ବେତନ ଦେବାରେ ବିଏସ୍‌ଏନ୍‌ଏଲ୍‌-ଏମ୍‌ଟିଏନ୍‌ଏଲ୍‌ ପୁଣି ବିଫଳ

ନୂଆଦିଲ୍ଲୀ,୨-୮: ରାଷ୍ଟ୍ରାୟତ୍ତ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ) ଓ ମହାନଗର ଟେଲିଫୋନ ନିଗମ ଲିମିଟେଡ(ଏମ୍‌ଟିଏନ୍‌ଏଲ୍‌) ଏହାର କର୍ମଚାରୀଙ୍କୁ ଜୁଲାଇ ଦରମା ଦେବାରେ ବିଫଳ ହୋଇଛି। ବିଗତ ୬ ମାସ ମଧ୍ୟରେ ଏହା ଦ୍ୱିତୀୟଥର। ଏଥିପୂର୍ବରୁ କମ୍ପାନୀ ଫେବୃୟାରୀରେ ନିଜର କର୍ମଚାରୀଙ୍କୁ ଦରମା ଦେଇପାରି ନ ଥିଲା। ସରକାରଙ୍କ ଠାରୁ ସହାୟତା ଆଣି ଏହା ମାର୍ଚ୍ଚ ୧୫ ସୁଦ୍ଧା ଦରମା ଦେଇଥିଲା। ବିଏସ୍‌ଏନଏଲ୍‌ ସିଏମ୍‌ଡି ପି.କେ.ପୁରଓ୍ବାର କହିଛନ୍ତି ଯେ, ଏ ଦିଗରେ ପ୍ରୟାସ ଚାଲିଛି। ଆସନ୍ତା ୪ କିମ୍ବା ୫ ତାରିଖ ମଧ୍ୟରେ କର୍ମଚାରୀଙ୍କୁ ବେତନ ଦେବାକୁ ଚେଷ୍ଟା କରାଯାଉଛି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୌଣସି ବଜେଟୀୟ ସହାୟତା ଦିଆଯାଉ ନ ଥିବାରୁ ଟେଲିକମ୍‌ ବିଭାଗ ବିଏସ୍‌ଏନ୍‌ଏଲ୍‌କୁ ସହାୟତା ପ୍ରଦାନ ସ୍ଥିତିରେ ନାହିଁ। ସୂଚନାଥାଉ କି, କର୍ମଚାରୀଙ୍କ ଦରମା ବାବଦରେ ବିଏସ୍‌ଏନ୍‌ଏଲ୍‌ ମାସକୁ ପ୍ରାୟ ୮୫୦ କୋଟି ଟଙ୍କା ଓ ଏମ୍‌ଟିଏନ୍‌ଏଲ୍‌ ୧୬୦ କୋଟି ଟଙ୍କା ବ୍ୟୟ କରିଥାଏ। ଅଲ୍‌ ଇଣ୍ଡିଆ ବିଏସ୍‌ଏନ୍‌ଏଲ୍‌ ଏମ୍ପ୍ଲଇଜ୍‌ ୟୁନିୟନ ମହାସଚିବ ପ୍ରହ୍ଲାଦ ରାୟ କହିଛନ୍ତି ଯେ, ବର୍ତ୍ତମାନ କମ୍ପାନୀ ଭେଣ୍ଡରଙ୍କ ବକେୟା ବାବଦରେ ଥିବା ୩୦୦୦ କୋଟି ଟଙ୍କା ମଧ୍ୟରୁ କିଛି ଅଂଶ ପ୍ରଦାନ ପାଇଁ ଆଭ୍ୟନ୍ତରୀଣ ସ୍ରୋତରୁ ଅର୍ଥ ଯୋଗାଡ କରୁଛି। ଏହି ସ୍ରୋତରୁ ହିଁ ଆସନ୍ତା ୧୦ ଦିନ ଭିତରେ କର୍ମଚାରୀଙ୍କୁ ଦରମା ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

ସ୍କୁଟି ଆରୋହୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ, ଟାୟାର ଜାଳି ରାସ୍ତାକୁ ଓହ୍ଲାଇଲେ ଲୋକେ

ବଲାଙ୍ଗିର,୨୮ା୧୨: – ବଲାଙ୍ଗିର ୨୬ନମ୍ୱର୍ ଜାତୀୟ ରାଜପଥ ଶାସ୍ତ୍ରୀ ନଗର ଛକରେ ସଡ଼କ ଦୁର୍ଘଟଣା ହୋଇଛି ।୧୦ଚକିଆ ମାଲ ବୋଝେଇ ଟ୍ରକ ଜଣେ ସ୍କୁଟି ଆରୋହୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri