ଭୁଶୁଡ଼ି ପଡ଼ିଲା ପାନୀୟଜଳ ପ୍ରକଳ୍ପ

ପରଜଙ୍ଗ, ୪।୮(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ନୂଅଁାକୁଆଳୋ ଗ୍ରାମରେ ଗତ ଫେବୃୟାରୀରେ ଲୋକାର୍ପିତ ହୋଇଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଡିପ୍‌ଓ୍ବେଲ ଶନିବାର ଭୁଶୁଡ଼ି ପଡ଼ିଛି। ଏଥିରେ ୧୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି। ନିମ୍ନମାନର କାମ ଯୋଗୁ ୬୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପ୍ରକଳ୍ପ ୬ମାସ ତିଷ୍ଠିଲାନି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅନ୍ୟପଟେ ପ୍ରକଳ୍ପ ନଷ୍ଟ ହୋଇଯିବା ପରେ ଏବେ ୩୦୦ରୁ ଊର୍ଦ୍ଧ୍ୱ ପରିବାରକୁ ଘାରିଛି ପାନୀୟ ଜଳ ଚିନ୍ତା।
ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ‘ବସୁଧା’ ଯୋଜନାରେ ଉକ୍ତ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଏଥିରେ ପ୍ରାୟ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଅନୁଦାନ ଟଙ୍କାରେ ଓଭରହେଡ୍‌ ପାଣିଟାଙ୍କି, ଡିପ୍‌ ଓ୍ବେଲ୍‌, ପାଇପ ବିଛାଇବା କାର୍ଯ୍ୟ କରାଯାଇଥିଲା। କେବଳ ଡିପ୍‌ ଓ୍ବେଲ, ଏହାର ସୁରକ୍ଷା ପାଚେରି, ମୋଟର ସଂଯୋଗ ବ୍ୟବସ୍ଥା, ଘୋଡ଼ଣି, ବିଦ୍ୟୁତୀକରଣ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ହୋଇଥିଲା। କାର୍ଯ୍ୟକ୍ଷମ ହେବାପରେ ଅଞ୍ଚଳ ୩୦୦ରୁ ଊର୍ଦ୍ଧ୍ୱ ପରିବାର ଏହି ପ୍ରକଳ୍ପରୁ ଉପକୃତ ହେଉଥିଲେ। ହେଲେ ଶନିବାର ପୂର୍ବାହ୍ନରେ ହଠାତ୍‌ ଡିପ୍‌ଓ୍ବେଲ ଭୁଶୁଡ଼ି ପଡ଼ିଛି। କୂଅ ଭିତରେ ସମସ୍ତ ସାମଗ୍ରୀ ପୋତି ହୋଇଯାଇଛି। ସୁରକ୍ଷା ପାଚେରି ମଧ୍ୟ ଭାଙ୍ଗିଯାଇଛି।
ଅଞ୍ଚଳବାସୀଙ୍କ କହିବା କଥା, ଗ୍ରାମାଞ୍ଚଳର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ରାଜ୍ୟ ସରକାର ‘ବସୁଧା’ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ହେଲେ ଟେଣ୍ଡର ପାଉଥିବା ଠିକାଦାରମାନେ ଏହାକୁ ଖାମଖିଆଲ ଭାବେ ନେଉଛନ୍ତି। ସେମାନେ ନିଜେ କାମ ନ କରି ପେଟି କଣ୍ଟ୍ରାକ୍ଟରଙ୍କୁ ନିୟୋଜିତ କରୁଛନ୍ତି। ଅଧିକାରୀମାନେ ମଧ୍ୟ କାମ ଠିକ୍‌ ଭାବେ ତଦାରଖ କରୁନାହାନ୍ତି। ଫଳରେ ନିମ୍ନମାନର କାର୍ଯ୍ୟ କରାଯାଉଛି। କାମ ସମୟରେ କୂଅରେ ଫାଟ ସୃଷ୍ଟି ହୋଇଥିଲା। ଏ ନେଇ ବିଭାଗୀୟ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରି ନ ଥିଲେ। ଠିକାଦାର ମନଇଚ୍ଛା କାମ କଲେ। ତେଣୁ ଏପରି ଦୁର୍ଘଟଣା ଘଟିଲା। ବର୍ଷାଦିନେ ପ୍ରକଳ୍ପ ଅଚଳ ହୋଇପଡ଼ିବା ସମସ୍ୟା ସୃଷ୍ଟି କରିବ। ବିଶୁଦ୍ଧ ପାଣି ମୁନ୍ଦାଏ ମିଳିବ ନାହିଁ। ଏଥିପାଇଁ ଉଭୟ ଅଧିକାରୀ ଏବଂ ଠିକାଦାର ଦାୟୀ। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପ୍ରକଳ୍ପକୁ ତୁରନ୍ତ ପୁନରୁଦ୍ଧାର କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ଏ ନେଇ ପରଜଙ୍ଗ ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ତ୍ରିଲୋଚନ ପ୍ରଧାନ କୁହନ୍ତି, କୂଅର ଗୋଟିଏ ପାର୍ଶ୍ୱ ଦବିଯିବାରୁ ପ୍ରକଳ୍ପ ଭୁଶୁଡ଼ି ପଡ଼ିଛି। ଠିକାଦାର ଅକ୍ଷୟ କୁମାର ମୁକୁଟଙ୍କୁ ପୁଣି ଥରେ ଏହି କାମ କରିବାକୁ ନିର୍ଦ୍ଦେଶ ଦିଆଯିବ। କୂଅ ଭୁଶୁଡ଼ି ପଡ଼ିଛି ଯେତେବେଳେ, ଲୋକମାନେ ନିମ୍ନମାନର କାମ ହୋଇଥିବା ଅଭିଯୋଗ କରିବେ। ଯଦି ନିମ୍ନମାନର କାମ ହୋଇଥାନ୍ତା ତେବେ ସଙ୍ଗେ ସଙ୍ଗେ ଭୁଶୁଡ଼ି ପଡ଼ିଥାନ୍ତା। ଏତେ ମାସ ରହି ନ ଥାନ୍ତା ବୋଲି ସେ କହିଛନ୍ତି। ତେବେ ଯନ୍ତ୍ରୀଙ୍କ ଏପରି ଯୁକ୍ତିକୁ ନାପସନ୍ଦ କରିଛନ୍ତି ଗ୍ରାମବାସୀ। ଏହା ଠିକାଦାରଙ୍କ ପ୍ରତି ଅଧିକାରୀଙ୍କ ଅହେତୁକ ଅନୁକମ୍ପା ବୋଲି ସେମାନେ କହିଛନ୍ତି। ଏଥିସହ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝି

ନୂଆପଡ଼ା,୩୦ା୪ (ମକାରୁ ବେମାଲ): ନୂଆପଡ଼ା ନିର୍ବାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ଘାସିରାମ ମାଝି ମଙ୍ଗଳବାର ଆରାଧ୍ୟ ଦେବତା କଣାଭୈରା ମନ୍ଦିରରେ ପୂଜାପାଠ...

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

ଲୋକଙ୍କ ସ୍ନେହ ଶ୍ରଦ୍ଧା ମୋ ପାଇଁଁ ଆଶୀର୍ବାଦ: ସଞ୍ଜୀବ

ଭଣ୍ଡାରିପୋଖରୀ,୩୦।୪(ରବିନାରାୟଣ ଖିଲାର): ଲୋକଙ୍କ ସ୍ନେହ, ଶ୍ରଦ୍ଧା ତାଙ୍କ ପାଇଁଁ ଆଶୀର୍ବାଦ ବୋଲି ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକ ରାମଚନ୍ଦ୍ରପୁର ପଞ୍ଚାୟତରେ ଅନୁଷ୍ଠିତ  ବିଜେଡି...

ପୋଲିସ-ମାଓବାଦୀ ଗୁଳି ବିନିମୟ: ଦୁଇ ମହିଳାଙ୍କ ସମେତ ୭ ମାଓବାଦୀ ମୃତ

ମାଲକାନଗିରି,୩୦।୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ ମହିଳାଙ୍କ ସହ ୭ ମାଓବାଦୀଙ୍କ ମୃତ୍ୟୁ...

ସାନଖେମୁଣ୍ଡି ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ରମେଶ ଜେନା

ଛତ୍ରପୁର,୩୦।୪(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କୁ କଂଗ୍ରେସ ପୁଣି ପ୍ରାର୍ଥୀ କରି ରିପିଟ୍‌ କରିଛି। ସାନଖେମୁଣ୍ଡି ବିଧାନସଭା ଆସନ ପାଇଁ...

ଖରାକୁ ଖାତିର ନ କରି ବାଇକ୍‌ରେ ବୁଲି ପ୍ରଚାର କଲେ ପ୍ରାର୍ଥୀ

କେସିଙ୍ଗା,୩୦।୪(ତୁମେଶ୍ୱର ସାହୁ):କେସିଙ୍ଗା,୩୦।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକ ଅଧୀନ ବୋରିଆ, ପର୍ଥଲା, କିକିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପ୍ରଚାର କରିଛନ୍ତି ବିଜେଡିର ଉଭୟ ପ୍ରାର୍ଥୀ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri