Odisha Elections 2024

ପାଣି ଅଭାବ, ଚାଷ କାର୍ଯ୍ୟ ବାଧାପ୍ରାପ୍ତ

କାଏମା,୨୩ା୭(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ବଡ଼କାଏମା ପଞ୍ଚାୟତରେ ପାଣି ଅଭାବ ଯୋଗୁ ଚାଷକାର୍ଯ୍ୟା ବାଧାପ୍ରାପ୍ତ ହୋଇଛି। ବ୍ଲକ ଅଞ୍ଚଳରେ ଅନେକ ଚାଷ ଜମି ପଡ଼ିଆ ପଡ଼ିଥିବା ଚିତ୍ର ସାମ୍ନାକୁ ଆସିଛି। ଅଞ୍ଚଳରେ ଲଗାଣ ବର୍ଷା କୌଣସି ଦିନ ହୋଇନାହିଁ। ଲଘୁଚାପଜନିତ ବର୍ଷାରେ ଖାଲୁଆ ଜମିରେ ପାଣି ରହିବାରୁ କିଛି ଚାଷୀ କାର୍ଯ୍ୟ ଆରମ୍ଭ କରିଛନ୍ତି। କିନ୍ତୁ ଯେଉଁମାନେ ଧାନ ତଳି ପକାଇଥିଲେ ପାଣି ଅଭାବରୁ ସେଗୁଡିକ ଜଳିଯିବାକୁ ବସିଲାଣି। ବଡ଼ କାଏମା ପଞ୍ଚାୟତ ଅରଖପଦା କିଛିଚାଷୀ ବର୍ଷାକୁ ଅପେକ୍ଷା ନ କରି ମୋଟର ସହାୟତାରେ ପାଣି ମଡ଼ାଇ ଧାନ ତଳି ପକାଇଛନ୍ତି। ଏଥିପାଇଁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ଚାଷ କାମରେ ବିଳମ୍ବ ସହ ଗଜା ମରୁଡ଼ି ଏଡାଇବା ଲାଗି ଏଭଳି ବିକଳ୍ପ ପନ୍ଥା ଆପଣାଇଥିବା ଚାଷୀ ଚିତ୍ତରଞ୍ଜନ ସାହୁ, ପ୍ରଶାନ୍ତ କୁମାର ବିଶ୍ବାଳ କହିଛନ୍ତି। ବ୍ଲକରେ ଚାଷଜମିଗୁଡ଼ିକ କେନାଲ ଦ୍ୱାରା ଜଳ ସେଚିତ ହୋଇଥାଏ। ଜଳ ସମ୍ପଦ ବିଭାଗ ପକ୍ଷରୁ କେନାଲକୁ କେବଳ ସଫା କରି ରଖାଯାଇଛି। କିନ୍ତୁ କେନାଲରେ ପାଣି ଏବେ ଯାଏ ଆସିନାହିଁ। ଫଳରେ କେନାଲ ପାଣି ଉପରେ ନିର୍ଭର କରୁଥିବା ଚାଷୀ ଏବେ ନିରାଶ ହୋଇଛନ୍ତି। ଏ ସମ୍ପର୍କରେ ଜଳ ସମ୍ପଦ ବିଭାଗ ଅଧିକାରୀ ଚକ୍ରଧର ଜେନା କହିଛନ୍ତି, ଆସନ୍ତା ୨୫ ତାରିଖରେ କେନାଲରେ ପାଣି ଛଡ଼ାଯିବ। କେନାଲ ବନ୍ଧ ମରାମତି କାର୍ଯ୍ୟ ଚାଲୁଥିବାରୁ ଏବେ ଯାଏ ପାଣି ଛଡ଼ା ଯାଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟାରେ ପ୍ରଧାନମନ୍ତ୍ରୀ କ୍ଷମା ମାଗନ୍ତୁ

ପୁରୀ,୨୨ା୫(ଅଜିତ୍‌ କୁମାର ମହାନ୍ତି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୋମବାର ପୁରୀରେ ରୋଡ୍‌ ଶୋ’ ପରେ ଭାଜପାର ରାଷ୍ଟ୍ରୀୟ ମୁଖପାତ୍ର ତଥା ପୁରୀ ଲୋକ ସଭା ଆସନରେ...

ଖୋର୍ଦ୍ଧା ଜିଲାରେ ନିର୍ବାଚନ ପ୍ରସ୍ତୁତି: ଭୁବନେଶ୍ୱର ମଧ୍ୟରେ ବୁଥ୍‌ ପରିଚାଳନା କରିବେ ମହିଳା

ଖୋର୍ଦ୍ଧା(ପ୍ରଭାତ ପାଣିଗ୍ରାହୀ),୨୧।୫ : ରାଜ୍ୟରେ ୩ୟ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲାର ସମସ୍ତ ଆଠଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୫ ତାରିଖରେ ମତଦାନ ହେବ ।...

୨୩ରେ ଧାମନଗର ଆସିବେ ଜେପି ନଡ୍ଡା

ଧାମନଗର,୨୧।୫ (ସନ୍ତୋଷ କୁମାର ମହାପାତ୍ର): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା ୨୩ ତାରିଖରେ ଭଦ୍ରକ ଜିଲା ଧାମନଗର ଆସିବେ। ଏହି ବିଧାନସଭା ଆସନ...

ପୋଖରୀରେ ବୁଡ଼ି ଚାଲିଗଲା ୨ ସମ୍ପର୍କୀୟ ଭଉଣୀଙ୍କ ଜୀବନ

ବିଞ୍ଝାରପୁର,୨୧ା୫(ରାମକୃଷ୍ଣ ଦାସ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅଧୀନ କପିଳା ପଞ୍ଚାୟତ ରଁାସ-ଗୁହାଳି ଗ୍ରାମରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଗାଁ ପୋଖରୀରେ...

କେନ୍ଦୁଝରରେ ଅମିତ ଶାହା ଦେଲେ ବଡ଼ ବୟାନ 

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କେନ୍ଦୁଝର ଜିଲା ଗସ୍ତରେ ଆସି ଭାଜପା ଲୋକ ସଭା ପ୍ରାର୍ଥୀ ଅନନ୍ତ ନାୟକ...

ଷ୍ଟ୍ରଙ୍ଗରୁମ୍‌ରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ

ବାଲିଗୁଡ଼ା,୨୧।୫:(ସଞ୍ଜୟ କୁମାର ପାଣିଗ୍ରାହୀ): ଦେଶର ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଏବଂ ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ମେ’ ୨୦ ତାରିଖରେ ଶେଷ ହୋଇଛି। ଏହି...

କାଜୁର ଅମଳ ବେଳକୁ ଅଭାବୀ ବିକ୍ରି: ଚିନ୍ତାରେ ଚାଷୀ

ଭବାନୀପାଟଣା,୨୧ା୫ (ଉତ୍ତମ କୁମାର ଦାଶ)- କାଳବୈଶାଖୀ ପ୍ରଭାବରେ ଝଡ଼ିଗଲା କାଜୁ ବଉଳ। ଆଉ ଯାହା କିଛି ରହିଥିଲା ଅମଳ ବେଳକୁ ଏବେ ଅଭାବୀ ବିକ୍ରି ଚାଷୀକୁ...

ଓଡ଼ିଶାରେ ପ୍ରଥମ ଥର ପାଇଁ ଶାହା କହିଦେଲେ ଏମିତି କଥା, ବିରୋଧୀ ଛାନିଆ

ନୟାଗଡ,୨୧।୫: ସମ୍ବଲପୁରରେ ପ୍ରଚାର ପରେ ଢେଙ୍କାନାଳ ପରଜଙ୍ଗରେ ପହଞ୍ଚିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। । ବିରାଟ ଜନସଭାକୁ ସମ୍ବୋଧିତ କରି ସେ ପୁଣି ବିଜେଡି ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri