ଯେଉଁଠି ଶତାଧିକ ବର୍ଷ ଧରି ଟଣା ହୋଇନି ରଥ

କେନ୍ଦ୍ରାପଡ଼ା,୨୫।୬ (ଜଗନ୍ନାଥ ଧଳ) କେନ୍ଦ୍ରାପଡ଼ା ସହରଠାରୁ ମାତ୍ର ୧୨ କିଲୋମିଟର ଦୂରରେ ଇନ୍ଦୁପୁର ା ଏଠାରୁ ଦେଢ଼ କିଲୋମିଟର ହାବେଳି (ପତି ସାହି) ଠାରେ ଥିବା ପ୍ରାୟ ୩୦୦ ବର୍ଷର ଶ୍ରୀଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତି ଅବସ୍ଥାନ କରୁଛନ୍ତି ା ୩ ଚକାସନରେ ଉପବିଷ୍ଟ ଏହି ଦେବ ପ୍ରତିମା ଦାରୁରେ ନିର୍ମିତ ହୋଇଥିଲେ ମଧ୍ୟ କେବେ ନବକଳେବର ହୁଅନ୍ତି ନାହିଁ ା ମାତ୍ର ଶ୍ରୀ ଜଗନ୍ନାଥ ସଂସ୍କୃତିରେ ପ୍ରଚଳିତ ରୀତିନୀତିକୁ ଅନୁକରଣ କରାଯାଏ ା ସ୍ନାନ ପୂର୍ଣ୍ଣିମା ଅବସରରେ ଦିଅଁମାନେ ନିକଟସ୍ଥ ସ୍ନାନମଣ୍ଡପକୁ ଯାଆନ୍ତି। ସେଠାରୁ ଫେରି ଅନବସର ଗୃହରେ ରୁହନ୍ତି ା ଏହି ସମୟରେ ବନକଲାଗି ହୁଏ ା ନେତ୍ରୋତ୍ସବରେ ଶ୍ରଦ୍ଧାଳୁଙ୍କୁ ନବଯୌବନ ବେଶରେ ଦେଖା ଦିଅନ୍ତି ା ଏହି ଦିନ ରଥ ବଦଳରେ ମନ୍ଦିର ଚୂଳରେ ନେତ ବନ୍ଧାହୁଏ ା ତେବେ ରଥଯାତ୍ରା ଦିନ ରଥ ବଦଳରେ ଶ୍ରୀଜୀଉମାନେ ମନ୍ଦିର ଚକାସନରେ ବିଜେ ହୁଅନ୍ତି ା
ବନ୍ଦ ହୋଇଥିବା ରଥଟଣା ଓ ଏହି ମନ୍ଦିର ସମ୍ପର୍କରେ ଅବସରପ୍ରାପ୍ତ ଶିକ୍ଷକ ତଥା ସେବାୟତ ନୀଳମାଧବ ପତି କୁହନ୍ତି, ପ୍ରାୟ ୩ ଶହ ବର୍ଷରୁ ଅଧିକ ସମୟ ହେବ ଏଠାରେ ରଥଟଣା ବନ୍ଦ ରହିଛି ା ସମ୍ଭବତଃ ଗ୍ରାମରେ ରଥ ଉପଯୋଗୀ ଦାଣ୍ଡ ଓ ମାଉସୀମା’ ମନ୍ଦିର ନ ଥିବାରୁ ଏପରି ବ୍ୟବସ୍ଥା ହୋଇଛି ା ସେ କହିଛନ୍ତି, ଏବକାର ଦେଉଳଟି ପ୍ରାୟ ୩୦୦ ବର୍ଷ ପୂରୁଣା ା ମାତ୍ର ମୂଳ ମନ୍ଦିର ଏଠାରେ ନ ଥିଲା ା ବିରୂପା ନଦୀ କୂଳରେ ଦ୍ୱାଦଶ ଶତାଦ୍ଦୀର ମନ୍ଦିର ରହିଥିବା ବିଭିନ୍ନ ସମୟରେ ପ୍ରମାଣ ମିଳିଛି ା ନଦୀବନ୍ଧ ନିକଟରେ ଜଣେ ବ୍ୟକ୍ତି ଘର ନିଅଁ ଖୋଳିବାକୁ ଯାଇ ଏକ ପ୍ରସ୍ତର ଚଟାଣ ଉଦ୍ଧାର କରିଛନ୍ତି ା ସେହିପରି ନଦୀ ଗର୍ଭକୁ ଚାଲି ଯାଇଥିବା ୩ ବାମ୍ଫି ସମ୍ପର୍କରେ ଲୋକକଥା ଏଯାଏଁ ଅଞ୍ଚଳବାସୀଙ୍କ ମୁହଁରେ ରହିଛି ା ଆଉରେଙ୍ଗଜେବଙ୍କ ସେନା ଆକ୍ରମଣ ସମୟରେ ମନ୍ଦିରର ବହୁ ସୁନା ରୁପା ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀ ସେହି ବାମ୍ଫିରେ ପଡିଛି ବୋଲି ସମସ୍ତେ ବିଶ୍ୱାସ କରନ୍ତି ା ଏହାବ୍ୟତୀତ ଶ୍ରୀଜୀଉଙ୍କ ଚକାସନ ବହୁ ଗବେଷକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି ା ସେବାୟତ ପତି କୁହନ୍ତି, ମନ୍ଦିରର ବିରାଜିତ ଶ୍ରୀଜୀଉଙ୍କ ଉଚ୍ଚତା ପ୍ରାୟ ୪ ଫୁଟ। ଦିଅଁମାନେ ଯେଉଁ ଚକାସନରେ ବସିଛନ୍ତି, ସେଠାରେ ପ୍ରାକ ସମୟର ଭାଷାରେ କିଛି ଲେଖାଯାଇଛି ା ଯାହା ଐତିହାସିକଙ୍କ ଗବେଷଣାକୁ ଅପେକ୍ଷା କରିଛି ା ଏସମ୍ପର୍କରେ ଶିକ୍ଷାବିତ୍‌ ପ୍ରଣବ ପ୍ରକାଶ ଜେନା କୁହନ୍ତି, ଶ୍ରୀକ୍ଷେତ୍ରଧାମରୁ କେତେକ ଅନ୍ବେଷଣକାରୀ ସୁଭଦ୍ରାଙ୍କ ଚକାସନକୁ ଶ୍ରୀକ୍ଷେତ୍ରର ବୋଲି ଦାବି କରିଥିଲେ ା ତେବେ ଏଥିପାଇଁ ଆହୁରି ଗବେଷଣା ଓ ତର୍ଜମାର ଆବଶ୍ୟକତା ଅଛି ା ଇନ୍ଦୁପୁରର ଶ୍ରଦ୍ଧାଳୁ ରଘୁନାଥ ସାହୁ କୁହନ୍ତି, କେନ୍ଦ୍ରାପଡ଼ା ସହରର ଇଚ୍ଛାପୁରରେ ଥିବା ଶ୍ରୀ ବଳଦେବଜୀଉଙ୍କ ମନ୍ଦିରଠାରୁ ଏହା ପୁରୁଣା ା ଏବେ ପଥର ଦେଉଳର କ୍ଷୟକୁ ରୋକିବା ପାଇଁ ସିମେଣ୍ଟ ପ୍ଲାଷ୍ଟର ଓ ମାର୍ବଲ ଯୋଡେଇ ହୋଇଛି ା ତେବେ ଏହି ମନ୍ଦିରର କିଛି ଅଂଶରେ ଥିବା ପୁରୁଣା ଦେବୀଦେବ ଓ ଅନ୍ୟ ପାର୍ଶ୍ୱଦେବତା ମୂର୍ତ୍ତିକୁ ଦେଖିବା ପାଇଁ ଛଡାଯାଇଛି ା ଏହି ପୁରାତନ ମନ୍ଦିରର ପ୍ରଚାର ପ୍ରସାର ନ ଥିବାରୁ ଅବହେଳିତ ହୋଇ ପଡି ରହିଥିବା ସେ କ୍ଷୋଭ ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri