ଗୁରୁତ୍ୱପୂର୍ଣ୍ଣ ଚିକିତ୍ସକଙ୍କ ଭୂମିକା

ସମାଜରେ ଚିକିତ୍ସକଙ୍କ ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଆୟୁର୍ବେଦର ଏକ ଶ୍ଳୋକ ଦର୍ଶାଏ-‘ରୋଗରେ ପଡ଼ିଲେ ମଣିଷ ମୃତ୍ୟୁମୁଖରେ ପଡିବାର ଆଶଙ୍କା ଥାଏ, ମାତ୍ର ମୂମୂର୍ଷୁକୁ ନିଜର ଉଦ୍ୟମ ଓ ଚିକିତ୍ସା ଦ୍ୱାରା ବଞ୍ଚାଇ ପାରୁଥିବା ଚିକିତ୍ସକ ହିଁ ସମାଜର ସର୍ବଶ୍ରେଷ୍ଠ ଅଟନ୍ତି।’
ରୋଗ ବିଭିନ୍ନ କାରଣରୁ ହୋଇଥାଏ। ତାକୁ ପ୍ରତିହତ ବା ପ୍ରତିଷେଧକ କରିବା ସବୁ ସମୟରେ ସମ୍ଭବ ହୋଇ ନ ଥାଏ, ଯଦିଓ ଏବେ ଏହା ଅନେକ ମାତ୍ରାରେ ଉପଲବ୍ଧ ହୋଇପାରିଛି। ‘କୋଭିଡ-୧୯’ ମହାମାରୀ ଏହାର ଜ୍ୱଳନ୍ତ ଉଦାହରଣ। ଜଣେ ବିଶିଷ୍ଟ ଚିକିତ୍ସକ-ବୈଜ୍ଞାନିକ କହିଥିଲେ-‘ଯଦି ପୃଥିବୀର ସବୁଯାକ ଔଷଧ(ଡ୍ରଗ୍ସ/ମେଡ଼ିସିନ୍‌) ସମୁଦ୍ରରେ ଫିଙ୍ଗି ଦିଆଯାଏ, ତେବେ ମଧ୍ୟ ଡାକ୍ତରମାନଙ୍କର ଗୁରୁତ୍ୱ କୌଣସି ମତେ ହ୍ରାସ ପାଇବ ନାହିଁ।
ପ୍ରତିବର୍ଷ ଜୁଲାଇ ୧ ତାରିଖକୁ ‘ଜାତୀୟ ଚିକିତ୍ସକ ଦିବସ’ ଭାବରେ ପାଳନ କରାଯାଇଆସୁଅଛି। ଚଳିତ ବର୍ଷ ଏହି ଦିବସର ସ୍ଲୋଗାନ ହେଉଛି – ‘ଆରୋଗ୍ୟ ପ୍ରଦାନ କରୁଥିବା ହାତ ତଥା ଡାକ୍ତରମାନଙ୍କର ମହାନତା ଓ ସହନଶୀଳତାର ଜୟଗାନ କରିବା। ଏହି ଦିନ ହେଉଛି ଭାରତ ରତ୍ନ ଡାକ୍ତର ବିଧାନ ଚନ୍ଦ୍ର ରାୟଙ୍କ ଜନ୍ମଦିବସ ଏବଂ ତିରୋଧାନ ଦିବସ ମଧ୍ୟ। ସେ ଏକ ବିଦ୍ୱାନ୍‌ ଓ ବିଚକ୍ଷଣ ଚିକିତ୍ସକ ଥିଲେ। ରୋଗୀଟିକୁ ଦେଖିଲା ମାତ୍ରେ ରୋଗ ନିର୍ଣ୍ଣୟ କରିପାରୁଥିଲେ।
ଡାକ୍ତରମାନଙ୍କର ସାଧାରଣତଃ ଛୁଟି ବା ବିରାମ ନ ଥାଏ। ରୋଗୀର ଦୁଃଖ ଓ ଯନ୍ତ୍ରଣା ସମୟରେ ସେମାନଙ୍କ ପାଖରେ ପହଞ୍ଚତ୍ଥାଏ, କେମିତି ଶୀଘ୍ର ଆରୋଗ୍ୟ ଲାଭ କରିବ ସେଥିଲାଗି ଅତ୍ୟନ୍ତ ବ୍ୟଗ୍ର ଥାଏ-ସେ ବିଷୟରେ କ’ଣ କେହି ତାକୁ ମନା କରିପାରିବ ? ରୋଗୀ ଚିକିତ୍ସା ଓ ଶିକ୍ଷା ପ୍ରଦାନ ହେଉଛି ଦୁଇଟି କଠିନ କାର୍ଯ୍ୟ। ଡାକ୍ତରମାନଙ୍କ ପାଇଁ ରୋଗୀ ରହୁଥିବା ଓ୍ବାର୍ଡ ଲାବରେଟୋରି ଓ ରୋଗୀ ହେଉଛି ଚିକିତ୍ସା ପୁସ୍ତକ। ଯେଉଁମାନେ ରୋଗୀ ଦେଖିବା, ପରୀକ୍ଷା କରିବା ଓ ଅନୁଧ୍ୟାନ କରିବା ତଥା ଚିକିତ୍ସାରେ ଯେତେ ସମୟ ବ୍ୟୟ କରିଥାଆନ୍ତି ସେମାନେ ସେତିକି ସଫଳ ଚିକିତ୍ସକ ହୋଇପାରନ୍ତି। ଆମ ଦେଶରେ ପ୍ରାଚୀନ କାଳରେ ଅନେକ ବିଖ୍ୟାତ ଚିକିତ୍ସକ ଥିଲେ। ସେମାନଙ୍କ ମଧ୍ୟରୁ ପ୍ରମୁଖ ଚାରି ଜଣଙ୍କ ବିଷୟରେ କିଞ୍ଚତ୍ତ ସୂଚନା।
ଆତ୍ରେୟ : ଖ୍ରୀପୂ ୮୦୦ ରେ ସେ ଜଣେ ବିଖ୍ୟାତ ଚିକିତ୍ସକ ଥିଲେ। ‘ଆତ୍ରେୟ ସଂହିତା’ର ସେ ଆୟୁର୍ବେଦରେ ପ୍ରାରମ୍ଭ କରିଛନ୍ତି। ତାଙ୍କର ଚିକିତ୍ସା ବିଜ୍ଞାନସମ୍ମତ ଥିଲା ବୋଲି ଜଣାଯାଏ। ଶୁଶ୍ରୁତ : ଖ୍ରୀପୂ ୬୦୦ରେ ସେ ଥିଲେ ଜଣେ ବିଖ୍ୟାତ ଶଲ୍ୟ ଚିକିତ୍ସକ। ପ୍ଲାଷ୍ଟିକ ସର୍ଜନ ଓ କାଟାରାକ୍ଟ (ଚକ୍ଷୁ)ର ଏହି ଶଲ୍ୟ ଚିକିତ୍ସକ ଶୁଶ୍ରୁତ ସଂହିତାର ପ୍ରଣୟନକର୍ତ୍ତା।
ଚରକ : ଖ୍ରୀପୂ ୩୦୦ର ସେ ହେଉଛନ୍ତି ଜଣେ ବିଖ୍ୟାତ ଚିକିତ୍ସକ। ‘ଚରକ ସଂହିତା’ ହେଉଛି ତାଙ୍କର ଅନ୍ୟତମ କୃତି। ବାଣ ଭଟ୍ଟ : ଖ୍ରୀପୂ ୬୦୦ର ସେ ଥିଲେ ବିଖ୍ୟାତ ଚିକିତ୍ସକ ଏବଂ ହୃଦ୍‌ରୋଗ ବିଶେଷଜ୍ଞ। ସେ ‘ଅଷ୍ଟାଦଶ ହୃଦୟ’ ରଚନା କରିଥିଲେ।
-ଡା. ରାମଚନ୍ଦ୍ର ରାଉତ
ବରିଷ୍ଠ ଚିକିତ୍ସକ, ଭୁବନେଶ୍ୱର, ମୋ : ୯୪୩୯୯୯୧୨୦୧


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri