ବାଇକ୍‌ ମେକାନିକ ମାଷ୍ଟରମାଇଣ୍ଡ

ଭୁବନେଶ୍ୱର,୧।୫ (ବ୍ୟୁରୋ): ରାଜଧାନୀରେ କିଛି ମାସ ହେଲା ବାଇକ ଚୋରି ଘଟଣାରେ ଭୁବନେଶ୍ୱର ସହରାଞ୍ଚଳ ଜିଲା ପୋଲିସ ଏକ ଗ୍ୟାଙ୍ଗକୁ ଧରିଛି। କ୍ୟାପିଟାଲ ଥାନା ପୋଲିସ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ତଥା ମେକାନିକଙ୍କ ସହ ୩ଜଣ କବାଡିଆଙ୍କୁ ଗିରଫ କରିଛି। ମାଷ୍ଟରମାଇଣ୍ଡ ହେଲେ ସୁକାନ୍ତ କୁମାର ରେଡ୍ଡୀ। ତାଙ୍କ ଘର ଗଞ୍ଜାମ ଜିଲାରେ ହୋଇଥିବା ବେଳେ ସେ ଲିଙ୍ଗରାଜ ଥାନା ଅଞ୍ଚଳରେ ରୁହନ୍ତି। ସେହିପରି ଅନ୍ୟ ୩ ଅଭିଯୁକ୍ତ ହେଲେ ପଶ୍ଚିମବଙ୍ଗ ପୂର୍ବମେଦିନପୁର ଜିଲାର ସୌମିତ୍ର ଦାସ, ଗୁଣଧର ମିରାଦ ଓ ସୋମନାଥ ଦାସ। ଅଭିଯୁକ୍ତଙ୍କଠାରୁ ୧୬ଟି ଚୋରା ବାଇକ, ୫୦ରୁ ଅଧିକ ବାଇକ୍‌ର ବିଭିନ୍ନ ଯନ୍ତ୍ରାଂଶ ଜବତ ହୋଇଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ ଅଭିଯୁକ୍ତ ସୁକାନ୍ତ ମୋଟ ୪୦ଟି ବାଇକ୍‌ ଚୋରି କରିଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି।
ଅନୁଯାୟୀ, ସୁକାନ୍ତ ସହରର ଫରେଷ୍ଟ ପାର୍କ, ଆଇଜି ପାର୍କ, ୟୁନିଟ-୧ ହାଟ, ମାର୍କେଟ ବିଲ୍ଡିଂ ଆଦି ଅଞ୍ଚଳରୁ ବାଇକ୍‌ ଚୋରି କରୁଥିଲେ। ବଡ଼ଗଡ଼ ଥାନା ଅଞ୍ଚଳରେ ରହୁଥିବା ଢ଼େଙ୍କାନାଳ ଜିଲାର ଶ୍ରୀକାନ୍ତ ପରିଡା ଗତ ଏପ୍ରିଲ ୨୨ ସକାଳେ ଫରେଷ୍ଟ ପାର୍କକୁ ପ୍ରାତଃଭ୍ରମଣ କରିବାକୁ ଯାଇ ତାଙ୍କ ବାଇକ୍‌କୁ ବାହାରେ ପାର୍କିଂ କରିଥିଲେ। ହେଲେ ସେ ଫେରିବା ବେଳକୁ ତାଙ୍କ ବାଇକ ଚୋରି ହୋଇଥିବା ଜାଣିବାକୁ ପାଇ ଥାନାରେ ଏତଲା ଦେଇଥିଲେ। ପୋଲିସ ୨୬ ତାରିଖରେ ଏକ ମାମଲା (ନଂ.୨୬୪/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପରେ ପୋଲିସ ଟିମ୍‌ ସୁକାନ୍ତଙ୍କୁ ରାଜଧାନୀର ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ ଗିରଫ କରିଥିଲା। ପଚରାଉଚରା ପରେ ତାଙ୍କ କରିତ୍‌କର୍ମାପଣ ବିଷୟରେ ପୋଲିସ ଜାଣିବା ସହ ଅନ୍ୟ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।
ଚୋରି ବାଇକ୍‌ ପାର୍କିଂସ୍ଥଳରେ ଲୁଚାଉଥିଲେ
ମାଷ୍ଟରମାଇଣ୍ଡ ସୁକାନ୍ତ ଜଣେ ବାଇକ ମେକାନିକ୍‌ ହୋଇଥିବା ବେଳେ ତାଙ୍କର ଶ୍ରୀରାମ ନଗର ଅଞ୍ଚଳରେ ଗ୍ୟାରେଜ ରହିଛି। ସେ ନିଜ କାମରୁ ସମୟ ବାହାର କରି ରାଜଧାନୀର ବିଭିନ୍ନ ପାର୍କିଂସ୍ଥଳକୁ ଯାଇ କିଭଳି ବାଇକ୍‌ ଚୋରି କରିହେବ ସେନେଇ ଯୋଜନା ପ୍ରସ୍ତୁତ କରଥାନ୍ତି। ପରବର୍ତ୍ତୀ ସମୟରେ ସୁକାନ୍ତ ମାଷ୍ଟର ଚାବି ଦ୍ୱାରା ବାଇକଗୁଡିକୁ ସହଜରେ ଚୋରି କରିନେବାରେ ସଫଳ ହେଉଥିଲେ। ଏପରିକି ପୋଲିସ ନଜରରୁ ବର୍ତ୍ତିବା ପାଇଁ ସେ ନିଜର ଚତୁର ବୃଦ୍ଧି ପ୍ରୟୋଗ କରୁଥିଲେ। ଚୋରି ବାଇକଗୁଡିକୁ ନେଇ ରେଳ ପାର୍କିଂରେ କିମ୍ବା ଅନ୍ୟାନ୍ୟ ଦେୟ ପାର୍କିଂ ସ୍ଥାନରେ ସେ ରଖି ଦେଉଥିଲେ। ୨ ରୁ ୩ ଦିନ ଭିତରେ ପୂନର୍ବାର ଉକ୍ତ ଚୋରି ବାଇକଗୁଡିକୁ ସୁକାନ୍ତ ତାଙ୍କ ଗ୍ୟାରେଜକୁ ଆଣୁଥିଲେ। ଯନ୍ତ୍ରାଂଶ ସାହାଯ୍ୟରେ ବାଇକର ବିଭିନ୍ନ ପାର୍ଟସ ଖୋଲି ଗିରଫ କବାଡ଼ିଆମାନଙ୍କୁ କିଛି ବିକ୍ରି କରୁଥିଲେ। ଆଉ କିଛି ଅନ୍ୟ ବାଇକରେ ଲଗାଇ ଦେଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

ଗୁଲୁଆ-ବର୍ଷାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ କାଳିଆ ଷଣ୍ଢ: ଦିନକୁ ୧୭ ହଜାରଥର…

ଭୁବନେଶ୍ୱର,୨୬।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri