‘ଦେଶର ବିକାଶରେ ଯୁବପିଢ଼ି ଅଂଶୀଦାର ହେବା ଲାଗି ଆହ୍ବାନ’

ଛତ୍ରପୁର,୨୭ା୭(ସନ୍ତୋଷ ପାଢ଼ୀ):‘ଧରିତ୍ରୀ’ର ୫୦ ବର୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଛାତ୍ରୀଛାତ୍ରଙ୍କୁ ନେଇ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ‘ଗଣମାଧ୍ୟମ, ଗଣତନ୍ତ୍ର, ଯୁବପଢ଼ି’ ଶୀର୍ଷକ ବକ୍ତୃତା ପ୍ରତିଯୋଗିତାକୁ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ସାଂପ୍ରତିକ ସମୟରେ ଦେଶର ବିକାଶରେ ଆଜିର ଯୁବପିଢ଼ି ଗଣତାନ୍ତ୍ରିକ ମୂଲ୍ୟବୋଧ ବଜାୟ ରଖିବାରେ ଅଂଶୀଦାର ହେବା ଲାଗି ସେ ଆହ୍ବାନ ଦେଇଥିଲେ। ଏଥିରେ ମୁଖ୍ୟବକ୍ତା ଭାବେ ଗଞ୍ଜାମ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଯୋଗଦେଇ ଯୁବପିଢ଼ି ସଚେତନ ହେଲେ ଗଣତନ୍ତ୍ର ସୁଦୃଢ଼ ହେବ ବୋଲି କହିବା ସହ ‘ଧରିତ୍ରୀ’ର ଏଭଳି ପ୍ରୟାସକୁ ସେ ଭୂୟସୀ ପ୍ରଂଶସା କରିଥିଲେ। ଅନ୍ୟତମ ଅତିଥି ଭାବେ ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ସହକାରୀ ପ୍ରଫେସର ଡ. ପିଙ୍କି ରାଣୀ ଯୋଗଦେଇ ଭାରତର ବିକାଶ ଯୁବପିଢ଼ିଙ୍କ ହାତରେ ନ୍ୟସ୍ତ ବୋଲି କହିବା ସହ ଗଣମାଧ୍ୟମର ମୂଲ୍ୟବୋଧକୁ ବୁଝିବାକୁ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ‘ଧରିତ୍ରୀ’ର ଡେପୁଟି ନ୍ୟୁଜ୍‌ ଏଡିଟର ଲାଲା ସୁନୀଲ କୁମାର ରଥ ଏଥିରେ ଯୋଗଦେଇ ଧରିତ୍ରୀର ୫୦ ବର୍ଷ ପାଳନର ଆଭିମୁଖ୍ୟ ସମ୍ପର୍କରେ କହିବା ସହ ଧରିତ୍ରୀ ଦୈନିକ ଖବରକାଜ ସର୍ବଦା ନିରପେକ୍ଷ ଓ ନିର୍ଭୀକ ଖବର ପ୍ରସାରଣ କରିଆସୁଛି ଏବଂ ଯୁବପିଢ଼ିଙ୍କୁ ଗୁରୁତ୍ୱ ଦେଇଆସୁଛି ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡ. ଲକ୍ଷ୍ମୀନାରାୟଣ ସାହୁ, ସହକାରୀ ପ୍ରଫେସର ରାଜବାଳା ତ୍ରିପାଠୀ, ବ୍ରହ୍ମପୁର ସଂସ୍କରଣ ଡେସ୍କ ମୁଖ୍ୟ ସରୋଜ ପଟ୍ଟନାୟକ ଉପସ୍ଥିତ ଥିଲେ। ଶେଷରେ ସହସମ୍ପାଦକ ସନ୍ତୋଷ ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ପ୍ରସାରଣ ବିଭାଗର ପରିଚାଳକ ମଳୟ କୁମାର ସାହୁ, ଜିଲା ପ୍ରତିନିଧି ସନ୍ତୋଷ କୁମାର ପାଢ଼ୀ, ବ୍ରହ୍ମପୁର ଖବରଦାତା ସ୍ମୃତିରଞ୍ଜନ ମହାଲିକ, ବରିଷ୍ଠ ଖବରଦାତା ସୁବାସ ଚନ୍ଦ୍ର ପାଢ଼ୀ, ଗଞ୍ଜାମ ବ୍ଲକ ଖବରଦାତା ବିଦ୍ୟାଧର ସାହୁ, ବ୍ରହ୍ମପୁର ଫଟୋ ସାମ୍ବାଦିକ ସମୀର ରଥ, ଖବରକାଗଜ ବିତରକ କେ.ରମେଶ ପ୍ରମୁଖ ଉପସ୍ଥିତ ହୋଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ପ୍ରତିଯୋଗିତାରେ ଶେଖ୍‌ ମୁର୍ସିଦ ଅହମ୍ମଦ ପ୍ରଥମ, କ୍ଷଣପ୍ରଭା ପଣ୍ଡା ଦ୍ୱିତୀୟ ଏବଂ ବଦ୍ରିନାଥ ମିଶ୍ର ତୃତୀୟ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri