Posted inଜାତୀୟ

ଭାରତରେ ବଡ଼ ଟ୍ରେନ୍‌ ଦୁର୍ଘଟଣା

୧୯୮୧ରେ ବିହାରର ସହର୍ସା ନିକଟରେ ୯୦୦ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ବାଘମତି ନଦୀକୁ ଖସିପଡ଼ିଥିଲା। ଏଥିରେ ୫୦୦ ଜଣଙ୍କର ମୃତ୍ୟୁ ଘଟିଥିଲା।
୧୯୯୫ରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ପୁରୁଷୋତ୍ତମ ଏକ୍ସପ୍ରେସ୍‌ ଉତ୍ତର ପ୍ରଦେଶର ଫିରୋଜାବାଦ ନିକଟରେ କାଳିନ୍ଦୀ ଏକ୍ସପ୍ରେସ୍‌ ସହ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୩୫୮ ଯାତ୍ରୀ ପ୍ରାଣ ହରାଇଥିଲେ।
୧୯୯୯ରେ ୨,୫୦୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ଯାଉଥିବା ଦୁଇଟି ଟ୍ରେନ୍‌ ଆସାମର ଗାଇସଲ ନିକଟରେ ପରସ୍ପର ସହ ଧକ୍କାହେବାରୁ ଅନୂ୍ୟନ ୨୯୦ ଜଣଙ୍କର ମୃତ୍ୟୁ ଘଟିଥିଲା।
୧୯୯୮ରେ କୋଲକାତା ଯାଉଥିବା ଜମ୍ମୁ ତାଓ୍ବି-ସିଆଲଦା ଏକ୍ସପ୍ରେସ୍‌ ପଞ୍ଜାବର ଖାନ୍ନା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୨୧୨ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା।
୨୦୦୨ରେ ହାଓଡା-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ ଗୟା ଓ ରଫିଗଞ୍ଜ ଷ୍ଟେଶନ ମଧ୍ୟରେ ଲାଇନ୍‌ଚ୍ୟୁତ ହୋଇଥିଲା। ଏହି ଦୁର୍ଘଟଣାରେ ୧୪୦ ଯାତ୍ରୀଙ୍କ ଜୀବନ ଯାଇଥିଲା।
୨୦୧୦ରେ ମୁମ୍ବାଇ-ହାଓଡା କୁର୍ଲା ଲୋକମାନ୍ୟ ତିଲକ ଜ୍ଞାନେଶ୍ୱରୀ ସୁପରଫାଷ୍ଟ ଡିଲକ୍ସ ଏକ୍ସପ୍ରେସ୍‌ ପଶ୍ଚିମବଙ୍ଗର ମେଦିନୀପୁର ନିକଟ ଖେମାଶୁଲି ଓ ସରଡିହ ମଝିରେ ଲାଇନ୍‌ଚ୍ୟୁତ ହେବା ପରେ ଅନ୍ୟ ଏକ ଟ୍ରେନ୍‌ ସହ ଧକ୍କା ହୋଇଥିଲା। ଏଥିରେ ୧୭୦ ଯାତ୍ରୀ ପ୍ରାଣ ହରାଇଥିଲେ।
୨୦୧୬ ନଭେମ୍ବର ୨୦ରେ ଇନ୍ଦୋର-ପାଟନା ଏକ୍ସପ୍ରେସ୍‌ ୧୯୩୨୧ କାନପୁର ନିକଟ କୁଖରାୟନ୍‌ରେ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୫୦ ଜଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୧୫୦ ଯାତ୍ରୀ ଆହତ ହୋଇଥିଲେ।
୨୦୦୫ ଅକ୍ଟୋବର ୨୯ରେ ବନ୍ୟା ଯୋଗୁ ଆନ୍ଧ୍ରପ୍ରଦେଶର ଭାଲିଗୋଣ୍ଡାରେ ଏକ ଛୋଟ ରେଳ ବ୍ରିଜ୍‌ ଭୁଶୁଡ଼ିପଡ଼ିଥିଲା। ଡେଲ୍ଟା ସୁପରଫାଷ୍ଟ ପାସେଞ୍ଜର ଟ୍ରେନ୍‌ ସେହି ପଥ ଦେଇ ଯାଉଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୧୧୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦୦ ଯାତ୍ରୀ ଆହତ ହୋଇଥିଲେ।
୨୦୧୦ ଜୁଲାଇ ୧୯ରେ ଉତ୍ତର ବଙ୍ଗ ଏକ୍ସପ୍ରେସ୍‌ ଏବଂ ବନାଞ୍ଚଳ ଏକ୍ସପ୍ରେସ୍‌ ପଶ୍ଚିମବଙ୍ଗର ସାଇନ୍ଥିଆରେ ପରସ୍ପରକୁ ଧକ୍କାଦେବାରୁ ୬୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୧୬୫ ଯାତ୍ରୀ ଆହତ ହୋଇଥିଲେ।
୨୦୧୨ ମେ’ ୨୨ରେ ହୁବୁଲି-ବାଙ୍ଗାଲୋର ଏକ୍ସପ୍ରେସ୍‌ ଆନ୍ଧ୍ରପ୍ରଦେଶରେ ଏକ ମାଲବାହୀ ଟ୍ରେନ୍‌କୁ ଧକ୍କାଦେବାରୁ ସେଥିରେ ନିଅଁା ଲାଗିଯାଇଥିଲା। ଏହି ଦୁର୍ଘଟଣାରେ ୨୫ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୪୩ ଆହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri