ନୂଆ ରୂପରେ ‘ଦି କ୍ରାଉନ’ ଭୁବନେଶ୍ୱର

ଭୁବନେଶ୍ୱର,୩।୭: (ଅଭୟ ଦାଶ): ସ୍ମାର୍ଟସିଟି ଭୁବନେଶ୍ୱରର ଜଣାଶୁଣା ହୋଟେଲ ‘ଦି କ୍ରାଉନ’ର ଆନୁଷ୍ଠାନିକ ଉଦଘାଟନୀ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି ଦୀର୍ଘ ମାସ ହେବ ନବୀକରଣ ହେଉଥିବା କ୍ରାଉନ ଅତ୍ୟାଧୁନିକ ସୁବିଧା ସହ ନୂଆ ରୂପରେ ପୁନଃ ଆରମ୍ଭ ହେବାକୁ ଯାଉଛି ବୋଲି ହୋଟେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଦେଶର ପ୍ରମୁଖ ତଥା ଅନ୍ତଃରାଷ୍ଟ୍ରୀୟ ହସ୍ପିଟାଲିଟି ବ୍ରାଣ୍ଡ୍‌ ଆଇଏଚ୍‌ସିଏଲ୍‌ (ତାଜ୍‌ ଗ୍ରୁପ) ଏବଂ ଦି କ୍ରାଉନ ଭୁବନେଶ୍ୱର ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ହୋଇଥିଲା। ଏପରିକି ଉଭୟ ସଂସ୍ଥାର ସହଯୋଗରେ ଉକ୍ତ ହୋଟେଲର ନବୀକରଣ କରାଯାଇଛି। ବିଶେଷ କରି ସହରର ମଧ୍ୟଭାଗ ଏବଂ ଜାତୀୟ ରାଜପଥ କଡରେ ଉକ୍ତ ହୋଟେଲ ୨୦୦୦ ମସିହାରୁ ଅବସ୍ଥିତ ରହିଛି। ଏପରିକି ଉକ୍ତ ହୋଟେଲରେ ଅନେକ ସୁବିଧା ସହ ୮୦ଟି ରୁମ୍‌ ଓ ୩ଟି ଫୁଡ୍‌ ଆଣ୍ଡ୍‌ ବେଭରେଜ ଆଉଟଲେଟ ସହିତ ୧୦,୦୦୦ ବର୍ଗ ଫୁଟ ପରିବ୍ୟାପ୍ତ ଅଞ୍ଚଳରେ ଏକ ବୃହତ ବାଙ୍କୁଏଟିଂ ଫାସିଲିଟି ଉପଲବ୍ଧ। ସେହିଭଳି ଉଭୟ ସଂସ୍ଥାର ମିଳିତ ସହଯୋଗରେ ଉକ୍ତ ହୋଟେଲ ‘ଦି କ୍ରାଉନ ଆଇଏଚସିଏଲ ସେଲିକ୍ୟୁଶନ୍ସ’ ନାମରେ ନୂତନ ଭାବେ ଆରମ୍ଭ ହୋଇଛି। ଅପରପକ୍ଷରେ ଆଇଏଚସିଏଲ (ତାଜ୍‌ ଗ୍ରୁପ)ର ଏକ ବିଶାଳ ନେଟଓ୍ବର୍କ ଯଥା ତାଜ, ସେଲିକ୍ୟୁଶନ୍ସ, ଭିଭାନ୍ତ ଏବଂ ଜିଞ୍ଜର ଭଳି ହୋଟେଲ ଓଡ଼ିଶା ସମେତ ଭାରତରେ କାର୍ଯ୍ୟକ୍ଷମ ରହିଛି। ସେହିଭଳି ଉଭୟ ଦି କ୍ରାଉନ ଓ ଆଇଏଚସିଏଲ (ତାଜ ଗ୍ରୁପ)ର ମିଳିତ ପ୍ରତିଷ୍ଠାନ (ହୋଟେଲ) ‘ଦି କ୍ରାଉନ ଆଇଏଚସିଏଲ ସେଲିକ୍ୟୁଶନ୍ସ’ ସବୁ ବର୍ଗର ଗ୍ରାହକଙ୍କୁ ଉଚ୍ଚମାନର ସେବା ଓ ସୁଷମ ଖାଦ୍ୟ ପରିବେଷଣ ସାଙ୍ଗକୁ ରାଜ୍ୟର ପର୍ଯ୍ୟଟନ ଓ ହସ୍ପିଟାଲିଟି କ୍ଷେତ୍ରରେ ଏକ ନୂଆ ପରିଚୟ ସୃଷ୍ଟି କରିବ ବୋଲି ଦି କ୍ରାଉନ ଆଇଏଚସିଏଲ ସେଲିକ୍ୟୁଶନ୍ସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri