ତଳି ଅଞ୍ଚଳ ଜଳାର୍ଣ୍ଣବ

ଅନୁଗୋଳ/ତାଳଚେର, ୨୬।୬(ଅମିତ ସାମଲ/ମନୋଜ ନନ୍ଦ): ଉଛୁଳିଲା ଡ୍ରେନ୍‌। ରାସ୍ତାରେ ଚାଲିଲା ଆଣ୍ଠୁଏ ଉଚ୍ଚତାର ପାଣି। କେବଳ ସହରତଳି ଅଞ୍ଚଳ ନୁହେଁ, କେଇ ଘଣ୍ଟାରେ ଜଳାର୍ଣ୍ଣବ ହୋଇଗଲା ବ୍ୟସ୍ତବହୁଳ ସଡ଼କ। ଲଘୁଚାପଜନିତ ଲଗାଣବର୍ଷାରେ ରବିବାର ଅନୁଗୋଳ ସହରରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ। ଡ୍ରେନେଜ୍‌ ଅବ୍ୟବସ୍ଥା, ନର୍ଦ୍ଦମାରେ ଜମି ରହିଥିବା କୁଢ଼ କୁଢ଼ ଆବର୍ଜନା ପାଇଁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି।
ଅନୁଗୋଳରେ ଶନିବାର ରାତିରୁ ଆରମ୍ଭ ହୋଇଯାଇଥିଲା ମୁଷଳଧାରାରେ ବର୍ଷା। ଦିନ ବଢ଼ିବା ସହିତ ଏହାର ପରିମାଣ ମଧ୍ୟ ବୃଦ୍ଧି ପାଇଥିଲା। ଫଳରେ ବ୍ରାହ୍ମଣଦେଈପଡ଼ା, ହେମସୁରପଡ଼ା, ଅମଲାପଡ଼ା, ରାଧାରମଣପଡ଼ା ସମେତ ତଳି ଅଞ୍ଚଳରେ ପାଣି ପଶିଯାଇଥିଲା। ସହରର ବ୍ୟସ୍ତବହୁଳ ସଡ଼କ କୁହାଯାଉଥିବା ବଜାର ଛକଠାରୁ-ଗାନ୍ଧୀ ମାର୍ଗ ଯାଏ ୩ ଫୁଟର ପାଣି ଚାଲିଥିଲା। ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଶଙ୍କର ସିନେମା ରୋଡ୍‌ରେ ଅନୁରୂପ ସ୍ଥିତି ଦେଖିବାକୁ ମିଳିଥିଲା। ହେମସୁରପଡ଼ାରେ ସ୍ଥିତି ଏମିତି ହୋଇଥିଲା ଯେ, ବର୍ଷା ପାଣି ନିଷ୍କାସନ ହେବାକୁ ବାଟ ପାଇ ନ ଥିଲା। ପୌର କର୍ତ୍ତୃପକ୍ଷ ଜେସିବି ସହାୟତାରେ ରାସ୍ତା ଖୋଳିବା ପରେ ପାଣି ନିଷ୍କାସନ ହୋଇଥିଲା। ମୌସୁମୀ ଋତୁର ପ୍ରଥମ ବଡ଼ ବର୍ଷାରେ ସହରର ଏଭଳି ସ୍ଥିତି ପୌର ପ୍ରଶାସନର ଅପାରଗତାକୁ ପଦାରେ ପକାଇଛି। ତେଣୁ ତୁରନ୍ତ ପାଣି ଜମୁଥିବା ସ୍ଥାନଗୁଡ଼ିକୁ ଚିହ୍ନଟ କରି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।
ଅନୁରୂପ ଭାବେ ତାଳଚେର ବ୍ଲକ ୨୦ନଂ. ଜିଲା ପରିଷଦ ଜୋନ୍‌ ମୁଣ୍ଡାବଜାର ଅନ୍ତର୍ଗତ ଦଳିତ ସାହିରେ ବର୍ଷା ପାଣି ଲୋକଙ୍କ ଘରେ ପଶିଛି। ଫଳରେ ସାହିବାସୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବନିୟା ସାହୁ, ବଳରାମ ନାଏକ, ଲକ୍ଷ୍ମୀ ମୁଖୀ, ଡଲି ଦାସ, ବାବୁଲି ନାଏକ, ମଙ୍ଗୁଳୁ ନାଏକ, ଲକ୍ଷ୍ମୀଧର ଜେନା, କମଳକାନ୍ତ ଜେନା, ଦୀପ୍ତିପ୍ରଭା ଜେନା, ରଞ୍ଜୁଲତା ନାଏକ, ସୀତା ନାଏକ, ଜଗବନ୍ଧୁ ଦାସ, ପବିତ୍ର ନାଏକ, ଲକି ନାଏକ, ଚିନ୍ମୟ ଜେନା, ଦାଶରଥୀ ନାଏକ, ବାରିଆ ନାଏକ, ଲିଙ୍ଗା ନାଏକଙ୍କ ଘରର ଆସବାବପତ୍ର ନଷ୍ଟ ହୋଇଯାଇଛି। ତଳିଆ ଅଞ୍ଚଳ ହୋଇଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଜିଲା ପରିଷଦ ସଦସ୍ୟା ରୀତାରାଣୀ ଦାସ କହିଛନ୍ତି। କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ରେ ଯାଉଥିଲେ ଯୁବକ, ଅଗରୁ ଜଗି ରହିଥିଲେ ଦୁର୍ବୃତ୍ତ: ପେଟରେ ଛୁରି ପୁରାଇ …

ଆସିକା,୧୧।୧୨(ସୁରେନ୍ଦ୍ରନାଥ ସାହୁ): ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ଗବନଳା-ଅତରଙ୍ଗ ରାସ୍ତା ତତରାନାଳ ନିକଟରେ ଜଣେ ଯୁବକଙ୍କୁ ସଙ୍ଘ ବଧ୍ୟ ଆକ୍ରମଣ ହୋଇଛି। ଦୁର୍ବୃତ୍ତ ଛୁରିରେ...

ସକାଳୁ ସକାଳୁ ବାଜିଲା ଗୁଳି….

ଅନୁଗୋଳ,୧୨।୧୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶିକ୍ଷକପଡ଼ା ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି ଗୁରୁତର ବ୍ୟକ୍ତଙ୍କୁ କଟକ ସ୍ଥାନାନ୍ତର...

ଅସହ୍ୟ, ଅସମ୍ଭାଳ  ହୋଇପଡ଼ିଲାଣି ଶୀତ: ଥରୁଛି  ଓଡ଼ିଶାର କଶ୍ମୀର 

ଦାରିଙ୍ଗବାଡି,୧୧।୧୨ (ଅରୁଣ ସାହୁ ): ଦିନକୁ ଦିନ ତାପମାତ୍ରା ତଳ ମୁହାଁ ହେବାରେ ଲାଗିଛି । ଏବେ ଶୀତ ଯେମିତି ଦାଉ ସାଧୁଛି ।ଏଭଳି ସ୍ଥିତି...

୨୦୨୭ ଯାଏ ଏହି ରାଶି ପାଇଁ କାଳ? ପିଛା ଛାଡିବେ ନାହିଁ ଶନି, ପଡିବ ଖରାପ ପ୍ରଭାବ…

ନୂଆ ବର୍ଷ ଆରମ୍ଭ ହେବାକୁ ଆଉ ମାତ୍ର ଅଳ୍ପ ଦିନ ବାକି ରହିଛି  ଏନେଇ ବିଭିନ୍ନ ଜ୍ୟୋତିଷ ବିସାରଦ ବିଭିନ୍ନ ଗ୍ରହ ନକ୍ଷତ୍ରର ଚାଲିକୁ ଦେଖି ନୂଆ ବର୍ଷର ଭବିଷ୍ୟବାଣୀ କରିବା ଜାରି ରଖିଛନ୍ତି  ଏହାରି ମଧ୍ୟରେ ଶନିଙ୍କ ଚାଲି ଯୋଗୁଁ ନୂଆ ବର୍ଷରେ ଉପୁଜିବାକୁ ଥିବା ବିପଦ ପ୍ରାୟ ସମସ୍ତ ରାଶିର ବ୍ୟକ୍ତି ବିସେଷଙ୍କ ଧ୍ୟାନ ଆକର୍ଷଣ କରିଛି । ଜ୍ୟୋତିଷ ଗଣନା ଅନୁସାରେ ୨୦୨୬ ମସିହାରେ ଶନିଙ୍କର କୈଣସି ଗୋଚର ଚାଲି ନାହିଁ । ଏଣୁ ୨୦୨୫ ଭଳି ୨୦୨୬ରେ ମଧ୍ୟ ମେଷ, କୁମ୍ଭ ଓ ମୀନ ରାଶିରେ ଶନିଙ୍କ ସାଢେ ସାତ ଚାଲି ଜାରି ରହିବ । ଏହି ସାଢେ ସାତ ଚାଲିର ପ୍ରଥମ ସୋପାନ ମେଷ ରାଶିରେ, ତୃତୀୟ ସୋପାନ କୁମ୍ଭ ରାଶିରେ ଓ ଦ୍ୱିତୀୟ ସୋପାନ ମୀନ ରାଶିରେ ସଂଗଠିତ ହେବାକୁ ଯାଉଛି ।  ମୀନ ରାଶିରେ ଶନିଦେବଙ୍କ ସାଢେ ସାତ ଚାଲିର ଦ୍ୱିତୀୟ ସୋପାନ ରହୁଥିବାରୁ ଏହି ରାଶିତ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ଚାକିରି, ବ୍ୟବସାୟ ଓ କ୍ୟାରିୟର କ୍ଷେତ୍ରରେ ବଡ ବାଧା ଉପୁଜିବ । ବାରମ୍ୱାର ଅସପଳତା ଯୋଗୁଁ ମନ ସର୍ବଦା ନିରାଶ ରହିବ । ଏହାଛଡା ଆପଣ ମାନସିକ ଚାପ ଅନୁଭବ କରିପାରନ୍ତି । ସଫଳତା ପାଇଁ ଅପଣଙ୍କୁ ଅବଶ୍ୟକତାଠୁ ଢେର ଅଧିକ ପରିଶ୍ରମ କରିବାକୁ ପଡିବ । ଆର୍ଥିକ ମାମଲାରେ ଆପଣଙ୍କୁ ଅଧିକ କ୍ଷତି ସହିବାକୁ ପଡିବ । ଆପମଙ୍କ ଲାଭ ତଥା ଆୟ ତଲମୁହାଁ ହେବ । ଆପମଙ୍କର ଖର୍ଚ୍ଚ ବଢିବା ସହ ସଞ୍ଚୟର ପରିମାଣ କମିକମି ଯିବ । ଏହାଛଡା ଆପଣ ବିଭିନ୍ନ ସ୍ଥାନରେ କରିଥିବା ନିବେଶ ବୁଡିଯିବାର ଆଶଙ୍କା ମଧ୍ୟ ରହିଛି ।

ଏଇ ଭାରତରେ

ପ୍ରାୟ ଏକ ଦଶନ୍ଧି ପୂର୍ୱରୁ ମହାରାଷ୍ଟ୍ର ପଶ୍ଚିମଘାଟ ପର୍ୱତମାଳା ଆଖପାଖ ଗାଁଗୁଡ଼ିକରେ ଜଳସଙ୍କଟ ଯୋଗୁ କୃଷିରେ ବାଧା ଉପୁଜୁଥିଲା। ସେଠାକାର ବୋର୍‌ଓ୍ୱେଲ କାମ କରୁ ନ...

ଖଜୁରି ଗଛର କି ଗୁଣ ଗାଇବି

ଦେଶର ସମ୍ୱିଧାନ କହେ ଆଇନ ଦୃଷ୍ଟିରେ ସମସ୍ତେ ସମାନ। ହେଲେ ବାସ୍ତବ କ୍ଷେତ୍ରରେ ତାହାର କାର୍ଯ୍ୟାନ୍ୱୟନ ବା ଅନୁପାଳନ ବେଳେ ହୁଏ କିନ୍ତୁ ଠିକ୍‌ ତା’ର...

ତହସିଲଦାରଙ୍କ ସରକାରୀ ଗାଡ଼ି ଜବତ: ସିଲ୍‌ କରିବାକୁ ଯିବାବେଳେ…

ଢେଙ୍କାନାଳ,୧୧।୧୨ (ରତନ ନାୟାର): ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଢେଙ୍କାନାଳ ସଦର ତହସିଲଦାର ସ୍ବାଧୀନ କୁମାର ବେହେରା...

ବିଲୁପ୍ତି ପଥେ ନୀଳରକ୍ତ କଙ୍କଡ଼ା

ମାନବ ଜାତି ପାଇଁ ପରମ ଉପକାରୀ ବନ୍ଧୁ ହେଉଛି ବିରଳ ନୀଳରକ୍ତ କଙ୍କଡ଼ା। ତା’ର ନୀଳରକ୍ତର କଣିକାରେ ଭରି ରହିଛି ଅମୂଲ୍ୟ ଔଷଧୀୟ ଗୁଣ। ବାଲେଶ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri