Posted inଖେଳ

ଗୋଟିଏ ଗ୍ରୁପ୍‌ରେ ଭାରତ, ପାକିସ୍ତାନ

ନୂଆଦିଲ୍ଲୀ, ୧୮।୫ (ପି.ଟି.): ସାଉଥ୍‌ ଏସିଆନ ଫୁଟବଲ ଫେଡେରେଶନ (ସାଫ୍‌) କପ୍‌ ବେଙ୍ଗାଲୁରୁଠାରେ ଆସନ୍ତା ଜୁନ୍‌ ୨୧ରୁ ଜୁଲାଇ ୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ପାଇଁ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପ୍‌ରେ ସ୍ଥାନ ପାଇଛନ୍ତି। ତେଣୁ ପାଖାପାଖି ୫ ବର୍ଷ ବ୍ୟବଧାନରେ ଭାରତ-ପାକିସ୍ତାନ ଫୁଟବଲ ସମ୍ପର୍କ ନବୀକରଣର ସୁଯୋଗ ସୃଷ୍ଟି ହୋଇଛି। ସାଫ୍‌ କପ୍‌ ୧୪ତମ ସଂସ୍କରଣର ଡ୍ର’ ବୁଧବାର ଏଠାରେ ଅନୁଷ୍ଠିତ ହୋଇଯାଇଛି। ତଦନୁସାରେ ଗତଥରର ଚାମ୍ପିୟନ ଭାରତ, ପାକିସ୍ତାନ, କୁଏଟ୍‌ ଓ ନେପାଳ ଗ୍ରୁପ୍‌ ‘ଏ’ରେ ରହିଛନ୍ତି। ଗ୍ରୁପ୍‌ ‘ବି’ରେ ସ୍ଥାନ ପାଇଥିବା ଦଳଗୁଡ଼ିକ ହେଲେ ଲେବାନନ, ମାଳଦ୍ୱୀପ, ବାଂଲାଦେଶ ଓ ଭୁଟାନ।
ପ୍ରତିଯୋଗିତାର ଗ୍ରୁପ୍‌ ମ୍ୟାଚଗୁଡ଼ିକ ରାଉଣ୍ଡ ରବିନ ଲିଗ୍‌ ଫର୍ମାଟରେ ଖେଳାଯିବ। ଉଭୟ ଗ୍ରୁପ୍‌ର ଶ୍ରେଷ୍ଠ ୨ଟି ଲେଖାଏ ଦଳ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବେ। ୮ଟି ଦଳକୁ ନେଇ ହେବାକୁ ଯାଉଥିବା ଏହି ସମ୍ମାନଜନକ ପ୍ରତିଯୋଗିତାର ସମସ୍ତ ମ୍ୟାଚ କାନ୍ତିରଭା ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଦକ୍ଷିଣ ଏସିଆ ବାହାରର ଦୁଇ ଦଳ ଲୋବାନନ ଓ କୁଏଟ୍‌ ଏଥିରେ ଆମନ୍ତ୍ରଣୀୟ ଦଳଭାବେ ଖେଳିବେ। ପ୍ରତିଯୋଗିତାକୁ ପ୍ରତିଦ୍ୱନ୍ଦ୍ୱିତାମୂଳକ କରିବା ପାଇଁ ଏହି ଦୁଇ ଦଳକୁ ସାମିଲ କରାଯାଇଛି। ଟୁର୍ନାମେଣ୍ଟରେ ସବୁଠାରୁ ଉଚ୍ଚ ର଼୍ୟାଙ୍କ୍‌ପ୍ରାପ୍ତ ଦଳ ହେଲା ଲେବାନନ। ଏହାର ର଼୍ୟାଙ୍କ୍‌ ହେଲା ୯୯। ଦ୍ୱିତୀୟ ଉଚ୍ଚ ର଼୍ୟାଙ୍କପ୍ରାପ୍ତ ଦଳଭାବେ ଭାରତ (୧୦୧ତମ ସ୍ଥାନ) ଏହି ଟୁର୍ନାମେଣ୍ଟ ଖେଳିବ। ସବୁଠାରୁ ନିମ୍ନ ର଼୍ୟାଙ୍କ୍‌ପ୍ରାପ୍ତ ଦଳ ହେଲା ପାକିସ୍ତାନ (୧୯୫)। ୨୧ ତାରିଖରେ କୁଏଟ୍‌ ଓ ନେପାଳ ମଧ୍ୟରେ ପ୍ରଥମ ମ୍ୟାଚ ଅନୁଷ୍ଠିତ ହେବ। ଏହି ଦିନ ଦ୍ୱିତୀୟ ମ୍ୟାଚରେ ଭାରତ-ପାକିସ୍ତାନ ମୁକାବିଲା ହେବ। ଭାରତ ଓ ପାକିସ୍ତାନ ଶେଷଥର ପାଇଁ ୨୦୧୮ ସେପ୍ଟେମ୍ବରରେ ପରସ୍ପରକୁ ଭେଟିଥିଲେ। ଢାକାରେ ଅନୁଷ୍ଠିତ ସାଫ୍‌ କପ୍‌ର ଏହା ସେମିଫାଇନାଲ ମ୍ୟାଚ ଥିଲା। ସେହି ମ୍ୟାଚରେ ଭାରତ ୩-୧ ଗୋଲରେ ପାକିସ୍ତାନକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ତେବେ ଟାଇଟଲ ମୁକାବିଲାରେ ମାଳଦ୍ୱୀପ ନିକଟରୁ ୧-୨ ଗୋଲରେ ହାରି ଯାଇଥିଲା। ଓଭରଅଲ୍‌ ଦେଖିବାକୁ ଗଲେ ଭାରତ ଓ ପାକିସ୍ତାନ ମଧ୍ୟରେ ଆନୁଷ୍ଠାନିକଭାବେ ୨୦ରୁ ଊର୍ଦ୍ଧ୍ୱ ମ୍ୟାଚ ଖେଳାଯାଇଛି। ଏହା ମଧ୍ୟରୁ ଭାରତ ଡଜନେରୁ ଊର୍ଦ୍ଧ୍ୱ ମ୍ୟାଚ ଜିତି ଆଧିପତ୍ୟ ବଜାୟ ରଖିଛି।
ସାଫ୍‌ କପ୍‌ରେ ଭାରତ ୮ ଥର ଚାମ୍ପିୟନ ଏବଂ ୪ ଥର ରନରଅପ୍‌ ହୋଇଛି। ଇତିହାସରେ କେବଳ ଥରେ ୨୦୦୩ରେ ଭାରତ ଫାଇନାଲରେ ପ୍ରବେଶ କରିପାରି ନ ଥିଲା। ଢାକାରେ ଅନୁଷ୍ଠିତ ପ୍ରତିଯୋଗିତାର ୫ମ ସଂସ୍କରଣରେ ଦଳ ତୃତୀୟ ସ୍ଥାନରେ ରହିଥିଲା। ଟୁର୍ନାମେଣ୍ଟ ପାଇଁ ପାକିସ୍ତାନ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କୁ ଠିକ୍‌ ସମୟରେ ଭିଜା ମିଳିଯିବ ବୋଲି ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ଆଶା ରଖିଛି। ପ୍ରତିଯୋଗିତାରେ ପାକିସ୍ତାନ ଅଂଶଗ୍ରହଣ କରିବ ବୋଲି ସମ୍ମତି ଜଣାଇଛି। ଫଳରେ ଏହାର ନାମ ଡ୍ର’ ଉଠାଣ ସମୟରେ ସାମିଲ କରାଯାଇଥିଲା। ଟୁର୍ନାମେଣ୍ଟ ଖେଳିବା ପାଇଁ ଦକ୍ଷିଣ ଏସୀୟ ଅଞ୍ଚଳର ସମସ୍ତ ଦେଶର ଅଧିକାର ରହିଛି ବୋଲି ଏଆଇଏଫ୍‌ଏଫ୍‌ ସଭାପତି କଲ୍ୟାଣ ଚୌବେ ପ୍ରକାଶ କରିଛନ୍ତି। ପାକିସ୍ତାନ ପ୍ରତିନିଧି ଦଳ ଭିଜା ପାଇଁ ଆବେଦନ କରି ସାରିଛି ବୋଲି ଏଆଇଏଫ୍‌ଏଫ୍‌ ସମ୍ପାଦକ ଶାଜି ପ୍ରଭାକରନ ସୂଚନା ଦେଇଛନ୍ତି। ପ୍ରକାଶଯୋଗ୍ୟ ଯେ, ୧୯୯୩ରେ ପ୍ରତିଯୋଗିତା ଆରମ୍ଭ ହେବାଠାରୁ ୧୩ ସଂସ୍କରଣ ମଧ୍ୟରେ ପାକିସ୍ତାନ କେବଳ ୨ ଥର ଅଂଶଗ୍ରହଣ କରିନାହିଁ। ଆଭ୍ୟନ୍ତରୀଣ ସମସ୍ୟା ଯୋଗୁ ୨୦୧୫ରେ ଭାରତରେ ଅନୁଷ୍ଠିତ ପ୍ରତିଯୋଗିତାକୁ ପାକିସ୍ତାନ ଫୁଟବଲ ଫେଡେରେଶନ ଏହାର ଦଳ ପ୍ରେରଣ କରି ନ ଥିଲା। ଅନ୍ୟପକ୍ଷରେ ଫିଫା ଦ୍ୱାରା ବାସନ୍ଦ ହୋଇଥିବାରୁ ୨୦୨୧ରେ ଦଳ ମାଳଦ୍ୱୀପରେ ଅନୁଷ୍ଠିତ ପ୍ରତିଯୋଗିତାରେ ଭାଗ ନେଇପାରି ନ ଥିଲା। ଗତବର୍ଷ ଜୁନ୍‌ରେ ଦଳ ଉପରୁ ବାସନ୍ଦ ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସର ଚାଞ୍ଚଲ୍ୟକର ଖୁଲାସା

ଢାକା,୨୫।୧୨: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ। ପୋଲିସ ଦାବି କରିଛି, ରାଜବାଡ଼ିର...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...

ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri