ସୋନପୁର,୧।୬(ନି.ପ୍ର.): ସୁବର୍ଣ୍ଣପୁର ଅତିରିକ୍ତ ଜିଲାପାଳ ତଥା ଭାରପ୍ରାପ୍ତ ଜିଲାପାଳ ସୂର୍ଯ୍ୟନାରାୟଣ ଦାଶଙ୍କୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା। ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ବଲାଙ୍ଗୀର ଜିଲାପାଳ ଚଞ୍ଚଳ ରଣା ରାଜ୍ୟ ସରକାରଙ୍କୁ ସୁପାରିସ କରିଛନ୍ତି। ଏ ସମ୍ପର୍କିତ ଖବର ପ୍ରଥମେ ଧରିତ୍ରୀରେ ପ୍ରକାଶ ପାଇବା ପରେ ଏହି ଚର୍ଚ୍ଚା ଜୋର ଧରିଛି। ଦାଶ ବଲାଙ୍ଗୀରରେ ୫ବର୍ଷ ଧରି ତହସିଲଦାର ଥିଲେ। ଏହି ସମୟରେ ସେ ବେଆଇନ ଭାବେ ବିଭିନ୍ନ ଜମିର କିସମ ପରିବର୍ତ୍ତନ କରିବା ସମୟରେ ଜମି ମାଲିକଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି। ସବୁଠୁ ବଡ କଥା ହେଲା ତତ୍କାଳୀନ ବଲାଙ୍ଗୀର ତହସିଲଦାର ତା୪।୧୦।୨୦୦୪ରିଖରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ସାଢେ ୪ଟା ପର୍ଯ୍ୟନ୍ତ ସ୍ଥାନୀୟ ଚନ୍ଦନଭାଟି ଓ ବ୍ରାହ୍ମଣୀପାଲି ଗ୍ରାମକୁ ଜଳ ବିବାଦର ସମାଧାନ ପାଇଁ ଯାଇଥିଲେ। ତହସିଲଦାରଙ୍କ ଗସ୍ତ ବିବରଣୀ ଓ ଲଗ ବୁକ୍ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ତେବେ ସେହିଦିନ ଅପରାହ୍ନ ସାଢେ ୪ଟାରୁ ସନ୍ଧ୍ୟା ୫ଟା ଭିତରେ ତହସିଲଦାର ଦାଶ ୧୦୦୦ରୁ ଊର୍ଦ୍ଧ୍ୱ ଓଏଲ୍ଆର୍ କେସ୍ର ପ୍ରିମିୟମ ମୂଲ୍ୟାୟନ କରିବା ସହ ଫଇସଲା କରିଥିଲେ, ଯାହାକି ଗୋଟିଏ ସାଧାରଣ ମଣିଷ ପାଇଁ ବାସ୍ତବରେ କରିବା ଅସମ୍ଭବ ବୋଲି ଅଡିଟ୍ ରିପୋର୍ଟରେ ଦର୍ଶାଯାଇଛି। ତେଣୁ ତାଙ୍କ ବିରୋଧରେ ସରକାରୀ କର୍ମଚାରୀ କଣ୍ଡକ୍ଟ ନିୟମ ୧୯୫୯ ଅନୁସାରେ ଡ୍ରାଫ୍ଟ ଚାର୍ଜ କରାଗଲା ବୋଲି ବଲାଙ୍ଗୀର ଜିଲାପାଳ ରଣା ତାଙ୍କ ପତ୍ର ସଂଖ୍ୟା ୧୫୯୧/ତା୨୩।୫।୨୦୨୩ରିଖରେ ରାଜସ୍ବ ପର୍ଷଦ ସଚିବ କଟକଙ୍କୁ ଜଣାଇଛନ୍ତି।
ଓଏଲ୍ଆର୍ କେସ୍ ନମ୍ବର ୩୫/୨୦୦୫ରେ ବେଆଇନ ଭାବେ ଜମିର କିସମ ପରିବର୍ତ୍ତନ ଯୋଗୁଁ ସରକାରଙ୍କ ରାଜସ୍ବହାନି ହୋଇଛି। ଅଡିଟ୍ ରିପୋର୍ଟ ଅନୁସାରେ ଆଦେଶ ପରେ ପଞ୍ଜିକୃତ ବିକ୍ରି କବଲା ଅନୁସାରେ କିଣାଯାଇଥିବା ଜମି ଉପରେ ଅନ୍ୟାୟ ଭାବରେ ପ୍ରିମିୟମ ମୂଲ୍ୟାୟନ କରାଯାଇଥିବାରୁ ସରକାରଙ୍କ ବ୍ୟାପକ ରାଜସ୍ବହାନୀ ହୋଇଛି। ରାଜସ୍ବ ନିରୀକ୍ଷକଙ୍କ ରିପୋର୍ଟ ଅନୁସାରେ ହଜାରେରୁ ଅଧିକ ଓଏଲ୍ଆର୍ କେସ୍ ଧାରା ୮(କ) ଅନୁସାରେ ଆରମ୍ଭ କରାଯାଇଥିଲା। କିନ୍ତୁ ଏଥିପାଇଁ ଜମି ମାଲିକମାନଙ୍କୁ କୌଣସି ନୋଟିସ ଦିଆଗଲାନାହିଁ। ସେହିପରି ସରକାରଙ୍କ ନୋଟିଫିକେଶନ ନଂ. ୩୬୮୮୬/ତା୨୧।୯।୨୦୦୪ ରିଖ ଅନୁସାରେ ଏକର ପ୍ରତି ୩ ଲକ୍ଷ ଟଙ୍କା ପ୍ରିମିୟମ ଆଦାୟ କରିବା ପରିବର୍ତ୍ତେ ଏକର ପ୍ରତି ୭୫ ହଜାର ଟଙ୍କା ଆଦାୟ କରାଗଲା। ବଲାଙ୍ଗୀର ମ୍ୟୁନିସିପାଲିଟିର ଜମି କିସମ ପରିବର୍ତ୍ତନ ବେଳେ ଫର୍ମ ୨୬ ସ୍ପେଶାଲ ଟାଉନ ପ୍ଲାନିଂ ଅଥରିଟିଙ୍କୁ ଦିଆଯାଇ ନ ଥିଲା। ତେଣୁ ସରକାରଙ୍କ ରାଜସ୍ବ କ୍ଷତି ହେଲା। ଅଡିଟ ରିପୋର୍ଟ ନମ୍ବର ୧୧୦/୨୦୦୯-୧୦ ରେ ପାରା ୨୨ରୁ ୩୨ ଅନୁସାରେ ଓଡିଶା ଭୂସଂସ୍କାର ଆଇନର ଧାରା ୮(କ) ଅନୁସାରେ ମକଦ୍ଦମା ଫଇସଲା କରିବାରେ ଦାଶଙ୍କ ଢିଲାପଣ ଓ କର୍ତ୍ତବ୍ୟରେ ଅବହେଳା କାରଣରୁ ସେତେବେଳେ ସରକାରଙ୍କ ୨ କୋଟି ୪୨ ଲକ୍ଷ ୬୬ ହଜାର ୧୧୭ ଟଙ୍କାର ରାଜସ୍ବ କ୍ଷତି ହୋଇଛି। ତେବେ ଏହି ରିପୋର୍ଟକୁ ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟରେ ଦୀର୍ଘ ୧୩ ବର୍ଷ ଧରି ଚାପି ଦିଆଯାଇଥିଲା । ଫଳରେ ଦାଶ ତହସିଲଦାରରୁ ଅତିରିକ୍ତ ସଚିବ ପାହ୍ୟାକୁ ପଦୋନ୍ନତି ପାଇବାରେ ସକ୍ଷମ ହୋଇଛନ୍ତି। ବଲାଙ୍ଗୀର ଜିଲାପାଳ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିବା ପରେ ଏବେ ଖୋଳତାଡ ଆରମ୍ଭ ହୋଇଛି । ପ୍ରକାଶ ଯେ, ୨୦୦୪ ମାର୍ଚ୍ଚ ୧୦ରୁ ୨୦୦୯ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫ ବର୍ଷ ଧରି ସୂର୍ଯ୍ୟନାରାୟଣ ଦାଶ ବଲାଙ୍ଗୀର ତହସିଲଦାର ଦାୟିତ୍ୱରେ ଥିଲେ। ସେହିପରି ୨୦୧୧ ମସିହାରୁ ସୁବର୍ଣ୍ଣପୁର ଜିଲାରେ ବିଡିଓ, ସର୍ବଶିକ୍ଷା ଅଭିଯାନ ପ୍ରକଳ୍ପ ସଂଯୋଜକ, ଉପଜିଲାପାଳ, ପିଡି ଡିଆରଡିଏ ଓ ଅତିରିକ୍ତ ଜିଲାପାଳ ଭଳି ବିଭିନ୍ନ ପଦବୀରେ ଦୀର୍ଘ ୧୨ ବର୍ଷ ଧରି ଅବସ୍ଥାପିତ ଅଛନ୍ତି।
Posted inHome, Home Left, ଆମ ଜିଲା ଖବର, ସୁବର୍ଣ୍ଣପୁର View All
ଟ୍ରକ୍ରେ ପିଟି ହୋଇ ଦୁଇ ବାଇକ୍ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର
ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...
ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ
ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...
ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର
ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...
ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…
ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...
ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…
ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...
ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ
ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...
ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା
ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...
ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି
ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...
Archives


