ଅଲ୍‌ ପାସ୍‌ ସ୍ବରରେ କମ୍ପିଲା ବୈଠକ

କଟକ ଅଫିସ,୨୫ା୫: କଟକ ମହାନଗର ନିଗମ(ସିଏମ୍‌ସି)ର ବିଜୁଭବନସ୍ଥିତ ବିଶ୍ୱନାଥ ପଣ୍ଡିତ ସମ୍ମିଳନୀ କକ୍ଷରେ ବୁଧବାର ସିଏମ୍‌ସି କାଉନ୍‌ସିଲ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ମେୟର ସୁବାସ ସିଂ ଗୁଣ୍ଡାରାଜ କରୁଛନ୍ତି ବୋଲି ଭାଜପା ଓ କଂଗ୍ରେସ କର୍ପୋରେଟରମାନେ ଅଭିଯୋଗ କରିଥିଲେ। ହେଲେ ଏହାକୁ ମେୟର ଖଣ୍ଡନ କରି କହିଛନ୍ତି, ନିଜସ୍ବ ସ୍ବାର୍ଥ ରଖି ବିରୋଧୀ କର୍ପୋରେଟର କାର୍ଯ୍ୟ କରୁଛନ୍ତି। ଏଭଳି ଅଭିଯୋଗକୁ ନେଇ ଶାସକ ଓ ବିରୋଧୀ ଦଳର କର୍ପୋରେଟର ମୁହଁାମୁହିଁ ହୋଇଥିଲେ। ଅପରପକ୍ଷରେ ବୈଠକରେ ହଟ୍ଟଗୋଳ କରାଯାଉଥିବାରୁ ବହୁ କର୍ପୋରେଟର ସେମାନଙ୍କ ୱାର୍ଡର ସମସ୍ୟା ଉପସ୍ଥାପନ କରିପାରି ନଥିଲେ। ଫଳରେ ଶାସକ ଦଳର କର୍ପୋରେଟରମାନେ ରିଜୋଲ୍ୟୁସନରେ ଥିବା କାର୍ଯ୍ୟଗୁଡ଼ିକୁ ବିନା ଆଲୋଚନାରେ ଅନୁମୋଦନ କରାଇନେଇଥିଲେ। ଫଳରେ ଅଲ୍‌ ପାସ୍‌… ଅଲ୍‌ ପାସ୍‌… ସ୍ବରରେ ବୈଠକ କମ୍ପିଥିଲା।
ବୈଠକ ଆରମ୍ଭରୁ ବିରୋଧୀ କର୍ପୋରେଟରମାନେ ବିଭିନ୍ନ ଦାବି ନେଇ ମେୟରଙ୍କୁ ଘେରିଥିଲେ। କଂଗ୍ରେସ କର୍ପୋରେଟର ସନ୍ତୋଷ ଭୋଳ କେତେକ ଦାବି ଉପସ୍ଥାପନ କରିଥିଲେ। ତାଙ୍କ ୱାର୍ଡରେ ଏକ ନାଳ ୩ ମାସ ହେବ ହୋଇପାରୁ ନ ଥିବାବେଳେ ୱାର୍ଡ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କୁ ବଦଳି କରିବା ଏବଂ କର୍ପୋରେଟରଙ୍କୁ ନ ଜଣାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଚାଳନା ପ୍ରଭୃତି ବିଷୟକୁ ନେଇ ଭୋଳ ମେୟରଙ୍କୁ ପ୍ରଶ୍ନ କରିଥିଲେ। ସେହିପରି କଂଗ୍ରେସ କର୍ପୋରେଟର ଜେ. କାମେଶ୍ୱର ରାଓ, ଭାଜପା କର୍ପୋରେଟର ଗଗନ ଓଝା ଓ ଦୀପକ ଦାସ ପ୍ରମୁଖ ବିଭିନ୍ନ ସମସ୍ୟାକୁ ନେଇ ବିରୋଧ ପ୍ରଦର୍ଶନ କରିଥିଲେ। ପରିସ୍ଥିତି ଏଭଳି ହୋଇଥିଲା ଯେ, ଉଭୟ ବିରୋଧୀ ଓ ଶାସକ ଦଳର କର୍ପୋରେଟର ମୁହଁାମୁହିଁ ହୋଇଥିଲେ। ସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ମେୟର ପ୍ରାୟ ଦେଢ଼ ଘଣ୍ଟା ପାଇଁ ବୈଠକ ସ୍ଥଗିତ ରଖିଥିଲେ। ଏହାପରେ ବିରୋଧୀଙ୍କୁ ନେଇ ଏକ ବନ୍ଦ କୋଠରିରେ ବୈଠକ ଡାକି ଆଲୋଚନା କରିଥିଲେ ମଧ୍ୟ ତାହା ବିଫଳ ହୋଇଥିଲା। ଫଳରେ ପୁନର୍ବାର ବିରୋଧୀ କର୍ପୋରେଟରମାନେ ସମ୍ମିଳନୀ କକ୍ଷ ବାହାରେ ନାରାବାଜି ଦେଇଥିଲେ। ବୈଠକରେ ମେୟର ଧମକ ଦେବା ସହିତ ଦାଦାଗିରି କରୁଥିବା ନେଇ କର୍ପୋରେଟର ଭୋଳ ଏବଂ ଓଝା ଅଭିଯୋଗ କରିଥିଲେ। ଏନେଇ ମେୟର କହିଥିଲେ, ବିରୋଧୀ କର୍ପୋରେଟର ଯେଉଁ ଦାବି ଉପସ୍ଥାପନ କରିଛନ୍ତି ସେଗୁଡ଼ିକ ବ୍ୟକ୍ତିଗତ ସ୍ବାର୍ଥ ପାଇଁ। ସେମାନେ କାମକୁ ଗୁରୁତ୍ୱ ନ ଦେଇ ସେମାନଙ୍କ ବ୍ୟକ୍ତିଗତ ସ୍ବାର୍ଥକୁ ଗୁରୁତ୍ୱ ଦେଉଛନ୍ତି। ଯନ୍ତ୍ରୀ ବଦଳି ପ୍ରତି ସେମାନେ ଏତେ ଗୁରୁତ୍ୱ କ’ଣ ପାଇଁ ଦେଉଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଏଭଳି ହଟ୍ଟଗୋଳରୁ ଶାସକ ଦଳ କର୍ପୋରେଟରମାନେ ମଧ୍ୟ ବାଦ ପଡି ନ ଥିଲେ। କର୍ପୋରେଟର ଦୀପ୍ତିମୟୀ ମୂଳିଆ, ବିକାଶ ବେହେରା, ପୂର୍ଣ୍ଣିମା ସ୍ବାଇଁ, ପ୍ରଦୀପ୍ତ ଖୁଣ୍ଟିଆଙ୍କ ସମେତ ବହୁ ଶାସକ କର୍ପୋରେଟର ବିରୋଧୀ ଦଳ ସମସ୍ତ କାଉନସିଲ ବୈଠକରେ ଏଭଳି ହଟଗୋଳ କରୁଥିବାରୁ ବୈଠକ ବାଧାପ୍ରାପ୍ତ ହେଉଥିବା ଦର୍ଶାଇ କକ୍ଷ ତ୍ୟାଗ କରି ମେୟରଙ୍କ କକ୍ଷରେ ପହଞ୍ଚିଥିଲେ। ଶାସକ ଦଳର ସମସ୍ତ କର୍ପୋରେଟରଙ୍କୁ ନେଇ ଏକ ରୁଦ୍ଧଦ୍ୱାର ବୈଠକ ମେୟରଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଶାସକ ଦଳ ସଂଖ୍ୟା ଗରିଷ୍ଠତା ଦର୍ଶାଇ ରିଜୋଲ୍ୟୁସନରେ ଥିବା ସମସ୍ତ କାର୍ଯ୍ୟକୁ ଅନୁମୋଦନ ମିଳିଥିଲା। ଶାସକ ଦଳର ଏଭଳି ମନମାନି କାର୍ଯ୍ୟକୁ ବିରୋଧୀମାନେ ତୀବ୍ର ନିନ୍ଦା କରିଥିଲେ।
ଆସନ୍ତା ଶୁକ୍ରବାର ସିଏମ୍‌ସି ସ୍ଥାୟୀ କମିଟି ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ହୋଇଛି। ସିଏମ୍‌ସି ୯ଟି ଷ୍ଟାଣ୍ଡିଂ କମିଟିର ସଦସ୍ୟ ଯୋଗଦେବେ। ପ୍ରତି କମିଟିରେ ଜଣେ ଅଧ୍ୟକ୍ଷଙ୍କୁ ମିଶାଇ ୭ ଜଣ ସଦସ୍ୟାସଦସ୍ୟ ରହିଛନ୍ତି। ଟିକସ ଅର୍ଥ ଏବଂ ହିସାବ ସ୍ଥାୟୀ କମିଟି, ଜନସ୍ବାସ୍ଥ୍ୟ, ବିଦ୍ୟୁତ୍‌ ଯୋଗାଣ, ଜଳ ଯୋଗାଣ, ନର୍ଦ୍ଦମା ଜଳ ନିଷ୍କାସନ ଏବଂ ପରିବେଶ ସ୍ଥାୟୀ କମିଟି, ପୂର୍ତ୍ତ ସ୍ଥାୟୀ କମିଟି, ଯୋଜନା ଏବଂ ଉନ୍ନୟନ, ଲାଇସେନ୍ସ ଏବଂ ଆବେଦନ ସ୍ଥାୟୀ କମିଟି, ଚୁକ୍ତି ସ୍ଥାୟୀ କମିଟି, ନିଗମ ସଂସ୍ଥାପନ (ଏଷ୍ଟାବ୍ଲିଶମେଣ୍ଟ) ଏବଂ ସାଧାରଣ ଅଭିଯୋଗ, ସାମାଜିକ ନ୍ୟାୟ ସ୍ଥାୟୀ କମିଟିର ଅଧ୍ୟକ୍ଷଙ୍କୁ ମନୋନୀତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri