ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା ବଡ଼ ବିଚିତ୍ର। ଭକ୍ତଙ୍କ ମାନରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ରୂପରେ ସେ ପ୍ରକଟ ହୁଅନ୍ତି । ଯାହା କାଞ୍ଚତ୍ ଅଭିଯାନ କଥାରେ ବି ଦେଖିବାକୁ ମିଳେ। କିମ୍ବଦନ୍ତୀ ଅନୁଯାୟୀ – ଶ୍ରୀକ୍ଷେତ୍ରରେ ରଥଯାତ୍ରା ପର୍ବର ପରିବେଶ। ବିଭିନ୍ନ ଆଡ଼ୁ ଆସିଥା’ନ୍ତି ନିମନ୍ତ୍ରିତ ରାଜଅତିଥି। ସେମାନଙ୍କ ମଧ୍ୟରେ ଥିଲେ କାଞ୍ଚିରାଜା ସାଲ୍ବ ନରସିଂହ ଦେବ । ସେ ଅବଲୋକନ କରୁଥିଲେ ରଥାରୂଢ଼ ଶ୍ରୀଜୀଉମାନଙ୍କୁ। ଉତ୍କଳର ଗଜପତି ମହାରାଜା ଶ୍ରୀ ଶ୍ରୀ ପୁରୁଷୋତ୍ତମ ଦେବ ତିନି ଠାକୁରଙ୍କ ସମ୍ମୁଖ ରଥଉପରେ ଛେରାପହଁରା କରୁଥିବାର ଦୃଶ୍ୟକୁ କାଞ୍ଚିରାଜା ଦେଖି ହଠାତ ନିମନ୍ତ୍ରିତ ଆତିଥ୍ୟ ଆସନରୁ ଉଠିପଡ଼ିଥିଲେ। ଏଥର ସେ ଫେରିଗଲେ କାଞ୍ଚତ୍। କିନ୍ତୁ ପୂର୍ବରୁ ଅଙ୍ଗୀକାରବଦ୍ଧ କାଞ୍ଚିରାଜା ସାଲ୍ବ ନରସିଂହ ଦେବ ଘୋଷଣାକଲେ କାଞ୍ଚି ରାଜଜେମା ପଦ୍ମାବତୀଙ୍କୁ ବରଂ ଚଣ୍ଡାଳଙ୍କ ହାତରେ ଟେକିଦେବେ, ମାତ୍ର ଉତ୍କଳର ଗଜପତି ଶ୍ରୀପୁରୁଷୋତ୍ତମ ଦେବଙ୍କୁ ପ୍ରଦାନ କରିବେ ନାହିଁ। ଏହି ସମ୍ବାଦ ଆସି ପହଞ୍ଚିଲା ଉତ୍କଳ ରାଜଦରବାରରେ। ଏହା ଯେ ଉତ୍କଳରାଜ୍ୟ ପ୍ରତି ଘୋର ଅପମାନ ଏହି କଥାକୁ ଶ୍ରୀ ଗଜପତି ପୁରୁଷୋତ୍ତମ ଦେବ ଅନୁଭବ କରିଥିଲେ। ପ୍ରସ୍ତୁତ ହେଲା ସମରସଜ୍ଜା, ଆରମ୍ଭ କଲେ କାଞ୍ଚତ୍ ଅଭିଯାନ। ମାତ୍ର ପ୍ରଥମ ଯୁଦ୍ଧରେ ଗଜପତି ଶ୍ରୀପୁରୁଷୋତ୍ତମ ଦେବ ପରାସ୍ତ ହେଲେ । ଏବଂ ମାନରକ୍ଷା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଶରଣାଗତ ହେଲେ। ପୁଣି ଦ୍ୱିତୀୟ ଥର ଆରମ୍ଭ ହେଲା କାଞ୍ଚି ଅଭିଯାନ ସମର ସଜବାଜ। ଏଥର କିନ୍ତୁ କାଞ୍ଚି ଅଭିଯାନରେ ଶ୍ରୀପୁରୁଷୋତ୍ତମ ଦେବଙ୍କୁ ସାହାଯ୍ୟ କରିବା ନିମନ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର ସୈନିକ ସାଜିଲେ। କଳାଧଳା ଘୋଡ଼ା ଚଢି ଚାଲିଥାନ୍ତି ଚିଲିକା କୂଳେକୂଳେ ଦାକ୍ଷିଣାତ୍ୟ ଅଭିମୁଖେ । କିଛିବାଟ ଗଲାପରେ ଚିଲିକା ଠାରୁ ଅନିତଦୂର ସମୁଦ୍ର ବେଳାଭୂମିର ତଣ୍ଡାକିନାରେ ପହଁଞ୍ଚିଥିଲେ। ଟାଣଖରାରେ ପ୍ରବଳ ତୃଷାର୍ତ୍ତ ଯୋଗୁ ଦୁଇଭାଇ ବାଟରେଥିବା ଏକ ବରଗଛ ମୂଳେ ଅଟକିଗଲେ। ଦହି ବିକିବାକୁ ଆସିଥିବା ମାଣିକ ଗଉଡ଼ୁଣୀ ଗଛ ମୂଳେ ଘୁମାଇ ପଡ଼ିଥାନ୍ତି। ଘୋଡ଼ାର ଟପ୍ ଟପ୍ ଶବ୍ଦ ଶୁଣି ହଠାତ୍’ ମାଣିକର ନିଦଟା ଭାଙ୍ଗିଗଲା। ସେ ଦେଖିଲା ଦୁଇଜଣ ପାଇକ ସୈନିକ କଳାଧଳା ଘୋଡ଼ାଚଡ଼ି ଏଇ ଗଛମୂଳେ ଅଟକିଛନ୍ତି। ସେ ଦୁଇଜଣଙ୍କୁ ଦହି ପିଇବାକୁ ଦେଲେ। ହେଲେ ଦହି ବାବଦକୁ ପାଉଣା ଦେବାକୁ ପାଖରେ କଉଡ଼ି ନ ଥିବାରୁ ସେମାନେ ହସ୍ତରୁ ରତ୍ନମୁଦିକୁ ବନ୍ଧକ ଦେଇ କହିଲେ, ପଛରେ ରାଜା ସୈନ୍ୟଧରି ଆସୁଛନ୍ତି। ଏହାକୁ ଦେଖାଇଲେ ତୁମର ପ୍ରାପ୍ୟ ପାଇଯିବ। ସତକୁସତ କିଛି ସମୟ ପରେ ଗଜପତି ମହାରାଜା ଶ୍ରୀପୁରୁଷୋତ୍ତମ ଦେବ ଆସି ପହଞ୍ଚିଯାଇଥିଲେ। ମାଣିକ ଗଜପତିଙ୍କୁ ଦେଖି ରତ୍ନମୁଦ୍ରିକାକୁ ବଢାଇ କହିଲେ ନିଅନ୍ତୁ ମଣିମା। କିନ୍ତୁ ମାଣିକ ହାତରେ ରତ୍ନମୁଦ୍ରିକାକୁ ଦେଖି ଚମକି ପଡ଼ିଲେ ଗଜପତି ଶ୍ରୀପୁରୁଷୋତ୍ତମ ଦେବ। ଗଜପତି ପଚାରିଲେ, ସତ କୁହ ମା’ ଏ ମୁଦ୍ରିକା ତତେ କିଏ ଦେଲା। ଡ଼ରିଯାଇ ମାଣିକ କହିଲେ ସତ କହୁଛି ମଣିମା, ମୋର କିଛି ଦୋଷ ନାହିଁ । ଦୁଇ ପାଇକ ମୋ ହାଣ୍ଡିକ ଯାକ ଦହି ପିଇ ମୋତେ ଏ ମୁଦି ଦେଇ କହିଛନ୍ତି, ଏ ମୁଦି ରାଜାଙ୍କୁ ଦେଇ ତୁ ତୋ ପାଉଣା ନେଇଯିବୁ। ଏକଥା ଶୁଣି ଗଜପତି ମହାରାଜାଙ୍କ ଆଖିରୁ ଲୁହ ଝରିଆସିଲା। ସଜଳ ନୟନରେ ମାଣିକଙ୍କୁ ଚାହିଁ କହିଲେ, ମା’ ମାଣିକ ତୁ କେତେ ଭାଗ୍ୟବତୀ, ତୁ ଆଜି ବ୍ରହ୍ମାଣ୍ଡ କର୍ତ୍ତାଙ୍କୁ ନିଜ ହାତରେ ଦହି ଖୁଆଇ ଦେଇଛୁ। ତୁ ଧନ୍ୟ, ତୋର ପିତା ମାତା ଧନ୍ୟ। ତୋର ଏଇ ଜନ୍ମମାଟି ଧନ୍ୟ। ଆଜିଠାରୁ ଏହି ଅଞ୍ଚଳ ‘ମାଣିକ ପାଟଣା’ ନାଁରେ ନାମିତ ହେଲା। ଡକ୍ଟର ଅଭିମନ୍ୟୁ ଜେନାଙ୍କ ଲିଖିତ ‘ଚିଲିକା ଓ ଶ୍ରୀଜଗନ୍ନାଥ’ ପୁସ୍ତକ ପୃ-୧୪୫ରୁ ଜଣାପଡ଼େ- ଅତିତରେ ମାଣିକପାଟଣା ବନ୍ଦରଠାରେ ବକ୍ସି ଜଗବନ୍ଧୁ ବିଦ୍ୟାାଧର ମହାପାତ୍ରଙ୍କ ମଧ୍ୟସ୍ଥତାରେ ଗଜପତି ଦିବ୍ୟସିଂହ ଦେବ ଓ ନବାବ ଏକରାମ ଖାଁଙ୍କ ମଧ୍ୟରେ ଗୋପନୀୟ ନିଷ୍ପତ୍ତି ହୋଇଥିଲା। ଯାହା ଶ୍ରୀମନ୍ଦିର ଆକ୍ରମଣ ନ କରିବା ନିମନ୍ତେ ତଥା ସୁରକ୍ଷା ଉଦ୍ଦେଶ୍ୟରେ ଏହା ଥିଲା ନିଷ୍ପତ୍ତିର ଗୋପନୀୟ ସ୍ଥାନ। ସେହିଭଳି ଐତିହାସିକଙ୍କ ଗବେଷଣାରୁ ଜଣାପଡ଼େ ଅତୀତରେ ମାଣିକପାଟଣାଠାରେ ଏକ ବନ୍ଦର ରହିଥିଲା। ମାଣିକପାଟଣାର ସୌଦାଗର ସନାତନ ପୁଅ ଭ୍ରମରବର ରଙ୍ଗବତୀଙ୍କୁ ବିବାହ କରିବା ପାଇଁ ଯୋଗୀବେଶ ସାଜିଥିଲେ। ଏକ ପଦ୍ମପୋଖରୀ ପାଖରେ ଦୁହେଁ ମିଳିତ ହେଉଥିଲେ। ସୌଦାଗରଙ୍କର ଏକ ସୁରକ୍ଷା ମହଲ ଥିଲା। ଏହା ସେତେବେଳେ ନୌକା ବ୍ୟବସାୟୀ ଓ ବାଟୋଇଙ୍କୁ ଆଶ୍ରୟ ଦେଉଥିଲା। ମାତ୍ର ସମୟକ୍ରମେ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ସମୁଦ୍ର ପାଣି ପଶିଆସିବା ପରେ ମାଣିକପାଟଣା ବନ୍ଦର ସହ ସେହି ମୁଳ ଗାଁଟି ନାହିଁ। ପରେ ପୁନଃ ଗଢି ଉଠିଥିବା ମାଣିକପାଟଣା ପଞ୍ଚାୟତ ଏବେ ବି ରହିଛି। ଏ ସମ୍ପର୍କରେ ଅଧିକଗବେଷଣାର ଆବଶ୍ୟକତା ରହିଛି। ଏହି ଅଞ୍ଚଳକୁ ଆସିବାକୁ ହେଲେ ଶ୍ରୀକ୍ଷେତ୍ର ପୁରୀଠାରୁ ବ୍ରହ୍ମଗିରି ବଜାରଦେଇ ପ୍ରାୟ ୪୪ କିମି ଦୂର- ସାତପଡ଼ା ଅଭିମୁଖେ ଆସିଲେ ପଡ଼ିବ ଗବକୁଣ୍ଡ-ମିର୍ଜାପୁର ରାସ୍ତାରେ ଦହିଖିଆ ଛକ। ଏଠାରୁ ବାମପଟ ରାସ୍ତାରେ ପ୍ରାୟ ୪କିମି ଦୂରରେ ରହିଛି ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅଧୀନ ମାଣିକପାଟଣା ଗ୍ରାମପଞ୍ଚାୟତର ମିର୍ଜାପୁର, ରାୟପୁର, ପଦ୍ମପୁର, ଭଗବାନପୁର, ବ୍ରହ୍ମପଡ଼ା। ସେତେବେଳେ ମୋଗଲ ସାମ୍ରାଜ୍ୟର ମୁସଲମାନ ଲୋକମାନେ ଭଗବାନପୁର ଗାଁରେ ବସତି ସ୍ଥାପନ କରିଛନ୍ତି। ମାଣିକ ପାଟଣା ଗ୍ରାମ ନିକଟରେ ନୀଳାମ୍ବୁ ଚିଲିକାକୂଳ ଓ ଅନିତ ଦୂରରେ ରହିଛି ବଙ୍ଗୋପସାଗର। -ବନବିହାରୀ ବେହେରା
କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି
କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...
ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ
ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...
ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ
ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...
ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ…
ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...
ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ
ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...
୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା
ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...
ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା
ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...
ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…
ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...
Archives


