ଭୁବନେଶ୍ୱର,୨୯।୬(ଅଭିଜିତ ଦାସ)ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୫ ଲକ୍ଷ ଗାଡିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଯାଇଛି। ବାକି ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ୱ ଗାଡି ବିନା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟରେ ଚାଲୁଛି। ଅନେକ ଗାଡି ମାଲିକ ଏହି ନମ୍ବର ପ୍ଲେଟ୍ ଲଗାଇବାକୁ ଅପେକ୍ଷାରତ ଅଛନ୍ତି। ଏପରିସ୍ଥିତିରେ ଗତ ୨୩ ତାରିଖରୁ ପରିବହନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ସ୍ପେଶାଲ ଡ୍ରାଇଭ୍ ଚେକିଂରେ ୮୦୦ରୁ ଊର୍ଦ୍ଧ୍ୱ ମାଲିକଙ୍କ ନାଁରେ ଇ-ଚାଲାଣ କଟାଯାଇଥିବା ସୂଚନା ଦିଆଯାଇଛି।
ବିଭାଗୀୟ ସୂଚନାନୁସାରେ, ଓଡ଼ିଶା ରେଜିଷ୍ଟ୍ରେଶନ୍ ମାର୍କ ଥିବା ତଥା ୨୦୧୯ ଏପ୍ରିଲ ପହିଲା ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଗାଡିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେଶନ୍ ପ୍ଲେଟ୍ (ଏଚଏସ୍ଆର୍ପି) ଲଗାଇବା ଅବଧି ଗତ ଫେବୃୟାରୀ ୨୮ରୁ ଶେଷ ହୋଇଛି। ଏବେବି ଅନେକ ଗାଡିରେ ବିକୃତ ନମ୍ବର ପ୍ଲେଟ ଥିବାବେଳେ ଅଧିକାଂଶ ଗାଡି ମାଲିକ ବୁକିଂ କରିଥିବା ନମ୍ବର ପ୍ଲେଟ୍କୁ ଅପେକ୍ଷା କରି ରହିଛନ୍ତି। ତେବେ ଗତବର୍ଷ ଅଗଷ୍ଟରେ ୭ ଲକ୍ଷ ୬ ହଜାର ୨୧୫ଟି ଗାଡି ମାଲିକ ସ୍ଲଟ ବୁକିଂ କରିଥିବାବେଳେ ଚଳିତବର୍ଷ ଜୁନ୍ ୭ ସୁଦ୍ଧା ୪୦ ଲକ୍ଷ ୯୩ ହଜାର ୬୦୮ଟି ଗାଡି ଲାଗି ସ୍ଲଟ୍ ବୁକିଂ ହୋଇଛି। ଏଥିମଧ୍ୟରୁ ୩୫ ଲକ୍ଷ ୮୭ ହଜାର ୫୭୭ଟି ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲାଗି ଥିବାବେଳେ ବାକି ୫ ଲକ୍ଷ ଗାଡି ବିନା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ରେ ଚାଲୁଛି। ତେଣୁ ପରିବହନ ବିଭାଗ ପକ୍ଷରୁ ସ୍ପେଶାଲ ଡ୍ରାଇଭ୍ ମାଧ୍ୟମରେ ୨୫ ତାରିଖ ସୁଦ୍ଧା ୮୦୦ରୁ ଊର୍ଦ୍ଧ୍ୱ ଗାଡିକୁ ଧରାଯାଇଥିବାବେଳେ ୬୩୭ଜଣ ଗାଡି ମାଲିକଙ୍କ ନାମରେ ଚାଲାଣ କଟାଯାଇଥିବା ସୂଚନା ଦିଆଯାଇଛି।
ଏନେଇ ଅତିରିକ୍ତ ଟ୍ରାନ୍ସପୋର୍ଟ କମିଶନର (ଏନ୍ଫୋର୍ସମେଣ୍ଟ) ଲାଲମୋହନ ସେଠୀଙ୍କ କହିବା ଅନୁଯାୟୀ, ସେଣ୍ଟ୍ରାଲ ମୋଟର ଭେଇକିଲ୍ ରୁଲ୍(ସିଏମ୍ଭିଆର୍)୧୯୮୯ର ଧାରା ୫୦ ଅନୁଯାୟୀ ସମସ୍ତ ଯାନବାହନରେ ଏଚ୍ଏସ୍ଆର୍ପି ବାଧ୍ୟତାମୂଳକ। ମୋଟର ଭେଇକିଲ୍(ଏମ୍ଭି) ଆକ୍ଟ ୧୯୮୮ର ଧାରା ୧୯୨ ଅନୁସାରେ ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ନ ଥିଲେ ଇ-ଚାଲାଣ କଟାଯିବ। ନିୟମ ପାଳନ କରୁ ନ ଥିବା ଗାଡି ଚାଳକଙ୍କୁ ଇ-ଚାଲାଣ କଟାଯାଇ ୫ ହଜାର କିମ୍ବା ୧୦ ହଜାର ଜରିମାନା ହେବ। ଗୋଟିଏ ଗାଡି ପ୍ରଥମଥର ଧରାପଡ଼ିଲେ ୫ ହଜାର ଓ ଦ୍ୱିତୀୟଥର ଧରାପଡିଲେ ୧୦ ହଜାର ଟଙ୍କାର ଜରିମାନା ଦେବାକୁ ପଡିବ। ଏନେଇ ପରିବହନ ବିଭାଗ ପକ୍ଷରୁ ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ ଲୋକେ ନିୟମ ମାନୁ ନ ଥିବା ଅତିରିକ୍ତ ଟ୍ରାନ୍ସପୋର୍ଟ କମିଶନର ସେଠୀ କହିଛନ୍ତି।
Top 5 Beaches of Odisha: ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ସମୁଦ୍ର କୂଳ, ପିକନିକ୍ ପ୍ଲାନିଂ କରୁଥିଲେ ଜାଣି ନିଅନ୍ତୁ
ପୁରୀ ଓଡ଼ିଶାର ପୂର୍ବ ଉପକୂଳରେ ଅବସ୍ଥିତ ପୁରୀ ବେଳାଭୂମି। ଜଗନ୍ନାଥ ଧାମ ନିକଟରେ ଥିବା ଏହି ବେଳାଭୂମିର ସୌନ୍ଦର୍ଯ୍ୟ ଅବଲୋକନ କରିବାକୁ ଦୈନିକ ଲକ୍ଷଲକ୍ଷ ପର୍ଯ୍ୟଟକଙ୍କ...
ଜାଣିଛନ୍ତି କି ପେଟ୍ରୋଲ-ଡିଜେଲ ବି ହୁଏ ଏକ୍ସପାରୀ, ଏତିକି ଦିନ ଯାଏ ରଖିପାରିବେ…
ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ ଥରେ ଟ୍ୟାଙ୍କରେ ଭର୍ତ୍ତି କରି କିମ୍ୱା କ୍ୟାନରେ ସଂରକ୍ଷଣ କରିଦେଲେ, ଇନ୍ଧନ ସବୁଦିନ ପାଇଁ ରହିଥାଏ। କିନ୍ତୁ ଏହା...
ରବିବାର ଭୂଲରେ ବି କାଟନ୍ତୁନି ଚୁଟି କି କରନ୍ତୁନି ଟ୍ରିପ୍ ପ୍ଲାନିଂ, ନଚେତ ଜୀବନ ହୋଇଯିବ ନର୍କ!
ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବତାଙ୍କୁ ସମର୍ପିତ। ରବିବାର ଭଗବାନ ସୂର୍ଯ୍ୟଙ୍କୁ ସମର୍ପିତ। ଆଜି ରବିବାର। ଏହି ଦିନ ସୂର୍ଯ୍ୟଙ୍କୁ ପ୍ରାର୍ଥନା...
ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ
ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...
ମକର ସଂକ୍ରାନ୍ତି ପୂର୍ୱରୁ ବଡ଼ ଚାକିରି ପାଇବେ ୩ରାଶି, ଶୁକ୍ରଙ୍କ ଗୋଚରରେ ମକର ରାଶିରେ ବଢିଚାଲିବ ସମ୍ପତ୍ତି!
ଶୁକ୍ରକୁ ପ୍ରେମ, ସୌନ୍ଦର୍ଯ୍ୟ, ଆକର୍ଷଣ, ବିଳାସ, ଟଙ୍କା ଏବଂ ଆନନ୍ଦର ଗ୍ରହ ଭାବରେ ବିବେଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ, ଶୁକ୍ରର ଗୋଚରକୁ ସାଧାରଣତଃ ଶୁଭ ଏବଂ...
ଶିଷ୍ଟାଚାରର ଅଧଃପତନ
ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...
ନୂଆ ନଁାରେ ପୁରୁଣା କୋଠା
କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...
ଜେଫ୍ରି ଏପ୍ଷ୍ଟିନ୍ଙ୍କ ସହ ଜଡିତ ଅତିକମରେ ୧୬ ଫାଇଲ ଗାଏବ! ଟ୍ରମ୍ପଙ୍କ ଫଟୋ ବି ୨୪ ଘଣ୍ଟାରେ ଡିଲିଟ, ଆମେରିକାରେ ହଇଚଇ
ଓ୍ବାଶଂଟନ,୨୧।୧୨: ଆମେରିକାରେ ଜେଫ୍ରି ଏପ୍ଷ୍ଟିନ୍ଙ୍କୁ ନେଇ ବିବାଦ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଆମେରିକାର ନ୍ୟାୟ ବିଭାଗ (DOJ)ର ସରକାରୀ ସାର୍ବଜନୀନ ୱେବସାଇଟରୁ ଏପ୍ଷ୍ଟିନ୍ ମାମଲା...
Archives


