ନକଲି ଜବ୍‌କାର୍ଡଧାରୀ ଚିନ୍ତାର କାରଣ

ନୟାଗଡ଼ ଅଫିସ,୫।୫: ନୟାଗଡ଼ ଜିଲାରେ ଜବ୍‌କାର୍ଡ ପାଇଥିବା ବ୍ୟକ୍ତି ଶ୍ରମିକ ନାଁ ଅଣଶ୍ରମିକ ଯାଞ୍ଚ ହେଉ ନ ଥିବାରୁ ଅସଲି ଶ୍ରମିକ ଉପେକ୍ଷିତ, ଅସୁରକ୍ଷିତ ଓ ଅଭିଶପ୍ତ ଜୀବନଯାପନ କରୁଛନ୍ତି। ଅନ୍ୟପକ୍ଷେ ଅଣଶ୍ରମିକମାନେ ଧରାଧରି କରି ଜବ୍‌କାର୍ଡକୁ ହାତେଇ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌)ରେ କାମ ନ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ମଷ୍ଟର ରୋଲ ଦର୍ଶାଉଛି ଜବ୍‌କାର୍ଡଧାରୀଙ୍କୁ କାମର ଅଭାବ ନାହିଁ। ହେଲେ ମଷ୍ଟର ରୋଲରେ ଥିବା ଶ୍ରମିକ ଅସଲି ନାଁ ନକଲି ତା’ର ଚିହ୍ନଟ ହେଉନି। ଏଣୁ ବଣପାହାଡ଼ ଘେରା ନୟାଗଡ଼ ଜିଲାର ଅସଲି ଶ୍ରମିକମାନେ କାମ ପାଇଁ ରାଜ୍ୟ ବାହାରକୁ ଚାଲି ଯାଉଛନ୍ତି। ଜିଲାରେ ୧ଲକ୍ଷ ୬୩ ହଜାର ୬୨୬ ଜବ୍‌କାର୍ଡଧାରୀ ଅଛନ୍ତି। ଏଥିରୁ ଭାପୁର ବ୍ଲକରେ ୨୧,୭୯୫, ଦଶପଲ୍ଲାରେ ୧୭,୪୪୧, ଗଣିଆରେ ୭,୩୫୦, ଖଣ୍ଡପଡ଼ାରେ ୨୧,୦୪୬, ନୟାଗଡ଼ରେ ୨୨,୪୨୪, ନୂଆଗାଁରେ ୨୦,୧୭୧, ଓଡ଼ଗାଁରେ ୨୫,୨୪୪ ଓ ରଣପୁର ବ୍ଲକରେ ୨୮,୭୨୬ ଜବ୍‌କାର୍ଡଧାରୀ ଅଛନ୍ତି।
ଜଣେ ପଞ୍ଚାୟତ ସ୍ତରୀୟ ଲୋକ ପ୍ରତିନିଧିଙ୍କ ସୂଚନା ଅନୁସାରେ, ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଆସୁଥିବା ଅର୍ଥକୁ ଲୁଟିଲେ କେହି ପ୍ରତିବାଦ କରନ୍ତି ନାହିଁ। କାରଣ ସମସ୍ତଙ୍କୁ ଉଣା ଅଧିକେ ଭାଗ ମିଳିଥାଏ। ପ୍ରଥମତଃ ସରକାରୀ ବାବୁ ଓ ଲୋକ ପ୍ରତିନିଧିମାନେ ମୋଟା ଅଙ୍କର ଭାଗ ନେଉଛନ୍ତି। ୨ୟରେ କିଛି ଟଙ୍କା ଗୁଣ୍ଡା ଶ୍ରେଣୀର ଲୋକଙ୍କୁ ଦିଆଯାଉଛି। ଯେଉଁମାନେ କାମ ଚାଲୁଥିବା ସମୟରେ ସୁରକ୍ଷା ଦିଅନ୍ତି। କିଛି ଅର୍ଥ ଗାଁକୁ ଯାଏ। କିଛି ବିରୋଧୀ ବି ପାଇଥାନ୍ତି। ଆଉ କିଛି ଅର୍ଥ ଜବ୍‌କାର୍ଡଧାରୀ ପାଆନ୍ତି। ଜବ୍‌କାର୍ଡଧାରୀ ପ୍ରକୃତ ଶ୍ରମିକ ହୋଇ ନ ଥିବାରୁ ଘରେ ବସି ରୋଜଗାର କରୁଥିବାରୁ ସେମାନଙ୍କର ଅଭିଯୋଗ ନ ଥାଏ। ଅନ୍ୟପକ୍ଷେ ଜବ୍‌କାର୍ଡଧାରୀଙ୍କ ଆକାଉଣ୍ଟକୁ ସବୁ ଟଙ୍କା ଯାଉଛି। ଏଥିଲାଗି ବିଶ୍ୱସନୀୟ ଜବ୍‌କାର୍ଡଧାରୀଙ୍କୁ ସବୁ ଗାଁରେ ଖୋଜା ପଡେ। ଟଙ୍କା ଆସିଲା ପରେ କିଛି ଅର୍ଥ ଜବ୍‌କାର୍ଡଧାରୀଙ୍କୁ ଧରାଇ ଦେଇ ବଳକା ଅର୍ଥ ଭାଗ ବାଣ୍ଟି ଦିଆଯାଏ। ଯଦି କେହି ଜବ୍‌କାର୍ଡଧାରୀ ପ୍ରତିବାଦ କରନ୍ତି ସେମାନଙ୍କୁ ଜେନତେନ ପ୍ରକାରେଣ ବୁଝାଇ ଦିଆଯାଏ। ନ ବୁଝିଲେ ଧମକଚମକ ଓ ମାରପିଟ୍‌ କରି ମୁହଁ ବି ବନ୍ଦ କରାଯାଏ। ପ୍ରତି ସ୍ତରରେ ଦୁର୍ନୀତିକୁ ପ୍ରୋତ୍ସାହନ ମିଳୁଥିବାରୁ ବିଲ୍‌ ମଞ୍ଜୁରରେ ଅସୁବିଧା ହୋଇ ନ ଥାଏ। ଅଭିଯୋଗ ହେଲେ ସମୟ ଗଡ଼ାଇ ସବୁ କିଛି ଠିକ୍‌ଠାକ ଚାଲିଛି କୁହାଯାଏ। ପ୍ରମାଣ ନ ମିଳିବାରୁ କାର୍ଯ୍ୟାନୁଷ୍ଠାନ ହେଲାନି ବୋଲି ସଫେଇ ଦିଆଯାଏ।
ଏ ନେଇ ଗଣିଆର ରାମଚନ୍ଦ୍ର ପ୍ରଧାନ, ଭାପୁରର ସୁଦାମ ନାୟକ, ନୟାଗଡ଼ର ରଣଜିତ୍‌ ପଟ୍ଟନାୟକ କୁହନ୍ତି, ଅନେକ ନକଲି ଶ୍ରମିକ ଜବ୍‌କାର୍ଡ ହାତେଇଛନ୍ତି। ଏହାର ତଦନ୍ତ ହେବା ଦରକାର। ଯେଉଁ ଶ୍ରମିକମାନେ ଜବ୍‌କାର୍ଡ ପାଇଛନ୍ତି ସେମାନଙ୍କୁ ଯେକୌଣସି କାମ କରିବାକୁ କୁହାଯାଉ। ଶ୍ରମିକ କାମ ନ କଲେ ସେମାନଙ୍କର ଜବ୍‌କାର୍ଡ ରଦ୍ଦ କରାଯାଉ। ଗାଁରେ ଅଣଶ୍ରମିକଙ୍କ ଦୌରାତ୍ମ୍ୟ ଅଧିକ। ଶ୍ରମିକ ନ ହୋଇ ବି ଜବ୍‌କାର୍ଡ ହାତେଇଥାନ୍ତି। ଗାଁରେ ରାଜନୀତି ଅଧିକ। ପଞ୍ଚାୟତରେ କାମ ମାଗିଲେ ମିଳେନା। କାରଣ ବିନା କାମରେ ପାରିଶ୍ରମିକ ମିଳେ। ଏଥିପାଇଁ ଶାସକ ଦଳର ସମର୍ଥକ ହେବା ଦରକାର। ସେମାନଙ୍କର କାମ କରିବା ଦରକାର। ସେମାନଙ୍କ ପଛରେ ଗୋଡ଼ାଇ କାମ କରୁ କରୁ ପରିବାର ଲୋକମାନେ ଭୋକରେ ରହିବାକୁ ପଡ଼ିଥାଏ। ଏଣୁ ଗାଁ ରାଜନୀତିରେ ସାମିଲ ନ ହୋଇ ପେଟ ପାଇଁ ଅସଲି ଶ୍ରମିକକୁ ବାହାରକୁ ଯିବାକୁ ପଡ଼େ। ଅଣଶ୍ରମିକମାନେ ଗାଁ ରାଜନୀତିରେ ନିଜକୁ ସାମିଲ କରି ପାରି ଥିବାରୁ ଶାସକ ଦଳର ବୋଲକରା ହୋଇ ରହିଥାନ୍ତି। ଏଣୁ ଟେନସେନ ନ ନେଇ ବାହାରକୁ ଚାଲିଯାଉ। ସେଠାରେ କାମ କରି ଘରକୁ ଟଙ୍କା ପଠାଉ। ସରକାରଙ୍କ ସୁଫଳ ଆମେ ପାଇପାରୁନି। ଶ୍ରମିକ ବଦଳରେ ଯନ୍ତ୍ର ଦ୍ୱାରା କାମ କରିବାକୁ ଆଇନ କରି ଦେଲେ ଭଲ ହୁଅନ୍ତା। ଯାହାଦ୍ୱାରା ସରକାର ସ୍ବଳ୍ପ ସମୟରେ ଅଧିକ କାମ ପାଇ ପାରନ୍ତେ। ପୁଣି କମ୍‌ ଟଙ୍କା ଖର୍ଚ୍ଚ ହୁଅନ୍ତା। ଏ ସମ୍ପକରେ ଜିଲା ପରିଷଦର ନିର୍ବାହୀ ଅଧିକାରୀ ସୁବାସ ଚନ୍ଦ୍ର ରାୟଙ୍କୁ ପଚାରିବାରେ କିଏ ଅସଲି ଓ କିଏ ନକଲି ଜାଣିବା କାଠିକର ପାଠ। ତେବେ ନକଲି ଶ୍ରମିକ ଅଭିଯୋଗ ମିଳିଲେ ଧରପଗଡ଼ କରାଯାଇ କଟା ଯାଇପାରିବ। କେତେଜଣ ଜବ୍‌କାର୍ଡଧାରୀଙ୍କୁ କଟାଯାଇଛି। ତେବେ ବର୍ଷେ ହେଲା ସେପରି କିଛି ଅଭିଯୋଗ ହୋଇନାହିଁ ବୋଲି ସେ କହିଛନ୍ତି। ଏ ନେଇ ଜିଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକଙ୍କୁ ପଚାରିବାରେ ଜିଲାରେ ଅନେକ ଅଣଶ୍ରମିକ ଜାଲିଆତି କରି ଜବ୍‌କାର୍ଡଧାରୀ ହାତେଇ ନେଇଥିବା ଅଭିଯୋଗ ମିଳିଛି। ବିଭିନ୍ନସ୍ଥାନରେ ମଧ୍ୟ ନକଲି ଜବ୍‌କାର୍ଡଧାରୀ ଥିବାର ଅନୁଭବ କରାଯାଉଛି। ଖୁବ୍‌ଶୀଘ୍ର ନକଲି ଜବ୍‌କାର୍ଡଧାରୀଙ୍କୁ ଚିହ୍ନଟ କରି ବିଦା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri