ବିକିଦେଲେ କିନ୍ତୁ ଟାଟା ପାରୁନି

ଭୁବନେଶ୍ୱର,୧୩ା୬(ବ୍ୟୁରୋ): ରାଜ୍ୟବାସୀଙ୍କୁ ଉନ୍ନତମାନର ୨୪ ଘଣ୍ଟିଆ ବିଦ୍ୟୁତ୍‌ ଯୋଗାଇଦେବା ପାଇଁ ଘରୋଇ କମ୍ପାନୀକୁ ଭରସା କରାଯାଉଛି। ଘରୋଇ ସଂସ୍ଥା ରିଲାଏନ୍ସ ଏନର୍ଜି ଲୁଟ୍‌ କରି ଛାଡ଼ି ଚାଲିଯିବା ପରେ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇଆର୍‌ସି) ଏବେ ରାଜ୍ୟର ବିଦ୍ୟୁତ୍‌ ବଣ୍ଟନ ଭାର ଟାଟା ପାଓ୍ବାର ହାତକୁ ଟେକି ଦେଇଛନ୍ତି। ରିଲାଏନ୍ସଠାରୁ ଧୋକା ଖାଇବା ପରେ ଓଇଆରସି ୨୦୨୦ ଜୁନ୍‌ ୧ରେ ଟାଟା ପାଓ୍ବାରକୁ ସେସୁ ଏବଂ ୨୦୨୧ ଜାନୁୟାରୀ ପହିଲାରେ ଓ୍ବେସ୍‌କୋ ଓ ସାଉଥ୍‌କୋକୁ ଚଳାଇବାକୁ ଅନୁମତି ଦେଇଛନ୍ତି। ବିଦ୍ୟୁତ୍‌ କାଟକୁ ଦେଖିଲେ ଟାଟା ପାଓ୍ବାର ମଧ୍ୟ ହାତ ଟେକି ଦେଇ ବସିଛି। ଗରମଠାରୁ ବଳିଯାଇଛି ଅଘୋଷିତ ବିଦ୍ୟୁତ୍‌ କାଟ। ଗ୍ରାମାଞ୍ଚଳ କଥା ଦୂରେ ଥାଉ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଉନ୍ନତମାନର ବିଜୁଳି ମିଳିବା ସମ୍ଭବ ହୋଇପାରୁନି। ଉପଭୋକ୍ତାଙ୍କୁ ପୂର୍ବଭଳି ଘଣ୍ଟା ଘଣ୍ଟା ବିଦ୍ୟୁତ୍‌ କାଟ ଓ ଲୋ ଭୋଲଟେଜ୍‌ ଭଳି ସମସ୍ୟାରେ ଘାଣ୍ଟି ହେବାକୁ ପଡୁଛି। ଘରୋଇ କମ୍ପାନୀର କାର୍ଯ୍ୟଦକ୍ଷତାକୁ ନେଇ ବିଭିନ୍ନ ମହଲରୁ ପ୍ରଶ୍ନ ଉଠିଛି। ସ୍ମାର୍ଟ ମିଟର ଲଗାଇବା, ବିଲ୍‌ ଆଦାୟରେ ବ୍ୟସ୍ତ ଥିବା
ଏହି ଘରୋଇ କମ୍ପାନୀ ବିଦ୍ୟୁତ୍‌ ଯୋଗାଣରେ ଫେଲ୍‌ ମାରିଛି ବୋଲି ବିଦ୍ୟୁତ୍‌ ଶ୍ରମିକ ମହାସଂଘ ଅଭିଯୋଗ କରିଛି।
ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ସମଗ୍ର ରାଜ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ମୁଖ୍ୟଶାସନ ସଚିବ ପ୍ରଦୀପ କୁମାର ଜେନା ବିଦ୍ୟୁତ୍‌ କାଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ସୋମବାର ଲୋକସେବା ଭବନରେ ବିଦ୍ୟୁତ୍‌ ବଣ୍ଟନ କମ୍ପାନୀ ସିଇଓଙ୍କୁ ଡାକି ତାଗିଦ୍‌ କରିଛନ୍ତି। ବାରମ୍ବାର ବିଦ୍ୟୁତ୍‌ ବିଭ୍ରାଟକୁ ରୋକିବା ଏବଂ ଶୀଘ୍ର ପୁନରୁଦ୍ଧାର ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଡିସକମ୍‌ଗୁଡ଼ିକ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଜାରି ରହିବ, ଏହାଦ୍ୱାରା ବିଦ୍ୟୁତ୍‌ ବିଭ୍ରାଟ ହେବାର ଆଶଙ୍କା ରହିଛି। ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଛି। ବିଜ୍‌ନେସ୍‌ ଆସୋସିଏଟ୍ସ ଦ୍ୱାରା ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରିବା ପାଇଁ ଡିସକମ୍‌ ୨୪ ଘଣ୍ଟିଆ କଣ୍ଟ୍ରୋଲ୍‌ ରୁମ୍‌ ଚଳାଇବା ଆବଶ୍ୟକ। ପର୍ଯ୍ୟାପ୍ତ ମାନବସମ୍ବଳ ଏବଂ ଉପକରଣ ଯଥା ପୋଲ୍‌ ଇରେକ୍ଟର/ ପୋଲ୍‌ ମାଷ୍ଟର, ଡିଜି ସେଟ୍‌, ଇନଫ୍ଲେଟେବଲ୍‌ ଟାୱାର ଲାଇଟ୍‌ ଇତ୍ୟାଦି କାର୍ଯ୍ୟ ପାଇଁ ପାଳିରେ ଡ୍ୟୁଟି କରିବା ଆବଶ୍ୟକ। ବଣ୍ଟନକମ୍ପାନୀରେ ରହିଥିବା ଡିଭିଜନ, ସବ୍‌ଡିଭିଜନଏବଂ ସେକ୍ସନଗୁଡ଼ିକର କାର୍ଯ୍ୟଦକ୍ଷତା ନିୟମିତ ଭାବେ ତଦାରଖ କରାଯିବା ସହ ବ୍ୟବସ୍ଥାରେ ଥିବା ଅକ୍ଷମତାକୁ ଦୂର କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦିଷ୍ଟ ସମସ୍ୟା ଥିଲେ ଉପଭୋକ୍ତାଙ୍କୁ ଆଗୁଆ ସୂଚନା ଦେବା ଦରକାର। ତେବେ ଏଭଳି ପରିସ୍ଥିତିକୁ ଏଡ଼ାଇବା ସହ ସର୍ବନିମ୍ନ ସ୍ତରକୁ ହ୍ରାସ କରାଯିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି।
ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ କହିଛନ୍ତି ଯେ, ପ୍ରାକ୍‌ ମୌସୁମୀ ଗଛ କାଟିବା କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ଶକ୍ତି ବିଭାଗ ଡିସକମ୍‌ଗୁଡ଼ିକୁ ନିର୍ଦ୍ଦେଶ ଦେଇଛି; ଯାହାଦ୍ୱାରା ବାତ୍ୟା ଓ କାଳବୈଶାଖୀଜନିତ କ୍ଷୟକ୍ଷତିକୁ କମ୍‌ କରାଯାଇପାରିବ। ଉପକୂଳବର୍ତ୍ତୀ ଅଞ୍ଚଳରେ ଉନ୍ନତମାନର ଇନ୍‌ସ୍ୟୁଲେଟର ଲଗାଇବା ଏବଂ କ୍ଷତିଗ୍ରସ୍ତ ଇନସ୍ୟୁଲେଟରଗୁଡ଼ିକୁ ବଦଳାଇବାକୁ ଡିସକମ୍‌ଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ପ୍ରବଳ ଗରମ ଏବଂ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ବିପର୍ଯ୍ୟୟ ପରିଚାଳନା ଯୋଜନା ଅନୁଯାୟୀ ବିଭିନ୍ନ କାର୍ଯ୍ୟକଳାପକୁ ସୁନିଶ୍ଚିତ କରିବାକୁ ଡିସକମ୍‌ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଆସନ୍ତା ୧୫ ବର୍ଷର ବିଦ୍ୟୁତ୍‌ ଚାହିଦା ଅଭିବୃଦ୍ଧି ଓ ଶିଳ୍ପାୟନ ପାଇଁ ଦୀର୍ଘମିଆଦୀ ଟ୍ରାନ୍ସମିଶନ୍‌ ଆଣ୍ଡ ଡିଷ୍ଟ୍ରିବ୍ୟୁଶନ୍‌ ପ୍ଲାନ୍‌ ପ୍ରସ୍ତୁତ କରିବାକୁ ଓପିଟିସିଏଲ୍‌ ଓ ବଣ୍ଟନ କମ୍ପାନୀଗୁଡ଼ିକୁ ପରାମର୍ଶ ଦିଆଯାଇଛି। ବାର୍ଷିକ କ୍ୟାପେକ୍ସ ଯୋଜନା ପରିବର୍ତ୍ତେ ଡିସକମ୍‌ମାନଙ୍କୁ ୩ରୁ ୫ ବର୍ଷ ପାଇଁ କ୍ୟାପେକ୍ସ ପ୍ଲାନ୍‌ ଦାଖଲ କରିବାକୁ ବୈଠକରେ ପରାମର୍ଶ ଦିଆଯାଇଥିଲା। ଭୁବନେଶ୍ୱର, କଟକ, ପୁରୀ, ବାଲେଶ୍ୱର, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ଆଦି ମହାନଗର ନିଗମ ଓ ପୌରାଞ୍ଚଳ ଆଦି ସମେତ ଗ୍ରାମାଞ୍ଚଳରେ ମଧ୍ୟ ଲୋଡ୍‌ ଅଭିବୃଦ୍ଧିକୁ ପୂରଣ କରିବା ପାଇଁ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିବାକୁ ଡିସକମ୍‌ଗୁଡ଼ିକୁ ପରାମର୍ଶ ଦିଆଯାଇଛି।
ଜରୁରିକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଆବଶ୍ୟକ ମାନବ ସମ୍ବଳ ଏବଂ ସାମଗ୍ରୀ ସଂଗ୍ରହ ବିଷୟରେ ବଣ୍ଟନ କମ୍ପାନୀ ସିଇଓମାନେ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଇଥିଲେ। ସୋସିଆଲ ମିଡିଆରେ ଗ୍ରାହକଙ୍କ ଅଭିଯୋଗର ଉତ୍ତର ଦେବା ପାଇଁ ନିୟୋଜିତ କଷ୍ଟମର କଲ୍‌ ସେଣ୍ଟର ଏବଂ ଉତ୍ସର୍ଗୀକୃତ ଟିମ୍‌ର କ୍ଷମତା ବୃଦ୍ଧି କରାଯାଇଛି। ତେବେ ଭିତ୍ତିଭୂମି ଉନ୍ନତି ପାଇଁ କ୍ୟାପେକ୍ସ ପ୍ରସ୍ତାବ ଅନୁମୋଦନରେ ବିଳମ୍ବ ହେଉଥିବା ସିଇଓମାନେ ବୈଠକରେ ଅବଗତ କରାଇଥିଲେ। କ୍ୟାପେକ୍ସ ଯୋଜନା ଅଧୀନରେ ବିଭିନ୍ନ ସିଷ୍ଟମ୍‌ ଉନ୍ନତି କାର୍ଯ୍ୟ କରିବାକୁ ଦିଆଯାଇଥିବା ପ୍ରସ୍ତାବକୁ ଓଇଆରସି ଏହାକୁ ତତ୍ପରତାର ସହ ଆବଶ୍ୟକ ଅନୁମୋଦନ କରିବା ପାଇଁ ଅନୁରୋଧ କରାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ମହୋତ୍ସବ ଅବସରରେ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ସୁନିଶ୍ଚିତ କରିବାକୁ ଡିସକମ୍‌ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ଓଇଆର୍‌ସିର ନିର୍ଦ୍ଦେଶକ(ନିୟାମକ), ଡିସକମ୍‌ ମୁଖ୍ୟ ନିର୍ବାହୀ ଅଧିକାରୀ ଏବଂ ମୁଖ୍ୟ ଅପରେଟିଂ ଅଫିସର, ଗ୍ରୀଡ୍‌କୋର ପରିଚାଳନା ନିର୍ଦ୍ଦେଶକ ଏବଂ ନିର୍ଦ୍ଦେଶକ ( ଫାଇନାନ୍ସ ଓ କର୍ପୋରେଟ୍‌ ବ୍ୟାପାର) ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

କେଦାରନାଥ ଧାମରେ ଏ କଣ, ଡିସେମ୍ବର ମାସରେ ଦେଖାଯାଉନି….

ନୂଆଦିଲ୍ଲୀ,୧୯ା୧୨: ଡିସେମ୍ବର ମାସର ଅଧା ବିତିଯାଇଥିଲେ ମଧ୍ୟ ବାବା କେଦାରନାଥ ଧାମରେ ଏବେ ବି ତୁଷାରମୁକ୍ତ ଅଛି। ଏହି ସମୟ ମଧ୍ୟରେ କେଦାରନାଥ ଧାମ ସାଧାରଣତଃ...

ତହସିଲଦାରଙ୍କୁ ମିଳିଲା ପୁରୁଣା ଜମି କାଗଜପତ୍ର ମ୍ୟୁଟେସନ୍ କ୍ଷମତା; SOP ଜାରି କଲା ରାଜସ୍ୱ ବିଭାଗ

ଭୁବନେଶ୍ୱର,୧୯ା୧୨: ଜମିଜମା ସମ୍ବନ୍ଧୀୟ ଦୀର୍ଘ ଦିନର ମାମଲାକୁ ହ୍ରାସ କରିବା ପାଇଁ ଓଡ଼ିଶା ରାଜସ୍ୱ ବିଭାଗ ଏକ ବଡ଼ ପ୍ରଶାସନିକ ସଂସ୍କାର ଆଣିଛି। ପୁରୁଣା ପଞ୍ଜୀକୃତ...

ମେଧାବୃଦ୍ଧି ଯୋଜନାରେ ଛାତ୍ରବୃଦ୍ଧି ହାସଲ କରିବା ୧୪୯ ଛାତ୍ରୀଛାତ୍ରଙ୍କୁ ପଡିଲା ମହଙ୍ଗା, ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇ…

ଖୋର୍ଦ୍ଧା,୧୯।୧୨ (ପ୍ରଭାତ ପାଣିଗ୍ରାହୀ): ମିଥ୍ୟା ଆୟ ପ୍ରମାଣ ପତ୍ର ଏବଂ ଜାଲ ଜାତି ପ୍ରମାଣ ପତ୍ର ଦେଇ ଛାତ୍ରୀ ଛାତ୍ର ବୃତ୍ତି ଅର୍ଥ ହଡପ କରିଛନ୍ତି।...

ଓମାନରେ ମୋଦିଙ୍କୁ ଭବ୍ୟ ସ୍ବାଗତରେ ଥରି ଉଠିଲା ମୁସଲମାନ ଦେଶ, ପାକିସ୍ତାନୀ ବିଶେଷଜ୍ଞ କହିଲେ…

ମସ୍କାଟ୍‌/ନୂଆଦିଲ୍ଲୀ,୧୯ା୧୨: ଜୋର୍ଡାନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓମାନରେ ମିଳିଥିବା ଭବ୍ୟ ସ୍ବାଗତରେ ପାକିସ୍ତାନ ରାଗରେ ଖପ୍ପା ହୋଇଉଠିଛି। ମୁସଲମାନ ଦେଶଗୁଡ଼ିକରେ ତାଙ୍କୁ ମିଳିଥିବା ସ୍ବାଗତ...

ମଧୁମେହରେ ପ୍ରତି ୯ ସେକେଣ୍ଡରେ ଜଣଙ୍କର ମୃତ୍ୟୁ, 2050 ମସିହା ସୁଦ୍ଧା…

ନୂଆଦିଲ୍ଲୀ,୧୯ା୧୨: ଭାରତ ସମେତ ଅନେକ ପ୍ରମୁଖ ଦେଶ ପାଇଁ ମଧୁମେହ ଏକ ପ୍ରମୁଖ ସମସ୍ୟା ହେବାରେ ଲାଗିଛି । ଭାରତରେ ଏହି ରୋଗ ଏତେ ଦ୍ରୁତ...

୪୧ ବର୍ଷରେ ପୁଣି ମା’ ହେଲେ ଭାରତୀ: ଶୁଟିଂ ଯିବା ପୂର୍ବରୁ…

କମେଡିଆନ ଭାରତୀ ସିଂହ ପୁଣି ଥରେ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଭାରତୀ ତାଙ୍କର ଲୋକପ୍ରିୟ ଟିଭି ଶୋ ‘ଲାଫଟର୍‌...

ସ୍କୁଲରେ ପାଳନ ହେବନି ଶିଶୁଦିବସ, ଗୁରୁଦିବସ! ସରକାରଙ୍କୁ ଏପରି ଦାବି କଲେ ଶିକ୍ଷକ

ଭୁବନେଶ୍ୱର,୧୯ା୧୨: ୨୦୨୬ ମସିହା ପାଇଁ ପ୍ରକାଶ ପାଇଥିବା ବିଦ୍ୟାଳୟର ବାର୍ଷିକ ଛୁଟି ତାଲିକାରେ ଗୁରୁ ଦିବସ ଏବଂ ଶିଶୁ ଦିବସକୁ ‘ପାଳନୀୟ ଦିବସ’ ଭାବେ ସ୍ଥାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri