ସମୂହ ଇସ୍ତଫା ଦେଲେ ପ୍ରାଣୀ ଚିକିତ୍ସକ

କେନ୍ଦୁଝର,୪ା୫(ସ୍ବ.ପ୍ର.): ପ୍ରାଣୀ ଚିକିତ୍ସକଙ୍କ ୧୦ ଦଫା ଦାବିକୁ ନେଇ ଚାଲିଥିବା ଆନ୍ଦୋଳନ ଗୁରୁବାର ଚରମ ସୀମାରେ ପହଞ୍ଚିଛି। ସେମାନେ ଆଜି ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଏବଂ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ ଦ୍ୱାରା ମତ୍ସ୍ୟ ଓ ପଶୁପାଳନ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଦାବିପତ୍ର ଦେଇ ସମୂହ ଇସ୍ତଫା ପ୍ରଦାନ କରିଛନ୍ତି। ଦାବି ପୂରଣ ନ ହେବାରୁ ସେମାନେ ବାଧ୍ୟ ହୋଇ ଏଭଳି ଚରମ ନିଷ୍ପତ୍ତି ନେଇଥିବା କହିଛନ୍ତି। ଆଜି ଡାକ୍ତର ବିଜୟ କୁମାର ସେଠୀ ଓ ଡାକ୍ତର ସୁଶାନ୍ତ କୁମାର ସିଂଙ୍କ ନେତୃତ୍ୱରେ ଦସ୍ତଖତ ସମ୍ବଳିତ ଇସ୍ତଫାପତ୍ର ପ୍ରଦାନ କରାଯାଇଛି। ଦୀର୍ଘଦିନର ଦାବିଗୁଡ଼ିକ ପ୍ରତି ସରକାରଙ୍କ ଚରମ ଅବହେଳା ପ୍ରତିବାଦରେ ଜିଲାର ପ୍ରାଣୀ ଚିକିତ୍ସକମାନେ ଫେବୃୟାରୀ ୧ରୁ କମ୍ପ୍ୟୁଟରୀକରଣ କାର୍ଯ୍ୟକଳାପ ବନ୍ଦ ଥିଲା। ସରକାର ସଂଘକୁ ଆଲୋଚନାକୁ ନ ଡାକି ଆକ୍ରୋଶମୂଳକ ଭାବେ ପଦକ୍ଷେପ ଗ୍ରହଣ କରିବାରୁ ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା ସଂଘ ଏଭଳି ନିଷ୍ପତ୍ତି ନେଇଛନ୍ତି। କେନ୍ଦୁଝର ଜିଲାରେ ଥିବା ୪୦ ଜଣ ପ୍ରାଣୀସମ୍ପଦ ଡାକ୍ତର ସମୂହ ଇସ୍ତଫା ଦେଇଥିବାରୁ ଆଗାମୀ ଦିନରେ ପ୍ରାଣୀ ଚିକିତ୍ସା ଏକପ୍ରକାର ଠପ୍‌ ହେବା ପରିସ୍ଥିତି ସୃଷ୍ଟି କରିଛି। ଦାବିଗୁଡିକ ମଧ୍ୟରେ ବେତନ ଏବଂ କ୍ୟାରିୟର ଅଗ୍ରଗତି କ୍ଷେତ୍ରରେ ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଏଲୋପାଥିକ ଡାକ୍ତରମାନଙ୍କ ସହିତ ସମ୍ପୂର୍ଣ୍ଣ ଭାବରେ ସମକକ୍ଷ କରିବା, କ୍ୟାଡର ପୁନର୍ଗଠନ, ପ୍ରାଣୀ ଚିକିତ୍ସା ବିଭାଗରେ ସେବା ଯୋଗାଣ କ୍ଷେତ୍ରରେ ବ୍ୟାପକ ରୂପାନ୍ତରଣ ଆଣିବାକୁ ପ୍ରାଣୀ ଚିକିତ୍ସକମାନେ ଦୀର୍ଘଦିନ ଧରି ଦାବି କରି ଆସୁଛନ୍ତି। ସାଂପ୍ରତିକ ଭେଟେନାରୀ କ୍ୟାଡରରେ ଗୁରୁତର ଅସଙ୍ଗତି ରହିଛି, ଯେଉଁଠାରେ ନୂଆ କରି ଯୋଗ ଦେଉଥିବା ପ୍ରାଣୀ ଚିକିତ୍ସକମାନେ ୨୫ବର୍ଷରୁ ଅଧିକ ସମୟ ପରେ ସେମାନଙ୍କ ପରବର୍ତ୍ତୀ ପଦୋନ୍ନତି ପାଇବେ ବୋଲି ପ୍ରାଣୀ ସମ୍ପଦ ଡାକ୍ତରମାନେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri