ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି ବିଧାନସଭା କ୍ଷେତ୍ର। ପଶ୍ଚିମବଙ୍ଗରେ ସର୍ବାଧିକ ୨୯୪ଟି ଆସନ ରହିଥିବାବେଳେ ତାମିଲନାଡ଼ୁରେ ୨୩୪, କେରଳରେ ୧୪୦, ଆସାମରେ ୧୨୬ ଓ ପୁଡୁଚେରୀରେ ୩୦ ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। କେବଳ ଆସାମ ଓ ପୁଡୁଚେରୀକୁ ବାଦ ଦେଲେ ଅନ୍ୟ ତିନି ରାଜ୍ୟରେ ଆଞ୍ଚଳିକ ଦଳ ବା ଭାରତୀୟ ଜନତା ପାର୍ଟି (ଭାଜପା) ବିରୋଧୀ ମେଣ୍ଟ ସମ୍ପ୍ରତିି ଶାସନ ବ୍ୟବସ୍ଥାରେ ରହିଛି। ଏହି ରାଜ୍ୟଗୁଡ଼ିକରେ ଆଞ୍ଚଳିକ ଦଳର ପ୍ରାଧାନ୍ୟ ରହିଥିବାବେଳେ ଜାତୀୟ ଦଳ ଭାବେ କଂଗ୍ରେସ ସଙ୍କୁଚିତ ହେଉଛି ଓ ଭାଜପା କାୟା ବିସ୍ତାର କରିଚାଲିଛି। ଇତିମଧ୍ୟରେ ଆସାମ ପାଇଁ କଂଗ୍ରେସ ଓ ତାମିଲନାଡ଼ୁ ପାଇଁ ଶାସକ ଡିଏମ୍‌କେ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିସାରିଛି।
ନିର୍ବାଚନ ହେବାକୁ ଯାଉଥିବା ରାଜ୍ୟର ଶାସକ ଦଳ ସ୍ଥିତି ଦେଖିବାକୁ ଗଲେ ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ଲୋକପ୍ରିୟତା ପ୍ରାୟତଃ ରହିଛି। ମୁସଲିମ ଓ ମହିଳା ଭୋଟର ମମତାଙ୍କ ନିକଟରେ ଅଛି। ତେବେ ଏସ୍‌ଆଇଆର୍‌ ଯୋଗୁ ରାଜ୍ୟର ଭୋଟ ଗଣିତରେ ପରିବର୍ତ୍ତନ ଘଟିବାର ସମ୍ଭାବନା ଅଛି। ଏଥିଯୋଗୁ ଟିଏମ୍‌ସି କିଛି ଭୋଟ ବ୍ୟାଙ୍କ ହରାଉଥିବାବେଳେ ଭାଜପା ମଧ୍ୟ କିଛି ଭୋଟ ହରାଇବ। ସୀମାନ୍ତବର୍ତ୍ତୀ ଅଞ୍ଚଳ ଉତ୍ତର ୨୪ ପ୍ରଗଣା ଓ ନଦିଆ ଅଞ୍ଚଳରେ ଭାଜପା କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି। ତେଣେ ଟିଏମ୍‌ସି ସହରାଞ୍ଚଳରେ କ୍ଷତିଗ୍ରସ୍ତ ହୋଇପାରେ। ରାଜ୍ୟରେ କୁଶାସନ, ଦୁର୍ନୀତି, ରାଷ୍ଟ୍ରପତିଙ୍କୁ ଅବମାନନା ଓ ଅନୁପ୍ରବେଶକାରୀ ପ୍ରସଙ୍ଗକୁ ନେଇ ଭାଜପା ନିର୍ବାଚନ ପ୍ରଚାର ଆରମ୍ଭ କରିଛି। ଏହାର ମୁକାବିଲାରେ କେନ୍ଦ୍ର ବନାମ ରାଜ୍ୟ ପ୍ରସଙ୍ଗ ଓ ବାଂଲା ଅସ୍ମିତା ପ୍ରସଙ୍ଗ ମମତା ନିର୍ବାଚନରେ ଉଠାଇଛନ୍ତି।
ଚଳିତ ନିର୍ବାଚନରେ ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତାରେ ଭାଜପା ରାଜ୍ୟରେ ସରକାର ଗଠନ କରିବ ବୋଲି ପଶ୍ଚିମବଙ୍ଗ ଗସ୍ତ ଅବସରରେ ଶାହା ପୂର୍ବାନୁମାନ କରିଛନ୍ତି। ରାଜ୍ୟର ବିଧାନସଭା ଆସନ ସଂଖ୍ୟା ୨୯୪, ଯାହା ଉତ୍ତରପ୍ରଦେଶ ପରକୁ ଦ୍ୱିତୀୟ ବୃହତ୍ତମ ବିଧାନସଭା ଆସନ ବିଶିଷ୍ଟ ରାଜ୍ୟ ଭାବେ ପରିଗଣିତ। ରାଜବଂଶୀ ଓ ମାତୁଆ ସମ୍ପ୍ରଦାୟ ପଶ୍ଚିମବଙ୍ଗର ଦ୍ୱିତୀୟ ବୃହତ୍ତମ ଅନୁସୂଚିତ ଜାତି। ଏସ୍‌ଆଇଆର୍‌କୁ ନେଇ ଏହି ସମ୍ପ୍ରଦାୟ ଅସନ୍ତୁଷ୍ଟ ରହିଛନ୍ତି, ଯାହା ଭାଜପା ପାଇଁ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିପାରେ। ପଶ୍ଚିମବଙ୍ଗ ନିର୍ବାଚନର ଅବ୍ୟବହିତ ପୂର୍ବରୁ ବନ୍ଦେ ମାତରମ୍‌ର ୧୫୦ ବର୍ଷ ପୂରଣ ଉତ୍ସବ ପାଳନ କରିବା ନିମନ୍ତେ ଭାଜପା ତପତ୍ରତା ପ୍ରକାଶ କରିଥିଲା। ଏହାକୁ ନିର୍ବାଚନ କୌଶଳ ଦୃଷ୍ଟିକୋଣରୁ ଦେଖାଯାଇପାରେ। ଏଥିପାଇଁ ସଂସଦରେ ବିତର୍କ ସମୟରେ ଦେଶ ବିଭାଜନ ପାଇଁ କଂଗ୍ରେସକୁ ପ୍ରଧାନମନ୍ତ୍ରୀ ଦାୟୀ କରିଥିଲେ। ତେଣେ ଆଚରଣବିଧି ଲାଗୁ ପୂର୍ବରୁ ତୃଣମୂଳ ସରକାର ଆସନ୍ତା ଏପ୍ରିଲ ୧ ତାରିଖରୁ ରାଜ୍ୟରେ ଯୁବ ସାଥୀ ଯୋଜନା ପାଇଁ ଘୋଷଣା କରିଛନ୍ତି। ଏହି ଯୋଜନାରେ ୨୧ରୁ ୪୦ ବର୍ଷ ମଧ୍ୟରେ ବ୍ୟକ୍ତିଙ୍କୁ ମାସିକ ୧୫୦୦ ଟଙ୍କା ଲେଖାଏ ବେରୋଜଗାରି ଭତ୍ତା ମିଳିବ। ଏଥିସହ ମହିଳାଙ୍କ ପାଇଁ ଗତ ଫେବୃୟାରୀରୁ ଲକ୍ଷ୍ମୀ ଭଣ୍ଡାର ଯୋଜନାର ଭତ୍ତା ପରିମାଣ ୫୦୦ ଟଙ୍କାକୁ ବୃଦ୍ଧି କରିବା ସହ କର୍ମଚାରୀଙ୍କ ବକେୟା ମହଙ୍ଗା ଭତ୍ତା ପ୍ରଦାନ କରିଛନ୍ତି। ତେବେ ଟିଏମ୍‌ସିର ଜଣେ ଚତୁର ରଣନୀତିଜ୍ଞ ମୁକୁଲ ରୟଙ୍କ ନିଧନ ଦଳ ପାଇଁ କିଛିଟା ନୈରାଶ୍ୟଜନକ ହୋଇପାରେ ବୋଲି ଅନୁମାନ କରାଯାଉଛି। ରାଜ୍ୟରେ କଂଗ୍ରେସ ଏକାକୀ ନିର୍ବାଚନ ଲଢ଼ୁଛି।
ଆସାମରେ ଏବେ ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ସରକାର ରହିଛି। ରାଜ୍ୟରେ ଦଳ ପୂର୍ଣ୍ଣ ବହୁମତ ପାଇପାରି ନାହିଁ। ୨୦୧୬ ଓ ୨୦୨୧ ବିଧାନସଭା ନିର୍ବାଚନରେ ଦଳ ସମାନ ସଂଖ୍ୟକ ୬୦ଟି ଆସନ ଲାଭ କରିବାରେ ସମର୍ଥ ହୋଇଛି। ୧୨୬ ବିଧାନସଭା ଆସନବିଶିଷ୍ଟ ଆସାମ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ କଂଗ୍ରେସକୁ କଟାକ୍ଷ କରି କହିଛନ୍ତି ଯେ, ଭୋଟ ବ୍ୟାଙ୍କ ପାଇଁ କଂଗ୍ରେସ ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ପ୍ରଦାନ କରୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ୬୯୫୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଅନୁପ୍ରବେଶକାରୀଙ୍କୁ ବିତାଡ଼ିତ କରିବା ପ୍ରସଙ୍ଗରେ ଆସାମ ସରକାରଙ୍କ ବିରୋଧରେ ଜନ ଅସନ୍ତୋଷ ରହିଛି। ଏକ ଉଲ୍ଲେଖନୀୟ ଘଟଣାକ୍ରମରେ ଆସାମର ବରିଷ୍ଠ କଂଗ୍ରେସ ନେତା ଭୂପେନ ବୋରହା ଭାଜପାରେ ଯୋଗ ଦେଇଛନ୍ତି, ଯାହା କେତେକାଂଶରେ ଏନ୍‌ଡିଏ ପାଇଁ ସହାୟକ ହୋଇପାରେ। କଂଗ୍ରେସ ଯୁବ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗେଇଙ୍କ ପୁତ୍ର ଗୌରବ ଗୋଗେଇଙ୍କ ଉପରେ ଭରସା ରଖି ନିର୍ବାଚନ ଲଢ଼ିବ। ଗୌରବ ଏବେ ଆସାମ ପ୍ରଦେଶ କଂଗ୍ରେସ ସଭାପତି ଅଛନ୍ତି।
ତାମିଲନାଡ଼ୁରେ ଆଞ୍ଚଳିକ ଦଳ ଡିଏମ୍‌କେ ଶାସନ କ୍ଷମତାରେ ରହିଛି। ୨୩୪ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭା ଦଖଲ ନିମନ୍ତେ ଭାରତୀୟ ଜନତା ଦଳ ବିକାଶକୁ ପ୍ରସଙ୍ଗ କରିବା ଦେଖାଯାଉଛି। କାରଣ ତାମିଲନାଡ଼ୁରେ କୁଶାସନ ଓ ଦୁର୍ନୀତି ବିଷୟ ଉଲ୍ଲେଖ କରିବାକୁ ଭାଜପା ନିଟକରେ ତଥ୍ୟ ନାହିଁ। ବିଗତ ୫ ବର୍ଷ ଧରି ସଂଘୀୟ କ୍ଷମତାକୁ ନେଇ ତାମିଲନାଡ଼ୁ କେନ୍ଦ୍ର ସହ ଲଢ଼ି ଚାଲିଛି। ରାଜ୍ୟ ସରକାର ତାମିଲ ମାନସିକତାକୁ ଲକ୍ଷ୍ୟ ରଖି ସମସ୍ତ ସରକାରୀ କାର୍ଯ୍ୟ ତାମିଲ ଭାଷାରେ କରିବା ସହ ଜାତୀୟ ଶିକ୍ଷା ନୀତିର ତ୍ରିଭାଷୀ ସୂତ୍ରକୁ ଅଗ୍ରାହ୍ୟ କରି ଏହାର ବିକଳ୍ପ ଭାବେ ରାଜ୍ୟ ନିଜସ୍ବ ଶିକ୍ଷା ନୀତି ପ୍ରଣୟନ କରିଛି। ତାମିଲ, ତେଲୁଗୁ, କନ୍ନଡ଼, ମାଲାୟଲମ, ଓଡ଼ିଆ, ବଙ୍ଗଳା ଓ ମରାଠୀ ଭାଷାରେ ସାହିତ୍ୟ ପୁରସ୍କାର ନିମନ୍ତେ ରାଜ୍ୟ ସରକାର ଘୋଷଣା କରିଛନ୍ତି। ନିର୍ବାଚନ ପାଇଁ ମୁଖ୍ୟତଃ ଭାଷା ଓ ସଂସ୍କୃତି ଅସ୍ମିତା ଉପରେ ଡିଏମ୍‌କେ ଦୃଷ୍ଟି କେନ୍ଦ୍ରୀଭୂତ କରିଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ତାମିଲନାଡ଼ୁ ନିର୍ବାଚନ ପ୍ରସଙ୍ଗରେ କଚ୍ଚାଥେଭୁ ଦ୍ୱୀପ ପ୍ରସଙ୍ଗ ଉଠାଇଛନ୍ତି। ୧୯୭୪ ମସିହାରେ କଂଗ୍ରେସ ସରକାର ଏହାକୁ ଶ୍ରୀଲଙ୍କାକୁ ହସ୍ତାନ୍ତର କରିଥିଲେ ବୋଲି ସେ କହିବା ସହ ଦଳ ତାମିଲନାଡ଼ୁର ସାଂସ୍କୃତିକ ପର୍ବ ଜାଲିକାଟ୍ଟୁ ବନ୍ଦ କରାଯିବା ବିଷୟ ମଧ୍ୟ ଉଠାଇଛି। ତାମିଲନାଡ଼ୁରେ ଏବେ କଂଗ୍ରେସ- ଡିଏମ୍‌କେ ମେଣ୍ଟ ରହିଛି। ତେଣେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଏଆଇଏଡିଏମ୍‌କେର ପୂର୍ବତନ ବରିଷ୍ଠ ନେତ୍ରୀ ଭି.କେ. ଶଶୀକଳା ଏଆଇପିଟିଏମ୍‌ଏମ୍‌କେ ନାମରେ ନୂତନ ଦଳ ଗଠନ କରି ଚଳିତ ନିର୍ବାଚନରେ ପ୍ରାର୍ଥୀ ଦେବାକୁ ପ୍ରସ୍ତୁତ ହୋଇଛନ୍ତି ଏବଂ ଏଆଇଏଡିଏମକେର ମୁଖ୍ୟ ଇ.କେ.ପାଲାନିସ୍ବାମୀଙ୍କ ନେତୃତ୍ୱରୁ ଓ.ପନିରସେଲଭାମ ଓହରି ଯାଇ ଶାସକ ଡିଏମକେରେ ଯୋଗ ଦେଇଛନ୍ତି। ପନିରସେଲଭାମ ପୂର୍ବରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀ ଥିଲେ। ରାଜ୍ୟରେ ଏଆଇଏଡ଼ିଏମକେ ସହ ଭାଜପା ମେଣ୍ଟ କରିଛି।
କେରଳରେ ବିଧାନସଭା ଆସନ ସଂଖ୍ୟା ୧୪୦। ଏଠାରେ ଏଲ୍‌ଡିଏଫ ସରକାର ରହିଛି। ତେବେ ଗତ ନଗରପାଳିକା ନିର୍ବାଚନରେ କଂଗ୍ରେସ ଏଠାରେ ଭଲ ଫଳାଫଳ କରିଥିବାବେଳେ ଦୀର୍ଘ ଦିନ ଧରି ବାମଦଳ ଦଖଲରେ ଥିବା ଥିରୁଭାନ୍ତପୁରମ ନଗର ନିଗମକୁ ଭାଜପା ଦଖଲ କରିବାରେ ସମର୍ଥ ହୋଇଛି। ଏହି କାରଣରୁ କେରଳ ନିର୍ବାଚନକୁ ନେଇ କଂଗ୍ରେସ ଓ ଭାଜପା ଉତ୍ସାହିତ ଅଛନ୍ତି। କିନ୍ତୁ କେରଳର ନିର୍ବାଚନ ଇତିହାସକୁ ଦେଖିଲେ ଜଣାଯାଏ ଯେ, ଏଠାରେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ଏବଂ ବାମପନ୍ଥୀ ନେତୃତ୍ୱାଧୀନ ଏଲ୍‌ଡିଏଫ ପାଳି କରି ଶାସନ କ୍ଷମତା ଦଖଲ କରିଥାନ୍ତି। ଗତ ନିର୍ବାଚନରେ ଏହି ଧାରା ଭାଙ୍ଗି ଯାଇଥିଲା। କାରଣ ଏଲଡିଏଫ ଲଗାତର ଦ୍ୱିତୀୟ ଥର ଶାସନ କ୍ଷମତାକୁ ଆସିଥିଲା। ଇତିମଧ୍ୟରେ କେରଳର ନାମ ପରିବର୍ତ୍ତନକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ଏହାକୁ ଦଳ ନିର୍ବାଚନୀ ପ୍ରସଙ୍ଗ କରିପାରେ।
ପୁଡ଼ୁଚେରୀରେ ଆସନ ସଂଖ୍ୟା ୩୦ ରହିଛି। ଏଠାରେ ତାମିଲ ଭାଷା ଅସ୍ମିତାର ପ୍ରଭାବ ରହିଛି। ଏନ.ରଙ୍ଗସ୍ବାମୀଙ୍କ ଏଆଇଏନ୍‌ଆର୍‌ସି ଦଳ ନେତୃତ୍ୱରେ ରାଜ୍ୟରେ ଏନ୍‌ଡିଏ ସରକାର ରହିଛି। ଏଆଇଏନ୍‌ଆରସିର ୧୦, ଭାଜପାର ୬, କଂଗ୍ରେସର ୨, ଡିଏମକେର ୬ ଓ ନିର୍ଦ୍ଦଳୀୟ ୬ ବିଧାୟକ ଅଛନ୍ତି। ୨୦୧୬ ବିଧାନସଭା ନିର୍ବାଚନରେ କଂଗ୍ରେସ ରାଜ୍ୟରେ ୧୫ଟି ବିଧାନସଭା ଲାଭ କରିଥିଲା। ୨୦୨୧ରେ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୨ଟି ଆସନ ଲାଭ କରିଥିଲା। ଏଥର ତାମିଲନାଡ଼ୁ ପରି ଡିଏମ୍‌କେ ସହ ମେଣ୍ଟ କରି କଂଗ୍ରେସ ଏହି କେନ୍ଦ୍ର ଶାସିତ ଅଞ୍ଚଳରେ ପ୍ରତ୍ୟାବର୍ତ୍ତନ ପାଇଁ ଉଦ୍ୟମ କରିପାରେ।
ମୋ:୯୪୩୭୨୨୯୨୩୩

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶିଳ୍ପ ସ୍ଥାପନ ପାଇଁ ଚାଲିଛି ଇଡ୍‌କୋକୁ ଜମି ହସ୍ତାନ୍ତର ପ୍ରକ୍ରିୟା, ଅଞ୍ଚଳବାସୀଙ୍କ ବିରୋଧ

ଦାରିଙ୍ଗବାଡ଼ି,୨୨ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତର ଏକ ୯ ହେକ୍ଟର ଜମିରେ ଶିଳ୍ପ ସ୍ଥାପନ ହେବ। ଏଥିପାଇଁ ଇଡ୍‌କୋ ଏବଂ ରାଜ୍ୟ ପର୍ଯ୍ୟଟନ…

ଅସ୍ତ୍ରବିରତି ବୃଦ୍ଧି ପରେ ହର୍ମୁଜ୍ ପ୍ରଣାଳୀରେ ଗୁଳିମାଡ଼, ୩ଜାହାଜ…

ନୂଆଦିଲ୍ଲୀ,୨୨ା୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସମ୍ପର୍କରେ ଡୋନାଲ୍ଡ ଟ୍ରମ୍ପଙ୍କ ବିବୃତ୍ତି ପରେ, ହର୍ମୁଜ୍ ପ୍ରଣାଳୀରେ ତିନୋଟି ମାଲବାହୀ ଜାହାଜ ଉପରେ ଆକ୍ରମଣ ହୋଇଛି। ବର୍ତ୍ତମାନ,…

କୋରାପୁଟରେ ସ୍କୁଲ ଛୁଟି ଘୋଷଣା: କାଲିଠୁ ଏତିକି ଦିନ ପର୍ଯ୍ୟନ୍ତ…

କୋରାପୁଟ,୨୨ା୪(ଅମିତାଭ ବେହେରା): ସାରା ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ ଦୃଷ୍ଟିରେ ରଖି ଛାତ୍ରୀଛାତ୍ରଙ୍କୁ ପ୍ରଚଣ୍ଡ ଗରମରୁ ରକ୍ଷା କରିବା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ କୋରାପୁଟ…

ବଲାଙ୍ଗୀରରେ ବସ୍‌ ଚକାତଳେ ଜୀବନ ଯାଇଥିବା ଯୁବକଙ୍କ ମିଳିଲା ପରିଚୟ

ବଲାଙ୍ଗୀର,୨୨ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା। ଦ୍ରୁତଗତିରେ ଆସୁଥିବା ଏକ ବସ୍‌ ଚକାତଳେ ଦ୍ରୁତଗତିରେ ଆସି ଗୋଟିଏ…

ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନର କଙ୍କାଳ ଉଦ୍ଧାର, ଦେଖିଲେ ଲାଗୁଛି….

ବଲାଙ୍ଗିର/ସଇଁନ୍ତଲା,୨୨ା୪(ସୁନିଲ ମହାନ୍ତି/ରାଖାଲ ଶତପଥୀ): ବଲାଙ୍ଗିର ଜିଲା ସଇଁତଳା ଥାନା ବର୍ଣୀ ସଂରକ୍ଷିତ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନର କଙ୍କାଳ ଉଦ୍ଧାର ହୋଇଛି । ତେବେ ନରକଙ୍କାଳଟି ଏକ…

ବିପ୍ପଜନକ ମିଶନରେ ପ୍ରିୟଙ୍କା ଚୋପ୍ରା

ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ସବୁଠି ରାଜ୍‌ କରୁଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଚର୍ଚ୍ଚାରେ। ତାଙ୍କ ଅଭିନୀତ ହଲିଉଡ ସିରିଜ୍‌ ‘ସିଟାଡେଲ’ ଚହଳ ସୃଷ୍ଟି କରିଛି। ପିସି…

ପୋଲତଳୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ମୃତଦେହ କାହାର? ତଦନ୍ତ ଆରମ୍ଭ

ସୋରଡା,୨୨ା୪(ରଜନି ମହାପାତ୍ର): ଗଞ୍ଜାମ ଜିଲା ସୋରଡ଼ା ଥାନା ଅନ୍ତର୍ଗତ ବାଲପଙ୍କା ଗାଁରେ ଅଭାବନୀୟ ଘଟଣା । ରାସିପଙ୍କାଳ ଶଙ୍ଖ ନିକଟରେ ପଡ଼ିରହିଛି ଅଜଣା ବ୍ୟକ୍ତିର ମୃତଦେହ ।ମୃତଦେହ…

ଜନଗଣନା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ: ଗାଡି ଭାଙ୍ଗିବା ସହ…

କାମାକ୍ଷାନଗର,୨୨।୪(ସୁଧୀର କୁମାର ପରିଡା): ସାରା ରାଜ୍ୟରେ ଜନଗଣନା କାର୍ଯ୍ୟ ଚାଲୁ ରହିଥିବାବେଳେ ଜନଗଣନା କରିବାକୁ ଯାଇଥିବାବେଳେ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣରେ ୪ ଜଣ ଜନଗଣନା କର୍ମଚାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri