Posted inଖେଳ

ଅଲ୍‌ ଓଡ଼ିଶା ଓପନ୍‌ ଚେସ୍‌: ରାଜେଶ ଚାମ୍ପିୟନ

ଭୁବନେଶ୍ୱର, ୧୬।୫(କ୍ରୀଡ଼ା ପ୍ରତିନିଧି): ଚଣ୍ଡିଖୋଲସ୍ଥିତ ଗୁରୁକୁଳ ପବ୍ଲିକ୍‌ ସ୍କୁଲ ପରିସରରେ ଖଗେଶ୍ୱର ବେଉରିଆ ସ୍ମାରକୀ ଅଲ୍‌ ଓଡ଼ିଶା ଓପନ୍‌ ଚେସ୍‌ ଟୁର୍ନାମେଣ୍ଟ ଗତ ୧୩ ଓ ୧୪ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୁରୀର କ୍ୟାଣ୍ଡିଡେଟ୍‌ ମାଷ୍ଟର (ସିଏମ୍‌) ରାଜେଶ ନାୟକ ଓ କଟକର ହର୍ଷିତ ରଞ୍ଜନ ସାହୁ ୬.୫ ପଏଣ୍ଟ ଲେଖାଏ ପାଇ ଯଥାକ୍ରମେ ଚାମ୍ପିୟନ ଓ ରନରଅପ୍‌ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀୟାଂଶ ଦାସ, କୌସ୍ତୁଭ ଦାଶ, ନିଲ୍‌ସୁ ପଟ୍ଟନାୟକ (ସମସ୍ତେ ୬ ପଏଣ୍ଟ), ଶ୍ରୀହନ ସାବତ, ଫକୀର ମାଝି, ସୂର୍ଯ୍ୟପ୍ରାଞ୍ଜଳ ଇନ୍ଦ୍ରଜିତ ଏସ୍‌.ପି., ସାଜନ କୁମାର ନାୟକ (ସମସ୍ତେ ୫.୫), ତପନ ବଡ଼ମୁଣ୍ଡି, ଦେବୀପ୍ରସାଦ ନାୟକ, ସୂରଜ କୁମାର ମହାରଣା, ଦାଶରଥି ସାହୁ, ସତ୍ୟମ୍‌ ସରବ୍‌ଜିତ ମିଶ୍ର, ଲଳିତ ରଞ୍ଜନ ସାହୁ (ସମସ୍ତେ ୫ ପଏଣ୍ଟ) ଟପ୍‌-୧୫ ଫିନିଶ୍‌ କରିଛନ୍ତି। ଏହାବ୍ୟତୀତ ଯାଜପୁର ଜିଲାର ଶ୍ରେଷ୍ଠ ୧୦ ପ୍ରଦର୍ଶନକାରୀ, ବିଭିନ୍ନ ବୟସ ବର୍ଗରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବାଳିକା ଓ ବାଳକ ଖେଳାଳି ଏବଂ ପ୍ରଦର୍ଶନ ଭିତ୍ତିରେ ଯାଜପୁର ଜିଲାର ଶ୍ରେଷ୍ଠ ୫ ଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ୧୮ ବର୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ ମଧ୍ୟରେ ଜୁନୁ ବିରୁଆ ଓ ଶ୍ରେଷ୍ଠ ଭେଟେରାନ୍‌ ଖେଳାଳିଭାବେ ରବୀନ୍ଦ୍ର ସାହୁ ପୁରସ୍କୃତ ହୋଇଥିଲେ। ନୀହାର ରଞ୍ଜନ ସାସ୍‌ମଲ ମୁଖ୍ୟ ଆର୍ବିଟର ଦାୟିତ୍ୱ ତୁଲାଇଥିଲେ।
ସର୍ବଭାରତୀୟ ଚେସ୍‌ ଫେଡେରେଶନ ଯୁଗ୍ମ ସମ୍ପାଦକ ରଞ୍ଜନ ମହାନ୍ତି ମୁଖ୍ୟ ଅତିଥି, ଏସ୍‌.ଆର. ଚେସ୍‌ ସେଣ୍ଟର ନିର୍ଦ୍ଦେଶକ ସତ୍ୟରଞ୍ଜନ ପଟ୍ଟନାୟକ ସମ୍ମାନିତ ଅତିଥି, ଗୁରୁକୁଳ ପବ୍ଲିକ ସ୍କୁଲ ସଭାପତି ଅଭୟ କୁମାର ଜେନା ମୁଖ୍ୟ ବକ୍ତା ଏବଂ ସିଇଓ ପ୍ରବୀର କର ଓ ଯାଜପୁର ୟୁନାଇଟେଡ୍‌ ଚେସ୍‌ ଆସୋସିଏଶନ ସଭାପତି ଚୈତନ୍ୟ ଚରଣ ଜେନା ପ୍ରମୁଖ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ବିଭିନ୍ନ ଜିଲା ଆସୋସିଏଶନ ସମ୍ପାଦକ ଶୁଭାଶିଷ ପଟ୍ଟନାୟକ (ଖୋର୍ଦ୍ଧା), ଭବେଶ ମହାନ୍ତି (କେନ୍ଦ୍ରାପଡ଼ା), ଅମିର ମହାନ୍ତି (କେନ୍ଦୁଝର) ଏବଂ ଅଲ୍‌ ଓଡ଼ିଶା ଚେସ୍‌ ଆସୋସିଏଶନ କାର୍ଯ୍ୟକାରିଣୀ ସଦସ୍ୟ ସୂର୍ଯ୍ୟକାନ୍ତ ବିଷୋୟୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଚେସ୍‌ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଯାଜପୁର ଜିଲାର ଖେଳାଳି ମନୀଷ ମିଶ୍ର, ପ୍ରିୟାଂଶ ଦାସ, ଆର୍ଯ୍ୟନ ବେହେରା, ସଞ୍ଜୀବନ ନାୟକ, ଆଶୁତୋଷ ମହାନ୍ତି, ବସନ୍ତ କୁମାର ଦାସ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ମନୋଜ ପରିଡ଼ା, ଅଶୋକ ସେନାପତି, ନଗେଶ ଜେନା, ଅଶୋକ ସ୍ବାଇଁ, ନୃସିଂହ ଚରଣ ନାୟକ ଉପସ୍ଥିତ ଥିଲେ। ସୁଧାଂଶୁ ଶେଖର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୋଟ୍‌ ଛାପା କାରଖାନାରେ କିପରି ପାଇବେ ଚାକିରି, ଜାଣନ୍ତୁ କେତେ ମିଳିବ ଦରମା, ଏମିତି କରନ୍ତୁ ଆବେଦନ…

ନୂଆଦିଲ୍ଲୀ,୨୦ା୧୨: ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବତୀଯୁବକମାନଙ୍କ ପାଇଁ ନୋଟ୍‌ ଛାପା କାରଖାନାରେ କାମ କରିବାର ସ୍ବପ୍ନ ବିଶେଷ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ମଧ୍ୟ...

ଶସ୍ତା ହେବ ଔଷଧ, କମ୍ପାନୀଗୁଡ଼ିକ ସହ ଏକ ଆଶ୍ଚର୍ଯ୍ୟଜନକ ଚୁକ୍ତି କରିଛନ୍ତି ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଔଷଧ ମୂଲ୍ୟ ହ୍ରାସ ପାଇଁ ସବୁଠାରୁ ବଡ଼ ପଦକ୍ଷେପ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ରୋଗୀମାନଙ୍କୁ...

ଦାମୀ କାର ଭିତରେ ସିକ୍ରେଟ୍‌ ଚ୍ୟାମ୍ବର: ପୁଷ୍ପା ଷ୍ଟାଇଲରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ିବସିଲା…

ବଲାଙ୍ଗୀର,୨୦।୧୨:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୨୬ ନଂ ଜାତୀୟ ରାଜପଥରେ ପୁଷ୍ପା ଷ୍ଟାଇଲରେ ଏକ କ୍ରେଟା କାରରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ମାଡ଼ିବସିଲା...

ତାହେରପୁରରେ ଲ୍ୟାଣ୍ଡ କରିପାରିଲାନି ମୋଦିଙ୍କ ହେଲିକପ୍ଟର, ହଠାତ୍….

ନୂଆଦିଲ୍ଲୀ, ୨୦।୧୨:  ଖରାପ ପାଗ ଯୋଗୁଁ ଲ୍ୟାଣ୍ଡ କରିପାରିଲାନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକପ୍ଟର । ଘନ କୁହୁଡ଼ି ଯୋଗୁଁ ପଶ୍ଚିମବଙ୍ଗର ତାହେରପୁରରେ ଅବତରଣ କରିପାରିନଥିଲା।...

୩୦ବର୍ଷ ପରେ ବିରଳ ନବପଞ୍ଚମ ମହାଯୋଗ, ଶିନଙ୍କ କୃପାରେ ନୂଆବର୍ଷରେ ଧନୀ ହେବେ ମକର ସହ ଏହି ୨ରାଶି

ନୂଆବର୍ଷ ୨୦୨୬ର ଆରମ୍ଭ ଜ୍ୟୋତିର୍ବିଦମାନଙ୍କ ପାଇଁ ବହୁତ ଖାସ୍ ହବାକୁ ଯାଉଛି । ଜାନୁଆରୀ ୧୪ ତାରିଖରେ ମକର ସଂକ୍ରାନ୍ତି ପଡୁଥିବା ବେଳେ ଏହାର ପରଦିନ...

ପାକିସ୍ତାନକୁ କଲେ ଖୁବ ପ୍ରଶଂସା, ଟ୍ରମ୍ପଙ୍କୁ କହିଲେ ଶାନ୍ତି ଦୂତ, ରୁବିଓଙ୍କ ବୟାନକୁ ନେଇ ହେଉଛି ଖୁବ ଚର୍ଚ୍ଚା!

ଓ୍ବାଶିଂଟନ,୨୦।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦକୁ ଉଲ୍ଲେଖ କରି ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ କହିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉବେଳେ ଅଣ୍ଡାମାଡ଼ କଲା ଯୁବ କଂଗ୍ରେସ

ଭୁବନେଶ୍ୱର,୨୦ା୧୨: ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ଅଭିଯୋଗରେ ଗର୍ଜନ କରିଛି ଯୁବ କଂଗ୍ରେସ। ରାଜଧାନୀ ଭୁବନେଶ୍ବରରେ ବିକ୍ଷୋଭ ପ୍ରଦର୍ଶନ ସହ ଅଣ୍ଡାମାଡ଼ କରିଛି ଯୁବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri