ଅସହାୟ ମା’,ଝିଅଙ୍କୁ ସହାୟତାର ହାତ ବଢ଼ାଇଲେ ତହସିଲଦାର

ରସୁଲପୁର,୧।୮(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ପଞ୍ଚାୟତର ପଠାଣ ମହାଲାରେ ରହୁଥିବା ମା’ ୱାହେଦା ପରବିନ୍‌ ଓ ତାଙ୍କ ୧୨ବର୍ଷର ଝିଅଙ୍କୁ ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ ସହାୟତାରେ ବଢାଇଛନ୍ତି। ଏହି ମା’ଝିଅ ଗତ କିଛିଦିନ ହେଲା ଅର୍ଥାଭାବରୁ ରନ୍ଧାଖାଦ୍ୟ ଖାଇ ନ ଥିଲେ। ଏପରି କି ଶୁଖିଲା ଖାଦ୍ୟ ବି ସେମାନଙ୍କୁ ମିଳି ନ ଥିଲା। ବିନା ଖାଦ୍ୟରେ ସେମାନେ ଜୀବନ ବିତାଉଥିବାନେଇ ଧରି ଗଣମାଧ୍ୟମରେ ପ୍ରକାଶ ପାଇବାପରେ ମଙ୍ଗଳବାର ରାତିରେ ତହସିଲଦାର ଉକ୍ତ ପରିବାର ନିକଟରେ ପହଞ୍ଚତ୍ ଥିଲେ। ୱାହେଦାଙ୍କ ଘରର ସ୍ଥିତି ପରଖି ଥିଲେ । ସେ ଏକ ଭଙ୍ଗା କୁଡିଆ ଘରେ ବାସ କରୁଥିବା ଦେଖିଥିଲେ । ଘର ଭିତରେ ବର୍ଷାପାଣି ଓଦା ହୋଇଯାଇଥିଲା । ଘର ଭିତରେ ଗୃହପାଳିତ ପଶୁ ଛେଳି ଓ କୁକୁଡାଙ୍କ ସହ ଏକାଠି ମା’,ଝିଅ ରହୁଥିବା ସ୍ଥିତିକୁ ତହସିଲଦାର ବେଶ୍‌ ଅନୁଭବ କରିବା ସହ ଉକ୍ତ ପରିବାରକୁ ଏକ ପଲିଥିନ, ରାଶନ ସାମଗ୍ରୀ ଓ ନିଜସ୍ବ ତରଫରୁ ୧ହଜାର ଟଙ୍କା ଆର୍ଥତ୍କ ସହାୟତା ପ୍ରଦାନ କରିଛନ୍ତି। ଉକ୍ତ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ସରକାରୀ ଆବାସ ମିଳିଛି ା ଉକ୍ତ ଘର ନିର୍ମାଣ କାର୍ଯ୍ୟ ଅର୍ଦ୍ଧନିର୍ମିତ ଅବସ୍ଥାରେ ରହିଛି। ନିର୍ମାଣ ସରିଥିବା ଅଂଶ ପାଇଁ ବ୍ଲକ ତରଫରୁ ବିଲ୍‌ ମିଳି ନ ଥିବାରୁ ଏହାର ତୁରନ୍ତ ସାମଧାନ ପ୍ରତି ଗୁରୁତ୍ୱ ପ୍ରଦାନ କରିବେ ବୋଲି ତହସିଲଦାର ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ଏଥି ପୂର୍ବରୁ ସୋମବାର ସମାଜସେବିକା ଅହଲ୍ୟା ମଣ୍ଡଳ ଉକ୍ତ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ରାଶନ ସାମଗ୍ରୀ ପ୍ରଦାନ କରିଥିଲେ। ଏ ସମ୍ପର୍କରେ ତହସିଲଦାର ଭୁଜବଳଙ୍କୁ ପଚାରିବାରୁ କ୍ଷେତ୍ର ପରିଦର୍ଶନ କରି ମା’,ଝିଅଙ୍କ ବାସ୍ତବ ସ୍ଥିତି ସମ୍ପର୍କରେ ଅବଗତ ହୋଇଥିବା ପ୍ରକାଶ କରିବା ସହ ଉକ୍ତ ପରିବାରକୁ ସମସ୍ତ ପ୍ରକାର ଆବଶ୍ୟକୀୟ ସହଯୋଗ ଯୋଗାଇଦେବାକୁ ସେ ପ୍ରୟାସ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri