Posted inଜାତୀୟ

ନୂଆ ସଂସଦ ଭବନ ଉଦ୍‌ଘାଟନକୁ ନେଇ ବିରୋଧୀଙ୍କ ବୟକଟ୍‌ ବେଳେ ଓମାର ଅବଦୁଲ୍ଲା କଲେ ପ୍ରଶଂସା, କହିଲେ ନୂଆ ସଂସଦ ଭବନ ସ୍ବାଗତ ଯୋଗ୍ୟ

ନୂଆଦିଲ୍ଲୀ,୨୭।୫: ବିରୋଧୀ ଦଳ ଦୂଆ ସଂସଦ ଭବନକୁ ବୟକଟ୍‌ କରିଥିବାବେଳେ ଓମାର ଅବଦୁଲ୍ଲାଙ୍କ ଭିନ୍ନ ମତ ପ୍ରକାଶ ପାଇଛି। ଆସନ୍ତା କାଲି ରବିବାର ନୂଆ ସଂସଦ ଭବନର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ମୋଦିଙ୍କ ଦ୍ୱାରା ସଂସଦ ଭବନ ଉଦ୍‌ଘାଟନୀକୁ ବହୁ ବିରୋଧୀ ଦଳ ସମାଲୋଚନା କରିଥିବାବେଳେ ଉଦଘାଟନୀ ସମାରୋହକୁ ବର୍ଜନ କରିଛନ୍ତି। ତେବେ ଏମଧ୍ୟରେ ନ୍ୟାଶନାଲ କନଫରେନ୍ସର ନେତା ତଥା ଜମ୍ମୁ-କଶ୍ମୀରର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏହାକୁ ପ୍ରଶଂସା କରିଛନ୍ତିି।

ସେ କହିଛନ୍ତି, ନୂଆ ସଂସଦ ଭବନ ସ୍ବାଗତଯୋଗ୍ୟ ଏବଂ ଏହା ବହୁତ ସୁନ୍ଦର ଦେଖାଯାଉଛି। ଉମର ଅବଦୁଲ୍ଲା ଏପରି ସମୟରେ ଏଭଳି ମନ୍ତବ୍ୟ ଦେଇଛନ୍ତି ଯେଉଁ ସମୟରେ ତାଙ୍କ ଦଳ ସମେତ ଅନେକ ବିରୋଧୀ ଦଳ ନୂଆ ସଂସଦ ଭବନ ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ବର୍ଜନ କରିବାକୁ ଘୋଷଣା କରିଛନ୍ତି। ଯେତେବେଳେ ସେ ଲୋକସଭା ସଦସ୍ୟ ଥିଲେ, ସେତେବେଳେ ତାଙ୍କର ଅନେକ ସହକର୍ମୀ ଏକ ନୂଆ ତଥା ଉନ୍ନତ ସଂସଦ ଭବନର ଆବଶ୍ୟକତା ବିଷୟରେ କଥାବାର୍ତ୍ତା କରୁଥିଲେ ବୋଲି ସେ କହିଛନ୍ତି।

ସେ ଟ୍ବିଟ୍‌ କରି କହିଛନ୍ତି, ନୂଆ ସଂସଦ ଭବନ ଉଦ୍‌ଘାଟନକୁ ନେଇ ଚାଲିଥିବା ବିବାଦ କିଛି କ୍ଷଣ ଅଲଗା ରଖି ଦିଅନ୍ତୁ। ନୂଆ ସଂସଦ ଭବନ ଭବ୍ୟ ଏବଂ ସ୍ବାଗତଯୋଗ୍ୟ ହୋଇଛି। ପୁରୁଣା ସଂସଦ ଭବନ ଭାରତ ଇତିହାସରେ ଅଦ୍ଭୁତପୂର୍ବ ଅବଦାନ ରହିଛି। ଏକ ନୂତନ ସଂସଦ ଭବନର ଆବଶ୍ୟକତା ବିଷୟରେ ଆମ ଭିତରୁ ଅନେକେ କଥାବାର୍ତ୍ତା ହେଉଥିଲେ। ଆସନ୍ତକାଲି ଏହା ଉଦ୍‌ଘାଟନ ହେବ। ଏହା ବହୁତ ସୁନ୍ଦର ଏବଂ ଅଦ୍ଭୁତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଲେକ୍ଟ୍ରୋନିକ୍ସ ହବ୍ ହେବ ଭାରତ: ଘରୋଇ ଉତ୍ପାଦନ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ୪.୬ ବିଲିୟନ ଡଲାର ଅନୁଦାନ

ନୂଆଦିଲ୍ଲୀ,୨ା୧: ଭାରତ ସରକାର ଦେଶର ଇଲେକ୍ଟ୍ରୋନିକ୍ସ ଯୋଗାଣ ଶୃଙ୍ଖଳାକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଶୁକ୍ରବାର ଆଇଟି (IT) ମନ୍ତ୍ରଣାଳୟ...

ମାର୍ଚ୍ଚ ମାସରୁ ଏଟିଏମରେ ମିଳିବନି ୫୦୦ ଟଙ୍କିଆ ନୋଟ୍‌? ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୨।୧: ଆଜିକାଲି ସୋସିଆଲ ମିଡିଆରେ ୫୦୦ ଟଙ୍କିଆ ନୋଟ ଚର୍ଚ୍ଚାର ଏକ ମୁଖ୍ୟ ବିଷୟ ପାଲଟିଛି। ପୋଷ୍ଟଗୁଡ଼ିକରେ ଦାବି କରାଯାଉଛି ଯେ ମାର୍ଚ୍ଚ ୨୦୨୬ ରୁ...

ଇତିହାସ ରଚିଲା Dhurandhar: ଟିକସ ଛାଡ଼ ଘୋଷଣା କଲେ…

ମୁମ୍ବାଇ,୨।୧: ଫିଲ୍ମ “ଧୁରନ୍ଧର” ଡିସେମ୍ବର ୫, ୨୦୨୫ରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମଟି ସାରା ବିଶ୍ୱରେ ହିଟ ହୋଇଥିଲା ଏବଂ ବକ୍ସ ଅଫିସରେ ଉଲ୍ଲେଖନୀୟ ପ୍ରଦର୍ଶନ...

ପ୍ରବଳ ଥଣ୍‌ଡା ଓ କୁହୁଡି ଯୋଗୁ ସ୍କୁଲ-କଲେଜ ଛୁଟି ଘୋଷଣା, ମୁଖ୍ୟମନ୍ତ୍ରୀ ଜାରି କଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨।୧: ଘନ କୁହୁଡ଼ି ଏବଂ ପ୍ରବଳ ଥଣ୍ଡାକୁ ଦୃଷ୍ଟିରେ ରଖି, ରାଜ୍ୟ ସରକାର ରାଜ୍ୟର ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ପାଇଁ ଜାନୁଆରୀ 5...

୧୫ ଅଗଷ୍ଟରୁ ଚାଲିବ ଦେଶର ପ୍ରଥମ ବୁଲେଟ ଟ୍ରେନ, ଜାଣନ୍ତୁ କେତେ ହେବ ଏହାର ଭଡ଼ା

ନୂଆଦିଲ୍ଲୀ,୨।୧: ଭାରତୀୟ ରେଲଓ୍ବେ ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ବ୍ୟବସ୍ଥା, ଏବଂ ଲକ୍ଷ ଲକ୍ଷ ଯାତ୍ରୀ ପ୍ରତିଦିନ ଟ୍ରେନରେ ଯାତ୍ରା କରନ୍ତି। ସମୟ ସହିତ, ରେଲଓ୍ବେ...

ଜୟଶଙ୍କରଙ୍କ ବଡ଼ ବୟାନ: କହିଲେ ଆମ ପଡ଼ୋଶୀମାନେ ଭଲ ନୁହନ୍ତି, ଭାରତ କାହାକୁ ତା’ର…

ନୂଆଦିଲ୍ଲୀ,୨ା୧: ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଆତଙ୍କବାଦ ପ୍ରସଙ୍ଗରେ ଏକ ବଡ଼ ଚେତାବନୀ ଦେଇଛନ୍ତି। ଆଇଆଇଟି ମାଡ୍ରାସର ଛାତ୍ରମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ଯଦି...

ଏହା ଡବଲ ଗେମ୍‌…, କ୍ରିକେଟର୍ସଙ୍କ ସହ ହ୍ୟାଣ୍ଡସେକ୍‌ ପାଇଁ କାହିଁକି ନାହିଁ ଅନୁମତି? ଜୟଶଙ୍କରଙ୍କ ସହ PAK ସ୍ପିକରଙ୍କ ହାତ ମିଳାଇବାକୁ ନେଇ…

ଇସଲାମାବାଦ/ନୂଆଦିଲ୍ଲୀ,୨।୧: ପାକିସ୍ତାନୀ ବିଶେଷଜ୍ଞ କମର ଚିମା ଢାକାରେ ପାକିସ୍ତାନ ଜାତୀୟ ପରିଷଦର ବାଚସ୍ପତି ଆୟାଜ ସାଦିକଙ୍କ ସହ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କରଙ୍କ ହାତ...

ଗିଗ୍ ୱର୍କର୍ସଙ୍କ ପାଇଁ ଖୁସି ଖବର: କେନ୍ଦ୍ର ସରକାର ଆଣିଲେ ସୁରକ୍ଷା ନିୟମ

ନୂଆଦିଲ୍ଲୀ,୨।୧: ସ୍ୱଳ୍ପକାଳୀନ କିମ୍ବା ଚୁକ୍ତିଭିତ୍ତିକ କାର୍ଯ୍ୟ କରୁଥିବା ‘ଗିଗ୍ ୱର୍କର୍ସ’ ମାନଙ୍କ ପାଇଁ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରାଳୟ ଏକ ବଡ଼ ପଦକ୍ଷେପ ନେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri