Posted inଖେଳ

ଓସିଏକୁ ପୂର୍ଣ୍ଣ ଅନୁମୋଦନ: ଅନୁଦାନ ପାଇଁ ବାଟ ଫିଟିଲା

କଟକ ଅଫିସ,୧।୮- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)କୁ ପୂର୍ଣ୍ଣ ଅନୁମୋଦନ ମିଳିଛି, ଯାହା ଫଳରେ ଆଗାମୀ ଦିନରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ବିଭିନ୍ନ ଅନୁଦାନ ପାଇବା ପାଇଁ ବାଟ ଫିଟିଛି । ଦେଶର ୧୩ଟି କ୍ରିକେଟ ସଂଘକୁ ବିସିସିଆଇର କମିଟି ଅଫ ଆଡମିନିଷ୍ଟ୍ରେଟର(ସିଓଏ) ପୂର୍ଣ୍ଣ ଅନୁମୋଦନ ପ୍ରଦାନ କରିଥିବା ବେଳେ ଏହା ମଧ୍ୟରେ ଓସିଏ ସାମିଲ ଅଛି । ପୂର୍ଣ୍ଣ ଅନୁମୋଦନ ପାଇବା ନିମନ୍ତେ ଗୋଟିଏ ପାଦ ଦୂରରେ ଅଛୁ ବୋଲି ପୂର୍ବରୁ ଓସିଏ ପକ୍ଷରୁ ସୂଚନା ଦିଆଯାଇଥିଲା । ୯୯ ପ୍ରତିଶତ କାର୍ଯ୍ୟଧାରାକୁ ସିଓଏ ଅନୁମୋଦନ ପ୍ରଦାନ କରିଥିବା ବେଳେ ଗୋଟିଏ ପ୍ରତିଶତ ବାକି ରହିଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଲୋଧା କମିଟି ଦ୍ୱାରା ପ୍ରଣୀତ ନିୟମଧାରା ୪୪ ଏଯାଏ ପୂରଣ ହୋଇନି ବୋଲି ଓସିଏର ଜଣେ ଅଧିକାରୀ କହିଥିଲେ । ଏପରିକି ପୂର୍ଣ୍ଣ ଅନୁମୋଦନ ପାଇବା ପାଇଁ ପୂର୍ବରୁ ୬ ଥର ସିଓଏର ଦ୍ୱାରସ୍ଥ ହୋଇଛି ଓସିଏ । ଏବେ ଓସିଏର ଅଧିକାରୀମାନେ ଆଶ୍ୱସ୍ତ ହୋଇଛନ୍ତି। ଫନୀ ବାତ୍ୟାର କ୍ଷତିପୂରଣ ସମେତ ଅନ୍ୟ ସମସ୍ତ ଅନୁଦାନ ପାଇବାକୁ ଯୋଗ୍ୟତା ହାସଲ କରିଛି ଓସିଏ । ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାରୁ ଚୂଡ଼ାନ୍ତ ରାୟ ପ୍ରକାଶ ପାଇବା ପରେ ପୂର୍ଣ୍ଣ ଅନୁମୋଦନ ହାସଲ କରିଥିବା ସମସ୍ତ କ୍ରୀଡ଼ା ସଂଘ ଫାଇଦା ପାଇବେ ।
ବିହାରରୁ ଆସିବେ ନିର୍ବାଚନ ଅଧିକାରୀ
ଓସିଏର କର୍ମକର୍ତ୍ତା ନିର୍ବାଚନ ନିମନ୍ତେ କଣ୍ଟା ସାଜିଥିବା ନିର୍ବାଚନ ଅଧିକାରୀ ନିଯୁକ୍ତି ପ୍ରସଙ୍ଗ ସାମାନ୍ୟ ଟଳିଛି । ଓଡ଼ିଶାରୁ କୌଣସି ନିର୍ବାଚନ ଅଧିକାରୀ ନିଯୁକ୍ତ ନ କରାଯିବା ଫଳରେ ନିର୍ବାଚନ କରାଯିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ସିଓଏର ପରାମର୍ଶ ଲୋଡାଯାଇ ପଡ଼ୋଶୀ ରାଜ୍ୟରୁ ନିର୍ବାଚନ ଅଧିକାରୀ ଅଣାଯିବାକୁ ନିଷ୍ପତ୍ତି ହୋଇଥିଲା । ପ୍ରାଥମିକ ସ୍ତରରେ ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡ ସହ ଯୋଗାଯୋଗ କରାଯାଇଥିଲା । ଉକ୍ତ ୩ ରାଜ୍ୟର ନିର୍ବାଚନ କମିଶନରଙ୍କୁ ଏ ନେଇ ଇ-ମେଲ କରାଯାଇଥିଲା ବୋଲି ଓସିଏ କାର୍ଯ୍ୟକାରୀ କମିଟି ଅଧ୍ୟକ୍ଷ ଧୀରେନ ପଲାଇ କହିଥିଲେ । ତେବେ ବିହାର ନିର୍ବାଚନ ଅଧିକାରୀ ପ୍ରଦାନ କରିବ ବୋଲି ସ୍ପଷ୍ଟ କରିଥିବା ଧୀରେନ କହିଛନ୍ତି । ସେମାନଙ୍କ ସହ ଯୋଗାଯୋଗ ଜାରି ରହିଛି । ଖୁବଶୀଘ୍ର ଏହି କାର୍ଯ୍ୟ ସମ୍ପନ୍ନ ହେବ ବୋଲି ସେ ପ୍ରକାଶ କରିଛନ୍ତି ।
ସଜାଡ଼ିବ ‘ଦେବ ମସ୍କୋ’, ଅର୍ଥ ଦେବ ବିସିସିଆଇ
କପିଳଦେବଙ୍କ କମ୍ପାନୀ ‘ଦେବ ମସ୍କୋ’ ଖୁବଶୀଘ୍ର କଟକରେ ପହଞ୍ଚିବ । ବାରବାଟୀ ଷ୍ଟାଡିୟମରେ ଫନୀ ବାତ୍ୟାରେ କ୍ଷୟକ୍ଷତି ହୋଇଥିବା ଫ୍ଲଡ ଲାଇଟ ସଜାଡ଼ିବାକୁ ଏହି କମ୍ପାନୀ ଆଗ୍ରହ ପ୍ରକାଶ କରିଛି । ମରାମତି କରାଯିବା ପୂର୍ବରୁ ସ୍ଥିତି ଅନୁଧ୍ୟାନ କରିବାକୁ କପିଳ ଦେବ ମଧ୍ୟ ଆସିବେ । ମରାମତି ଦାୟିତ୍ୱ ସମ୍ପୂର୍ଣ୍ଣ ଭାବେ କପିଳଙ୍କ କମ୍ପାନୀ ଦେବ ମସ୍କୋ ଉଠାଇବ। ହେଲେ ଏଥି ନିମନ୍ତେ ଯାହା ଖର୍ଚ୍ଚ ହେବ ତାହା ବିସିସିଆଇ ପକ୍ଷରୁ ସେମାନେ ଗ୍ରହଣ କରିବାକୁ ଆଲୋଚନା ହୋଇଛି ବୋଲି ଧୀରେନ କହିଛନ୍ତି । ସୂଚନା ଥାଉକି, ୨୦୦୩ ମସିହାରେ ବାରବାଟୀ ଷ୍ଟାଡିୟମରେ ଫ୍ଲଡଲାଇଟ ଉଦ୍‌ଘାଟନ ହୋଇଥିଲା। ୨୦୦୧ ମସିହାରୁ ଫ୍ଲଡ ଲାଇଟ ଲଗାଯିବା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏଥିରେ ୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିରାଟ-ରୋହିତଙ୍କୁ ଦେଖିବାକୁ ପ୍ରଶଂସକଙ୍କ ପ୍ରବଳ ଉତ୍ସାହ: ୮ ମିନିଟ୍‌ରେ ସରିଗଲା ଭାରତ ବନାମ ନ୍ୟୁଜିଲାଣ୍ଡ ଟିକେଟ

ନୂଆଦିଲ୍ଲୀ,୨।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ୍‌ ଜାନୁଆରୀ ୧୧, ୨୦୨୬ରେ ଆରମ୍ଭ ହେବାକୁ ଯାଉଛି। ଏହି ହାଇ-ଭୋଲଟେଜ ମ୍ୟାଚ ପାଇଁ ପ୍ରଶଂସକମାନେ ଉତ୍ସାହିତ।...

ଟିମ୍‌ ଇଣ୍ଡିଆକୁ ମିଳିବ ନୂଆ କୋଚ: ଇଂଲଣ୍ଡର କିମ୍ବଦନ୍ତୀଙ୍କୁ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨।୧: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ଭାରତୀୟ ମହିଳା କ୍ରିକେଟ ଦଳ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି। ଦଳ ଖୁବଶୀଘ୍ର ଜଣେ ନୂତନ ଶକ୍ତି...

୨୦୨୬ରେ ୩ ବଡ଼ ମାଇଲଖୁଣ୍ଟ ଅତିକ୍ରମ କରିବେ ବିରାଟ! ନ୍ୟୁଜିଲାଣ୍ଡ ସିରିଜର ପ୍ରଥମ ମ୍ୟାଚରୁ ହେବ ଆରମ୍ଭ!

ନୂଆଦିଲ୍ଲୀ,୨।୧: ୨୦୨୫ ମସିହାରେ ବିରାଟ କୋହଲିଙ୍କ ପାଇଁ ବହୁତ କିଛି ଘଟିଥିଲା। ସେ ଏପରି କିଛି ସଫଳତା ହାସଲ କରିଥିଲେ ଯାହା ସେ ଏପର୍ଯ୍ୟନ୍ତ ପାଇ...

ନିଜ IPL ଟିମ୍‌ KKRରୁ କେତେ ରୋଜଗାର କରନ୍ତି କିଙ୍ଗ୍‌ ଖାନ? ଜାଣିଲେ…

ନୂଆଦିଲ୍ଲୀ,୨।୧: ବଲିଉଡର କିଙ୍ଗ ଖାନ ସବୁବେଳେ ଖବରର ଶିରୋନାମାରେ ରହିଥାନ୍ତି। ସେ ତାଙ୍କ ଫିଲ୍ମ ମାଧ୍ୟମରେ ପ୍ରଶଂସକମାନଙ୍କୁ ମୋହିତ କରନ୍ତି। ବର୍ତ୍ତମାନ, ପ୍ରଶଂସକମାନେ ଶାହରୁଖ ଖାନଙ୍କ...

ହଠାତ୍ ଅବସର ଘୋଷଣା କଲେ ଏହି ବରିଷ୍ଠ କ୍ରିକେଟର, ପୂର୍ବତନ ଖେଳାଳିଙ୍କୁ କଲେ ଟାର୍ଗେଟ୍

ନୂଆଦିଲ୍ଲୀ,୨।୧: ଅଷ୍ଟ୍ରେଲିଆର ଭେଟେରାନ ବ୍ୟାଟ୍ସମ୍ୟାନ୍ ଉସମାନ ଖ୍ୱାଜା ଆସନ୍ତା ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ (SCG)ରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଆଶେସ୍...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ଅବସର ନେବେ ଉସମାନ ଖ୍ବାଜା? ପଞ୍ଚମ ଟେଷ୍ଟ ପୂର୍ବରୁ କରିବେ ପ୍ରେସ କନଫରେନ୍ସ

ସିଡ଼ନୀ,୧।୧: ତାଙ୍କ ଟେଷ୍ଟ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ, ଅଷ୍ଟ୍ରେଲିୟ ଓପନର ଉସମାନ ଖ୍ବାଜା ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପଞ୍ଚମ ଆଶେସ ଟେଷ୍ଟ ପୂର୍ବରୁ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri