ସମ୍ବଲପୁର ବନଖଣ୍ଡରେ ହାତୀ ଅସୁରକ୍ଷିତ

ସମ୍ବଲପୁର, ୧୮ା୬(ଶୁଭାଶିଷ ପାଢୀ) ବନ୍ୟପ୍ରାଣୀ ବିଶେଷକରି ହାତୀ ସୁରକ୍ଷା ନେଇ ସରକାର ଚିନ୍ତିତ ଥିବା କହୁଛନ୍ତି। ହେଲେ ସମ୍ବଲପୁର ବନଖଣ୍ଡରେ ମୃତ୍ୟୁ ସଂଖ୍ୟାକୁ ଦେଖିଲେ ହାତୀ ଅସୁରକ୍ଷିତ ଥିବା ମନେହେଉଛି। ବନ ବିଭାଗ ରିପୋର୍ଟ ଅନୁଯାୟୀ ପ୍ରାୟ ୨ବର୍ଷରେ ଏହି ବନଖଣ୍ଡରେ ୮ ଗୋଟି ହାତୀଙ୍କ ମୃତ୍ୟୁ ଘଟିଛି। ବନ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ଅବହେଳା ଯୋଗୁ ବିଭିନ୍ନ ସମୟରେ ହାତୀଙ୍କ ମୃତ୍ୟୁ ଘଟୁଥିବା ଅଭିଯୋଗ ହେଉଛି। ହାତୀ ମୃତ୍ୟୁ ହେବା ପରେ ବନ ବିଭାଗ ପକ୍ଷରୁ ଘଟଣାକୁ ଚପାଇଦେବାକୁ ଉଦ୍ୟମ କରାଯାଉଛି। ୨ବର୍ଷ ପୂର୍ବେ ସଦର ରେଞ୍ଜ ମୁଣ୍ଡେର ସଂରକ୍ଷିତ ଜଙ୍ଗଲରେ ଏକ ମୃତ ହାତୀକୁ ପୋଡି ତା’ର କଙ୍କାଳ ପୋତି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଧରିତ୍ରୀ ଓ ଓଡ଼ିଶା ପୋଷ୍ଟରେ ଖବର ପ୍ରକାଶ ପାଇବା ପରେ ଶେଷରେ ବନ ବିଭାଗ ତଦନ୍ତ କରିଥିଲା। ଘଟଣାସ୍ଥଳରୁ ହାଡ଼, ପାଉଁଶ ଜବତ କରି ପରୀକ୍ଷା ପାଇଁ ଲ୍ୟାବ୍‌କୁ ପଠାଇଥିଲା। ଘଟଣାକୁ ପ୍ରାୟ ୨ବର୍ଷ ବିତିଯାଇଥିଲେ ମଧ୍ୟ ରିପୋର୍ଟ ଆସିନାହିଁ କିମ୍ବା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।
ସମ୍ବଲପୁର ବନଖଣ୍ଡ ଅଧୀନରେ ସଦର, ଧମା, ପଡିଆବାହାଲ ଭଳି ୩ଟି ରେଞ୍ଜ ରହିଛି। ଏହିସବୁ ରେଞ୍ଜ ଅଞ୍ଚଳରେ ବିଭିନ୍ନ କାରଣରୁ ହାତୀଙ୍କ ମୃତ୍ୟୁ ଘଟୁଛି। ରିପୋର୍ଟ ଅନୁଯାୟୀ, ୨୦୨୧ ଜାନୁୟାରୀ ୨୧ରେ ସମ୍ବଲପୁର ବନଖଣ୍ଡ ଯୁଯୁମୁରା ସେକ୍ସନ ଅଧୀନ କଂସର ଜଙ୍ଗଲରେ ୧୧କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଏକ ମାଈହାତୀର ମୃତ୍ୟୁ ହୋଇଥିଲା। ସେହିପରି ୨୦୨୧ ନଭେମ୍ବର ୮ ତାରିଖ ରାତିରେ ସଦର ରେଞ୍ଜ ଅନ୍ତର୍ଗତ ଆମଲିପାଣି ଗ୍ରାମ ଜଙ୍ଗଲ ନିକଟରେ ବନ୍ୟପ୍ରାଣୀ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଏକ ମାଈହାତୀର ମୃତ୍ୟୁ ଘଟିଥିଲା। ୨୦୨୨ ଜୁନ ୨୧ରେ ପଡ଼ିଆବାହାଲ ରେଞ୍ଜ ବଡସାହି ସେକ୍ସନ ଅଧୀନ ସାପଲହରା ପୋଖରୀରେ ପଡ଼ି ଏକ ଦନ୍ତାହାତୀର ମୃତ୍ୟୁ ଘଟିଥିଲା। ସେତେବେଳେ ଶିକାରୀ ଗୁଳିରେ ହାତୀର ମୃତ୍ୟୁ ହୋଇଥିବା କୁହାଯାଇଥିଲା। ୨୦୨୨ ଜୁଲାଇ ୨୪ ତାରିଖରେ ଧମା ରେଞ୍ଜ ଅଞ୍ଚଳରୁ ପୋଡ଼ା ଜଳା ଅବସ୍ଥାରେ ୨ଟି ହାତୀ କଙ୍କାଳ ଠାବ ହୋଇଥିଲା। ତବଲୋଇ-ଦେଓଗାଁ ସଂରକ୍ଷିତ ଜଙ୍ଗଲର ତବଲୋଇ ଜଙ୍ଗଲରେ ଗୋଟିଏ ହାତୀର କଙ୍କାଳ ଠାବ ହୋଇଥିବା ବେଳେ ଅନ୍ୟଟି କୋଲଗାଁ ଜଙ୍ଗଲରୁ ମିଳିଥିଲା। ସ୍ବତନ୍ତ୍ର ଟାସ୍କଫୋର୍ସ ଆସି ହାତୀ କଙ୍କାଳ ଜବତ କରି ପରୀକ୍ଷା ପାଇଁ ଲ୍ୟାବ୍‌କୁ ପଠାଇଥିଲା। ଏହି ଘଟଣାରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ଓ ପରୀକ୍ଷା ରିପୋର୍ଟ କ’ଣ ଆସିଲା ତାହା ଜଣାଗଲା ନାହିଁ। ୨୦୨୨ ଡିସେମ୍ବର ୭ରେ ପଡ଼ିଆବାହାଲ ରେଞ୍ଜ ଟାମ୍ପରଗଡ ଧଳପାଳ ଜଙ୍ଗଲରେ ଏକ ମାଈହାତୀର ମୃତ୍ୟୁ ଘଟିଥିଲା। ଅନୁରୂପ ଭାବେ ୨୦୨୩ ଜାନୁୟାରୀ ୮ରେ ସଦର ରେଞ୍ଜ ଭୀମଖୋଜ ସେକ୍ସନ ଅଧୀନ ହାତୀବାରି-ବାନ୍ଦେର ସଂରକ୍ଷିତ ଜଙ୍ଗଲରେ ବନ୍ୟପ୍ରାଣୀ ଶିକାର ନିମନ୍ତେ ବିଛାଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା। ୨୦୨୩ ଜୁନ ୧୩ରେ ସଦର ରେଞ୍ଜ ବସିଆପଡ଼ା ସେକ୍ସନ ବସିଆପଡ଼ା ବିଟ୍‌ ଅନ୍ତର୍ଗତ ରପଟା ନିକଟରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥିଲା। ଏ ସମ୍ପର୍କରେ ଆର୍‌ସିସିଏଫ୍‌ ଏସ୍‌. ଆଶିଷ କୁମାର କହିଛନ୍ତି, ହାତୀ ମୃତ୍ୟୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ପୂର୍ବରୁ ଜବତ ହୋଇଥିବା କଙ୍କାଳ ରିପୋର୍ଟ ଆସିବାରେ ବିଳମ୍ବ ହେଉଛି। ଏହାକୁ ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri