Posted inଜାତୀୟ

ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଛନ୍ତି ସୀମା ହେଦର

ନୂଆଦିଲ୍ଲୀ,୧୭।୭: ପାକିସ୍ତାନ ଛାଡି ଭାରତ ପଳାଇଆସିଥିବା ସୀମା ଗୁଲାମ ହେଦର ଏବଂ ତାଙ୍କ ସ୍ବାମୀ ସଚିନଙ୍କୁ ଜାମିନ ମିଳିଛି। କିଛି ସର୍ତ୍ତରେ ତାଙ୍କୁ ଜେଲରୁ ମୁକ୍ତ କରାଯାଇଛି। କୋର୍ଟ କହିଛନ୍ତ, ଯଦି ସୀମାଙ୍କୁ ସହର ବାହାରେ କୌଣସି ସ୍ଥାନକୁ ଯିବାକୁ ପଡେ, ତେବେ ତାଙ୍କୁ ପୋଲିସକୁ ଜଣାଇବାକୁ ପଡିବ। ସେ କେବଳ ସଚିନଙ୍କ ଠିକଣାରେ ରହିବେ। ମୋକଦ୍ଦମା ଚାଲିଥିବା ପର୍ଯ୍ୟନ୍ତ ତାଙ୍କୁ କୌଣସି ସ୍ଥାନକୁ ଯିବାକୁ ପଡିବ ନାହିଁ। ଅନ୍ୟପକ୍ଷରେ ପାକିସ୍ତାନ ସୀମାଙ୍କ ସ୍ବାମୀ ଗୁଲାମ ସୀମା ଗୁଲାମ ହେଦର ସୋସିଆଲ ମିଡିଆ ମାଧ୍ୟମରେ ଭାରତ ସରକାରଙ୍କୁ ତାଙ୍କ ସ୍ତ୍ରୀଙ୍କୁ ପାକିସ୍ତାନ ପଠାଇବାକୁ ନିବେଦନ କରୁଛନ୍ତି।
ଏକ ସ୍ବତନ୍ତ୍ର ସାକ୍ଷାତକାରରେ ସୀମା କହିଛନ୍ତି, ସେ ବାଗେଶ୍ୱର ଧାମର ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ପସନ୍ଦ କରନ୍ତି। ସେ କହିଛନ୍ତି, ମୁଁ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ପସନ୍ଦ କରେ। ତାଙ୍କ ହସ ମୋତେ ବହୁତ୍‌ ପସନ୍ଦ। ତାଙ୍କ ଈଶ୍ୱରୀୟ ଧାମକୁ ଯିବାକୁ ମୋର ଇଚ୍ଛା। କିନ୍ତୁ କୋର୍ଟଙ୍କ ନିର୍ଦ୍ଦେଶ ହେତୁ ମୁଁ କୌଣସି ସ୍ଥାନକୁ ଯାଇପାରିବି ନାହିଁ। କୋର୍ଟଙ୍କ ନିଷ୍ପତ୍ତି ମୋ ସପକ୍ଷରେ ଆସିବ। ମୁଁ କେବଳ ଭାରତରେ ରହିବି, ଏଠାରେ ମୋତେ ବଞ୍ଚିବାକୁ ପଡିବ।
ସୂଚନାଯୋଗ୍ୟ, ସୀମା ଗୁଲାମ ହେଦର ଅନ୍‌ଲାଇନ୍‌ ପବ୍‌ଜି ଖେଳି ନୋଏଡାର ସଚିନ ମିଣାଙ୍କ ପ୍ରେମରେ ପଡ଼ିବା ପରେ ପାକିସ୍ତାନ ଛାଡ଼ି ଭାରତ ଚାଲିଆସିଥିଲେ। ନିଜ ୪ ପିଲାଙ୍କ ସହ ନେପାଳ ଦେଇ ଭାରତ ଆସିଥିବା ସୀମା ପୁଣିଥରେ ପାକିସ୍ତାନ ନ ଫେରନ୍ତୁ ବୋଲି ତାଙ୍କ ସମ୍ପର୍କୀୟ କହିଛନ୍ତି। ସେମାନଙ୍କ ମତରେ ସୀମା ଏବେ ଅନ୍ୟ ସମ୍ପ୍ରଦାୟର ହୋଇଗଲେଣି। ସେଥିପାଇଁ ତାଙ୍କୁ ପୁଣିଥରେ ଗ୍ରହଣ କରାଯାଇ ପାରିବ ନାହିଁ। ଭାରତରେ ବେଆଇନ ପ୍ରବେଶ ନେଇ ସୀମାଙ୍କୁ ଜୁଲାଇ ୪ରେ ଗିରଫ କରାଯାଇଥିଲା। ଜାମିନରେ ଆସିବା ପରେ ସେ ପାକିସ୍ତାନ ଯିବାକୁ ଏବେ ଅରାଜି। ସେଠାକୁ ଗଲେ ତାଙ୍କୁ ମୃତ୍ୟୁ ଭୟ ଥିବା ସୀମା କହିଛନ୍ତି।
ସୀମାଙ୍କ ପୂର୍ବତନ ସ୍ବାମୀ ଗୁଲାମ ହେଦର ସାଉଦି ଆରବରେ ଚାକିରି କରୁଥିବାବେଳେ ସୀମା ତାଙ୍କ ପିଲାଙ୍କ ସହ ଏକୁଟିଆ ଗୁଲିସ୍ତାନ-ଇ-ଜୈହାରସ୍ଥିତ ଘରେ ରହୁଥିଲେ। ୨୦୧୯ରୁ ସୀମା ସଚିନଙ୍କ ପ୍ରେମରେ ପଡ଼ିଥିବା କୁହାଯାଉଛି। ଗୁଲାମ ପୁଣିଥରେ ସୀମାଙ୍କୁ ଆପଣାଇବାକୁ ପ୍ରସ୍ତୁତ ଥିବା ଏକ ଭିଡିଓ ଶେୟାର କରି କହିଛନ୍ତି। ୧୦ ବର୍ଷ ପୂର୍ବେ ସୀମା ଓ ଗୁଲାମ ପ୍ରେମ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ: ଦେଲେ ଗୁରୁଦାୟିତ୍ୱ, ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri