ତାପମାତ୍ରା ବୃଦ୍ଧି ବଢ଼ାଉଛି ଘରୋଇ ହିଂସା

ଓ୍ବାଶିଂଟନ୍‌,୧।୭: ଜଳବାୟୁ ପରିବର୍ତ୍ତନ ଦ୍ୱାରା କେବଳ ପ୍ରାକୃତିକ ସମ୍ପଦ ନଷ୍ଟ ହେଉଛି ତା’ ନୁହେଁ, ଏହାର ପ୍ରଭାବ ଏବେ ଦାମ୍ପତ୍ୟ ଜୀବନ ଉପରେ ପଡ଼ିବା ଆରମ୍ଭ କଲାଣି। ବୈଶ୍ୱିକ ତାପମାତ୍ରା ବର୍ଷକୁ ହାରାହାରି ୧ ଡିଗ୍ରୀ ସେଲସିୟସ୍‌ ବୃଦ୍ଧି ପାଇବା ଦ୍ୱାରା ୪.୫% ଇଣ୍ଟିମେଟ୍‌ ପର୍ଟନର ଭାଓଲେନ୍ସ (ଆଇପିଭି) ବୃଦ୍ଧି ପାଉଥିବା ଆମେରିକୀୟ ଜେଏଏମ୍‌ଏ ସାଇକାଟ୍ରି ଜର୍ନାଲରେ ପ୍ରକାଶିତ ଅଧ୍ୟୟନ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏକବିଂଶ ଶତାବ୍ଦୀ ଶେଷ ସୁଦ୍ଧା ଦକ୍ଷିଣ ଏସୀୟ ଦେଶ ଭାରତ, ପାକିସ୍ତାନ ଓ ନେପାଳରେ ପାରିବାରିକ ହିଂସା ୨୧% ବୃଦ୍ଧି ପାଇବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ନେପାଳ, ପାକିସ୍ତାନ ତୁଳନାରେ ଭାରତରେ ସର୍ବାଧିକ ୨୩.୫% ଆଇପିଭି ଘଟିବ ବୋଲି ଅଧ୍ୟୟନ ରିପୋର୍ଟରେ ଦର୍ଶାଯାଇଛି। ବିଶ୍ୱ ତୁଳନାରେ ଦକ୍ଷିଣ ଏସୀୟ ଦେଶରେ ସବୁଠାରୁ ଅଧିକ ଘରୋଇ ହିଂସା ଘଟିବାର ମୁଖ୍ୟ କାରଣ ଗ୍ରୀଷ୍ମ ପ୍ରବାହ। ୨୦୧୦ରୁ ୨୦୧୮ ମଧ୍ୟରେ ମହିଳାଙ୍କ ଉପରେ ହୋଇଥିବା ଶାରୀରିକ ଏବଂ ଯୌନ ହିଂସାର ତଥ୍ୟକୁ ଆଧାର କରି ଉକ୍ତ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ୧୫ରୁ ୪୯ ବୟସ ବର୍ଗର ମୋଟ ୧୯୪,୮୭୧ ଜଣ ଯୁବତୀ ଓ ମହିଳାଙ୍କୁ ଏଥିରେ ସାମିଲ କରାଯାଇଥିଲା। ବୈଶ୍ୱିକ ତାପମାତ୍ରା ବର୍ଷକୁ ହାରାହାରି ୧ ଡିଗ୍ରୀ ସେଲ୍‌ସିୟସ୍‌ ବୃଦ୍ଧି ଘଟିବା ଦ୍ୱାରା ଦକ୍ଷିଣ ଏସୀୟ ଦେଶରେ ୬.୩% ରୁ ଅଧିକ ଶାରୀରିକ ଓ ଯୌନ ହିଂସା ଘଟୁଥିବା ଆକଳନ କରାଯାଇଛି।
ଅନ୍ୟପକ୍ଷେ ତାପମାତ୍ରା ବୃଦ୍ଧି ଯୋଗୁ ଫସଲ ନଷ୍ଟ ହୁଏ, ଯେଉଁଥିଲାଗି କୃଷକର ଆୟ କମିଯାଏ। ଫଳରେ ସେମାନଙ୍କୁ ଘରେ ବସି ରହିବାକୁ ପଡ଼େ। ଅର୍ଥାଭାବ ଯୋଗୁ ଘର ଚଳାଇବା ଚିନ୍ତା ମାଡ଼ିବସେ, ଯେଉଁ କାରଣରୁ ଘରୋଇ ହିଂସା ଘଟୁଥିବା ୟାଲେ ୟୁନିଭର୍ସିଟିର ଏନ୍‌ଭାଇରନମେଣ୍ଟାଲ ହେଲ୍‌ଥ ପ୍ରଫେଶର ମାଇକେଲ ବେଲ୍‌ କହିଛନ୍ତି। ଖାଲି ଘରୋଇ ହିଂସା ନୁହେଁ ବରଂ ତାପମାତ୍ରା ବୃଦ୍ଧି ଲୋକଙ୍କ ମାନସିକ ଚିନ୍ତା ମଧ୍ୟ ବଢ଼ାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri