ମନ୍ତ୍ରୀ, ଅଫିସର ଚଢ଼ିବେ ହାଇବ୍ରିଡ୍‌ ଗାଡ଼ି

ଭୁବନେଶ୍ବର,୨୮ା୪(ବ୍ୟୁରୋ): ଉଭୟ ତେଲ ଓ ବ୍ୟାଟେରିରେ ଚାଲୁଥିବା ହାଇବ୍ରିଡ୍‌ ଗାଡ଼ି ନେତା, ମନ୍ତ୍ରୀ ଏବଂ ଅଫିସରମାନେ ଚଢ଼ିବେ। ଅର୍ଥ ବିଭାଗର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ପରିବହନ ବିଭାଗ ପକ୍ଷରୁ ଏ ନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। କିଏ କେତେ ଟଙ୍କାର ଗାଡ଼ି ଚଢ଼ିବେ ସେନେଇ ମଧ୍ୟ ନିଷ୍ପତ୍ତି ହୋଇଛି। ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାର ଅଫିସରମାନେ ୨୫ ଲକ୍ଷ ଟଙ୍କା ମୂଲ୍ୟର ଟୟୋଟା ଇନୋଭା, ମହିନ୍ଦ୍ରା ଏସ୍‌ୟୁଭି ୫୦୦, ଟାଟା ହେକ୍ସା ଭଳି ହାଇବ୍ରିଡ୍‌ ଗାଡ଼ି ବ୍ୟବହାର କରିବେ।
ସେହିପରି ଜିଲାଜଜ୍‌, ପ୍ରମୁଖ ସଚିବ ତଥା ସଚିବ ପାହ୍ୟାର ଅଧିକାରୀମାନେ ମାରୁତି ସିଆଜ, ହୋଣ୍ଡା ସିଟି ଭଳି ଗାଡ଼ି ବ୍ୟବହାର କରିବେ, ଯାହାର ସର୍ବାଧିକ ମୂଲ୍ୟ ୧୫ ଲକ୍ଷ ଟଙ୍କା। ଜିଲାପାଳ, ଏସ୍‌ପିମାନେ ମଧ୍ୟ ୧୫ ଲକ୍ଷ ଟଙ୍କା ମୂଲ୍ୟର ମହିନ୍ଦ୍ରା ସ୍କର୍ପିଓ, ହ୍ୟୁଣ୍ଡାଇ କ୍ରେଟା ଓ ମହିନ୍ଦ୍ରା ମାରାକୋଭଲି ଗାଡ଼ି ବ୍ୟବହାର କରିିବେ। ଏହାବ୍ୟତୀତ ଅନ୍ୟ ଗାଡ଼ି କେହି ବ୍ୟବହାର କରିପାରିବେ ନାହିଁ। ସରକାର ଚାହିଁଲେ ଭଡ଼ାରେ ଆଣି ଏହିସବୁ ଗାଡ଼ି ବ୍ୟବହାର କରିପାରିବେ ବୋଲି ଅର୍ଥ ବିଭାଗ କହିଛି। ପରିବେଶ ସୁରକ୍ଷା ଦୃଷ୍ଟିରୁ ଏବେ ହାଇବ୍ରିଡ୍‌ ଗାଡ଼ିକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ହାଇବ୍ରିଡ୍‌ ଗାଡ଼ିରେ ପେଟ୍ରୋଲ, ଡିଜେଲ ସହିତ ବ୍ୟାଟେରି ବ୍ୟବହାର ହୋଇଥାଏ। ଏହି ଗାଡ଼ିଗୁଡ଼ିକର ବ୍ୟାଟେରିକୁ ଚାର୍ଜ କରିବାର ଆବଶ୍ୟକତା ନାହିଁ। ଗାଡ଼ି ଚାଲିବା ସମୟରେ ଆପେ ଏହି ବ୍ୟାଟେରି ଚାର୍ଜ ହୋଇଥାଏ। ତେବେ ସରକାରଙ୍କ ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମନ୍ତ୍ରୀ, ଅଫିସରମାନଙ୍କର ଦାମିକା ଗାଡ଼ି ଥାଉ ଥାଉ ସରକାର ହଠାତ୍‌ କାହିଁକି ବହୁମୂଲ୍ୟ ହାଇବ୍ରିଡ୍‌ ଗାଡ଼ି କିଣିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି।
ଯୋଜନା ଓ ସମନ୍ବୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲ୍‌କିଆ କହିଛନ୍ତି, ମୁଖ୍ୟମନ୍ତ୍ରୀ ଅନେକ ଜନହିତକର ପଦକ୍ଷେପ ନେଇଛନ୍ତି। ଇଲେକ୍ଟ୍ରିକ୍‌ ଭେହିକିଲକୁ ନିକଟରେ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏହି ଗାଡ଼ିଗୁଡିକ ପ୍ରଦୂଷଣ କମ୍‌ କରିବା ସହ ତେଲ ମଧ୍ୟ ବଞ୍ଚାଇବ। ସେଥିପାଇଁ ସରକାର ସବ୍‌ସିଡି ବ୍ୟବସ୍ଥା କରିଛନ୍ତି। ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ରାଜ୍ୟ ଭାଜପା ମୁଖପାତ୍ର ଦିଲୀପ ମଲ୍ଲିକ କହିଛନ୍ତି, ରାଜ୍ୟ ସରକାର ଅଫିସରମାନଙ୍କୁ ଯେତେ ସୁବିଧା ଦେବା କଥା ଦେଇଚାଲିଛନ୍ତି। ଏଥିରେ କିଛି ନୂଆ ନାହିଁ। ରାଜ୍ୟ ସରକାର ଯଦି ପ୍ରଦୂଷଣ କମ୍‌ କରିବାକୁ ଚାହୁଁଛନ୍ତି ତେବେ ସମସ୍ତଙ୍କୁ ସବ୍‌ସିଡି ଦିଅନ୍ତୁ। କେବଳ ନେତା କି ମନ୍ତ୍ରୀ ନୁହନ୍ତି, ଜନସାଧାରଣ ଯେଉଁମାନେ ଇଲେକ୍ଟ୍ରିକ୍‌ ଗାଡ଼ି କିଣିବାକୁ ଚାହୁଛନ୍ତି ଦିଲ୍ଲୀ ଏବଂ ଅନ୍ୟ ରାଜ୍ୟ ଭଳି ସମସ୍ତଙ୍କୁ ସବ୍‌ସିଡି ଦିଅନ୍ତୁ।
ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି, ପେଟ୍ରୋଲ ଓ ଡିଜେଲ ଉପରେ ନିର୍ଭରଶୀଳତା କମିବା ଆବଶ୍ୟକ। ହାଇବ୍ରିଡ୍‌ ଗାଡ଼ିର ଦାମ୍‌ ବହୁତ ବେଶି। ଯେଉଁ ଗାଡ଼ିଗୁଡ଼ିକ ଅଛି ତାକୁ ଛାଡ଼ିଦେଇ ହଠାତ୍‌ ହାଇବ୍ରିଡ୍‌ ଗାଡ଼ି କିଣିବା ବିଜ୍ଞତାର ପରିଚୟ ନୁହେଁ। କିନ୍ତୁ ଯେଉଁ ଗାଡ଼ିଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଉପରେ କମ୍‌ ନିର୍ଭରଶୀଳ ସେଭଳି ଗାଡ଼ି ବ୍ୟବହାର କରିବା ଆବଶ୍ୟକ। ମାତ୍ର ଧୀରେ ଧୀରେ ତାହା କରିବା ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ, ମନ ମୋହିଲା…

କୋରାପୁଟ,୧୮/୧୨(ଅମିତାଭ ବେହେରା ): ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ହାଇଦ୍ରାବାଦରେ ‘ଓଡ଼ିଶା ନିବେଶକ ସମ୍ମିଳନୀ’: ପ୍ରଥମ ଦିନରେ ମିଳିଲା ୧୯,୫୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ

ଭୁବନେଶ୍ୱର,୧୮ା୧୨: ହାଇଦ୍ରାବାଦରେ ଆୟୋଜିତ ଦୁଇ ଦିନିଆ ‘ଓଡ଼ିଶା ଇନଭେଷ୍ଟର ମିଟ୍’ର ପ୍ରଥମ ଦିନରେ ରାଜ୍ୟ ପାଇଁ ପୁଞ୍ଜିନିବେଶର ସୁଅ ଛୁଟିଛି। ଏହି ଅବସରରେ ଓଡ଼ିଶା ପ୍ରାୟ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri