Posted inଜାତୀୟ

ମଣିପୁରରେ ସାନି ହିଂସା: ୩ ମୃତ

ଗୁଆହାଟୀ/ନୂଆଦିଲ୍ଲୀ, ୧୦ା୬: ମଣିପୁର ହିଂସା ଥମିବା ନାଁ ନେଉନି। କିଛିଦିନର ନୀରବତା ପରେ ଶୁକ୍ରବାର ସେଠାରେ ସାନି ହିଂସାକାଣ୍ଡ ଦେଖାଦେଇଛି। ଏଥିରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। କୁକି ବହୁଳ କଙ୍ଗପୋକ୍‌ପି ଜିଲା ଏବଂ ମେଇତି ବହୁଳ ଇମ୍ଫାଲ ଇଷ୍ଟ ଜିଲା ସୀମାବର୍ତ୍ତୀ ଖୋକେନ ଗ୍ରାମରେ ଭୋର ୪ଟା ସମୟରେ ଦୁଇଗୋଷ୍ଠୀ ମଧ୍ୟରେ ଗୁଳିକାଣ୍ଡ ଘଟିଥିଲା। ସେନା ପୋଷାକରେ ଅଜଣା ବନ୍ଧୁକଧାରୀମାନେ ଗ୍ରାମରେ ଧସେଇ ପଶିଥିଲେ। ସେମାନେ ତଲାସି ଅଭିଯାନରେ ଆସିଥିବା ସୈନ୍ୟ ବୋଲି ଗାଁ ଲୋକେ ଧରିନେଇଥିଲେ। କିନ୍ତୁ ସେମାନେ ହଠାତ୍‌ ଗୁଳି ଚଳାଇବାରୁ ଗାଁର ୩ ଜଣଙ୍କ ଜୀବନ ଯିବା ସହ ଅନ୍ୟ ୨ ଜଣ ଆହତ ହୋଇଛନ୍ତି। ଇଣ୍ଡିଜେନିଅସ୍‌ ଟ୍ରାଇବାଲ ଲିଡର୍ସ ଫୋରମ୍‌ (ଆଇଟିଏଲ୍‌ଏଫ୍‌) ଏହି ଆକ୍ରମଣର ନିନ୍ଦା କରିଛି।
ମାସେରୁ ଊର୍ଦ୍ଧ୍ୱ ସମୟ ଧରି ମଣିପୁରରେ ହିଂସା ଲାଗିରହିଥିବାବେଳେ ଶତାଧିକ ଲୋକଙ୍କ ଜୀବନ ଗଲାଣି। ୩୫ ହଜାରରୁ ଊର୍ଦ୍ଧ୍ୱ ଲୋକ ଘରଦ୍ୱାର ହରାଇ ଅସ୍ଥାୟୀ ଶିବିରରେ ମୁଣ୍ଡ ଗୁଞ୍ଜିଛନ୍ତି। ମେଇତି ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ମାନ୍ୟତାକୁ ବିରୋଧ କରି ଗତ ମାସ ୩ ତାରିଖରେ କୁକି ସମ୍ପ୍ରଦାୟ ପକ୍ଷରୁ ଆଦିବାସୀ ଶୋଭାଯାତ୍ରା ବାହାର କରାଯାଇଥିବାବେଳେ ଏହା ହିଂସାର ରୂପ ନେଇଥିଲା। କେନ୍ଦ୍ରୀୟ ତଦନ୍ତକାରୀ ଟିମ୍‌ (ସିବିଆଇ)କୁ ଏହାର ତଦନ୍ତ ଦାୟିତ୍ୱ ଦିଆଯାଇଛି। ସିବିଆଇ ୬ଟି ଏତଲା ଦାଏର କରିବା ସହ ହିଂସା ପଛର ଷଡ଼ଯନ୍ତ୍ରର ତଦନ୍ତ ଲାଗି ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଗଠନ କରିଛି। ସାମ୍ପ୍ରଦାୟିକ ହିଂସା ଯୋଜନାବଦ୍ଧ ଥିଲା କି ନାହିଁ, ଏହା ପଛର ଷଡ଼ଯନ୍ତ୍ର ଆଦି ୬ଟି ବିଷୟର ତଦନ୍ତ କରିବାକୁ ମଣିପୁର ସରକାର ସିବିଆଇକୁ କହିଛନ୍ତି। ରାଜ୍ୟରେ ହିଂସାକାଣ୍ଡ ଘଟିବା ଦିନଠାରୁ ୩,୭୦୦ରୁ ଅଧିକ ଏତଲା ଦାଏର ହେଲାଣି। ଇମ୍ଫାଲ ଇଷ୍ଟ ଜିଲାରେ ସର୍ବାଧିକ ଏତଲା ଦାଏର ହୋଇଥିବାବେଳେ ଏହା ପଛକୁ କାଙ୍ଗପୋକ୍‌ସି ଏବଂ ବିଷ୍ଣୁପୁର ରହିଛି।
ଇତିମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ନାଗା ବିଧାୟକମାନଙ୍କ ସହ ଆଲୋଚନା କରି କୁକି ଏବଂ ମେଇତି ସମ୍ପ୍ରଦାୟ ମଧ୍ୟରେ ସମ୍ପର୍କର ସେତୁ ଭାବେ କାର୍ଯ୍ୟ କରିବାକୁ ଅନୁରୋଧ କରିଛନ୍ତି। କୁକି ବିଧାୟକମାନେ ସ୍ବତନ୍ତ୍ର ପ୍ରଶାସନ ପାଇଁ ଦାବି କରୁଥିବାବେଳେ ନାଗା ବିଧାୟକମାନେ ଏହି ଦାବିଠାରୁ ଦୂରେଇ ରହିଥିବାବେଳେ ସ୍ବରାଷ୍ଟ୍ରମନ୍ତ୍ରୀ ସେମାନଙ୍କୁ ମଣିପୁରରେ ଶାନ୍ତି ସ୍ଥାପନ ଲାଗି ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି।
ହିଂସା ପ୍ରଭାବିତ ମଣିପୁରରେ ଇଣ୍ଟରନେଟ ସେବା ବନ୍ଦ ରହିଥିବାବେଳେ ଏହାକୁ ବିରୋଧକରି ଦାଏର ପିଟିଶନ୍‌ର ଜରୁରୀ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ମଣିପୁରର ୨ ଜଣ ବ୍ୟକ୍ତି ଏହି ପିଟିଶନ ଦାଏର କରିଥିଲେ। ହାଇକୋର୍ଟରେ ଏଭଳି ଏକ ମାମଲାର ଶୁଣାଣି ସ୍ଥଗିତ ରହିଥିବା ଜଷ୍ଟିସ୍‌ ଅନିରୁଦ୍ଧ ବୋଷ ଏବଂ ରାଜେଶ ବିନ୍ଦଲଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ କହିଛନ୍ତି। ହାଇକୋର୍ଟରେ ମାମଲା ବିଚାରାଧୀନ ଥିବାରୁ ପୁନର୍ବାର ଶୁଣାଣିର ଆବଶ୍ୟକତା କ’ଣ ବୋଲି ଖଣ୍ଡପୀଠ ପ୍ରଶ୍ନ କରିବା ସହ ନିୟମିତ ଖଣ୍ଡପୀଠ ନିକଟରେ ଆବେଦନ କରିବାକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri