ଭଞ୍ଜନଗରରୁ ପୁରୀ ଗଲା ଢଉରା କାଠ

ଭଞ୍ଜନଗର,୧୧ା୪(ଡି.ଏନ.ଏ.): ପ୍ରଥମ ଥର ପାଇଁ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜ ବାଇବାଲି ଜଙ୍ଗଲରୁ ୪୦ ଫୁଟ ଲମ୍ବର ୨୦ ଖଣ୍ଡ ଢଉରା କାଠ ପୁରୀ ରଥଯାତ୍ରା ପାଇଁ ପଠାଯାଇଛି। ଆଉ କିଛି ଦିନ ପରେ କେନ୍ଦ୍ରୀୟ ବନାଞ୍ଚଳ ପୁରୁଣାପାଣିରୁ ମଧ୍ୟ ପ୍ରଥମ ଥର ପାଇଁ ପୁରୀ ରଥଯାତ୍ରା ପାଇଁ ଫାଶି କାଠ ଯିବ । କାଠ କାଟି ଜଙ୍ଗଲରେ ଗଛିତ ରଖାଯାଇଛି। ଏଥିସହ ତାରସି ରେଞ୍ଜରୁ ପୂର୍ବରୁ ଦୁଇଥର ପୁରୀ ରଥଯାତ୍ରା ପାଇଁ ଫାଶି କାଠ ପଠାଯାଇଥିବା ବେଳେ ଚଳିତ ବର୍ଷ ମଧ୍ୟ ଫାଶି କାଠ ପଠାଯିବ। କାଠ କାଟି ଜଙ୍ଗଲରେ ରଖାଯାଇଛି। ବାଇବାଲି ଜଙ୍ଗଲରୁ ଆଜି ଏକ ବିରାଟ ଟ୍ରକରେ କାଠ ଗୁଡିକୁ ନିଆଯିବ ସମୟରେ ବାଟରେ ବିଭିନ୍ନ ସ୍ଥାନରେ ରଥ କାଠକୁ ଲୋକେ ପୂଜାର୍ଚ୍ଚନା କରିବା ସହ ସ୍ବାଗତ କରିଥିଲେ। ହୁଳହୁଳି ଏବଂ ଢୋଲ, ମୃଦଙ୍ଗର ତାଳେତାଳେ ରଥ କାଠ ଭର୍ତ୍ତି ହୋଇଥିବା ଟ୍ରକ୍‌କୁ ଲୋକେ ପାଛୋଟି ନେଇଥିଲେ। ଏହି ସମୟରେ କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ କୁମର ବେହେରା, ମୁଜାଗଡ଼ ରେଞ୍ଜର ବିମ୍ବାଧର ସାହୁ, ବନପାଳ ବଂଶୀଧର ବିଶୋଇ, ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଶୂଳ ପାଣି ସତପଥୀ, ଏମ୍‌ପି ପ୍ରତିନିଧି ପଞ୍ଚାନନ ପାଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

ନୂତନ ସରକାରୀ ଓକିଲ ନିଯୁକ୍ତି: ଭଞ୍ଜନଗର-ଜଗନ୍ନାଥପ୍ରସାଦ କୋର୍ଟରେ ୧୪ ଜଣ ନିଯୁକ୍ତ,ଜାଣନ୍ତୁ… 

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଭାଜପା କ୍ଷମତାକୁ ଆସିବା ପରେ ଗଞ୍ଜାମ ଜିଲାରେ ସରକାରୀ ଓକିଲ ତାଲିକା ତୁରନ୍ତ ବଦଳିବ ବୋଲି ଆଶା କରାଯାଉଥିଲା। କିନ୍ତୁ ବିଭିନ୍ନ କାରଣ ଯୋଗୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri