ବେଆଇନ ବାଲିଘାଟରେ ୧୪୪ ଧାରା ଜାରି

ଚଣ୍ଡିଖୋଲ,୭ା୬(ଡି.ଏନ.ଏ.): ଦର୍ପଣ ତହସିଲ ଅଧୀନରେ ବେଆଇନ ବାଲିଘାଟ ଚାଲିବା ନେଇ ଧରିତ୍ରୀରେ ଖବର ପ୍ରକାଶ ପରେ ମଙ୍ଗଳବାର ଭାରପ୍ରାପ୍ତ ତହସିଲଦାର ନିରଞ୍ଜନ ଗୁରୁ କେଲୁଅ ନଦୀର ବଡ଼ ବାଲିକୁଦା ଘାଟରେ ୧୪୪ ଧାରା ଜାରି କରିଛନ୍ତି। ଏଥିସହିତ ଆଦେଶନାମା ମିସ୍‌ କେସ୍‌ ନଂ.୧୦୨/୨୩ ଅନୁସାରେ ଖାତା ନଂ.୭୭୫, ପ୍ଲଟ ନଂ.୨୮୧୬ରେ ନାଲି ପତାକା ପୋତିଛନ୍ତି। ମୂଷାଟିକିରି ରାଜସ୍ବ ନିରୀକ୍ଷକଙ୍କୁ ଏହା ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଏହି ତହସିଲ ଅଧୀନ ସୋଲରଠାରେ ୨ ବାଲି ବୋଝେଇ ହାଇୱା ଓ ଗୋଟିଏ ମାଙ୍କଡ଼ା ପଥର ବୋଝେଇ ଟ୍ରକ୍‌କୁ ଜବତ କରିଛନ୍ତି। ବେଆଇନ ଭାବେ ବାଲି ବୋଝେଇ କରି ଆସୁଥିବା ସମୟରେ ଛତିଆ-କଳକଳା ପୂର୍ତ୍ତ ବିଭାଗ ରାସ୍ତାରେ (ଓଡି-୦୫-ଡି-୭୭୩୩) ଓ (ଓଡି-୦୫-ଏଫ-୦୧୩୩) ବାଲି ବୋଝେଇ ହାଇୱାକୁ ଅଟକାଇ ସେ କାଗଜପତ୍ର ମାଗିଥିଲେ। ହେଲେ ଚାଳକମାନେ କୌଣସି କାଗଜ ପତ୍ର ଦେଖାଇ ନ ପାରିବାରୁ ଗାଡ଼ି ଦୁଇଟିକୁ ଜବତ କରି ବୈରୀ ଥାନା ପୋଲିସ ଜିମା ଦେଇଥିଲେ। ସେହିଭଳି ଏହି ରାସ୍ତାରେ ମାଙ୍କଡ଼ା ପଥର ବୋଝେଇ କରି ଆସୁଥିବା (ଓଆର୍‌-୦୯-ଏଫ୍‌-୦୫୧୬) ଟ୍ରକ୍‌କୁ ଅଟକାଇ କାଗଜ ପତ୍ର ମାଗିଥିଲେ। ମାତ୍ର ଚାଳକ କୌଣସି କାଗଜ ପତ୍ର ଦେଖାଇ ନ ପାରିବାରୁ ଭାରପ୍ରାପ୍ତ ତହସିଲଦାର ଟ୍ରକ୍‌ ଜବତ କରି ବୈରୀ ଥାନା ଜିମା ଦେଇଛନ୍ତି।
ସୂଚନା ଅନୁଯାୟୀ, ଏହି ତହସିଲ ଅନ୍ତର୍ଗତ ପଶ୍ଚିମ ବଡ଼ଚଣା କୁହାଯାଉଥିବା ବୈରୀ, ପାରିଆ, ସମିଆ ଓ ଶାଳପଡ଼ା ପଞ୍ଚାୟତର ବିଭିନ୍ନ ସ୍ଥାନରେ ବେଆଇନ ମାଙ୍କଡ଼ା ଓ ମୋରମ ପଥର ଖାଦାନ ଚାଲୁଛି। ଏଥିସହିତ ବିରୂପା, ଗେଙ୍ଗୁଟି ଓ କେଲୁଅ ନଦୀର ବିଭିନ୍ନ ସ୍ଥାନରେ ବେଆଇନ ବାଲିଘାଟ ଚାଲୁଛି। ଏ ସମ୍ପର୍କରେ ରାଜସ୍ବ ବିଭାଗ, ବନ ବିଭାଗ ଓ ପୋଲିସ ଜାଣିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉ ନ ଥିଲା। ଏନେଇ ମଙ୍ଗଳବାର ‘ବେଆଇନ ବାଲିଘାଟକୁ ନେଇ ବଢୁଛି ବିବାଦ’ ଶୀର୍ଷକ ଖବର ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri