Odisha Elections 2024

ରାଜେନ୍ଦ୍ରଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ନାଉଗଁା,୧ା୭(ସୁଧା ବେହୁରା): ନାଉଗଁା ବ୍ଲକ ଅନ୍ତର୍ଗତ ଗୋଠଦା ଗ୍ରାମର ରାଜେନ୍ଦ୍ର ମଲିକ କର୍କଟ ରୋଗରେ ପୀଡ଼ିତ। ତାଙ୍କ ଚିକିତ୍ସାରେ ଅର୍ଥ ବାଧକ ସାଜିଛି। ଏନେଇ ପରିବାର ଲୋକେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି।
ଦଳିତ ପରିବାରର ହୋଇଥିବା ବେଳେ ଦିନମଜୁରିଆ କାର୍ଯ୍ୟ କରନ୍ତି। ପରିବାର କହିଲେ ବୃଦ୍ଧ ବାପା ଯୋଗେନ୍ଦ୍ର ମଲିକ (୬୫), ମା ପୂର୍ଣ୍ଣିମା ମଲିକ(୬୨), ରାଜେନ୍ଦ୍ରଙ୍କ ସ୍ତ୍ରୀ ରୀନା (୪୨) ଓ ଗୋଟିଏ ନାବାଳକ ପୁଅ (୧୫)ଙ୍କୁ ବୁଝାଏ। ବହୁ ଦିନରୁ ରାଜେନ୍ଦ୍ରଙ୍କ ଗାଲରେ ଏକ ମାଂସପିଣ୍ଡୁଳା ବୃଦ୍ଧି ପାଉଥିଲା। ଏନେଇ ସେ ଡାକ୍ତରଖାନା ଯାଇ ପରୀକ୍ଷା କରିବା ପରେ ସେ କର୍କଟରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ଡାକ୍ତରଙ୍କ ପରାମର୍ଶକ୍ରମେ ଏକ ଘରୋଇ ହସ୍ପିଟାଲରେ ସେ ଅସ୍ତ୍ରୋପଚାର କରିଥିଲେ। ଏହି ସମୟରେ ପାଖରେ ଯାହା ଅର୍ଥ ଥିଲା ତାହା ଖର୍ଚ୍ଚ ହୋଇଯାଇଥିଲା। ଅଧିକ ଆବଶ୍ୟକ ପଡ଼ିବାରୁ ଧାରକରଜ କରାଯାଇଥିଲା। ଏବେ ପରବର୍ତ୍ତୀ ଚିକିତ୍ସା ପାଇଁ ଆଉ ଅର୍ଥ ନାହିଁ। ଯାହାଫଳରେ ସେ ଆଉ ଚିକିତ୍ସିତ ହୋଇ ପାରୁନାହାନ୍ତି। ଅପରପକ୍ଷେ ରାଜେନ୍ଦ୍ରଙ୍କ ଉପରେ ନିର୍ଭର କରୁଥବା ପରିବାର ସଦସ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବୃଦ୍ଧ ମା’ବାପା ବୟସ ଯୋଗୁ ବାହାରକୁ ମୂଲ ଲାଗିବା ପାଇଁ ଯାଇପାରୁନାହାନ୍ତି। ଅପରପକ୍ଷେ ନାବାଳକ ପୁଅ ଚଳିତ ବର୍ଷ ମାଟ୍ରିକ୍‌ ପାସ୍‌ କରିଥିଲେ ମଧ୍ୟ ଅର୍ଥାଭାବରୁ ଉଚ୍ଚଶିକ୍ଷାରୁ ବଞ୍ଚତ୍ତ ହୋଇଛନ୍ତି। ସ୍ତ୍ରୀ ରୀନା ପର ଘରେ ମୂଲ ଲାଗି ଯାହା ଆଣୁଛନ୍ତି ସେଥିରେ ପରିବାର ଚଳାଇବା ଓ ସ୍ବାମୀଙ୍କ ଚିକିତ୍ସା କରିବା କଷ୍ଟକର ହୋଇପଡ଼ୁଛି। ଅର୍ଥାଭାବରୁ ରାଜେନ୍ଦ୍ର ଘର ଖଣ୍ଡେ କରିପାରୁ ନ ଥିବାରୁ ଜରିପାଲ ତଳେ ସମସ୍ତଙ୍କ ଜୀବନ ବିତୁଛି। ଏଭଳି ସ୍ଥିତିରେ ତାଙ୍କ ଚିକିତ୍ସା ଠିକ୍‌ ସମୟରେ ନ ହେଲେ ଜୀବନ ପ୍ରତି ବିପଦ ଆଶଙ୍କା ରହିଛି। ଏନେଇ ସରକାରୀ ସାହାଯ୍ୟ ମିଳିଲେ ରାଜେନ୍ଦ୍ରଙ୍କ ଅଧିକ ଚିକିତ୍ସା କରାଯାଇପାରିବ ବୋଲି ପରିବାର ଲୋକେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଜିଲେ ଶାହା, କହିଲେ…

ରାଉରକେଲା,୧୭।୫: ରାଉରକେଲାରେ ପହଞ୍ଚି ବିଜେଡିକୁ ଆକ୍ରମଣାତ୍ମକ ଢଙ୍ଗରେ ଟାର୍ଗେଟ କରିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହା। ସିଧାସଳଖ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି...

ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ପୁରୀରେ କରିବେ…

ଭୁବନେଶ୍ୱର,୧୭।୫: ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ । ୧୯ତାରିଖ ରବିବାର...

ନେତାଙ୍କ କଥାରେ ଭଳୁ ନାହାନ୍ତି ଭୋଟର

ବରଗଡ଼ରୁ ଅନିଲ ଦାସ,୧୭ା୫: ଖରାତାତି ସାଙ୍ଗକୁ ବଢ଼ିଚାଲିଛି ନିର୍ବାଚନୀ ଉଷ୍ମତା। ଆଉ ଦୁଇଦିନ ପରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ...

ପ୍ରାର୍ଥୀ କିଏ ଆମେ ଜାଣିନୁ, ଚିହ୍ନ ଦେଖି ଭୋଟ୍‌ ଦେବୁ

ବରଗଡ଼ରୁ ଅନିଲ ଦାସ,୧୭ା୫: ବର୍ତ୍ତମାନ ଚାରିଆଡ଼େ ନିର୍ବାଚନ ଉଷ୍ମତା। ରାଜନେତାମାନେ ଘନଘନ ପ୍ରଚାରରେ ଆସୁଛନ୍ତି। ମାତ୍ର ଭୋଟରମାନେ ଏଥର ଆଉ ମିଥ୍ୟା ପ୍ରତିଶ୍ରୁତିକୁ ବିଶ୍ୱାସ କରୁନାହାନ୍ତି।...

ଖଲ୍ଲିକୋଟ ମର୍ଡର କେସ୍‌ର ତଦନ୍ତ କରିବ ଏସ୍‌ଆଇଟି

କଟକ,୨୭।୫(କାର୍ତ୍ତିକ ସାହୁ): ପୋଲିସ ମୁଖ୍ୟାଳୟ ପକ୍ଷରୁ ଗଠିତ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଖଲ୍ଲିକୋଟ ମର୍ଡର କେସ୍‌ର ତଦନ୍ତ କରିବ ବୋଲି ଜଣାପଡିଛି। ଏହି ସ୍ବତନ୍ତ୍ର...

କାଠ ଚୋରା ଚାଲାଣ ବେଳେ ଧରିଲା ବନ ବିଭାଗ

ପାଟଣା,୧୭ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହରପଡା ସେକ୍ସନ ମାଛଗଡ଼ ଦକ୍ଷିଣ ବିଟ ମିରିଖୋଜି ଗ୍ରାମ ବିରଳ ନଦୀକୂଳ ଜଙ୍ଗଲରୁ ଶୁକ୍ରବାର ସକାଳୁ କାଠ...

ଗଙ୍ଗାଧର ମେହେରଙ୍କୁ ସନ୍ଥ କବି କହିଦେଲେ ପାଣ୍ଡିଆନ୍‌:ଦେଖନ୍ତୁ ଭିଡିଓ

ସମ୍ବଲପୁର,୧୭।୫: ଏବେ ଚାଲିଛି ନିର୍ବାଚନୀ ଋତୁ। ଚାରିଆଡେ ନିର୍ବାଚନ ପ୍ରଚାର। ଗୋଟିଏ ପଟେ କେନ୍ଦ୍ରୀୟ ନେତା ଓଡ଼ିଶାରେ ଘନ ଘନ ପ୍ରଚାର କରୁଥିବାବେଳେ ବିଜେଡି ମଧ୍ୟ...

ବିରଞ୍ଚି ହତ୍ୟାକାରୀଙ୍କୁ କୋର୍ଟ ଚାଲାଣ

କେସିଙ୍ଗା,୧୭ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଧିନସ୍ଥ ପରଲସିଙ୍ଗା ପଞ୍ଚାୟତ ନିକଟସ୍ଥ ରଏନ ପଡ଼ାର ବିରଞ୍ଚି ନାଏକ (୩୨)ଙ୍କ ହତ୍ୟାକାରୀ ଜିତୁ ଗୌଡ଼ (୧୯)ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri