ନୂଆଦିଲ୍ଲୀ,୨୪।୬: ଦେଶର ପ୍ରମୁଖ ଇ-କର୍ମସ ପ୍ଲାଟ୍ଫର୍ମ ମିଶୋ ନିକଟରେ ଏକ ଅନ୍ତଃରାଷ୍ଟ୍ରୀୟ ସମ୍ମାନ ଓ ସ୍ବୀକୃତି ପ୍ରାପ୍ତ କରିଛି। ବିଶେଷକରି ବ୍ରାଣ୍ଡ୍ ଚଳିତ ବର୍ଷରେ ବିଶ୍ୱର ଶ୍ରେଷ୍ଠ-୧୦୦ ପ୍ରଭାବଶାଳୀ କମ୍ପାନୀ ଭାବେ ଟାଇମ୍ସର ସମ୍ମାନଜନକ ତାଲିକାରେ ସ୍ଥାନ ପାଇଛି। ଏପରିକି ମିଶୋ ଉକ୍ତ ତାଲିକାରେ ‘ପାଇନ୍ ଅର୍ସ’ ଭାବେ ମାନ୍ୟତା ପାଇଥିଲାବେଳେ ଭାରତର ଇ-ବାଣିଜ୍ୟ ଦୃଶ୍ୟପଟରେ ଏକ ଅସାଧାରଣ ପ୍ରଭାବ ପକାଇଛି। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଟାଇମ-୧୦୦ର ୩ୟ ସଂସ୍କରଣରେ ସର୍ବାଧିକ ପ୍ରଭାବଶାଳୀ କମ୍ପାନୀଗୁଡ଼ିକ ସଙ୍ଗଠନଗୁଡିକୁ ସମ୍ମାନିତ କରିଛନ୍ତି। ବିଶେଷକରି ସ୍ବାସ୍ଥ୍ୟ ସେବା, ମନୋରଞ୍ଜନ, ପ୍ରଯୁକ୍ତିବିଦ୍ୟା, ଖୁଚୁରା ଏବଂ ଶକ୍ତି ସମେତ ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦଶର୍ନ କରିଥିବା ଏବଂ ଶିଳ୍ପ ଗଠନ ତଥା ଆମର ଜୀବନ ଏବଂ କାର୍ଯ୍ୟର ପଦ୍ଧତିକୁ ପୁନଃ ନିର୍ଣ୍ଣୟ କରିବାରେ ମହତ୍ତ୍ୱପୂର୍ଣ୍ଣ ଅବଦାନ ରଖିଥିବା କମ୍ପାନୀଗୁଡିକୁ ଚୟନ କରାଯାଇଛି। ଉପରୋକ୍ତ ବର୍ଗର ତାଲିକା ଏକତ୍ର କରିବାକୁ ଟାଇମ ସେକ୍ଟରଗୁଡିକରେ ନାମାଙ୍କନ ଏବଂ ବିଶ୍ୱସ୍ତରୀୟ ଯୋଗଦାନକାରୀ ଓ ସମ୍ବାଦଦାତା ତଥା ବାହ୍ୟ ବିଶେଷଜ୍ଞଙ୍କ ସର୍ଭେ କରିଥିଲା। ପରବର୍ତ୍ତୀ ସମୟରେ ଟାଇମ ସମ୍ପାଦକମାନେ ପ୍ରଭାବ, ନବସୃଜନ, ଉଚ୍ଚାଭିଳାଷ ଏବଂ ସଫଳତା ସହିତ ପ୍ରମୁଖ କାରଣଗୁଡ଼ିକ ଉପରେ ପ୍ରତ୍ୟେକଙ୍କୁ ମୂଲ୍ୟାଙ୍କନ କରାଯାଇଥିଲା। ଅପରପକ୍ଷରେ ଟାଇମ ପକ୍ଷରୁ କୁହାଯାଇଛି, ଏହାର ପ୍ରତିଯୋଗୀମାନଙ୍କ ପରି ମିଶୋ କୌଣସି ବିକ୍ରେତା କମିଶନ ରଖନ୍ତି ନାହିଁ, ଯାହାକି ଏହାର ୬୦% ଉତ୍ପାଦକୁ ୪ ଡଲାରରୁ କମ୍ ମୂଲ୍ୟରେ ବିକ୍ରୟ କରିବାକୁ ସକ୍ଷମ କରିଥାଏ। ଯାହା ବର୍ଷକୁ ୬,୦୦୦ଡଲାରରୁ କମ୍ ରୋଜଗାର କରୁଥିବା ଭାରତୀୟ ପରିବାରଙ୍କ ନିକଟରେ ପହଞ୍ଚତ୍ଥାଏ। ଏପରିକି କମ୍ପାନୀ ଲକ୍ଷ ଲକ୍ଷ କ୍ଷୁଦ୍ର ବ୍ୟବସାୟକୁ ଅନ୍ଲାଇନ ଆସି ଡିଜିଟାଲ୍ ଷ୍ଟୋରଫ୍ରନଟ୍ସ ସୃଷ୍ଟି କରିବାକୁ ସଶକ୍ତ କରିଛି, ଯାହା କେବଳ ସେମାନଙ୍କର ରୋଜଗାର ସମ୍ଭାବନାକୁ ବଢ଼ାଏ ନାହିଁ ବରଂ ରୋଜଗାର ସୃଷ୍ଟି କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏଥିସହିତ ସୁଲଭ ତଥା ପ୍ରାସଙ୍ଗିକ ଉତ୍ପାଦ ମାଧ୍ୟମରେ ଅଣସଂରକ୍ଷିତ ଗ୍ରାହକଙ୍କୁ ଖାଦ୍ୟ ଯୋଗାଇବା ଉପରେ ମିଶୋର ଧ୍ୟାନ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ଭାରତରୁ ଅନ୍ତର୍ଭୁକ୍ତ କରିଛି। ଏ ସମ୍ପର୍କରେ ମିଶୋର ପ୍ରତିଷ୍ଠାତା ତଥା ସିଇଓ ବିଦ୍ୟା ଆଟ୍ରେ କହିଛନ୍ତି, ବିଶ୍ୱସ୍ତରରେ ଟାଇମ-୧୦୦ ପ୍ରଭାବଶାଳୀ କମ୍ପାନୀ ଭାବେ ଚୟନ ହୋଇଥିବାରୁ ଆମେ ବେଶ୍ ଉତ୍ସାହିତ। ଏପରିକି ଭାରତ-ଫୋକସ୍ କମ୍ପାନୀ ଏହି ସମ୍ମାନ ପାଇବା ସହିତ ଉକ୍ତ ସଫଳତା ସମଗ୍ର ଦେଶ ପାଇଁ ଏକ ଗର୍ବର ମୁହୂର୍ତ୍ତ ବୋଲି ଆଟ୍ରେ ମତପ୍ରକାଶ କରିଛନ୍ତି।
ବାମଣ୍ଡା କପ୍ କ୍ରିକେଟ୍: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ
ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...
ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ
ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...
ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍ରେ ବ୍ରହ୍ମପୁର ବିଜୟୀ
ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...
ୟୁକ୍ରେନ୍କୁ ବଡ଼ ଚେତାବନୀ ଦେଲେ ପୁଟିନ୍
ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ଫ୍ଲୋରିଡ଼ାରେ...
ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ
ନୂଆଦିଲ୍ଲୀ,୨୮ା୧୨: ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...
ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା
ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...
ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ
ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...
ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର
ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...
Archives


