଗ ପ୍ରସ୍ତୁତକାରୀ, (୨୫) ମେକାନିକାଲ ଓ ଇଲେକ୍ଟ୍ରିକାଲ ଯନ୍ତ୍ରାଂଶ ମରାମତି କର୍ମଚାରୀ, (୨୬) ମାଳି, (୨୭) ଆସବାବପତ୍ର ମରାମତିରେ ନିୟୋଜିତ ଶ୍ରମିକ, (୨୮) ତେଜରାତି ଓ ପରିବା ଦୋକାନରେ କାର୍ଯ୍ୟରତ ସହାୟକ, (୨୯) ଫୁଲ ଦୋକାନୀ, (୩୦) ଟେଣ୍ଟହାଉସ/ଡେକୋରେସନ କାର୍ଯ୍ୟରେ ନିୟୋଜିତ ଶ୍ରମିକ, (୩୧) ବ୍ୟାଣ୍ଡପାର୍ଟି ସଦସ୍ୟ, (୩୨) ମନୋରଞ୍ଜନ କଳାକାର, (୩୩) ମ୍ୟୁଜିସିଆନ ଓ କଣ୍ଠଶିଳ୍ପୀ, (୩୪) ଚଳଚ୍ଚିତ୍ର ଅପରେଟର/ସହାୟକ, (୩୫) ସିନେମା ହଲ ବୁକିଂ କ୍ଲର୍କ, (୩୬) ବାଦ୍ୟଯନ୍ତ୍ର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକ, (୩୭) ସମସ୍ତ ପ୍ରକାର କାରିଗର, (୩୮) ବୃକ୍ଷରୋପଣ କାର୍ଯ୍ୟରେ ନିୟୋଜିତ ଶ୍ରମିକ, (୩୯) ଡଙ୍ଗା ଚାଳକ/ସହାୟକ, (୪୦) ମିକ୍ସଚର୍‌ ଫ୍ୟାକ୍ଟ୍ରି ଶ୍ରମିକ, (୪୧) ଆଚାର, ବଡି, ପାମ୍ପଡ ପ୍ରସ୍ତୁତକାରୀ, (୪୨) ସ-ମିଲ ଶ୍ରମିକ, (୪୩) କ୍ଷୀର ବିକ୍ରୟ କରୁଥିବା ବ୍ୟକ୍ତି, (୪୪) କେୟାରଟେକର/ହାଉସ କିପର(୪୫) କେକ୍‌/କ୍ୟାଣ୍ଡି ପ୍ରସ୍ତୁତକାରୀ, (୪୬) ବରଫ ପ୍ରସ୍ତୁତକାରୀ/ ଆଇସକ୍ରିମ ପ୍ରସ୍ତୁତକାରୀ, (୪୭) ଡାଏରୀ ପ୍ରଡକ୍ଟ ପ୍ରସ୍ତୁତକାରୀ, (୪୮) ଟ୍ରାଭେଲ ଓ ଟୁରିଷ୍ଟ ଗାଇଡ, (୪୯) ଡେଲିଭରି ବଏ, (୫୦) କୃଷି ଶ୍ରମିକ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷ ପାଇଁ ପୁରୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପୁରୀ,୩୦।୧୨: ନୂଆବର୍ଷ ପାଳନ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ...

ଭଦ୍ରକରେ କିନ୍ନରଙ୍କୁ ଆକ୍ରମଣ: ଚୁଟି କାଟିବା ସହ ଟଙ୍କା ସୁନା ଲୁଟ ଅଭିଯୋଗ, ଥାନାରେ ଉତ୍ତେଜନା

ଭଦ୍ରକ, ୩୦/୧୨(ସନାତନ ରାଉତ): ଭଦ୍ରକରେ ୨ ଗୋଷ୍ଠୀ କିନ୍ନରଙ୍କ ବିବାଦ ଥମିବାର ନାଁ ଧରୁନି । ଉଭୟ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା...

ଅତିରିକ୍ତ ତହସିଲଦାରଙ୍କ ଅମାପ ସମ୍ପତ୍ତି: ଘରୁ ମିଳିଲା ଲକ୍ଷ ଲକ୍ଷ ଟଙ୍କା ସାଙ୍ଗକୁ ସୁନା, ଦେଖିକି ଭିଜିଲାନ୍ସ ତାଜୁବ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): କଟକ ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ କଟକ ଭିଜିଲାନ୍ସ ସେଲ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ...

ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ନୂଆ ଟୁଇଷ୍ଟ: ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଅର୍ପିତା କଲେ…

ଭୁବନେଶ୍ୱର,୩୦।୧୨: ହ୍ୟୁମାନ ସାଗର ମୃତ୍ୟୁ ମାମଲା ଥମିବାର ନାଁ ଧରୁନାହିଁ। ଏହି ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ହାଇକୋର୍ଟଙ୍କ...

Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...

ମଥୁରାନଗରୀକୁ ଆସୁଛନ୍ତି ମୁଖ୍ୟମନ୍ତ୍ରୀ, ଏହି ସମୟରେ ଦେଖିବେ ଧନୁଯାତ୍ରା ମହୋତ୍ସବ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ ଧନୁଯାତ୍ରା ମହୋତ୍ସବରେ ମଥୁରାନଗରୀ ଉଠୁଛି ଓ ପଡୁଛି। କଂସ ମହାରାଜଙ୍କ ଅତ୍ୟାଚାରରେ ସମଗ୍ର ମଥୁରା ନଗରୀ ଥରହର...

PEOଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ହାଟଡିହୀ/ବଞ୍ଚୋ,୩୦।୧୨(ଶୁଭକାନ୍ତ ନାୟକ/ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ବଞ୍ଚୋ ପିଇଓ ଜିତେନ୍ଦ୍ର ଜେନାଙ୍କ ବସନ୍ତିଆସ୍ଥିତ ଘର ଓ ପତ୍ନୀଙ୍କ ନାମରେ ଥିବା...

ଜିରୋ ନାଇଟ୍‌ ସେଲିବ୍ରେଶନ୍‌: ରାତି ୧୨ଟା ପରେ ମ୍ୟୁଜିକ ମନା

ଭୁବନେଶ୍ୱର,୩୦।୧୨: ନୂଆବର୍ଷ ପାଳନ ପାଇଁ ପୋଲିସ ପକ୍ଷରୁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସୁରକ୍ଷା ଦାୟିତ୍ୱରେ ୧୮ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri