Odisha Elections 2024

ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଛନ୍ତି ସବିତା

ଲହୁଣୀପଡା,୨୮ା୭(ଦାଶରଥି ପଣ୍ଡା): ଦୃଢ଼ ଇଚ୍ଛାଶକ୍ତି ଏବଂ ମନୋବଳ ଆଗରେ ହାର ମାନିଛି ସବୁ କିଛି। ନିଜ ସ୍ବାମୀ ଆରପାରିକି ଚାଲିଯିବା ପରେ ପରିବାର ପ୍ରତିପୋଷଣ ପାଇଁ ମହିଳା ଜଣକ ଅଟୋ ଚଳାଉଛନ୍ତି। ସଂସାରରେ ବଞ୍ଚିବାକୁ ହେଲେ ସଂଘର୍ଷ କରିବା ଅନିବାର୍ଯ୍ୟ ବୋଲି ତାହାର ପ୍ରମାଣ କରି ଦେଖାଇଛନ୍ତି ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ବ୍ଲକ ଶଙ୍ଖପୋଷ ପଞ୍ଚାୟତ ଲମସୀ ଗ୍ରାମର ସବିତା ମହାନ୍ତ(୩୪)। ପରିବାର କହିଲେ ୨ ସନ୍ତାନ, ବୃଦ୍ଧ ଶ୍ୱଶୁର ଏବଂ ପିଉସୀ ଶାଶୁ। ସ୍ବାମୀ ଯୋଗେଶ୍ୱର ମହାନ୍ତ ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଥିଲେ। ବର୍ଷେ ହେବ କୌଣସି ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲିଯାଇଛନ୍ତି। ସ୍ବାମୀଙ୍କ ମୃତ୍ୟୁପରେ ସବିତାଙ୍କ ଉପରେ ଘର ଦାୟିତ୍ୱ ଅଜାଡି ହୋଇପଡ଼ିଥିଲା। ୪ ପ୍ରାଣୀଙ୍କୁ କିପରି ପୋଷିବେ ତାଙ୍କ ମୁଣ୍ଡରେ ଚଡ଼କ ପଡିଥିଲା। ଶେଷରେ ମନୋବଳ ଦୃଢ କରି ସ୍ବାମୀଙ୍କ ଅଟୋକୁ ଚଳାଇ ପେଟ ପୋଷିବାକୁ ମନସ୍ଥ କଲେ। ପ୍ରଥମେ ପ୍ରଥମେ ଚଳାଇବା ପାଇଁ ଅସୁବିଧା ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସବୁ ଠିକ୍‌ ଠାକ୍‌ ହୋଇଯାଇଥିଲା। ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ଶିଖି ଯିବାପରେ ସାପ୍ତାହିକ ହାଟକୁ ଲୋକଙ୍କୁ ନେବା ଆଣିବା କରିବା ସହିତ ଜିନିଷ ପତ୍ର ମଧ୍ୟ ନେବା ଆଣିବା କରୁଛନ୍ତି। ଦିନକୁ ପ୍ରାୟ ୪ରୁ୫ ଶହ ଟଙ୍କା ରୋଜଗାର ହୋଇଥାଏ। ଗାଡିର ତେଲ ଖର୍ଚ୍ଚ ଯାଇ ଯାହା ବଳେ ସେଥିରେ ୫ ପ୍ରାଣୀ କୁଟୁମ୍ବ କଷ୍ଟେ ମଷ୍ଟେ ଚଳି ଯାଉଛନ୍ତି। ପୁଅ ଝିଅକୁ କେମିତି ଉଚ୍ଚ ଶିକ୍ଷିତ କରାଇବେ ସେହି ଆଶା ନେଇ ଶିଶୁ ମନ୍ଦିରରେ ସେମାନଙ୍କୁ ପାଠ ପଢାଉଛନ୍ତି। ଝିଅ ଶିଖା ରାଣୀ ମହାନ୍ତ (୧୩) ୮ମ ଶ୍ରେଣୀରେ ପଢୁଥିବାବେଳେ ପୁଅ ସୁଜିତ (୯) ୩ୟ ଶ୍ରେଣୀରେ ପାଠ ପଢୁଛନ୍ତି। ସ୍ବାମୀ ଯୋଗେଶ୍ୱର ଜୀବିତ ଥିବା ସମୟରେ ତାଙ୍କ ପିଉସୀଙ୍କୁ ଆଣି ଘରେ ରଖି ତାଙ୍କର ସୁବିଧା ଅସୁବିଧା ସବୁ ବୁଝୁଥିଲେ। କାରଣ ସେ ଜଣେ ଅନ୍ଧ ବୃଦ୍ଧା। ତାଙ୍କର ମଧ୍ୟ ନିଜର ବୋଲି କେହି ନାହାନ୍ତି। ଯୋଗେଶ୍ୱର ଆରପାରିକୁ ଚାଲିଗଲା ପରେ ସବିତାଙ୍କ ମୁଣ୍ଡରେ ବୋଝ ଉପରେ ଲଳିତା ବିଡା ସଦୃଶ୍ୟ ହୋଇଥିଲେ ମଧ୍ୟ ସବିିତା କିନ୍ତୁ ପିିଉସୀ ଶାଶୁଙ୍କ ପ୍ରତି କେବେ ଅବହେଳା କରିନାହାନ୍ତି। ବିଡମ୍ବନାର ବିଷୟ ସବିତାଙ୍କ ସ୍ବାମୀ ଆରପାରିକୁ ଚାଲିଯାଇଥିଲେ ମଧ୍ୟ ନା ପାଇଛନ୍ତି ଘର ଖଣ୍ଡେ ନା ପାଇଛନ୍ତି ବିଧବା ଭତ୍ତା। ସବିତାଙ୍କୁ ଘର ଏବଂ ଭତ୍ତା ଶୀଘ୍ର ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି। ତାଙ୍କର ଏଭଳି କାର୍ଯ୍ୟକୁ ଦେଖି ଅଞ୍ଚଳରେ ଭୁରି ଭୁରି ପ୍ରଶଂସା କରିବା ସହିତ ଯଦି ତାଙ୍କୁ ଆଉକିଛି ସରକାରୀ ପ୍ରୋତ୍ସାହନ ମିଳନ୍ତା ତେବେ ସେ ଆହୁରି ଆଗକୁ ବଢି ପାରନ୍ତେ ବୋଲି ଗ୍ରାମବାସୀ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଟି ଅତଡ଼ା ଧସି ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର

କୋରାପୁଟ,୧୯ା୫(ଅମିତାଭ ବେହେରା): କୋରାପୁଟ ଜିଲାର ଦଶମନ୍ତପୁର ବ୍ଲକର ଲାଠିଗୁଡ଼ା ଗ୍ରାମ ନିକଟରେ ଏକ ପାହାଡ଼ରୁ ମାଟି ଅତଡ଼ା ଧସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ...

ଆନନ୍ଦପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ଏସବୁ ପ୍ରତିଶ୍ରୁତି, କହିଲେ ବିଜେଡି ଆସିଲେ…

ହାଟଡିହୀ,୧୯ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ହାଟଡିହୀ ବ୍ଲକ ଛେନାପଦୀଠାରେ ନିର୍ବାଚନୀ ପ୍ରଚାର ଏବଂ ବୈଠକରେ ଯୋଗ ଦେଇ ବିଜେଡିକୁ ଆଶୀର୍ବାଦ କରିବାକୁ...

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ପାରଳାଖେମୁଣ୍ଡି,୧୯ା୫(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୁରାଣ୍ଡି ଥାନା ଅନ୍ତର୍ଗତ ସରଦାପୁର ବ୍ରିଜ୍‌ ପାଖରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତ ଯୁବକଙ୍କ ନାଁ ପ୍ରଶାନ୍ତ ଜେନା(୨୩)।...

ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା ମୋରଡ଼ା ଭାଜପା, ଏଥିରେ ରହିଛି ୧୫ ବଡ଼ ପ୍ରତିଶ୍ରୁତି…

ମୋରଡ଼ା,୧୯ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀରେ ଆସନ୍ତା ଜୁନ୍‌ ୧ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିପାଇଁ ଭାଜପା ସଜବାଜ ହେବା...

ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଠକେଇ ମାମଲାର ନୂଆ ମୋଡ଼, ମାମଲା ପ୍ରତ୍ୟାହାର ପାଇଁ କୋର୍ଟରେ ଏତଲାକାରୀଙ୍କ ସତ୍ୟପାଠ

ବ୍ରହ୍ମପୁର,୧୯।୫(ସୁବାସ ଚନ୍ଦ୍ର ପାଢ଼ୀ): ଭାଜପା ଲୋକସଭା ପ୍ରାର୍ଥୀ ଡ. ପ୍ରଦୀପ ପାଣିଗ୍ରାହୀ ଟାଟା ମୋଟର୍ସ ନାଁରେ ଚାକିରି ଦେବାକୁ କହି ଅନେକ ଯୁବତୀ ଯୁବକଙ୍କଠାରୁ ଲକ୍ଷ...

ପିସି କାରବାରରୁ ଅଭାବୀ ବିକ୍ରି

ବରଗଡ଼,୧୯।୫(ପ୍ରେମାନନ୍ଦ ଖମାରୀ)ବରଗଡ଼ ଜିଲାର ଜନସଂଖ୍ୟାରୁ ପ୍ରାୟ ୮୦ପ୍ରତିଶତ କୃଷକ ଏବଂ ଅଧିକାଂଶ ଧାନଚାଷ ଉପରେ ନିର୍ଭର କରନ୍ତି। କିନ୍ତୁ ଜିଲାରେ ଧାନ କିଣାବିକା ସମସ୍ୟା ସାଧାରଣରେ...

ବିଜେଡି-ଭାଜପା ମୁଦ୍ରାର ଉଭୟ ପାର୍ଶ୍ୱ : ସଚିନ୍‌

ବାଲେଶ୍ୱର(ମାନସ ବିଶ୍ୱାଳ)/ ଭୋଗରାଇ(ପ୍ରଦୀପ ଦାସ), ୧୯।୫: ‘ଲୋକେ ଜାଣିଗଲେଣି ବିଜେଡି ଓ ଭାଜପା ଗୋଟିଏ ମୁଦ୍ରାର ଉଭୟ ପାର୍ଶ୍ୱ’, ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦକ ତଥା...

ଭାଜପା ପ୍ରାର୍ଥୀଙ୍କର ୧୨ ଗାଡ଼ି, ୧୧୫୦ ଗ୍ରାମ୍‌ ସୁନା

ରାଜନଗର, ୧୯ା୫(ଭାସ୍କର ରାଉତରାୟ)ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନିର୍ବାଚନ ମଇଦାନରେ ୯ ପ୍ରାର୍ଥୀ ଅଛନ୍ତି। ଶାସକ ବିଜେଡିରୁ ଧ୍ରୁବ ଚରଣ ସାହୁ, କଂଗ୍ରେସରୁ ଅଶୋକ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri