କାରାଗାରରେ ଗାମୁଛା ବାନ୍ଧି ଝୁଲିପଡ଼ିଲେ

ସମ୍ବଲପୁର,୧୪ା୫(ବ୍ୟୁରୋ): ସମ୍ବଲପୁର ମଣ୍ଡଳ କାରାଗାରର ଜଣେ କଏଦୀ ରବିବାର ପାଇଖାନାକୁ ଶୌଚ ହେବାକୁ ଯାଇ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି। ସେ ହେଲେ ସଦର ଥାନା ତକବା ଗ୍ରାମର ଧରଣୀଧର ମହାନନ୍ଦ(୪୫)। ଏ ନେଇ ଧନୁପାଲି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଏହି ଘଟଣା ପରେ ମଣ୍ଡଳ କାରାଗାର କଏଦୀମାନଙ୍କ ପାଇଁ ଅସୁରକ୍ଷିତ ହୋଇପଡିଛି। କାର୍ଯ୍ୟରତ କର୍ମଚାରୀ ଓ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଅବହେଳା ଯୋଗୁ ଜଣେ କଏଦୀ ଆତ୍ମହତ୍ୟା କରିବାରେ ସକ୍ଷମ ହେଲେ ବୋଲି ଆଲୋଚନା ହେଉଛି।

ମିଳିଥିବା ସୂଚନା ଅନୁସାରେ, ତକବା ଗ୍ରାମର ଧରଣୀଧରଙ୍କ ପାରିବାରିକ ସମ୍ପର୍କ ଭଲ ନ ଥିଲା। ଧରଣୀଧର ଛୋଟ ଛୋଟ କଥାକୁ ନେଇ ସ୍ତ୍ରୀଙ୍କ ସହିତ ବାରମ୍ବାର ଝଗଡ଼ା କରୁଥିଲେ। କିଛିଦିନ ତଳେ ସେ ଡାକ୍ତରଖାନା ଯିବାକୁ କହି ସ୍ତ୍ରୀଙ୍କ ପାଖରୁ ୫ ଶହ ଟଙ୍କା ନେଇଥିଲେ। ହେଲେ ଡାକ୍ତରଙ୍କ ପାଖକୁ ନ ଯାଇ ଉକ୍ତ ଟଙ୍କା ନିଶାଦ୍ରବ୍ୟ ସେବନରେ ଖର୍ଚ୍ଚ କରିଥିଲେ। ପରେ ପୁଣିଥରେ ସ୍ତ୍ରୀଙ୍କୁ ଟଙ୍କା ମାଗିଥିଲେ। ଟଙ୍କା ନ ଦେବାରୁ ଧରଣୀଧର ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ମେଡିକାଲରେ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ତାଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଶନିବାର ଧରଣୀଧରଙ୍କୁ କୋର୍ଟ ଚାଲାଣ କରିଥିଲା। ସ୍ବାସ୍ଥ୍ୟ ପରୀକ୍ଷା ଓ ସମସ୍ତ କାଗଜପତ୍ର ପ୍ରକ୍ରିୟା ସରିବା ପରେ ରାତି ୧୦ଟାରେ ତାଙ୍କୁ ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଥିଲା। କାରାଗାରର ଗୋଟିଏ ହଲରେ ପ୍ରାୟ ୩୦ଜଣ କଏଦୀ ଏକାଠି ରାତିରେ ରହିଥିଲେ। ସକାଳେ ଧରଣୀଧର ଶୌଚ ପାଇଁ ପାଇଖାନାକୁ ଯାଇଥିଲେ। ଫେରିବାରେ ବିଳମ୍ବ ହେବାରୁ ଅନ୍ୟ ଜଣେ କଏଦୀ ପାଇଖାନା ପାଖକୁ ଯିବା ପରେ ସେ ବେକରେ ଗାମୁଛା ଲଗାଇ ସ୍କାଏଲାଇଟରେ ଝୁଲିପଡିଥିବା ଦେଖିବାକୁ ପାଇଥିଲେ। ପରେ ଜେଲ କର୍ମଚାରୀ ତାଙ୍କୁ ଜିଲା ସଦର ଡାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସମ୍ପର୍କରେ ଜେଲ ଅଧୀକ୍ଷକ ସନ୍ତୋଷ କୁମାର ବାରିକ କହିଛନ୍ତି, ଶନିବାର ରାତିରେ ଧରଣୀଧର ଜେଲକୁ ଆସିଥିଲେ। ସକାଳେ ଶୌଚଯିବା ସମୟରେ ଏଭଳି ଘଟଣା ଘଟିଛି। ମେଡିକାଲ ନିଆଯାଇଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୩ ଦିନ ଶୀତରେ ଥରିବେ ରାଜ୍ୟବାସୀ, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୯ା୧୨: ରାଜ୍ୟରେ ଶୀତ ଲହରି ଜାରି ରହିଥିବାବେଳେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ...

ମା’ ସୁରେଶ୍ଵରୀଙ୍କ ଐତିହାସିକ ଘାଟ ଯାତ୍ରାରେ ଜନସମାଗମ, ବଳି ଦେଲେ ମାନସିକ ପୂରଣ ହୋଇଥିବା ବ୍ୟକ୍ତି

ରିଷିଡା ୨୯/୧୨(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା କେଉଁଟ କୈବର୍ତ୍ତ ଆଞ୍ଚଳିକ ସମାଜ ତରଫରୁ ତେରେସିଂହା ଆମପାଲି ନଦୀ ଘାଟ ଠାରେ ଐତିହାସିକ...

ଅତୀତର ସ୍ମୃତିକୁ ମନେ ପକାଇଲେ ପୁରାତନ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ରାଧାଶ୍ୟାମ ଉଚ୍ଚ ବିଦ୍ୟାଳୟ ଏବଂ ରାଧାଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟ ୧୯୯୧ ମାଟ୍ରିକ...

ଆରାବଳି ମାମଲା: ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ,୨୯ା୧୨: ଆରାବଳି ମାମଲା ରାୟ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ନଭେମ୍ବର ୨୦ ରାୟ ଉପରେ ଏହି ରହିତାଦେଶ ଦେଇଛନ୍ତି ମାନ୍ୟବର କୋର୍ଟ। ପରିବେଶବିତ୍‌ଙ୍କୁ...

ନର୍ସିଂ ହୋମରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୧୬ ଜଣ ବୃଦ୍ଧାବୃଦ୍ଧ

ନୂଆଦିଲ୍ଲୀ,୨୯।୧୨: ଇଣ୍ଡୋନେସିଆର ଏକ ନର୍ସିଂ ହୋମରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି, ଯେଉଁଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।...

ବିମାନବନ୍ଦରରେ ୨ଯୁବକଙ୍କୁ ବାଂଲାଦେଶୀ କହି ମାଡ଼ିବସିଲେ, ପରେ…

ଭୁବନେଶ୍ୱର,୨୯।୧୨: ବାଂଲାଦେଶୀ ଭାଭିଲେ ଆଉ ମାଡ଼ିବସିଲେ। ଆମ ହିନ୍ଦୁ ମାନଙ୍କୁ ବାଂଲାଦେଶରେ ଅମାନୁଷିକ ଭାବେ ହତ୍ୟା କରୁଛ କହି ଦୁଇ ଯୁବକଙ୍କୁ ବାଂଲାଦେଶୀ ସନ୍ଦେହରେ ଭୁବନେଶ୍ୱର...

ଆକ୍ସନ ମୋଡରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ବାଲି ବୋଝେଇ ଟ୍ରାକ୍ଟର ଧରି ପୋଲିସକୁ ଜିମା ଦେଲେ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ରାଜ୍ୟ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମ...

ରାଜ୍ୟ ଭାଜପାର ୪ ସାଧାରଣ ସମ୍ପାଦକଙ୍କୁ ନେଇ ବସିଲା ବଡ଼ ବୈଠକ: ଆସିପାରେ…

ଭୁବନେଶ୍ୱର,୨୯।୧୨: ଭାଜପା ରାଜ୍ୟ କାର୍ଯ୍ୟାଳୟରେ ସାଙ୍ଗଠନିକ ସ୍ଥିତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ରାଜ୍ୟ ଭାଜପାର ୪ ସାଧାରଣ ସମ୍ପାଦକଙ୍କୁ ନେଇ ଏହି ବୈଠକ ବସିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri