୨ କି.ମି. ରାସ୍ତା ମରାମତିକୁ ଲାଗିଲାଣି ୨ବର୍ଷ

ସେମିଳିଗୁଡ଼ା/ସୁନାବେଡ଼ା,୧୯।୫ (ସ୍ବ.ପ୍ର.): ପୂର୍ତ୍ତ ବିଭାଗ ଅଧୀନରେ ଥିବା ସେମିଳିଗୁଡ଼ା-ନନ୍ଦପୁର ରାସ୍ତା ଅବସ୍ଥା ଶୋଚନୀୟ। ସେମିଳିଗୁଡ଼ା ଟ୍ରାଫିକ ଛକରୁ କୋଡ଼ିଗାଁ ଛକ ପର୍ଯ୍ୟନ୍ତ ପ୍ରାୟ ୨କି.ମି. ରାସ୍ତାର ଅବସ୍ଥା ୨ବର୍ଷ ହେବ ଶୋଚନୀୟ ହୋଇପଡ଼ିଛି। ବିପଦସଙ୍କୁଳଭାବେ ଲୋକେ ଯାତାୟାତ କରୁଛନ୍ତି। କେବେ ଏହି ରାସ୍ତା ଅବସ୍ଥା ବଦଳିବ ବୋଲି ଲୋକେ ପ୍ରଶ୍ନ କରିଛନ୍ତି।
ଏହି ରାସ୍ତା ଉପରେ ବହୁ ସରକାରୀ କାର୍ଯ୍ୟାଳୟ ସହିତ ଥାନା, ଆର୍‌ଆଇ ଅଫିସ, ଗ୍ରାମୀଣ ନ୍ୟାୟାଳୟ, କୋର୍ଟ, ବନ ବିଭାଗ କାର୍ଯ୍ୟାଳୟ ଏବଂ ମେଡିକାଲକୁ ଆସୁଥିବା ଶହ ଶହ ଲୋକ ନିର୍ଭର କରୁଥିଲେ ସୁଦ୍ଧା ଏହାର ମରାମତି ଦିଗରେ ଧ୍ୟାନ ଦିଆଯାଉ ନ ଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଛି। ଏନେଇ ବହୁବାର ଖବର ପ୍ରକାଶ ପରେ ମଧ୍ୟ ଚେତୁନାହିଁ ପ୍ରଶାସନ। ଅପରପକ୍ଷରେ ପୂର୍ତ୍ତ ବିଭାଗ ପକ୍ଷରୁ ବୁଶ୍‌ କଟିଂ ନାଁରେ ଜାଲ୍‌ ବିଲ୍‌ କରି କିଛି ନ୍ୟସ୍ତସ୍ବାର୍ଥ ଅଧିକାରୀ ଓ ଠିକାଦାର ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍‌ କରିଥିବା ଅଭିଯୋଗ ମଧ୍ୟ ହେଉଛି। ହେଲେ ରାସ୍ତା ପ୍ରତି କେହି ଜଣେ ବି ଧ୍ୟାନ ଦେଉନାହାନ୍ତି ଯାହା କ୍ଷୋଭର ବିଷୟ ପାଲଟିଛି। ସେହି ରାସ୍ତାର ବିଲେଇଗୁଡ଼ା ଛକ ନିକଟରେ ବିଭାଗ ପକ୍ଷରୁ ତିଆରି ଚାଲିଥିବା ଏକ କଲଭର୍ଟ କାମକୁ ୫ ମାସରୁ ଊଦ୍ଧର୍‌ବ ସମୟ ବିତିଯାଇଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ହୋଇପାରୁ ନାହିଁ। ଫଳରେ ଯିବା ଆସିବା କରୁଥିବା ଲୋକମାନେ ବିଭିନ୍ନ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କରେ ଆର୍‌ ଆଣ୍ଡ ବି ପଟ୍ଟାଙ୍ଗି ସବ୍‌ଡିଭିଜନ ଏସ୍‌ଡିଓ କୃଷ୍ଣଚନ୍ଦ୍ର ସାହୁଙ୍କୁ ପଚାରିବାରୁ କଲଭର୍ଟ କାମଟି ଜରୁରିକାଳୀନ ପାଣ୍ଠିରୁ କରାଯାଉଛି। କାମ ଦିଆଯାଇଥିବା ଠିକାସଂସ୍ଥା ଅନ୍ୟ ଏକ ଠିକା ସଂସ୍ଥାକୁ କାମଟିକୁ ବିକିଦେଇଛି। ଫଳରେ କାମ ଅଧାପନ୍ତରିଆ ହୋଇ ପଡ଼ିରହିଥିବା ସେ କହିଛନ୍ତି। ରାସ୍ତା କାମ ପାଇଁ ପାଣ୍ଠିର ଅଭାବ ରହିଛି। ତେଣୁ କାମ ହୋଇ ପାରୁନାହିଁ ବୋଲି ସେ କହିଛନ୍ତି। ପ୍ରଥମ ଠିକା ସଂସ୍ଥାକୁ କଳା ତାଲିକାଭୁକ୍ତ କରିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି। ରାସ୍ତା ମରାମତି କିମ୍ବା ନିର୍ମାଣ ପାଇଁ ବିଭାଗରେ ପାଣ୍ଠି ନାହିଁ । ତେବେ ବୁଶ୍‌୍‌ କଟିଂ ଓ ପଟ୍‌ ହୋଲ୍‌ ପାଇଁ ଖର୍ଚ୍ଚ ହେଉଥିବା ଲକ୍ଷାଧିକ ଟଙ୍କା କେଉଁଠୁ ଆସୁଛି ବୋଲି ପ୍ରଶ୍ନ ଉଠୁଛି। ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟିଦେବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri