ହୋଣ୍ଡା ୱିନ୍‌-ୱିନ୍‌ ଅଫରର ଶୁଭାରମ୍ଭ

ନୂଆଦିଲ୍ଲୀ,୨୨।୬: ହୋଣ୍ଡା ଇଣ୍ଡିଆ ପାୱାର ପ୍ରଡକ୍ଟ ଲିମିଟେଡ୍‌ (ଏଚ୍‌ଆଇପିପି) ପକ୍ଷରୁ ଏକ ଅଭିନବ ଯୋଜନା ‘ହୋଣ୍ଡା ୱିନ୍‌-ୱିନ୍‌ ଅଫର’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏଚ୍‌ଆଇପିପିର ପୋର୍ଟେବଲ ଜେନେରେଟର ମଡେଲଗୁଡିକର ପ୍ରମାଣିତ ଲାଇନ ଅପ୍‌ ଉପରେ ମଧ୍ୟ ଆକର୍ଷଣୀୟ ଋତୁକାଳୀନ ରିହାତି ଉପଲବ୍ଧ। ବିଶେଷକରି ଏହି ସ୍ବତନ୍ତ୍ର ଖୁଚୁରା ପଦକ୍ଷେପ ସହ ଉପଭୋକ୍ତାମାନେ ଜୁନ୍‌ ମଧ୍ୟଭାଗରୁ ଅଗଷ୍ଟ ପର୍ଯ୍ୟନ୍ତ ଉଚ୍ଚ ଚାହିଦା ଜେନେରେଟର ଋତୁରେ ଅନନ୍ୟ ସୁବିଧା ଏବଂ ପୁରସ୍କାରର ସୁଯୋଗ ପାଇପାରିବେ। ଏଚ୍‌ଆଇପିପି ୱେବ୍‌ସାଇଟରୁ ଅନ୍‌ଲାଇନ ମାଧ୍ୟମରେ ଏକ ଜେନେରେଟର କ୍ରୟ କରନ୍ତି, ସେମାନେ ବିଭିନ୍ନ ଉଲ୍ଲେଖନୀୟ ସୁବିଧା ପାଇପାରିବେ। ଦୀର୍ଘ ୩୫ ବର୍ଷରୁ ଅଧିକ ସମୟ ଧରି ନିଜର ସ୍ବତନ୍ତ୍ରତା ବଜାୟ ରଖି ଏଚ୍‌ଆଇପିପିର ପୋର୍ଟେବଲ ଏବଂ ସହଜ ବହନକାରୀ ଜେନେରେଟରଗୁଡିକ ଉପରେ ଏକ ଅବିଶ୍ୱସନୀୟ ୨ ବର୍ଷର ୱାରେଣ୍ଟି ସହ ଆସିଥାଏ। ବର୍ତ୍ତମାନ ଏହାର କ୍ରୟରେ ଆଇଫୋନ-୧୪, ୩୨-ଇଞ୍ଚ ଏଲ୍‌ଇଡି ଟିଭି ପରି ଆକର୍ଷଣୀୟ ପୁରସ୍କାର ସହିତ ଅନ୍ୟାନ୍ୟ ପୁରସ୍କାର ଜିତିବାର ଏକ ସୁଯୋଗ ରହିଛି। ଏପରିକି ଏଚ୍‌ଆଇପିପିର ଗ୍ରାହକମାନେ ଦ୍ୱିଗୁଣ ଲାଭ ପାଇବେ ଯାହା ସେମାନଙ୍କର କ୍ରୟ ଅଭିଜ୍ଞତାକୁ ବୃଦ୍ଧି କରିବାକୁ ସକ୍ଷମ ହେବ। ଅପରପକ୍ଷରେ ଗ୍ରାହକମାନେ କିଣିବାକୁ ପସନ୍ଦ କରୁଥିବା ଜେନେରେଟରର ସର୍ବାଧିକ ଖୁଚୁରା ମୂଲ୍ୟ (ଏମ୍‌ଆର୍‌ପି) ଉପରେ ୨୦୦୦ ଟଙ୍କାରୁ ୧୪,୫୦୦ ଟଙ୍କା ପର୍ଯ୍ୟନ୍ତ ଏକ ସ୍ବତନ୍ତ୍ର ରିହାତି ପାଇପାରିବେ। ସେହିଭଳି ପ୍ରତ୍ୟେକ ଜେନେରେଟର କ୍ରୟ ସହିତ ତତ୍‌କ୍ଷଣାତ ସନ୍ତୁଷ୍ଟତାର ଅଭିଜ୍ଞତା ଅନୁଭବ ସହ ଏକ ଆକର୍ଷଣୀୟ ସ୍କ୍ରାଚ୍‌ କାର୍ଡ ସହିତ ଅବିସ୍ମରଣୀୟ ପୁରସ୍କାରର ସୁଯୋଗ ହାସଲ କରନ୍ତୁ। ଏଚ୍‌ଆଇପିପି ଗ୍ରାହକମାନଙ୍କୁ ପ୍ରାଧିକୃତ ଡିଲର ଆଉଟ୍‌ଲେଟ୍‌ ପରିଦର୍ଶନ କରିବାକୁ କିମ୍ବା ଜେନେରେଟର ମଡେଲଗୁଡିକରେ ରୋମାଞ୍ଚକର ଋତୁକାଳୀନ ରିହାତି ଏବଂ ସୁବିଧା ସୁଯୋଗ ଅନ୍ବେଷଣ ପାଇଁ ଅନ୍‌ଲାଇନ ଚ୍ୟାନେଲ ବ୍ୟବହାର କରିବାକୁ ଆମନ୍ତ୍ରଣ କରୁଛି। କୌଣସି ଅଫର ସମ୍ବନ୍ଧୀୟ ଅନୁସନ୍ଧାନ ପାଇଁ ଗ୍ରାହକ ହୋଣ୍ଡାର ଟୋଲ୍‌ ଫ୍ରି ନମ୍ବର ୧୮୦୦-୧୧-୨୩୨୩ କୁ କଲ୍‌ କରିପାରିବେ କିମ୍ବା ସୀମିତ ଅବଧି ଅଫରର ସୁଯୋଗ ପାଇବା ଲାଗି ସେମାନଙ୍କର ନିକଟତମ ହୋଣ୍ଡା ଡିଲରଶିପ ପରିଦର୍ଶନ କରିପାରିବେ। ହୋଣ୍ଡା ପାୱାର ପ୍ରଡକ୍ଟ ରେଞ୍ଜ ବିଷୟରେ ଅଧିକ ସୂଚନା www.hondaindiapower.com ଏବଂ ଫେସ୍‌ବୁକ୍‌ ପେଜ୍‌ ହୋଣ୍ଡା ପାୱାର ପ୍ରଡକ୍ଟସ ଇଣ୍ଡିଆରେ ମିଳିପାରିବ।

 


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri