ବିଦ୍ରୋହ ପରେ ସର୍ବସମ୍ମୁଖକୁ ଆସିଲେ ରୁଷିଆ ପ୍ରତିରକ୍ଷା ମନ୍ତ୍ରୀ

ମସ୍କୋ, ୨୭।୬: ଜୁନ୍‌ ୨୪ରେ ୟେଭଗେନି ପ୍ରିଗୋଝିନ୍‌ଙ୍କ ନେତୃତ୍ୱାଧୀନ ଓ୍ବାଗନର ଗ୍ରୁପ୍‌ ରୋସ୍ତଭ-ଅନ୍‌-ଡନ୍‌ ଅକ୍ତିଆର କରି ମସ୍କୋ ଆଡ଼କୁ ଅଗ୍ରସର ହେବା ଓ ପରବର୍ତ୍ତୀ ସମୟରେ ବିଦ୍ରେହକୁ ରୋକାଯିବା ପରେ ପ୍ରଥମ ଥର ପାଇଁ ରୁଷିଆ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁ ସୋମବାର ସର୍ବସମ୍ମୁଖକୁ ଆସିଛନ୍ତି। ୟୁକ୍ରେନ୍‌ ଯୁଦ୍ଧରେ ଓ୍ବାଗନରଙ୍କ ସଫଳତାକୁ ଶ୍ରେୟ ଦେଇ ନ ଥିବାରୁ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ବିଦା କରିବା ଲାଗି ୟେଭଗେନି ଦାବି କରିଆସୁଛନ୍ତି। ଏଭଳି ସ୍ଥଳେ ନିଜ ସ୍ଥିତି ଜାହିର କରିବା ଲାଗି ସର୍ଗେଇ ୟୁକ୍ରେନ୍‌ରେ ସେନା ଶିବିର ଯାଞ୍ଚ କରୁଥିବାର ଏକ ଭିଡିଓ ସାଧାରଣରେ ପ୍ରଦର୍ଶନ କରାଯାଇଛି।
ପକ୍ଷରୁ କୁହାଯାଇଛି ଯେ, ଘଟିଯାଇଥିବା ବିଦ୍ରୋହ ପରେ ପ୍ରିଗୋଝିନ୍‌ ଓ ତାଙ୍କ ଯୋଦ୍ଧାମାନେ ବେଲାରୁଷରେ ଆଶ୍ରୟ ନେବା ଲାଗି ଏକ ଚୁକ୍ତି କରାଯାଇଛି। ତେବେ ପ୍ରିଗୋଝିନ୍‌ଙ୍କ ବିଷୟରେ ସବିଶେଷ ତଥ୍ୟ ମିଳିପାରି ନ ଥିଲେ ମଧ୍ୟ ଏକ ଲୋକପ୍ରିୟ ରୁଷୀୟ ଚ୍ୟାନେଲ ପକ୍ଷରୁ କୁହାଯାଇଛି ଯେ, ସେ ବେଲାରୁଷ ରାଜଧାନୀ ମିନ୍‌ସ୍କିର ଏକ ହୋଟେଲରେ ଥିବା ଦେଖାଯାଉଛନ୍ତି। ରୁଷିଆ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ତାଙ୍କ ବିରୋଧରେ ଆପରାଧିକ ତଦନ୍ତ ଚାଲିଛି ଓ କେତେକ ଆଇନ ପ୍ରଣେତା ତାଙ୍କ ମୁଣ୍ଡ ଦରକାର ବୋଲି କହିଛନ୍ତି।
ମନ୍ତ୍ରୀ ଓ ଅନ୍ୟ ସାମରିକ ନେତାମାନେ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଆସ୍ଥା ହରାଇଛନ୍ତି ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇବା ପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଉପରୋକ୍ତ ଭିଡିଓ ଜାରି କରାଯାଇଛି। ଏଥିରେ ଶୋଇଗୁ ଏକ ହେଲିକପ୍ଟରରେ ବସିଥିବା ଓ ପରେ ସେ ୟୁକ୍ରେନ୍‌ରେ ଥିବା ଏକ ସାମରିକ ମୁଖ୍ୟାଳୟରେ ଅଧିକାରୀଙ୍କ ସହିତ ବୈଠକରେ କଥା ହେଉଥିବା ଦେଖାଯାଉଛନ୍ତିି। ଏହା ସରକାରୀ ପରିଚାଳିତ ଟେଲିଭିଜନ ସହିତ ଅନ୍ୟାନ୍ୟ ଗଣମାଧ୍ୟରେ ବହୁଳ ଭାବେ ପ୍ରସାରଣ କରାଯାଉଛି। ହେଲେ ଏହା କେବେ ରେକର୍ଡିଂ କରାଯାଇଛି ସେ ବିଷୟରେ ସ୍ପଷ୍ଟ ଜଣାପଡ଼ୁନାହିଁ। ଅନ୍ୟପକ୍ଷରେ ପ୍ରିଗୋଝିନ୍‌ଙ୍କ ଅନ୍ୟତମ ଟାର୍ଗେଟ ରହିଆସିଥିବା ଜେନେରାଲ ଷ୍ଟାଫ୍‌ ଚିଫ୍‌ ଜେନେରାଲ ଭାଲେରି ଗେରାସିମୋଭ୍‌ଙ୍କୁ ସାଧାରଣରେ ଦେଖିବାକୁ ମିଳୁନାହିଁ।
ପ୍ରିଗୋଝିନ୍‌ ଓ ତାଙ୍କ ସମର୍ଥକଙ୍କ ଭାଗ୍ୟ କ’ଣ ରହିବ ସେହି ବିଷୟରେ ସ୍ପଷ୍ଟତା ପ୍ରକାଶ ପାଉନାହିଁ। କ୍ରେମ୍‌ଲିନ ମୁଖପାତ୍ର ଗତ ଶନିବାର କହିଥିଲେ ଯେ, ପ୍ରିଗୋଝିନ୍‌ଙ୍କୁ ବେଲାରୁଷ ଯିବା ଲାଗି ଅନୁମତି ଦିଆଯିବ। କିନ୍ତୁ ଅସମର୍ଥିତ ସୂତ୍ରରୁ କୁହାଯାଇଛି ଯେ ପ୍ରସିକ୍ୟୁଟର ଜେନେରାଲଙ୍କ କାର୍ଯ୍ୟାଳୟ ଅନୁଯାୟୀ, କ୍ରେମଲିନ୍‌ ପକ୍ଷରୁ ପ୍ରକାଶିତ ବିବୃତି ସତ୍ତ୍ୱେ ପ୍ରିଗୋଝିନ୍‌ଙ୍କ ବିରୋଧରେ ଆପରାଧିକ ମାମଲା ବନ୍ଦ କରାଯାଇ ନାହିଁ। ବହୁ ଆଇନ ପ୍ରଣେତା ଦାବି କରୁଛନ୍ତି, ଘରୋଇ ସାମରିକ କମ୍ପାନୀ ଲାଗି ନୂଆ ଆଇନ ଅଣାଯାଇ କଠୋର ନିୟମାବଳୀ ପ୍ରସ୍ତୁତ କରାଯିବା ଦରକାର। ଆଉ କେତେକ ପ୍ରିଗୋଝିନ୍‌ ଦଣ୍ଡିତ ହେବା ଦରକାର ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି। ଅବସରପ୍ରାପ୍ତ ଜେନେରାଲ ଆଣ୍ଡ୍ରେଇ ଗୁରୁଲେଭ୍‌ କହିଛନ୍ତି, ଯୁଦ୍ଧ ଚାଲିଥିବା ବେଳେ ଏଭଳି ଦେଶଦ୍ରୋହୀଙ୍କ ମୁଣ୍ଡକାଟ ହେବା ଦରକାର।
ବାଖମୁଟରେ ଓ୍ବାଗନର ଯୋଦ୍ଧାମାନେ ଯୁଦ୍ଧ କରୁଥିବା ବେଳେ ସେମାନଙ୍କୁ ସରକାରୀ ସାମରିକ କର୍ତ୍ତୃପକ୍ଷ ପର୍ଯ୍ୟାପ୍ତ ଅସ୍ତ୍ରଶସ୍ତ ଦେଇ ନ ଥିବାରୁ ପ୍ରଗୋଝିନ୍‌ ପ୍ରତିରକ୍ଷା ମନ୍ତ୍ରୀ ଓ ଜେନେରାଲ ଷ୍ଟାଫ୍‌ ଚିଫ୍‌ଙ୍କୁ ସମାଲୋଚନା କରିଥିଲେ। ସେତେବେଳେ ଘରୋଇ ଯୋଦ୍ଧା ଓ ସରକାରୀ ସେନା ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ପରବର୍ତ୍ତୀ ସମୟରେ ବିରାଟ ରୂପ ଧାରଣ କରିଛି ବୋଲି କୁହାଯାଉଛି। ଅନ୍ୟପକ୍ଷରେ ସୋସିଆଲ ମିଡିଆରେ ହେଉଥିବା ଚର୍ଚ୍ଚା ଅନୁଯାୟୀ ପ୍ରିଗୋଝିନ୍‌ ତାଙ୍କ ଯୋଦ୍ଧାମାନଙ୍କ ପାଇଁ ପାଣ୍ଠି ଯୋଗାଇବାରେ ଅସମର୍ଥ ହେବାରୁ ବିଦ୍ରୋହ କରି ଦାବି ହାସଲ ଲକ୍ଷ୍ୟ ରଖିଥିଲେ। ହେଲେ ତାହା ବାସ୍ତବ ଆକାର ଧାରଣ କଲା ନାହିଁ। ଓ୍ବାଗନର ଗ୍ରୁପ୍‌ ମସ୍କୋ ଅଗ୍ରସର ହେଉଥିବା ବେଳେ ପୁଟିନ୍‌ଙ୍କ ଅନୁରୋଧକ୍ରମେ ବେଲାରୁଷ ରାଷ୍ଟ୍ରପତି ଆଲେକ୍‌ଜାଣ୍ଡର ଲୁକାଶେଙ୍କୋ ମଧ୍ୟସ୍ଥତା କରିବାରୁ ରୁଷିଆ ଉପରେ ଥିବା ଏକ ବିପଦ ଟାଳି ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦିନ ଗଡ଼ିବ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍: ବୁକ୍ କରନ୍ତୁ ଟିକେଟ୍

ନୂଆଦିଲ୍ଲୀ,୧।୧: ଭାରତୀୟ ପରିବହନ କ୍ଷେତ୍ରରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା ଅନୁଯାୟୀ, ଆସନ୍ତା ଅଗଷ୍ଟ ୧୫,...

ନାତୁଣୀଙ୍କୁ ଦୁର୍ବବ୍ୟହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନ୍ୟାସୀ ଗୌଡ଼(୬୫)ଙ୍କୁ ଗୁରୁବାର ସକାଳ...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

୨୦୨୬ରେ ଲେଖା ହେବ ମହାକାଶ ବିଜ୍ଞାନର ନୂଆ ଅଧ୍ୟାୟ: ଭାରତ, ଆମେରିକା ରଚିବେ ଇତିହାସ

ନୂଆଦିଲ୍ଲୀ,୧।୧: ୨୦୨୬ ବର୍ଷଟି ବିଶ୍ୱ ମହାକାଶ ଇତିହାସରେ ଏକ ନୂତନ ଯୁଗର ସୂତ୍ରପାତ କରିବାକୁ ଯାଉଛି। ଭାରତର ‘ଇସ୍ରୋ’ ଏବଂ ଆମେରିକାର ‘ନାସା’ ଦୁଇଟି ଭିନ୍ନ...

ରାଜଧାନୀରେ ମଦର ମାହୋଲ: ୭ ଦିନରେ ୩୨ କୋଟି ଟଙ୍କାର ମଦ ପିଇଲେ ଭୁବନେଶ୍ୱରବାସୀ

ନୂଆଦିଲ୍ଲୀ,୧।୧: ନୂଆବର୍ଷ ସ୍ୱାଗତ ଉତ୍ସବକୁ ନେଇ ସାରା ରାଜଧାନୀ ଚଳଚଞ୍ଚଳ ଥିବାବେଳେ, ମଦ ବିକ୍ରି କ୍ଷେତ୍ରରେ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଅବକାରୀ ବିଭାଗର...

ନୂଆବର୍ଷର ପ୍ରଥମ ଦିନରେ ଦୁର୍ଘଟଣା, ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣେ ମୃତ

ପଟ୍ଟାଙ୍ଗି୧/୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ଦେଓଫଟ୍ଟାଙ୍ଗି ପଞ୍ଚାୟତ ସଦର ମହକୁମା ସ୍ଥିତ ଚିଲିଗୁଡା ସଲପଗୁଡା ଛକ ନିକଟରେ ଦୁଇ ମୋଟର...

୧୩ ସରକାରୀ ଯୋଜନା ବିଷୟରେ ଜାଣିବେ ଯୋଗ୍ୟ ହିତାଧିକାରୀ, ଓ୍ବାର୍ଡକୁ ଓ୍ବାର୍ଡ ବୁଲି…

କୋରାପୁଟ,୧ା୧(ଅମିତାଭ ବେହେରା): ଗୁରୁବାର କୋରାପୁଟ ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ସହଯୋଗ ଭ୍ରାମ୍ୟମାଣ ସହାୟତା କେନ୍ଦ୍ର ବା ସଚେତନତା ରଥ ଉଦ୍‌ଘାଟିତ ହୋଇଯାଇଛି। କୋରାପୁଟ ବିଧାୟକ...

ନବୀନଙ୍କ ଉତ୍ତରାଧିକାରୀକୁ ନେଇ ଚର୍ଚ୍ଚା, ଅଶୋକ ପଣ୍ଡା କହିଲେ ଯେବେ ଯାଏ ନବୀନ ଅଛନ୍ତି…

ଭୁବନେଶ୍ବର,୧।୧: ନୂଆବର୍ଷର ପ୍ରଥମ ଦିନରେ ପୁଣି ଥରେ ନବୀନଙ୍କ ଉତ୍ତରାଧିକାରୀଙ୍କୁ ନେଇ ଚର୍ଚ୍ଚା ବଢ଼ିଛି ।ନବୀନଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ପରେ ମୁହଁ ଖୋଲିଛନ୍ତି ଅଶୋକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri