କେନାଲ ଲୋକାର୍ପିତକୁ ବର୍ଷେ ହେଲାଣି: ପାଣି ଆସିନି

କେନ୍ଦ୍ରାପଡ଼ା, ୧୭ା୭ (ଜଗନ୍ନାଥ ଧଳ): ମହାନଦୀ-ଚିତ୍ରୋପତ୍ଳା ଦ୍ୱୀପାଞ୍ଚଳ ଜଳସେଚନ ପ୍ରକଳ୍ପ ୨୦୨୨ ମେ’ ୧୮ ରେ ଉଦ୍‌ଘାଟନ ହୋଇଥିଲା। ଗରଦପୁର ବ୍ଲକ କଳାବୋଦାଠାରେ ଆୟୋଜିତ ଉତ୍ସବ ତତ୍କାଳୀନ ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇ ଏହି କେନାଲରେ ଖରିଫ ଚାଷ ପାଇଁ ପାଣି ଯୋଗାଇ ଦିଆଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ପାଟକୁରା ବିଧାୟିକାଙ୍କ ଉପସ୍ଥିତିରେ ଏହି ଉଦ୍‌ଘାଟନ ଉତ୍ସବ ହୋଇଥିବା ବେଳେ ଚାଷ ପାଇଁ ଜଳସେଚନ ସମସ୍ୟା ତୁଟିଥିବାରୁ ରାଜ୍ୟ ସରକାରଙ୍କ ଉଦ୍ୟମକୁ ସ୍ଥାନୀୟ ଚାଷୀ ପ୍ରଶଂସା କରିଥିଲେ। ତେବେ ଲୋକାର୍ପିତକୁ ବର୍ଷେ ହୋଇଥିଲେ ମଧ୍ୟ ଅଦ୍ୟାବଧି ଏହି କେନାଲକୁ ପାଣି ଟୋପାଏ ଆସିନାହିଁ। ସ୍ଥାନୀୟ ଅଞ୍ଚଳର ୬,୪୦୪ ହେକ୍ଟର ଚାଷଜମି ପାଇଁ ବର୍ଷା ଏକମାତ୍ର ଭରସା ହୋଇଛି। ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ନ ଥିଲେ ମଧ୍ୟ ମନ୍ତ୍ରୀ ଦାସଙ୍କର ଏହି ତରବରିଆ ଉଦ୍‌ଘାଟନ ଏବେ ଆଲୋଚନାର ବିଷୟ ହୋଇଛି।
ଏ ସମ୍ପର୍କରେ କୃଷକ ନେତା ବିଧୁଭୂଷଣ ମହାପାତ୍ର, ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ଚାଷୀ ରଞ୍ଜନ ରାଉତ, ସୁବାସ ରାଉତ, ଅମ୍ବିକା କାନୁନ୍‌ଗୋ, ସୁଶୀଲ ସାହୁ ପ୍ରମୁଖ କହିଛନ୍ତି, ଚଳିତ ବର୍ଷ ଖରିଫ ଚାଷ ପାଇଁ ଶନିବାରଠାରୁ ଜିଲାର ସମସ୍ତ କେନାଲରେ ପାଣି ଛଡ଼ାଯାଇଛି। ତେବେ ଏହି ଜଳସେଚନ ପ୍ରକଳ୍ପ ଅଧୀନ କେନାଲକୁ ଅଦ୍ୟାବଧି ପାଣି ଆସିନାହିଁ। ଫଳରେ ପାଣି ପାଇଁ ଚାହିଁଥିବା ଚାଷୀମାନଙ୍କୁ ଶେଷରେ ଭକୁଆ ହେବା ସାର ହୋଇଛି। ଏହି ପ୍ରକଳ୍ପ ଦ୍ୱାରା ଉପକୃତ ହେବାକୁ ଥିବା ଦ୍ୱୀପାଞ୍ଚଳର ୧୫,୩୪୨ହେକ୍ଟର ଚାଷ ଜମି ମଧ୍ୟରୁ ୨୦୦୪ ସୁଦ୍ଧା କଟକ ଜିଲାର ନିଶ୍ଚିନ୍ତକୋଇଲି ବ୍ଲକ ଓ ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକର ୮,୯୩୭ ହେକ୍ଟର ଜମିକୁ କେନାଲ ମାଧ୍ୟମରେ ଜଳ ଯୋଗାଇ ଦିଆଯାଇଛି। ଏବେ ଖୋଳା ଯାଇଥିବା ୧୨କିମି ଦୀର୍ଘ ଚିତ୍ରୋପତ୍ଳା ଦକ୍ଷିଣ ଓ ୧୦ କିମି ଦୀର୍ଘ ପାଇକା ବାମ ପାର୍ଶ୍ୱ କେନାଲ ସହ ପ୍ରାୟ ୫୦ କିମିର ୪୫ଟି ମାଇନର ଓ ସବ୍‌ମାଇନର କେନାଲ ଦ୍ୱାରା କେନ୍ଦ୍ରାପଡ଼ା ଜିଲାର ଗରଦପୁର ଓ ମାର୍ଶାଘାଇ ବ୍ଲକର ଅବଶିଷ୍ଟ ୬,୪୦୪ହେକ୍ଟର ଜମି ଚଳିତ ଖରିଫ ଋତୁଠାରୁ ଜଳସେଚିତ ହୋଇପାରିବ ବୋଲି ଉଦ୍‌ଘାଟନ ଉତ୍ସବରେ ମନ୍ତ୍ରୀ ଦାସ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ସେହି ସମୟରେ କେନାଲ ଖୋଳା ଅଧାପନ୍ତରିଆ ହୋଇ ପଡ଼ିଥିବାବେଳେ ମନ୍ତ୍ରୀଙ୍କ ଲୋକାର୍ପଣ ଓ ଚଳିତ ଖରିଫ ଋତୁରେ ଜଳ ଯୋଗାଣ ଦମ୍ଭୋକ୍ତି ଏହି ସମାରୋହରେ ଗୁଞ୍ଜରଣ ସୃଷ୍ଟି କରିଥିଲା। ଅଦ୍ୟାବଧି ଏହି କେନାଲରେ ପାଣି ନ ଆସିବାରୁ ମନ୍ତ୍ରୀଙ୍କ ତରବରିଆ ଉଦ୍‌ଘାଟନର କାରଣ ଖୋଜାଚାଲିଛି ବୋଲି ସେମାନେ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ଏହି କେନାଲ ଦ୍ୱାରା ମହାନଦୀ-ଚିତ୍ରୋପତ୍ଳା ଦ୍ୱୀପାଞ୍ଚଳର ୧୯,୫୪୨ ହେକ୍ଟର ଚାଷଜମି ଜଳସେଚିତ ହେବ। ଏହା ଦ୍ୱୀପାଞ୍ଚଳର କୃଷି ଓ କୃଷକଙ୍କୁ ସମୃଦ୍ଧ କରିବ। ଏପରି ସ୍ବପ୍ନ ନେଇ ୨୩ ବର୍ଷ ପୂର୍ବେ ଜିଲାର ଗରଦପୁର, ମାର୍ଶାଘାଇ ଓ ମହାକାଳପଡ଼ା ବ୍ଲକ ସମେତ ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକର ୩ ଶହରୁ ଊର୍ଦ୍ଧ୍ୱ ଗ୍ରାମର ଚାଷୀଙ୍କ ପାଇଁ ମହାନଦୀ-ଚିତ୍ରୋପତ୍ଳା ଦ୍ୱୀପାଞ୍ଚଳ ଜଳସେଚନ ପ୍ରକଳ୍ପ ରାଜ୍ୟ ସରକାର ଆରମ୍ଭ କରିଥିଲେ। ଏଥିପାଇଁ ପ୍ରକଳ୍ପର ବ୍ୟୟ ବରାଦ ୧୯୮୯ରେ ମାତ୍ର ୩୯.୯୪ କୋଟି ଟଙ୍କା ହୋଇଥିବା ବେଳେ ୨୦୧୨ରେ ୩୯୫.୪୬ କୋଟି ଟଙ୍କାରେ ପହଞ୍ଚତ୍ଥିଲା। ଲୋକଙ୍କ ଦାବି ଅନୁଯାୟୀ ଏଡିବି ସହାୟତାରେ ଏହି ପ୍ରକଳ୍ପ କାର୍ଯ୍ୟ ୨୦୧୬-୧୭ ଆର୍ଥିକ ବର୍ଷରେ ପୁନର୍ବାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ପାଇକା ନଦୀର ବାମ ପାର୍ଶ୍ୱରେ ଥିବା ଯଦୁପୁର ପର୍ଯ୍ୟନ୍ତ ହେବାକୁ ଥିବା ଏହି ମୁଖ୍ୟ କେନାଲ ଏବେ ବଟିରା ପାଖରେ ଅଟକି ରହିଛି। ସେହିପରି ଚିତ୍ରୋତ୍ପଳା ନଦୀର ଦକ୍ଷିଣ ପାର୍ଶ୍ୱରେ ଆସିଥିବା ମୁଖ୍ୟ କେନାଲ ଗରଜଙ୍ଗା ପର୍ଯ୍ୟନ୍ତ ଯିବାକୁ ଥିବା ବେଳେ ଉଦ୍‌ଘାଟନ ପୂର୍ବରୁ ନଇନ୍ଦିପୁର ପାଖରେ ଅଟକି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘର ଉପରେ ପଡ଼ିଲା ବିଶାଳକାୟ ଗଛ

ଲେଫ୍ରିପଡ଼ା,୩ା୬(ଦେଶରଞ୍ଜନ ପଟେଲ): ସୁନ୍ଦରଗଡ଼ ଜିଲା ଲେଫ୍ରିପଡ଼ା ବ୍ଲକ ଅଞ୍ଚଳରେ ରବିବାର ସନ୍ଧ୍ୟାରେ କାଳବୈଶାଖୀର ତାଣ୍ଡବ ଯୋଗୁ ବ୍ୟାପକ ମାତ୍ରାରେ ଧନହାନି ହୋଇଛି। ସରପଗଡ଼ ପଞ୍ଚାୟତର କନିଆଘାଟି...

ପୁରୀ ବାଣ ବିସ୍ଫୋରଣ: ମୃତ୍ୟୁସଂଖ୍ୟା ୧୪କୁ ବୃଦ୍ଧି

କଟକ, ୩।୬(ଶିଳ୍ପା ପ୍ରିୟଦର୍ଶିନୀ/ଅଜିତ୍‌ କୁମାର ମହାନ୍ତି): ପୁରୀ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ରବିବାର ଆଉ ୪ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।...

ଚିଲିକା ଉପକୂଳରେ ନିଶା ଔଷଧ ଦେଇ ପକ୍ଷୀ ଶିକାର

କଣାସ,୩ା୬(ବିଭୂତି ଭୂଷଣ ତ୍ରିପାଠୀ): କଣାସ ବ୍ଲକର ଶେଷ ସୀମା ଚିଲିକା ଦୟାନଦୀର ମୁହାଁଣଠାରୁ ମକରାନଦୀ ମୁହାଁଣ ଦେଇ ଭୁଷଣ୍ଡପୁର ପର୍ଯ୍ୟନ୍ତ ଚିଲିକା ଉପକୂଳରେ ଦେଶୀ ଓ...

ଆଳି ସଂସିଧାରେ ନିର୍ବାଚନ ପରବର୍ତ୍ତୀ ହିଂସା

ଆଳି,୩ା୬(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ଅଞ୍ଚଳରେ ଗତ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଶେଷ ହୋଇଥିଲା। ହେଲେ ରବିବାର ଆଳି ଥାନା ଅନ୍ତର୍ଗତ ସଂସିଧା...

ଜଗତ୍‌ସିଂହପୁରରେ ପଲିଥିନ ବ୍ୟାନ୍‌ ପ୍ରହସନ

ଜଗତ୍‌ସିଂହପୁର,୩ା୬ (ପ୍ରମୋଦ କୁମାର ନାୟକ): ୨୦୧୯  ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ଓଡ଼ିଶା ସରକାର ପଲିଥିନ ବିକ୍ରି ଓ ବ୍ୟବହାର ଉପରେ ଅଙ୍କୁଶ ଲଗାଇଥିଲେ।...

ପୁଅର କାତି ଚୋଟରେ ମା’ ଗୁରୁତର

ଦିଗପହଣ୍ଡି,୨ା୬(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସାହାଣୀ ସାହିରେ ରବିବାର ପାରିବାରିକ ହିଂସାରୁ ପୁଅର କାତି ଚୋଟରେ ମା’ ଗୁରୁତର ହୋଇଛନ୍ତି। ଗୁରୁତର ଆହତ ପଦ୍ମିନୀ ଦାସଙ୍କୁ...

ଶାଗୁଆନ କାଠ ପଟା ହେଉଥିଲା ଚାଲାଣ: ମାଡ଼ି ବସିଲା ବନ ବିଭାଗ

କୁଆଁରମୁଣ୍ଡା,୨ା୬(ମହେନ୍ଦ୍ର କୁମାର ସାହୁ): ରାଉରକେଲା ବନଖଣ୍ଡ ଅନ୍ତର୍ଗତ କୁଆଁରମୁଣ୍ଡା ବନ ରେଞ୍ଜ ଅଞ୍ଚଳର ବିର୍ଡା ସେକ୍ସନରୁ ଚୋରା ଶାଗୁଆନ ଓ ଶାଳ କାଠ ପଟା ଚାଲାଣ...

ତାଣ୍ଡବ ରଚିଲା କାଳବୈଶାଖୀ: ଉପୁଡିଲା ବିଦ୍ୟୁତ୍‌ ଖୁଣ୍ଟ, ବଡ଼ ଗଛ ଧରାଶାୟୀ

କୋକସରା,୨ା୬ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):କଳାହାଣ୍ଡି ଜିଲା କୋକସରା ବ୍ଲକ ଅଞ୍ଚଳରେ ରବିବାର ତାଣ୍ଡବ ରଚିଛି କାଳବୈଶାଖୀ। ଅପରାହ୍ନରେ ପ୍ରବଳ ପବନ ସହ ବର୍ଷା ଯୋଗୁ ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri