ଭାରତୀୟ ସୌର ପ୍ରକଳ୍ପ ଆମେରିକା ପାଇଁ ପାଲଟିଲା ଉଦାହରଣ…

ଓ୍ବାଶିଂଟନ,୬।୭ : ଭାରତୀୟ ସୌର ଶକ୍ତି ଶିଳ୍ପ ଆମେରିକା ପାଇଁ ଏକ ଉଦାହରଣ ପାଲଟିଛି। ଭାରତର ସଫଳତାକୁ ଦର୍ଶାଇ ଆମେରିକାର ବରିଷ୍ଠ ସାଂସଦମାନେ ବିଶ୍ୱ ବ୍ୟାଙ୍କ ସଭାପତି ଅଜୟ ବଙ୍ଗାଙ୍କୁ ଜଳବାୟୁ ପ୍ରକଳ୍ପରେ ପୁଞ୍ଜି ବିନିଯୋଗ ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି। ଆମେ ଦେଖି ଖୁସି ଆପଣ ଏହି ସମସ୍ୟାଗୁଡିକ ବିଷୟରେ ଅବଗତ ଅଛନ୍ତି ଏବଂ ଏହି ଚ୍ୟାଲେଞ୍ଜଗୁଡିକର ସମାଧାନ ପାଇଁ ବ୍ୟାଙ୍କ ତରଫରୁ ଏକ ସମନ୍ବିତ ତଥା ଦୃଢ଼ ପ୍ରତିକ୍ରିୟାକୁ ଅପେକ୍ଷା କରିଛୁ ବୋଲି ସାଂସଦମାନେ ବଙ୍ଗାଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠିରେ କଂଗ୍ରେସ କର୍ମୀ ମାର୍ଟିନ ହେନ୍ରିଚ, ବ୍ରାଏନ ସ୍କାଟଜ, ପିଟର ୱେଲଚ, ଶେଲଡନ ହ୍ବାଇଟହାଉସ ଏବଂ ଏଡୱାର୍ଡ ମାର୍କି ତଥା କଂଗ୍ରେସ ମହିଳା କେଟି ପୋର୍ଟର ଦସ୍ତଖତ କରିଛନ୍ତି।

ବିଶ୍ୱ ବ୍ୟାଙ୍କ ଜଳବାୟୁ ଆଡାପ୍ଟେଶନ ଏବଂ ହ୍ରାସ ଲକ୍ଷ୍ୟକୁ ଆଗକୁ ବଢ଼଼ାଯାଉଥିବା ପ୍ରକଳ୍ପଗୁଡିକରେ ପୁଞ୍ଜି ବିନିଯୋଗ ବୃଦ୍ଧି କରିବା ଜରୁରୀ ବୋଲି ଚିଠିରେ ଦର୍ଶାଯାଇଛି। ଏହି ଲକ୍ଷ୍ୟଗୁଡିକ ପୂରଣ କରିବା ପାଇଁ ବ୍ୟାଙ୍କ କେଉଁ ପ୍ରୋଜେକ୍ଟଗୁଡିକ ଉପରେ ସ୍ପଷ୍ଟ ଏବଂ ସ୍ବଚ୍ଛ ତାହାର ତଥ୍ୟ ପ୍ରଦାନ କରନ୍ତୁ। ଚିଠିରେ ଆହୁରି କୁହାଯାଇଛି ଜଳବାୟୁ ପ୍ରୟାସର ପ୍ରସାର ପାଇଁ ବ୍ୟକ୍ତିଗତ ସମ୍ବଳକୁ ଦକ୍ଷତାର ସହିତ ଉପଯୋଗ କରାଯାଉ।

ଋଣ ପ୍ରଦାନ ନିଷ୍ପତ୍ତିଗୁଡିକୁ ପ୍ରାଥମିକତା ଦେବା ପାଇଁ ସାଂସଦମାନେ ନୂତନ ଦେଶ ଜଳବାୟୁ ଏବଂ ବିକାଶ ରିପୋର୍ଟର ଲାଭ ଉଠାଇବାକୁ ବଙ୍ଗଳାଙ୍କୁ ଅନୁରୋଧ କରିଥିଲେ। ଭାରତୀୟ ସୌର ଶିଳ୍ପର ସମ୍ପ୍ରସାରଣ, ଉରୁଗୁଏରେ ଜଳବାୟୁ ସ୍ମାର୍ଟ କୃଷିର ବିକାଶ ଏବଂ କେନିଆର କିଛି ଅଂଶରେ ବିଦ୍ୟୁତିକରଣର ବିସ୍ତାର ଭଳି ସଫଳ ଜଳବାୟୁ ପ୍ରକଳ୍ପ ଉପରେ ଆମେ ବ୍ୟାଙ୍କକୁ ଉତ୍ସାହିତ କରୁଛୁ।

ଜଳବାୟୁ ବିନିଯୋଗ ବୃଦ୍ଧି ସହିତ ବ୍ୟାଙ୍କ ଏହି କାର୍ଯ୍ୟକୁ ବିସ୍ତାର କରିପାରିବ ବୋଲି ସେମାନେ କହିଛନ୍ତି। ଏହି ପ୍ରୟାସକୁ ବଢ଼ାଇବା ପାଇଁ ଆଇଏମଏଫର ଉଦାହରଣ ନିଆଯାଇପାରେ।

ଅଧିକାଂଶ ବାୟୁମଣ୍ଡଳୀୟ କାର୍ବନ ନିର୍ଗମନ ପାଇଁ ଧନୀ ଦେଶମାନେ ଦାୟୀ ବୋଲି ସାଂସଦମାନେ କହିଛନ୍ତି। ସମାଧାନ ପାଇଁ ଗରିବ ଦେଶମାନଙ୍କ ଉପରେ ଋଣ ଭାର ବହନ କରିବାର କୌଣସି ଅର୍ଥ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ବ୍ୟାଙ୍କ ସର୍ବାଧିକ ଅନୁକୂଳ ସର୍ତ୍ତରେ ଋଣ ଦେବା ଏବଂ ଋଣ ପରିବର୍ତ୍ତେ ଅନୁଦାନ ଉପରେ ଯଥାସମ୍ଭବ ନିର୍ଭର କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିବା ଉଚିତ।

ଜଳବାୟୁ ଅର୍ଥ ଏବଂ ଜଳବାୟୁ କାର୍ଯ୍ୟ ପାଇଁ କେଉଁ ପଦକ୍ଷେପ ଉପଯୁକ୍ତ ହେବ ତାହା ସ୍ପଷ୍ଟ କରିବାକୁ ସାଂସଦମାନେ ବିଶ୍ୱ ବ୍ୟାଙ୍କକୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ବାର୍‌ରେ ବନ୍ଧୁକଧାରୀଙ୍କ ଗୁଳିମାଡ଼

ଜୋହାନ୍ସବର୍ଗ,୨୧ା୧୨: ଦକ୍ଷିଣ ଆଫ୍ରିକାର ଏକ ବାର୍‌ରେ ଗୁଳିକାଣ୍ଡ ଘଟି ୯ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ଜୋହାନ୍ସବର୍ଗଠାରୁ ପଶ୍ଚିମରେ...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri