Posted inଫୁରସତ

ପଞ୍ଚାନନଙ୍କ ଚିତ୍ର ଦୁନିଆ

କ୍ୟାମେରା ଆସିବା ପରେ ଚିତ୍ରର ମୋଡ଼ ବଦଳିଗଲା। କିନ୍ତୁ ଶିଳ୍ପୀ ତା’ ଚିତ୍ରକଳାରେ ଏମିତି କିଛି ସୃଷ୍ଟି କରିଥାଏ, ଯାହା କ୍ୟାମେରାରେ ହୋଇ ନ ଥାଏ। ତାହା ହିଁ ଶିଳ୍ପୀର ସ୍ବତନ୍ତ୍ରତା।

ପିଲାଟିଦିନରୁ ଚିତ୍ରକଳାକୁ ନେଇ ତାଙ୍କର ସାଧନା । କେବେ ପଲ୍ଲୀ ପ୍ରକୃତି ତ ପୁଣି କେବେ ପରମ୍ପରା ଓ ସାଂସ୍କୃତିକ ଭାବକୁ ନେଇ ସେ ଆଙ୍କିଥାନ୍ତି ବିଭିନ୍ନ ଚିତ୍ର। ଏପରି କି ପାଣି ଭିତରର ସୌନ୍ଦର୍ଯ୍ୟକୁ ଅନୁଭବ କରି ସେ ସୃଷ୍ଟି କରିଛନ୍ତି କେତେକ ମର୍ଡନ ଆର୍ଟ। ଚିତ୍ରକଳା ପାଇଁ ଓଡ଼ିଶା ଲଳିତକଳା ଏକାଡେମୀ ସମେତ ବିଭିନ୍ନ ସଂସ୍ଥାରୁ ତାଙ୍କୁ ମିଳିଛି ଅନେକ ପୁରସ୍କାର ଓ ସମ୍ମାନ। ସେ ହେଲେ ବିଶିଷ୍ଟ ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ; ଯିଏକି ଏବେ ଓଡ଼ିଶା ଲଳିତକଳା ଏକାଡେମୀର ସଚିବ ଭାବରେ କାର୍ଯ୍ୟରତ। ପିତା ତରଣିକାନ୍ତ ସାମଲ। ମାତା ହରିପ୍ରିୟା ସାମଲ। ଘର ବାଲେଶ୍ୱର ଜିଲାର ଭୋଗରାଇ ବ୍ଲକ ଅନ୍ତର୍ଗତ ହାଟ ସରିସା ଗାଁରେ। ସେ କୁହନ୍ତି, ”ଆମ ପରିବାର ଏକ କଳାପ୍ରିୟ ପରିବାର। ମୋ ବାପା ଜଣେ ପ୍ରାଇମେରି ସ୍କୁଲର ଶିକ୍ଷକ । ବିଭିନ୍ନ ପାଠ୍ୟବିଷୟକୁ ସେ ଚିତ୍ର ଆଙ୍କି ସରଳ ଭାବରେ ପିଲାଙ୍କୁ ବୁଝାଉଥିଲେ । ମୁଁ ୪ର୍ଥ ଶ୍ରେଣୀରେ ପଢ଼ୁଥିବା ବେଳେ ରଫ୍‌ଖାତାରେ ନାନା ପ୍ରକାରର ପ୍ରାକୃତିକ ଦୃଶ୍ୟକୁ ଅଙ୍କନ କରୁଥିଲି। ଏମିତିରେ ଧୀରେଧୀରେ ଚିତ୍ର କରିବା ଅଭ୍ୟାସରେ ପଡ଼ିଗଲି। ସେତେବେଳେ କେତେଜଣ ସାଙ୍ଗ ମିଶି ମୋର ବିଭିନ୍ନ ଚିତ୍ରକୁ ସ୍କୁଲ କାନ୍ଥରେ ଟଙ୍ଗାଇଥିଲେ; ଯାହାକୁ ଦେଖି ପ୍ରଧାନ ଶିକ୍ଷକ ମୋତେ ବହୁତ ପ୍ରଶଂସା କରିଥିଲେ। ଶୀତଦିନେ ବିଲରୁ ଧାନକଟା ସରିଯାଇଥାଏ। ସ୍କୁଲଛୁଟିରେ ବିଲକୁ ଯାଇ ବିଲରୁ ଓଦାଳିଆ ମାଟିକୁ ଚକଟି ସେଠାରେ ଗୋଟିଏ ଶିବମୂର୍ତ୍ତି ଗଢିଥିଲି। ହେଲେ ଏହି ମୂର୍ତ୍ତିକୁ ବିଲରୁ କିପରି ଅନ୍ୟତ୍ର ଉଠାଇ ନେବି ସେଥିପାଇଁ ଚିନ୍ତା ଲାଗିଲା। କ’ଣ କରିବି ଭାବି ବାଉଁଶ ବୁଦାରୁ ବାଉଁଶଟିଏ ହାଣିଲି। ତା’ପରେ ବାଉଁଶ ପାତିଆ ବାହାର କରି ତାରି ସାହାଯ୍ୟରେ ବିଲରେ ଗଢିଥିବା ସେହି ଶିବ ମୂର୍ତ୍ତିଟିକୁ ଉଠାଇ ଆଣି ଗୁନେଇ ଅଜାଙ୍କୁ ଦେଖାଇଥିଲି। ଏଥିରେ ସେ ଖୁବ୍‌ ଖୁସୀ ହୋଇ ତାଙ୍କ ମୂର୍ତ୍ତି ଗଢିବା କାମରେ ସହଯୋଗ କରିବା ପାଇଁ ମୋତେ ସୁଯୋଗ ଦେଇଥିଲେ। ଏ ଭିତରେ ମୋର ଗାଁ ହାଇସ୍କୁଲରେ ୧୦ମ ପଢ଼ା ସରିଗଲା। ଯେହେତୁ ମୋର କଳାକାରିଗରି କାମରେ ମନ ଥାଏ ତେଣୁ ଆର୍ଟ ପଢିବାକୁ ଇଚ୍ଛା କଲି। କିନ୍ତୁ ସେହି ସମୟରେ ଦୁର୍ଗାପୂଜା ପୂର୍ବରୁ ଭୁବନଚନ୍ଦ୍ର ଦାଶ ନାମକ ଜଣେ ମାଟିମୂର୍ତ୍ତି କାରିଗର ଗାଁକୁ ଆସିଥିଲେ। ତାଙ୍କ ପାଖକୁ ଯାଇ ବିଭିନ୍ନ ମାଟିମୂର୍ତ୍ତି ଗଢିବା ଶିଖିଲି। ଏ ଭିତରେ ମୋର ଜଣେ ଡାକ୍ତର ମଉସା ମୋର ମୂର୍ତ୍ତି ଗଢିବାକୁ ଦେଖି ବାପାଙ୍କୁ କହିଲେ ଏଇ ପିଲାକୁ ଆର୍ଟକଲେଜରେ ପଢାନ୍ତୁ ଭଲ କରିବ। ଏଥିଯୋଗୁ ଆର୍ଟ ପଢିବାକୁ କଳିକତା ଯାଇଥିଲି ମାତ୍ର ବୟସ ହୋଇ ନ ଥିବାରୁ ସେହିବର୍ଷ ଗାଁକୁ ଫେରିଆସି ଯୁକ୍ତ୨ ବିଜ୍ଞାନ ପଢିଥିଲି। କିନ୍ତୁ ଆର୍ଟରେ ମନ ଥିବାରୁ ପରେ ଯାଇ ବି.କେ ଆର୍ଟ କଲେଜ, ଭୁବନେଶ୍ୱରରେ ନାମ ଲେଖାଇଥିଲି। ଏଠାରେ ଚିତ୍ରକଳାରେ ତାଲିମ ନେଲି। ତା’ପରେ ଇନ୍ଦିରା କଳା ସଙ୍ଗୀତ ବିଶ୍ୱବିଦ୍ୟାଳୟରେ ଚିତ୍ରକଳାରେ ମାଷ୍ଟର ଡିଗ୍ରୀ ହାସଲ କଲି। ଅବଶ୍ୟ ଏହି ଚିତ୍ରକଳା ପ୍ରଶିକ୍ଷଣ ସମୟରେ ଦିଲ୍ଲୀରେ ୧ବର୍ଷ ରହିଥିଲି; କିନ୍ତୁ ସେଠାରେ ମୋ ମନଲାଖି ପରିବେଶ ନ ଥିଲା। ଚିତ୍ରକଳା ଶିକ୍ଷା ବେଳେ ବିଭିନ୍ନ ସ୍ଥାନରେ ଚିତ୍ରକଳା ଶିବିର ଆୟୋଜନ ହେଉଥିଲା। ବିଶେଷକରି ନ୍ୟାଶନାଲ ଲଳିତକଳା ଏକାଡେମୀ ଦ୍ୱାରା ଆୟୋଜିତ ବିଭିନ୍ନ ସ୍ଥାନକୁ ଯାଇ ମୋର ଅନେକ ଚିତ୍ରକୁ ପ୍ରଦର୍ଶନ କରିବାର ସୁଯୋଗ ପାଇଥିଲି; ଯାହା ମଧ୍ୟରେ ଥିଲା ରାଜସ୍ଥାନ, ଦିଲ୍ଲୀ, ସିକ୍କିମ, ବିହାର, ଓଡ଼ିଶା, ହଜାରିବାଗ, ବାଙ୍ଗୋଲୋର, କୋଚି ଆଦି ବିଭିନ୍ନ ସହର। ଏହାଛଡ଼ା ନେପାଳରେ ମଧ୍ୟ ଏକ ଚିତ୍ରକଳା ପ୍ରଦର୍ଶନୀରେ ଯୋଗ ଦେଇଥିଲି। ୧୯୮୫ରେ ନୂଆଦିଲ୍ଲୀରେ ଏଆଇଏଫ୍‌ଏସିଏସ୍‌ର ବାର୍ଷିକ ପ୍ରଦର୍ଶନୀ ଓ ଚିତ୍ର ଶିବିରରେ ଯୋଗ ଦେଇ ସଫଳତା ପାଇଲି। ସତ କହିଲେ ଚିତ୍ର କେବଳ ମୋ ସଉକ ନୁହେଁ ଏହା ମୋର ବୃତ୍ତି ଓ ରୋଜଗାରର ମାଧ୍ୟମ ମଧ୍ୟ। କାରଣ ବୃତ୍ତିଗତ ଭାବେ ମୁଁ ଭୁବନେଶ୍ୱର ଉପକଣ୍ଠସ୍ଥ ଧଉଳି ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଛି। ଶିଳ୍ପୀଭାବେ ଆଜି ଯାଏ ପ୍ରାୟ ୭ହଜାରରୁ ଊର୍ଦ୍ଧ୍ୱ ବିଭିନ୍ନ ଚିତ୍ରକଳା ପ୍ରସ୍ତୁତ କରିସାରିଛି। ବିଶେଷକରି ଗ୍ରାମୀଣ କଳା ଓ ପରମ୍ପରା ଉପରେ ଆଧାରିତ ସୃଜନଶୀଳଚିତ୍ରକୁ ଗୁରୁତ୍ୱ ଦେଇଥାଏ। ଥରେ ଭାରତୀୟ ସଂସ୍କୃତି ଓ ପ୍ରକୃତିକୁ ନେଇ ଏକ ଷଣ୍ଢ ଚିତ୍ରରେ ମଣିଷର ସବୁ ପାରିବା ପଣିଆକୁ ଉପସ୍ଥାପନ କରିବାର ପ୍ରୟାସ କରିଥିଲି। ଏହି ଚିତ୍ରକଳାଟି ଅନେକ ଶିଳ୍ପୀଙ୍କ ମଧ୍ୟରେ ଖୁବ୍‌ ଚର୍ଚ୍ଚା ହୋଇଥିଲା। କିନ୍ତୁ ଥରେ ଦିଲ୍ଲୀର ଏକ ଆର୍ଟ ଗ୍ୟାଲେରିକୁ ପ୍ରାୟ୨୫ଟି ଚିତ୍ର ତିଆରି କରି ପଠାଇଥିଲି । କିଛିଦିନ ପରେ ସେଠାକୁ ଯାଇ ଦେଖିଲି ପଠାଇଥିବା ସେହିସବୁ ଚିତ୍ର ସେଠାରେ ଆଉ ନ ଥିଲା; ଯେଉଁଥିପାଇଁ ମନରେ ଖୁବ୍‌ ଦୁଃଖ ହେଲା। ସେହି ସଂସ୍ଥାର କାହାରିକୁ ମଧ୍ୟ ଯୋଗାଯୋଗ ହୋଇପାରି ନ ଥିଲା । କେତେକ ଶିବିରରେ ଆମକୁ କିଛି ନିର୍ଦ୍ଦିଷ୍ଟ ଚିତ୍ର କରିବା ପାଇଁ କୁହାଯାଏ। ଏଥିରେ ଆମେ ଚାହୁଁଥିବା ଚିତ୍ରକୁ ଉପସ୍ଥାପନ ନ କରି ପାରି ମନଭିତରେ କିଛି ଗୋଟେ ଅବସୋସ ରହିଗଲା ପରି ଲାଗେ। କେହି କେହି କହନ୍ତି ଶିଳ୍ପୀଙ୍କ ଜୀବନ ଭାରି ସଂଘର୍ଷମୟ ଓ କଷ୍ଟଦାୟକ। ଏଥିଯୋଗୁ ଅନେକ ଏହି ଲାଇନକୁ ଆସିବାକୁ ନାପସନ୍ଦ କରିଥାନ୍ତି। କିନ୍ତୁ କୌଣସି ଲୋକ ବିନା ସଂଘର୍ଷରେ ଉପରକୁ ଉଠେନି। ତେବେ ଶିଳ୍ପୀ କେବେ ନିରବ ରୁହେନା। ତା’ର ସର୍ଜନାକୁ ସାକାର କରିବା ପାଇଁ ସେ ସର୍ବଦା ସେହି କଳାରେ ହଜିଯାଇଥାଏ। ଏଥିରେ ସେ ଖୁସି ହୁଏ। ଏଥିରେ ସେ ଦୁନିଆକୁ ପରିବର୍ତ୍ତନ କରିବାର ସ୍ବପ୍ନ ଦେଖେ। କିନ୍ତୁ କ୍ୟାମେରା ଆସିବା ପରେ ଚିତ୍ରର ମୋଡ଼ ବଦଳିଗଲା। ଶିଳ୍ପୀ ତା’ ଚିତ୍ରକଳାରେ ଏମିତି କିଛି ସୃଷ୍ଟି କରିଥାଏ, ଯାହା କ୍ୟାମେରାରେ ହୋଇ ନ ଥାଏ। ତାହା ହିଁ ଶିଳ୍ପୀର ସ୍ବତନ୍ତ୍ରତା। ଗୋଟିଏ ଚିତ୍ରରେ ସମାଜକୁ ବାର୍ତ୍ତା ଦେଉଥିବାବେଳେ ଶିଳ୍ପୀର ନିଜସ୍ବ ଢଙ୍ଗ ରହିଥାଏ। ପୁରସ୍କାର ଭାବେ ରାଜ୍ୟ ଲଳିତକଳା ଏକାଡେମୀ ଓ ଜୟଦେବ ପୁରସ୍କାର ମିଳିଛିି। ସେହିପରି ହାଇଦ୍ରାବାଦରୁ କଳାମିତ୍ର, ବୋକାରରୁ କଳାରତ୍ନ ଏବଂ ଶତାଧିକ ଅନୁଷ୍ଠାନରୁ ଚିତ୍ରକଳା ପ୍ରତିଭା ପାଇଁ ଅନେକ ପୁରସ୍କାର ଓ ସମ୍ମାନ ମିଳଛି।“ -ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

ଓମ୍‌ସା ଆନ୍ଦୋଳନ: ଘଣ୍ଟାଏ ବନ୍ଦ ରହିବ ରୋଗୀ ସେବା

ଛତ୍ରପୁର,୨୬ା୧୨(ଦିଲୀପ ସାମଲ): ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଖାଲି ପଡିଥିବା ପଦବୀ ପୂରଣ ସହ ଡାକ୍ତରଙ୍କ...

୯ ଦିନ ହେବ ନିଖୋଜ ଥିଲେ ସ୍କୁଲ ପିଅନ: ଆଜି ମିଳିଲା…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାପାଟ ଥାନା ନିକଟରେ ଥିବା ଏକ ପୋଖରୀରୁ ଶୁକ୍ରବାର ଜଣେ ପିଅନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ପିଅନ...

ଆମାଜନରୁ ସମ୍ପର୍କ କାଟିଲେ ଥିଲେ ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ, ଶେୟାର ବିକି ଏବେ କରୁଛନ୍ତି ଏମିତି କାମ…

ଓ୍ବାଶିଂଟନ,୨୬।୧୨: ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ କୋଟିପତି ମ୍ୟାକେଞ୍ଜି ସ୍କଟ ଚଳିତ ବର୍ଷ ଅର୍ଥାତ ୨୦୨୫ରେ ନିଜ ପାଣ୍ଠିରୁ ୭.୧ ବିଲିୟନ ଡଲାରରୁ...

ବିସ୍ଫୋରକ ବୟାନ ଦେଲେ ବିଜେଡି ନେତା ପ୍ରଭାତ ବିଶ୍ୱାଳ: ପାଣ୍ଡିଆନ ଦମ୍ପତିଙ୍କ ପ୍ରତି ଅବିଚାର ହେଲେ ମୁଁ…

ଭୁବନେଶ୍ୱର,୨୬।୧୨: ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନେତା ପ୍ରଭାତ ବିଶ୍ୱାଳଙ୍କ ଖୋଲା ମଞ୍ଚରେ ବଡ଼ ବୟାନ ଦେଇଛନ୍ତି ପ୍ରଭାତ ବିଶ୍ୱାଳ। ସେ ବିଜେଡି ନେତାଙ୍କୁ ଧୋଇଛନ୍ତି...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

ମାରଓ୍ବାଡି ମହିଳାଙ୍କ ସେବା କାର୍ଯ୍ୟକୁ ପ୍ରଶଂସା କଲେ ଏମ୍‌ପି

ବଲାଙ୍ଗୀର,୨୬।୧୨(ସୁନିଲ କୁମାର ମହାନ୍ତି):ଅଖିଳ ଭାରତୀୟ ମାରଓ୍ବାଡି ମହିଳା ସମ୍ମେଳନ ଓଡିଶା ପ୍ରଦେଶର ସପ୍ତଦଶ ପ୍ରାନ୍ତୀୟ ସମ୍ମେଳନ ସ୍ଥାନୀୟ ବିଦ୍ୟା ହେଭନ୍ସ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି।...

ଯାତ୍ରା ପୂବରୁ ଆଖିବୁଜିଲେ ଖଳନାୟକ, ଛାତିରେ ହେଲା ଯନ୍ତ୍ରଣା…

ନୂଆପଡ଼ା/ଜଗତସିଂହପୁର,୨୬।୧୨(ମକାରୁ ବେମାଲ ): ଯାତ୍ରା ଖଳନାୟକ ନରେନ୍ଦ୍ର ଦାସଙ୍କ ଆକସ୍ମିକ ଦେହାନ୍ତ ହୋଇଛି। ଅଭିନୟ କରିବାକୁ ନୂଆପଡ଼ା ଯାଇଥିବା ବେଳେ ହଠାତ୍‌ ଛାତିରେ ଯନ୍ତ୍ରଣା ହୋଇଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri