ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଗ୍ରହଣ କଲା ଲୋକ ସଭା

ସମ୍ବଲପୁର,୬।୫(ବ୍ୟୁରୋ): ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାବେଳେ ହିଂସା ଘଟିଥିଲା। ଆହତ ଓ ମୃତକଙ୍କ ପରିବାରକୁ ଭେଟିବାକୁ ଆସୁଥିବା ସମୟରେ ଭାଜପା ସଂସଦୀୟ ଟିମ୍‌କୁ ସମ୍ବଲପୁର ସୀମାକୁ ପୂରାଇ ଦିଆ ଯାଇ ନ ଥିଲା। ଏହାକୁ ନେଇ ବରଗଡ ଏମ୍‌ପି ସୁରେଶ ପୂଜାରୀ, କଳାହାଣ୍ଡି ଏମ୍‌ପି ବସନ୍ତ ପଣ୍ଡା ଓ ସୁନ୍ଦରଗଡ ଏମ୍‌ପି ଜୁଏଲ ଓରାମ ଏପ୍ରିଲ ୨୫ରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଣିଥିଲେ। ଲୋକ ସଭା ଏହି ପ୍ରସ୍ତାବକୁ ଗ୍ରହଣ କରିଛି। ସଚିବାଳୟ ତରଫରୁ ଏହାର ସତ୍ୟାସତ୍ୟ ଜାଣିବା ପାଇଁ ସଂସଦର ସ୍ବାଧିକାର ଓ ନୈତିକତା (ପ୍ରିଭିଲେଜ ଓ ଏଥିକ୍ସ) କମିଟି କେନ୍ଦ୍ର ସରକାରଙ୍କ କାର୍ମିକ, ପେନସନ ଏବଂ ଜନ ଅଭିଯୋଗ ମନ୍ତ୍ରାଳୟ (ଡିଓପିଟି)ର ମନ୍ତ୍ରୀ ଓ ସଚିବଙ୍କୁ ଚିଠି ଦେଇଛନ୍ତି। ଭାଜପା ଏମ୍‌ପିଙ୍କ ଗତିରୋଧ କରିବା ଏବଂ ସଂସଦୀୟ କାର୍ଯ୍ୟ କରିବାରେ ବିରୋଧର କାରଣ ସମ୍ପର୍କିତ ପୂର୍ଣ୍ଣାଙ୍ଗ ରିପୋର୍ଟ ଆସନ୍ତା ୧୫ ଦିନ ଭିତରେ ରାଜ୍ୟ ସରକାରଙ୍କଠାରୁ ସଂଗ୍ରହ କରି ଡିଓପିଟି ମନ୍ତ୍ରଣାଳୟ ସଂସଦୀୟ ସଚିବାଳୟକୁ ପ୍ରଦାନ କରିବେ। ଏହାପରେ ସଂସଦୀୟ ସଚିବାଳୟ ଉକ୍ତ ରିପୋର୍ଟ ସହ ଅଭିଯୋଗକୁ ସଂକଳିତ କରି ବାଚସ୍ପତିଙ୍କୁ ପ୍ରଦାନ କରିବେ ବୋଲି ଏମ୍‌ପି ସୁରେଶ ପୂଜାରୀ କହିଛନ୍ତି। ଝାରସୁଗୁଡାଠାରେ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ଏମ୍‌ପି ସୁରେଶ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ।
ସେ କହିଥିଲେ, ରାଷ୍ଟ୍ରବାଦୀ ସ୍ଲୋଗାନ ପ୍ରସଙ୍ଗରେ ସମସ୍ତେ ଅବଗତ ଅଛନ୍ତି। ଏହି ଘଟଣାରେ ଜଣେ ଆଦିବାସୀ ଯୁବକଙ୍କ ହତ୍ୟା ହୋଇଥିଲା, ଯାହାକୁ ଚପାଇଦେବା ପାଇଁ ପ୍ରୟାସ କରାଯାଇଥିଲା। ଇଣ୍ଟରନେଟ ବନ୍ଦ ସହ କର୍ଫ୍ୟୁ ଲାଗୁ କରାଯାଇଥିବାରୁ ସାଧାରଣ ଜୀବନ କଷ୍ଟଦାୟକ ହୋଇପଡିଥିଲା। ହିଂସାକାଣ୍ଡର ଶିକାର ହୋଇ ଗୁରୁତର ଆହତମାନେ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ମୃତକ ପରିବାର ଓ ଚିକିତ୍ସିତ ହେଉଥିବା ଆହତଙ୍କୁ ଭେଟିବା ସହିତ ଜିଲା ପ୍ରଶାସନ ଏବଂ ଆରଡିସିଙ୍କ ସହ କଥା ହୋଇ ଘଟଣା ସଂପର୍କରେ ଅବଗତ ହେବାକୁ ଏପ୍ରିଲ ୧୮ରେ ଭାଜପା ସଂସଦୀୟ ପ୍ରତିନିଧି ଦଳ ସମ୍ବଲପୁର ଗସ୍ତ କରିବ ବୋଲି ନିଷ୍ପତ୍ତିି ହୋଇଥିଲା। ମାତ୍ର ଏହି ଅନୁମତିକୁ ହଠାତ ବାତିଲ କରିଦିଆଯାଇଥିଲା। ବିନା ନିର୍ଦ୍ଦେଶନାମାରେ ମୋତେ ସମ୍ବଲପୁର ସାକ୍ଷୀପଡା ସ୍ଥିତ ବାସଭନରେ ୧୮ ତାରିଖ ସକାଳ ୬ରୁ ଦିନ ୧୧ଟା ପର୍ଯ୍ୟନ୍ତ ସ୍ଥାନୀୟ ପୋଲିସ ଗୃହବନ୍ଦୀ କରି ରଖିଥିଲ। ସେହିପରି ପ୍ରତିନିଧି ଦଳରେ ମୋ ସହିତ ଆସୁଥିବା କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଓ ଅନ୍ୟ ଏମ୍‌ପି ଜୁଏଲ ଓରାମ ଏବଂ ବସନ୍ତ ପଣ୍ଡାଙ୍କୁ ମଧ୍ୟ ଝାରସୁଗୁଡା-ସମ୍ବଲପୁର ଜିଲାର ସୀମାନ୍ତ ଠେଲକୋଲେଇ ଥାନାଠାରେ ଅଟକ ରଖାଯାଇଥିଲା। କର୍ଫ୍ୟୁ କୋହଳ ସମୟରେ ସମ୍ବଲପୁରରେ ପ୍ରବେଶ କରାଇ ନ ଦେବା ଏବଂ ରାତି ୮ଟା ପର୍ଯ୍ୟନ୍ତ ଥାନାରେ ଅଟକ ରଖାଯିବାର କାରଣ ସଂପର୍କରେ ପଚରାଯିବାରୁ ଉପସ୍ଥିତ ପୋଲିସ ପ୍ରଶାସନଙ୍କଠାରୁ କୌଣସି ଉତ୍ତର ମିଳି ନ ଥିଲା। ଜିଲାପାଳ କିମ୍ବା କୌଣସି ଅଧିକାରୀଙ୍କ ଲିଖିତ ଆଦେଶ ଦିଆଯାଇ ନ ଥିଲା। କର୍ଫ୍ୟୁ କୋହଳ ସମୟରେ ବିନା ଆଦେଶନାମାରେ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଟକ ରଖିତ୍ବା, ସେମାନଙ୍କ ସ୍ବାଧିକାର ଭଙ୍ଗ ସହ ସେମାନଙ୍କ ବିଶେଷ ଅଧିକାରକୁ ଭଙ୍ଗ କରାଯାଇଥିଲା ବୋଲି ସୁରେଶ କହିଥିଲେ। ଏହି ଖବରଦାତା ସମ୍ମିଳନୀରେ ଏମ୍‌ପି ଜୁଏଲ ଓରାମ ଏବଂ ବସନ୍ତ ପଣ୍ଡା ମଧ୍ୟ ଉପସ୍ଥିତ ରହିଥିଲେ। ଏ ସମ୍ପର୍କରେ ସମ୍ବଲପୁର ଏସ୍‌ପି ବାତୁଳା ଗଙ୍ଗାଧର କହିଛନ୍ତି, ଉକ୍ତ ଘଟଣାର ସତ୍ୟାସତ୍ୟକୁ ନେଇ ରିପୋର୍ଟ ଦେବାକୁ ଲୋକ ସଭା ସଚିବଙ୍କ ପାଖରୁ ଚିଠି ଆସିଛି। ଏହାକୁ ସମ୍ମାନ ଜଣାଇ ଠିକ୍‌ ତଥ୍ୟ ଦାଖଲ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କୁ ମିଳିବନି ପେନସନ, ଯଦି କରୁଥିବେ ଏହି ଭୁଲ!

ନୂଆଦିଲ୍ଲୀ,୨୫।୧୨: ସରକାରୀ କର୍ମଚାରୀମାନେ ପ୍ରାୟତଃ ଭାବନ୍ତି ଯେ ଯଦି ସେମାନେ ସମୟ ପୂର୍ୱରୁ ଇସ୍ତଫା ଦିଅନ୍ତି ତେବେ ସେମାନେ ପେନସନ ପାଇବେ କି ନାହିଁ। ସୁପ୍ରିମକୋର୍ଟ...

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri