ଦୁର୍ଘଟଣା ଆଶଙ୍କା ବଢ଼ାଉଛି ରାସ୍ତାରେ ଗର୍ତ୍ତ

କଟକ,୨୩ା୬(ସୁପ୍ରିୟା ପ୍ରିୟଦର୍ଶିନୀ): ଓଡ଼ିଶାରେ ମୌସୁମୀ ପ୍ରବେଶ କଲାଣି। ଗୁରୁବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। କଟକରେ ମଧ୍ୟ ବର୍ଷା ହୋଇଛି। ବର୍ଷା ଦିନରେ ସହରରେ ଜଳବନ୍ଦୀ ସମସ୍ୟା ବହୁ ପୁରୁଣା ହୋଇଥିବା ବେଳେ ଏବେ ରାସ୍ତାରେ ଗର୍ତ୍ତ ସୃଷ୍ଟି ହେବା ଏକ ନୂଆ ସମସ୍ୟା ମୁଣ୍ଡ ଟେକିଲାଣି। ଗତବର୍ଷ ବର୍ଷା ଜଳ ପ୍ରବାହ ଯୋଗୁ ସହରର ବିଭିନ୍ନ ରାସ୍ତା ତଳ ମାଟି ଧୋଇହୋଇ ରାସ୍ତାଧସି ବିରାଟ ଗର୍ତ୍ତ ସୃଷ୍ଟ ହୋଇଥିଲା। ମୁଖ୍ୟରାସ୍ତା ସହ ବିଭିନ୍ନ ସାହି ବସ୍ତି ରାସ୍ତାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ରାସ୍ତା ଖୋଳାଯାଇ ଚାମ୍ବର କରାଯିବା ପରେ ଏହାକୁ ଠିକ୍‌ ଭାବେ ବାଲି ଦେଇ ପୋତାଯାଉ ନ ଥିବା କାରଣରୁ ଏଭଳି ସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ ହୋଇଥିଲା। ଫଳରେ ଗର୍ତ୍ତ ହେବା ସ୍ଥାନରେ ଖୋଦ୍‌ କଟକ ମହାନଗର ନିଗମ(ସିଏମ୍‌ସି) ମେୟର ସୁବାସ ସିଂ ଖଟିଆ ପକେଇ ସେଠାରେ ଜଗି ରହି ରାସ୍ତା ମରାମତି କାର୍ଯ୍ୟ ତଦାରଖ କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା। ହେଲେ ପରବର୍ତ୍ତୀ ସମୟରେ ଉକ୍ତ କାର୍ଯ୍ୟର ତଦାରଖ କରିବାକୁ କେହି ଧ୍ୟାନ ଦେଲେ ନାହିଁ। ଫଳରେ କେତେ କାର୍ଯ୍ୟ ହୋଇଛି ତା’ର ସୂଚନା କଟକ ମହାନଗର ନିଗମ(ସିଏମ୍‌ସି) ପାଖରେ ନାହିଁ। ଏବେ ପୁଣି ବର୍ଷା ଆସିଯାଇ ଥିବାରୁ ସହରବାସୀଙ୍କ ମଧ୍ୟରେ ଦୁର୍ଘଟଣାର ଆଶଙ୍କା ବଢ଼ିଲାଣି।
ମିଳିଥିବା ସୂଚନା ଅନୁସାରେ, ଗତ ବର୍ଷ ବର୍ଷା ଜଳ ପ୍ରବାହ କାରଣରୁ ରାସ୍ତାରେ ଗର୍ତ୍ତ ସୃଷ୍ଟି ହେବା ଘଟଣାକୁ ନେଇ ଜନଅସନ୍ତୋଷ ଦେଖା ଦେଇଥିଲା। ଏହି ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ସିଏମ୍‌ସି ପକ୍ଷରୁ ପ୍ରଥମେ ତତ୍ପରତା ପ୍ରକାଶ ପାଇଥିଲା। ଗତ ସେପ୍ଟେମ୍ବର ମାସରେ ସିଏମ୍‌ସି ପକ୍ଷରୁ ଆହୁତ ଏକ ବୈଠକରେ ରାସ୍ତା ତଳେ ଏବଂ ଏହାର ପାର୍ଶ୍ୱରେ ନିର୍ମାଣ କରାଯାଇଥିବା ଚାମ୍ବରଗୁଡିକର ସ୍ଥିତି ସମ୍ପର୍କରେ ୭ଦିନ ମଧ୍ୟରେ ଜଣାଇବାକୁ ଜାଇକା କର୍ତ୍ତୃପକ୍ଷଙ୍କୁ ମେୟର ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଆଗାମୀ ଦିନରେ ଯେଉଁ ସ୍ଥାନରେ କୂପ ବା ଚାମ୍ବର ନିର୍ମାଣ କରାଯିବ ସେଠାରେ ଇଞ୍ଜିନିୟର ଉପସ୍ଥିତ ରହିବେ। ବିନା ଇଞ୍ଜିନିୟରରେ କୌଣସି ଠିକାଦାର କାର୍ଯ୍ୟ କରିପାରିବେ ନାହିଁ ବୋଲି କଡ଼ା ତାଗିଦ୍‌ ହୋଇଥିଲା। ଏପରି କି ଏଥିରେ ଖିଲାପ ହେଲେ କଠୋର ପଦକ୍ଷେପ ନିଆଯିବ ବୋଲି ମେୟର କହିଥିଲେ। ହେଲେ ଗତ ମୌସୁମୀ ଯାଇ ଆଉ ଏକ ମୌସୁମୀ ଆସିଲାଣି, ହେଲେ ଭୂତଳ ଚାମ୍ବରଗୁଡ଼ିକର ସ୍ଥିତି କ’ଣ, ଜାଇକା କର୍ତ୍ତୃପକ୍ଷ କ’ଣ ରିପୋର୍ଟ ପ୍ରଦାନ କରିଲେ ତାହା ଲୋକଲୋଚନକୁ ଆସିପାରିଲା ନାହିଁ। ସ୍ଥାନୀୟ ବାସିନ୍ଦା ପ୍ରସନ୍ନଜିତ ସାହୁଙ୍କ କହିବା ହେଲା ସହରର ଉନ୍ନତୀକରଣ ପାଇଁ ସବୁ ଯୋଜନା ହେଉଛି। ହେଲେ ତାହା ଠିକ୍‌ଭାବରେ କାର୍ଯ୍ୟ କରୁନି। ରିଂ ବନ୍ଧରେ ଅନେକ ସ୍ଥାନରେ ରାସ୍ତା ଦବୁଛି। ସହରର ସବୁଆଡେ ସ୍ବେରେଜ କାର୍ଯ୍ୟ ଚାଲିଛି। ଗତବର୍ଷ ବର୍ଷାରେ ଯେଉଁ ଗର୍ତ୍ତ ସ୍ଥିତି ଉପୁଜିଥିଲା ତାହା ଆମେ ସବୁ ଦେଖିଛୁ। ଚଳିତବର୍ଷ ବର୍ଷା ଦିନ ମଧ୍ୟ ଆରମ୍ଭ ହେବାକୁ ଯାଉଛି। ହେଲେ ଏନେଇ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ଦେଖିବାକୁ ମିଳୁନି। ଫଳରେ ରାସ୍ତାରେ ସୁରକ୍ଷିତ ଯାତାୟାତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ସାହୁ କହିଛନ୍ତି।
ତେବେ ଏନେଇ ସିଏମ୍‌ସି ମେୟର ସୁବାସ ସିଂ କହିଛନ୍ତି, ଗତବର୍ଷ ଘଟିଥିବା ଘଟଣା ଚଳିତ ବର୍ଷ ପୁନରାବୃତ୍ତି ହେବାର ସମ୍ଭାବନା ରହିଛି। କାରଣ ସହରରେ ୫ହଜାରରୁ ଊର୍ଦ୍ଧ୍ୱ ସ୍ବେରେଜ କରାଯାଇଛି। ତେବେ ଏନେଇ ସିଏମ୍‌ସି ପକ୍ଷରୁ ଗୁରୁତର ସହ ପଦକ୍ଷେପ ନିଆଯାଉଛି। ତୁରନ୍ତ ମରାମତି କରିବାର ବ୍ୟବସ୍ଥା କରାଯଉଛି। ରାଜାବଗିଚା ଅଞ୍ଚଳରେ ୫୦ ବର୍ଷ ପୂର୍ବରୁ ସ୍ବେରେଜ କରାଯାଇଥିଲା। ତାହା ବର୍ତ୍ତମାନ ଦବିବାରେ ଲାଗିଛି। ପ୍ରଥମେ ସେଠାରୁ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ଏହିପରି ଭାବରେ ସହରର ସବୁ ସ୍ଥାନରେ ମଧ୍ୟ ମରାମତି କାର୍ଯ୍ୟ ହେବ ବୋଲି ମେୟର ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ ବାଂଲାଦେଶରେ ପୁଣି ହିଂସା, ଢାକାରେ ବୋମା ବିସ୍ଫୋରଣ

ଢାକା,୨୫।୧୨: ନିର୍ବାସିତ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ନେତା ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ, ରାଜଧାନୀ ଢାକା ପୁଣି ଥରେ ହିଂସା ବଢି ଯାଇଥିଲା। ଖ୍ରୀଷ୍ଟମାସ...

ଦକ୍ଷ ଅଫିସର ପାଇବେ ବଡ଼ ବିଭାଗ, ଆହୁଜାଙ୍କୁ ନୂଆ ଦାୟିତ୍ୱ ମିଳିବ ନା ନାହିଁ ଚର୍ଚ୍ଚାରେ

ଭୁବନେଶ୍ୱର, ୨୫।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଉନ୍ନୟନ କମିଶନର ତଥା ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର୍‌ ଅନୁ ଗର୍ଗଙ୍କୁ ବୁଧବାର ଓଡ଼ିଶାର  ନୂଆ ମୁଖ୍ୟ ଶାସନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri