ସ୍ମାର୍ଟସିଟି ପ୍ରକଳ୍ପ ଅବଧି ବର୍ଷେ ବଢ଼ିଲା

ଭୁବନେଶ୍ୱର , ୭ା୫ (ବ୍ୟୁରୋ) ୨୦୧୫ରେ ‘୧୦୦ ସ୍ମାର୍ଟସିଟି ମିଶନ’ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ଏହି ମିଶନରେ ଓଡ଼ିଶାର ଦୁଇଟି ପ୍ରମୁଖ ସହର ଯଥା ଭୁବନେଶ୍ୱର ଏବଂ ରାଉରକେଲାକୁ ସାମିଲ କରାଯାଇ ବ୍ୟାପକ ଉନ୍ନତି କରାଯିବା ସହ ସ୍ମାର୍ଟସିଟିରେ ପରିଣତ କରିବା ପାଇଁ ବିଭିନ୍ନ ପ୍ରକଳ୍ପ, ଯୋଜନା କାର୍ଯ୍ୟକାରୀ କରାଯାଉଛି। ତେବେ ଚଳିତବର୍ଷ ମାର୍ଚ୍ଚ ସୁଦ୍ଧା ସ୍ମାର୍ଟସିଟି ପ୍ରକଳ୍ପ ଶେଷ ହେବା ନେଇ ପୂର୍ବରୁ ଧାର୍ଯ୍ୟ ହୋଇଥିବାବେଳେ ଏବେ ଏହାକୁ ଆଉ ୧ ବର୍ଷ ଅର୍ଥାତ୍‌ ୨୦୨୪ ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏନେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ମେ’ ୧ରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଚିଫ୍‌ ସେକ୍ରେଟାରି, ପ୍ରିନ୍ସିପାଲ ସେକ୍ରେଟାରି (ଅର୍ବାନ ଡେଭଲପ୍‌ମେଣ୍ଟ) ଏବଂ ୧୦୦ଟି ସ୍ମାର୍ଟସିଟିର ସିଇଓଙ୍କୁ ଚିଠି କରାଯାଇଛି। ଏଥିସହ ଚିଠିରେ ଉଲ୍ଲେଖ ରହିଛି ଯେ, ଏହି ୧ବର୍ଷ ମଧ୍ୟରେ କୌଣସି ଅତିରିକ୍ତ ମୂଲ୍ୟ ବିନା ପୂର୍ବରୁ ଅନୁମୋଦିତ ଆର୍ଥିକ ଆବଣ୍ଟନ ମଧ୍ୟରେ କାର୍ଯ୍ୟ କରାଯିବ। ଯେଉଁସବୁ ପ୍ରକଳ୍ପ ଗୁଡିକ ଚାଲୁ ରହିଛି ବା ହେବାକୁ ବାକି ଅଛି ଆସନ୍ତା ୧ ବର୍ଷ ମଧ୍ୟ ସେ ସବୁକୁ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସ୍ମାର୍ଟସିଟି ମିଶନକୁ ବର୍ଦ୍ଧିତ କରିବା ନେଇ ମିଶନର ନିର୍ଦ୍ଦେଶକ କୁନାଲ କୁମାର କହିଛନ୍ତି, କେତେକ ସହରରେ ନିର୍ଦ୍ଧାରିତ ସମୟରେ କାମ ବା ପ୍ରକଳ୍ପ ସରି ନ ଥିବାରୁ ଏପରି ପଦକ୍ଷେପ ନିଆଯାଇଛି। ସେହିପରି ବର୍ଦ୍ଧିତ ସମୟ ମଧ୍ୟରେ ‘ମିଶନ୍‌ ଟୁ ମୁଭ୍‌ମେଣ୍ଟ’ ଜରିଆରେ ସ୍ମାର୍ଟ ସହରଗୁଡିକର ସଫଳତାକୁ ନେଇ ଦେଶର ଅନ୍ୟ ସହରଗୁଡିକରେ ଉପଯୋଗ କରାଯିବା ନେଇ ଚେଷ୍ଟା କରାଯିବ। ଇଣ୍ଟିଗ୍ରେଟେଡ୍‌ କମାଣ୍ଡ ଆଣ୍ଡ୍‌ କଣ୍ଟ୍ରୋଲ ସେଣ୍ଟର (ଆଇସିସିସି) ପରି କ୍ଷେତ୍ରରେ ଆମର ଆଭ୍ୟନ୍ତରୀଣ ପାରଦର୍ଶିତାକୁ ଆହୁରି ସୁଦୃଢ କରିବାକୁ ଏକ ସୁଯୋଗ ପ୍ରଦାନ କରିବ। ସମସ୍ତ ସ୍ମାର୍ଟସିଟିରେ ସିଟି ଡାଟା ପଲିସି, ଷ୍ଟ୍ରିଟ୍‌ ଡିଜାଇନ୍‌ ଗାଇଡ୍‌ଲାଇନ୍ସ, ସାଇବର ସୁରକ୍ଷା ଢାଞ୍ଚା ଆଦି ଅନେକ ନୀତି ସୃଷ୍ଟି ହୋଇନାହିଁ କିମ୍ବା ସୃଷ୍ଟି ହୋଇଥିଲେ ଅନେକ ସହରରେ କାର୍ଯ୍ୟକ୍ଷମ ହୋଇନାହିଁ। ତେଣୁ ଏହି ସମୟ ବୃଦ୍ଧି ସ୍ମାର୍ଟସିଟିର ଅଧିକାରୀଙ୍କୁ ନିଜର କାର୍ଯ୍ୟଦକ୍ଷତା ବୃଦ୍ଧି ସହ ବାକି ଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାକୁ ସୁଯୋଗ ପ୍ରଦାନ କରିବ ବୋଲି ମିଶନର ନିର୍ଦ୍ଦେଶକ କହିଛନ୍ତି। ତେବେ ସ୍ମାର୍ଟସିଟି ଗଠନ ପୂର୍ବରୁ ବିଏମ୍‌ସି ପକ୍ଷରୁ ୮୧ଟି ପ୍ରକଳ୍ପର ତାଲିକା ପ୍ରଦାନ କରାଯାଇଥିଲା। ସେଥିରୁ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) ମାତ୍ର ୨୮ଟି ପ୍ରକଳ୍ପ କରିବାକୁ ଯୋଜନା କରିଥିଲା। ସେଥିମଧ୍ୟରେ ସ୍ମାର୍ଟ ଜନପଥ, ବିଏମ୍‌ସି ଆଇସିଓଏମ୍‌ସି ଟାଓ୍ବାର, ବହୁତଳ କାର ପାର୍କିଂ, ସ୍ମାର୍ଟ କିଓସ୍କ, ପ୍ରୋଜେକ୍ଟ କୁଟୁମ୍ବ ଭଳି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଥିବାବେଳେ ଅନେକ ବାକି ରହିଛି। ତେଣୁ ଆସନ୍ତା ୧ବର୍ଷ ମଧ୍ୟରେ ବାକି ପଡିଥିବା ସମସ୍ତ ଯୋଜନା କାର୍ଯ୍ୟକାରୀ କରିବାକୁ ବିଏସ୍‌ସିଏଲ୍‌ ଜୋର୍‌ଦାର ଉଦ୍ୟମ କରୁଥିବା ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୁନିୟର ମହିଳା ହକି: ଓ୍ବେଲ୍ସକୁ ହରାଇଲା ଭାରତ

ସାଣ୍ଟିଆଗୋ, ୮ା୧୨: ଏଫ୍‌ଆଇଏଚ୍‌ ଜୁନିୟର ମହିଳା ହକି ବିଶ୍ୱକପ୍‌ର ୯ମ ସ୍ଥାନ ପାଇଁ ହୋଇଥିବା ଏକ କ୍ଲାସିଫିକେଶନ ମ୍ୟାଚ୍‌ରେ କ୍ୱାର୍ଟରଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଥିବା ଭାରତ...

ଏକାଠି ହେଲେ ହଳଦିଆ ତୈଳିକ ବୈଶ୍ୟ ସମାଜ ସଭ୍ୟ, ବିଭିନ୍ନ ସମସ୍ୟା ନେଇ

ଦିଗପହଣ୍ଡି,୮ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଚିକିଟି ଓ ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ଏକ ଆଲୋଚନା ସଭା ସାନଖେମୁଣ୍ଡି ବ୍ଲକ ଜିଉରା ଗ୍ରାମ...

ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା ଏମିତି ଏକ ଜନ୍ତୁ, ତା’ପରେ…

ଭଞ୍ଜନଗର,୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର ସୋରାଦେବୀ ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଅଜଣା ଜନ୍ତୁକୁ ଧକ୍କା ଦେଇ ଜଣେ...

ଏହି ଷ୍ଟାର ଫୁଟ୍‌ବଲ ଖେଳାଳିଙ୍କୁ ବ୍ଲାକ୍‌ମେଲ କରି ଜେଲଗଲେ ମହିଳା

ସିଓଲ,୮ା୧୨: ଫୁଟବଲ ଷ୍ଟାର ସନ୍‌ ହିଅଙ୍ଗ ମିନ୍‌ଙ୍କୁ ବ୍ଲାକ୍‌ମେଲ କରିଥିବା ଅଭିଯୋଗରେ ଦକ୍ଷିଣ କୋରିଆର ଏକ କୋର୍ଟ ଜଣେ ମହିଳାଙ୍କୁ ୪ବର୍ଷ ଜେଲ ଦଣ୍ଡ କରିଛି।...

ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଲେ

ଭୁବନେଶ୍ୱର,୧୨।୮: ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଦେଲେ। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ସହିଦ୍‌ନଗରରେ। ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି।...

ଭୟାବହ ଅଗ୍ନିକାଣ୍ଡ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ କଲେ ଫଳ ଦୋକାନୀ, ତହସିଲଦାର କଲେ ଆଲୋଚନା

ବଲାଙ୍ଗୀର, ୮।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ବସଷ୍ଟାଣ୍ଡ ସମ୍ମୁଖ ତଥା ଜିଲାପାଳ କାର୍ଯ୍ୟାଳୟ ନିକଟ ଫଳ ମାର୍କେଟରେ ସୋମବାର ଅପରାହ୍ନ ପ୍ରାୟ ୩ଟା ସମୟରେ...

ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନାକୁ ଗ୍ରହଣ କରିବେନି ବୋଲି ଏକାଠି ହେଲେ୭ ଗ୍ରାମବାସୀ  

ପଟ୍ଟାଙ୍ଗି,୮।୧୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତର ଫାଟୁସିନେରୀ ଗ୍ରାମ ନିକଟ ଓଡିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ପଞ୍ଚାୟତର ୭ଟି...

ଡିସେମ୍ବର ୩୧ ସୁଦ୍ଧା ଶେଷ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଆଉ ମିଳିବନି ବାରମ୍ବାର ସୁଯୋଗ

ନୂଆଦିଲ୍ଲୀ,୮।୧୨: ଡିସେମ୍ବର ଆରମ୍ଭ ହେବା ସହିତ, ଟିକସ, ଡକ୍ୟୁମେଣ୍ଟ ଏବଂ ସରକାରୀ ଯୋଜନା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶେଷ ତାରିଖ ପାଖେଇ ଆସୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri