Posted inଖେଳ

ଆୟୁଷଙ୍କୁ ତ୍ରିମୁକୁଟ, ଶ୍ରୁତିଙ୍କୁ ଦ୍ୱିମୁକୁଟ

ବଲାଙ୍ଗୀର,୧୭ା୭ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ପୃଥ୍ବୀରାଜ ହାଇସ୍କୁଲ ବ୍ୟାଡ୍‌ମିଣ୍ଟନ ଇନ୍‌ଡୋର ଷ୍ଟାଡିୟମରେ ଓଡିଶା ରାଜ୍ୟ ସିନୟର ର଼୍ୟାଙ୍କିଙ୍ଗ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଛି। ଫାଇନାଲରେ ଆୟୁଷ ଦାସ ପୁରୁଷ ସିଙ୍ଗଲ୍ସ, ଡବଲ୍ସ ଓ ମିକ୍ସଡ ଡବଲ୍ସ ମ୍ୟାଚ୍‌ ଜିତି ତ୍ରିମୁକୁଟ ହାସଲ କରିଛନ୍ତି। ମହିଳା ବିଭାଗରେ ଶ୍ରୁତି ସ୍ବାଇଁ ସିଙ୍ଗଲ୍ସ ଓ ଡବଲ୍ସ ଫାଇନାଲ ମ୍ୟାଚ୍‌ ଜିତି ଦ୍ୱିମୁକୁଟ ଅର୍ଜନ କରିଛନ୍ତି ା ସେହିପରି ଅନୁଜା-ଶ୍ରୁତି ଯୋଡି ମହିଳା ଡବଲ୍ସ ବର୍ଗ, ଆୟୁଷ-ଅବିନାଶ ଯୋଡି ପୁରୁଷ ଡବଲ୍ସ ବର୍ଗ, ଆୟୁଷ-ପୂର୍ବା ପ୍ରତ୍ୟାଶା ଯୋଡି ମିକ୍ସଡ ଡବଲ୍ସ ବର୍ଗରେ ଫାଇନାଲ ଜିତି ଟାଇଟଲ କବ୍‌ଜା କରିଛନ୍ତି ା
ରବିବାର ସମସ୍ତ ବର୍ଗର ସେମିଫାଇନାଲ ଓ ଫାଇନାଲକୁ ନେଇ ସମୁଦାୟ ୧୫ଟି ମ୍ୟାଚ ଖେଳାଯାଇଥିଲା। ପୁରୁଷ ସିଙ୍ଗଲ୍ସ ବିଭାଗ ସେମିଫାଇନାଲରେ ଆର୍ଯ୍ୟ ଅମୀୟଙ୍କୁ ଏବଂ ଆୟୁଷ ସ୍ବାଧୀନଙ୍କୁ ହରାଇ ଫାଇନାଲକୁ ଉନ୍ନୀତ ହୋଇଥିଲେ। ଫାଇନାଲ୍‌ରେ ଆୟୁଷ ଉଚ୍ଚକୋଟିର ଖେଳ ପ୍ରଦର୍ଶନ କରି ଟାଇଟଲ ଫେଭରିଟ୍‌ ଆର୍ଯ୍ୟଙ୍କୁ ହରାଇ ପୁରୁଷ ସିଙ୍ଗଲ୍ସ ଚାମ୍ପିୟନ ହୋଇଥିଲେ। ପୁରୁଷ ଡବଲ୍ସ ବିଭାଗରେ ଅମୀୟ-ଅନିର୍ବାଣ ଓ ଆୟୁଷ-ଅବିନାଶଙ୍କ ଯୋଡି ମଧ୍ୟରେ ଫାଇନାଲ ଖେଳା ଯାଇଥିଲା ା ରୋମାଞ୍ଚକର ଫାଇନାଲରେ ଆୟୁଷ- ଅବିନାଶଙ୍କ ଯୋଡି ବାଜି ମାରିଥିଲେ। ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ହର୍ଷିତା ଇଶାନୀଙ୍କୁ ଓ ଶ୍ରୁତି ଶିରିନଙ୍କୁ ହରାଇ ଫାଇନାଲରେ ପଦାର୍ପଣ କରିଥିଲେ। ଫାଇନାଲରେ ଶ୍ରୁତି ବିଜୟ ଲାଭ କରିଥିଲେ ା
ମହିଳା ଡବଲ୍ସ ୍‌ଫାଇନାଲରେ ଅନୁଜା-ଶ୍ରୁତି ଓ ହର୍ଷିତା-ପୂର୍ବା ପ୍ରତ୍ୟାଶାଙ୍କ ଯୋଡି ପରସ୍ପରକୁ ଭେଟିଥିଲେ। ଶେଷରେ ଅନୁଜା-ଶ୍ରୁତିଙ୍କ ଯୋଡି ଚମତ୍କାର ଖେଳ ପ୍ରଦର୍ଶନ କରି ବିଜୟ ମୁକୁଟ ପିନ୍ଧିଥିଲେ ା ସେହିପରି ମିକ୍ସଡ ଡବଲ୍ସ ଫାଇନାଲ୍‌ରେ ଅଭିଜିତ-ହର୍ଷିତାଙ୍କ ଯୋଡିଙ୍କୁ ଆୟୁଷ-ପୂର୍ବା ପ୍ରତ୍ୟାଶା ଯୋଡି ହରାଇ ଚାମ୍ପିୟନ ହୋଇଥିଲେ।
ସାଙ୍ଗଠନିକ ସମ୍ପାଦକ ସୁରୁଲାଲ ମଟାରିଙ୍କ ସଂଯୋଜନାରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ମୁଖ୍ୟଅତିଥି ମିଶ୍ର ତାଙ୍କ ବକ୍ତବ୍ୟରେ ବଲାଙ୍ଗୀରରେ କ୍ରୀଡାର ଭିତ୍ତିଭୂମିର ବିକାଶ ଦିଗରେ ସ୍ବତନ୍ତ୍ର ଭାବେ ଧ୍ୟାନ ଦିଆଯାଉଛି। ପୃଥ୍ବୀରାଜ ହାଇସ୍କୁଲ ଇନ୍‌ଡୋର ଷ୍ଟାଡିୟମକୁ ରାଜ୍ୟର ସବୁଠୁ ଭଲ ବ୍ୟାଡ୍‌ମିଣ୍ଟନ ଇନ୍‌ଡୋର ବୋଲି ଖେଳାଳିମାନେ କହିବା ଗର୍ବର ବିଷୟ। ଆଗାମୀ ଦିନରେ ବଲାଙ୍ଗୀର କ୍ରୀଡା ହବ୍‌ ହେବ ବୋଲି କହିଥିଲେ। ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଜିଲା ବ୍ୟାଡ୍‌ମିଣ୍ଟନ ସଂଘ ସଭାପତି ଗୋପାଳ ପଣ୍ଡା, ଉପସଭାପତି ଘନଶ୍ୟାମ ମିଶ୍ର, ମ୍ୟାଚ କୋଅର୍ଡିନେଟର ଅନନ୍ତ ବେହେରା, ମାନସ ମହାନ୍ତି, ସୁରେନ୍ଦ୍ର ନେପାଲ, ଡେଭଲପମେଣ୍ଟ କମିଟି ଜିଲା ମୁଖ୍ୟ ଦେବାଶିଷ ମିଶ୍ର ମଞ୍ଚାସୀନ ଥିଲେ। ଫୁଡ ଇନଚାର୍ଜ ସୁଶାନ୍ତ ଚୋପଦାର, ବାସୁଦେବ ବେହେରା, ସୁଧୀର ପଣ୍ଡା, କବିଚନ୍ଦ୍ର ଠାକୁର, ଆଦିତ୍ୟ କେଜ୍ରିୱାଲ, ସୁଶାନ୍ତ ମହାନ୍ତି, ପ୍ରକାଶ ସାହୁ, ଚନ୍ଦନ ମିଶ୍ର, ଆକ୍ରମ ଦୁରାନି, ପୁଷ୍ପ ଭୂଷଣ ସୁତାର, ନନ୍ଦିନୀ ଲାଲ ବିଶେଷ ସହଯୋଗ କରିଥିଲେ। ଚିଫ୍‌ ରେଫରି ବିଜୟ ବାଗ, ପର୍ଯ୍ୟବେକ୍ଷକ ମନୋରଞ୍ଜନ ଦାସ, ସୁନୀଲ ବେହେରା, ହେମନ୍ତ ପ୍ରଧାନ, ଆଶିଷ ଉପାଧ୍ୟାୟ, ରାଜକିଶୋର ଶତପଥୀ ଓ ଚନ୍ଦ୍ରଶେଖର ମିଶ୍ର ସମସ୍ତ ମ୍ୟାଚ ପରିଚାଳନା କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri