Posted inRasifala

ରାଶିଫଳ: ରବିବାର, ଏପ୍ରିଲ ୧୬ ତାରିଖ – Daily Horoscope

ମେଷ
ସାହାଯ୍ୟ ସହଯୋଗ ପାଉଥିବା ଲୋକଟି ସାଧାରଣ ସ୍ୱାର୍ଥହାନି ହେତୁ କୁତ୍ସାରଟନା କରିବାକୁ ପଛାଇବ ନାହିଁ। ଅଶ୍ୱିନୀ ନକ୍ଷତ୍ରର ପରିବାରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ପୂର୍ବ ଯୋଜନା ଅନୁଯାୟୀ କର୍ମକ୍ଷେତ୍ରସ୍ଥ ପରିସ୍ଥିତିକୁ ସାମ୍‌ନା କରିବାକୁ ଚେଷ୍ଟାକଲେ ଉପକୃତ ହେବେ। ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହୋଇଯିବ।
ବୃଷ
ବୃଷ
ଆଜି କୃତ୍ତିକା ନକ୍ଷତ୍ର ସହକର୍ମୀଙ୍କ ପ୍ରେରଣା ଓ ସହଯୋଗରୁ ଉପକୃତ ହେବେ। ଆବଶ୍ୟକତାଠାରୁ ଅଧିକ ଖର୍ଚ୍ଚକରି ସ୍ଥଗିତ କାମକୁ ତ୍ୱରାନ୍ବିତ କରିବା ପ୍ରଯତ୍ନ କରିପାରନ୍ତି। ପଡ଼ୋଶୀଙ୍କ ସହ ସମ୍ପର୍କ ବୃଦ୍ଧି ପାଇବ କିନ୍ତୁ ପିଲାଙ୍କ ପଢ଼ାସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ।
ମିଥୁନ
ମିଥୁନ
ଶନିଙ୍କ ପ୍ରଭାବରୁ ଆଧ୍ୟାତ୍ମିକତା ଦିଗରେ ଅନୁଧାବିତ ହୋଇପାରନ୍ତି। କିନ୍ତୁ ନିଜ ପରିସରସ୍ଥ ଭିନ୍ନ ଜାତି ବିଶେଷ ପରୋକ୍ଷ ଶତ୍ରୁତା ଆଚରଣ କରି ସମସ୍ୟାକୁ ବଢ଼ାଇଦେବେ। କହୁ କହୁ ଏପରି କିଛି କଥା କହିଦେବେ ଯେ କଳହ ଲାଗିଯିବ। ବ୍ୟବସାୟ କିମ୍ବା ଅନ୍ୟ କୌଣସି କାମରେ କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି।
କର୍କଟ
କର୍କଟ
ଆଜି ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି ସଫଳତା ପାଇବେ। ସନ୍ତାନଙ୍କ ସ୍ବାସ୍ଥ୍ୟ ଓ ସ୍ବଭାବ ଯୋଗୁ ବିଚଳିତ ରହିପାରନ୍ତି ଏବଂ ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କୁ ସାହାଯ୍ୟ ମାଗିବାକୁ ପଡ଼ିପାରେ। ଅଦାଲତ ସମ୍ବନ୍ଧୀୟ କେତେକ ଦୁଶ୍ଚିନ୍ତା ମନକୁ ବିଷାଦିତ କରିବ। ପୁନର୍ବସୁ ନକ୍ଷତ୍ର ସକାଶେ ସମୟଟି କିଛି ସୁଖ ଓ ଦୁଃଖ ଭିତରେ କଟିବ।
ସି˚ହ
ସି˚ହ
ପରିସ୍ଥିତି ସୁଧାରିବାକୁ ଯାଇ କରଜ କରିବାକୁ ବାଧ୍ୟ ହେବେ। ପୂର୍ବା ଫାଲ୍‌ଗୁନୀ ନକ୍ଷତ୍ର କାହାର ଡାକରା ପାଇ ଦୂରଯାଗାକୁ ଯିବାକୁ ପଡ଼ିପାରେ। ଆଜି ଫେରିବା ସମୟରେ କୌଣସି ମୂଲ୍ୟବାନ୍‌ ଦ୍ରବ୍ୟ ଆଣିବା ଲାଗି ଘରୁ ବରାଦ ପାଇବେ। କ୍ରୀଡ଼ା, ସଂଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ସମସ୍ୟାର ସମାଧାନ ହୋଇଯିବ।
କନ୍ୟା
କାର୍ଯ୍ୟହାନିଜନିତ କିମ୍ବା ସ୍ଥଗିତ କାର୍ଯ୍ୟ ସକାଶେ କର୍ମକ୍ଷେତ୍ରରେ ଅନୁତାପ କରିବାକୁ ପଡ଼ିପାରେ। ବାଣିଜ୍ୟ, ବ୍ୟବସାୟ, ପରିବହନ, ସଭାସମିତି ଓ ଯାତ୍ରା ସମ୍ପର୍କରେ ଚିନ୍ତା ବଢ଼ିବ। ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ ସମ୍ମାନ୍‌ନୀୟ ବ୍ୟକ୍ତିବିଶେଷ ସହାୟତା କରିବେ।
ତୁଳା
ତୁଳା
ଋଣ ପରିଶୋଧ ପାଇଁ ବ୍ୟାକୁଳ ହେବେ। ନିଜ ଲୋକମାନେ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି। ଗତକାଲିର ଦରଖଣ୍ଡିଆ କାମଟିକୁ ଆଜି ପୂରା କରିବେ। ସ୍ବାତୀ ନକ୍ଷତ୍ର କର୍ମକ୍ଷେତ୍ରରେ ଛୋଟ କାମ ହାତକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ପିଲାଙ୍କ ସମ୍ବନ୍ଧୀୟ କେତେକ ସମସ୍ୟା ମନକୁ ବିଶେଷ ଆନ୍ଦୋଳିତ କରିବ।
ବିଛା
ବିଛା
ସମସ୍ୟା ଜାଲରେ ଛନ୍ଦି ହୋଇଥିବାରୁ ମନ କେବଳ ନେଗେଟିଭ୍‌ ଚିନ୍ତାରେ ଆକ୍ରାନ୍ତ ହେବ। ବିଶୃଙ୍ଖଳିତ କିମ୍ବା ଅସମାହିତ କର୍ମ ସକାଶେ ବ୍ୟସ୍ତ ହୋଇପାରନ୍ତି। ଏକ ସାଧାରଣ ଘଟଣାକୁ କେନ୍ଦ୍ରକରି ସାଙ୍ଗସାଥୀଙ୍କ ସହ ଉଚ୍ଚବାଚ ଘଟିପାରେ। ଅନୁରାଧା ନକ୍ଷତ୍ରର କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ।
ଧନୁ
ଧନୁ
କେତେକ କ୍ଷେତ୍ରରେ ମନରେ ଭୟ ଥିଲେ ମଧ୍ୟ ମୁହଁ ଟାଣ ରଖି କଥା କହି ପରିସ୍ଥିତିକୁ ନିୟନ୍ତ୍ରଣ କରିନେବେ। କୌଣସି ଲୋକ ବିଷୟରେ କିଛି ନ ଜାଣି ତାହାକୁ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି। ଉତ୍ତରାଷାଢ଼ା ନକ୍ଷତ୍ର ପିଲାଙ୍କ ବିବାହ ପ୍ରସ୍ତାବ ସମ୍ପର୍କରେ ବନ୍ଧୁ ଖବର ଦେଇପାରନ୍ତି। ବିଭିନ୍ନ ପ୍ରତିବନ୍ଧକ ହେତୁ ଉନ୍ନୟନ କାମ ବାଧାପ୍ରାପ୍ତ ହେବ।
ମକର
ମକର
ଶ୍ରବଣା ନକ୍ଷତ୍ରର ଦାମ୍ପତ୍ୟ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ। ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ। ପାରିବାରିକ ଜୀବନରେ ଉତ୍ଥାନ ପତନ ଲାଗି ରହିବ। ଉପସ୍ଥିତ ବୁଦ୍ଧିର ପ୍ରଶଂସା କରି ପାଖ, ପଡ଼ୋଶୀମାନେ ଭୂରି ଭୂରି ପ୍ରଶଂସା କରିପାରନ୍ତି।
କୁମ୍ଭ
କୁମ୍ଭ
ଆଜିର କାମଗୁଡ଼ିକ ବହୁତ ଅସୁବିଧା ଭିତରେ ସମ୍ପନ୍ନ ହେବ, ତେଣୁ ମାନସିକ ସ୍ଥିତି ଭଲ ରହି ନ ପାରେ। କଳା, ସାହିତ୍ୟ ଓ ସଙ୍ଗୀତ କାର୍ଯ୍ୟରୁ ପ୍ରଶଂସିତ ହେବେ ଓ ପୂର୍ବ ସମସ୍ୟାକୁ ସୁଧାରିନେବାର ପ୍ରଯତ୍ନ କରିବେ। ଧନିଷ୍ଠା ନକ୍ଷତ୍ରର ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ଆଗାମୀ କାଲିର କାର୍ଯ୍ୟ ଲାଗି ତପତ୍ରତା ବଢ଼ିପାରେ।
ମୀନମୀନ
ଆଜି ଦିନଟିରେ ସତର୍କତାର ସହ କାମ କରିବା ଭଲ ହେବ ନତୁବା ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେବେ କିମ୍ବା ସଭାସମିତିରେ ପ୍ରଶଂସିତ ହେବେ। ରେବତୀ ନକ୍ଷତ୍ରର ଆର୍ଥିକ ସ୍ବଚ୍ଛଳତା ଓ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହେବେ। ଇଚ୍ଛା ବିରୁଦ୍ଧରେ କୌଣସି କାମ କରି ସମାଲୋଚିତ ହେବା କାରଣରୁ ଅନୁତାପ କରିବାକୁ ପଡ଼ିପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri